ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆର୍ ପି ସିଦ୍ଧାର୍ଥ ରତ୍ନ, ସୁଶାନ୍ତ କୁମାର ନାୟକ, ଶଶି ଭୂଷଣ ପ୍ରଧାନ, ପ୍ରଦୀପ କୁମାର ଦାସ ଉପସ୍ଥିତ ରହି ଜାତୀୟ ଶିକ୍ଷାନୀତି, ଶିକ୍ଷଣ ଫଳାଫଳର ପ୍ରକୃତ ପରିଭାଷା, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବିକାଶାତ୍ମକ ମନୋବୃତ୍ତି, ବର୍ଣ୍ଣାଳୀ, ଶିଶୁ ସୁରକ୍ଷା, ଜାତୀୟ ଉପଲବ୍ଧି ସର୍ବେକ୍ଷଣ, ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା, ଅନ୍ତର୍ନିବେଶୀ ଶିକ୍ଷା, ବସ୍ତାନିବିହୀନ ପାଠପଢ଼ା ଆଦି ଉପରେ ୫୫ଜଣ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଖଣ୍ଡୁଗାଁ ଅପଗ୍ରେଟେଡ ହାଇସ୍କୁଲର ଶିକ୍ଷୟତ୍ରୀ ତଥା ଷ୍ଟେଟ୍ ରିସୋର୍ଷ ପର୍ସନ ପ୍ରଭାତୀ ମିଶ୍ର, ସାମାଜିକ ଲିଙ୍ଗଭିତ୍ତିକ ଏକତା ପାଇଁ ଏକ ପ୍ରୟାସ ହେଉଛି ବର୍ଣ୍ଣାଳୀ ବୋଲି କହିଥିଲେ।…
Read MoreCategory: ନୟାଗଡ଼
ନୟାଗଡ଼ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମାରେ ଆରମ୍ଭ ହେଲା ସାର୍ବଜନୀନ ଦୁର୍ଗାପୂଜା। ୧୯୬୧ ମସିହାରେ ସ୍ଥାନୀୟ ପ୍ରଶାସନ ଏବଂ ଜନସାଧାରଣଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ଦୁର୍ଗାପୂଜା ଚଳିତ ବର୍ଷ ସ୍ବତନ୍ତ୍ରତାର ସହିତ ପାଳନ କରାଯାଉଛି। ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରତ୍ୟେକ ଘରୁ ଚୂଲିଚାନ୍ଦା ଆଦାୟ ଏକ ପରମ୍ପରା ଭାବେ ଚାଲିଥିବା କାରଣରୁ ଏହାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ନୟାଗଡ଼ କଚେରୀ ବଜାର ଠାରେ ଥିବା ଦୁର୍ଗା ମଣ୍ଡପରେ ଚାଲିଥିବା ଏହି ଦୁର୍ଗାପୂଜାରେ ପ୍ରତ୍ୟହ ପ୍ରବଳ ଜନ ସମାଗମ ହେଉଛି। ପାଞ୍ଚ ଦିନ ଧରି ଚାଲିବାକୁ ଥିଲା ଏହି ପୂଜାର ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ସାର୍ବଜନୀନ ଦୁର୍ଗାପୂଜା ସମିତିର ସଭାପତି ନିର୍ମଳ ଚନ୍ଦ୍ର ଶୁରଦେଓ, ସମ୍ପାଦକ ସୁମନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଦୁର୍ଗାପୂଜାରେ ସୁମନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ,…
Read Moreଇଟାମାଟିର ଆରାଧ୍ୟା ଦେବୀ ମା ନାରାୟଣୀ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟିର ପୂର୍ବ ଦିଗରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ମା ନାରାୟଣୀ। ବହୁ ବର୍ଷ ଧରି ଗଛ ମୂଳେ ପୂଜା ପାଉଥିବା ମା ନାରାୟଣୀଙ୍କ ପାଇଁ ଏକ ମନ୍ଦିର ତୋଳାଇଥିଲେ ସ୍ବର୍ଗତ ଘନଶ୍ୟାମ ରାମ। ୧୯୬୮ ମସିହାରେ ମାଙ୍କ ନବୀକରଣ ମୁଖା ପ୍ରତିଷ୍ଠା କରାଯାଇଥିଲା ଗ୍ରାମ ବାସୀଙ୍କ ତରଫରୁ ମା ନାରାୟଣୀଙ୍କ ଆଶ୍ରିବାଦରୁ ଇଟାମାଟି ଏକ ବ୍ୟବସାୟିକ ପେଣ୍ଠ ହିସାବରେ ଓଡିଶାରେ କ୍ଷାତି ଲାଭ କରିଥିବାର ବିଶ୍ୱାସ ରହିଛି। ଘୋଡାରେ ଚଢି ପ୍ରତିଦିନ ନିଷାର୍ଧରେ ଭ୍ରମଣ କରି ମା ଇଟାମାଟି ଗ୍ରାମବାସୀଙ୍କୁ ଘଣ୍ଟ ଘୋଡାଇଛନ୍ତି ବୋଲି ପୁରୁଖା ଲୋକମାନେ ମତ ଦିଅନ୍ତି। ପ୍ରତିବର୍ଷ ଶାରଦୀୟ ଦୁର୍ଗାପୂଜା ମା ନାରାୟଣୀଙ୍କ ପୀଠରେ ମହାସମାରୋହରେ ପାଳିତ ହୁଏ। ଦୂତିଆ ଓଷା ଠାରୁ ଷୋଳପୂଜା ଆରମ୍ଭ ହୋଇ ମହାଅଷ୍ଟମୀରେ ସମାପନ ହୁଏ। ପ୍ରତିଦିନ ସକାଳେ ଅନ୍ୟାନ୍ୟ ଭୋଗ…
Read Moreବରକନ୍ୟା ଝରଣାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କର ବନ ବିହାର କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କର ପ୍ରତିବର୍ଷ ପରି ଚଳିତବର୍ଷ ବରକନ୍ୟା ଝରଣାରେ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ବରକନ୍ୟା ଝରଣାର ପାହାଡ ଚଢି ଗଛଲତା ଓ ବାଉଁଶ ମାନଙ୍କର କଟର କଟର ଶବ୍ଦକୁ ଉପଭୋଗ କରିବା ସହିତ ଝରଣାର ନିର୍ମଳ ଥଣ୍ଡା ଜଳରେ ଗାଧୋଇବାର ନିଆରା ଅନୁଭୂତି ସମସ୍ତେ ସାଉଁଟି ଥିଲେ। ଝରଣା କୂଳରେ ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ ହୋଇଥିଲା। ଭୋଜନ ପୂର୍ବରୁ ପରିବେଶ ପ୍ରଦୂଷଣ ରୋକିବା, ପ୍ରଚୁର ଗଛ ଲଗାଇ ଜଙ୍ଗଲ ତିଆରି କରିବା ଓ ବାୟୁ ପ୍ରଦୂଷଣକୁ ବନ୍ଦ କରିବା ପାଇଁ ଶ୍ରେଣୀ ଗୃହରେ ବିଭିନ୍ନ ସଚେତନତା ଶିକ୍ଷା ଦେବା ପାଇଁ ଏକ ରୋଡ୍ ମ୍ଯାପ ତିଆରି କରାଯାଇଥିଲା। ବରକନ୍ଯା ଝରଣାର ଉନ୍ନତି କରଣ ପାଇଁ ସରକାର…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କିମ୍ବଦନ୍ତୀ ପୁରୁଷ ପୁଣ୍ଯାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଓଡିଶା ର ବରପୁତ୍ର କିମ୍ବଦନ୍ତୀ ପୁରୁଷ ପୁଣ୍ଯାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ଏହି ଅବସରରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ ଯୋଦ୍ଧା ତଥା ମହାନ୍ ଦେଶ ସେବକ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି। ପ୍ରଥମେ ବିଦ୍ଯାଳୟ ପରିସରରେ ସ୍ଥାପିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ବିଦ୍ଯାଳୟ ରେ କାର୍ଯ୍ୟରତ ବରିଷ୍ଠ ସଂସ୍କୃତ ଶିକ୍ଷକ ପଣ୍ଡିତ ଭଗବାନ ଆଚାର୍ଯ୍ୟ ଓ ବରିଷ୍ଠ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର ପୁଷ୍ପ ମାଲ୍ଯାର୍ପଣ ପୂର୍ବକ ଧୂପ ଦୀପ ଅର୍ପଣ କରି ଥିଲେ। ଏହାପରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ…
Read Moreବିଜେଡି ସଦସ୍ୟତା ଅଭିଯାନ ଆରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଆରମ୍ଭ ହୋଇଛି ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ। ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ନବୀନ ବିଜେଡିର ପ୍ରଥମ ସଦସ୍ୟ ହୋଇଛନ୍ତି। ଦସ୍ତଖତ କରି ଏକାମ୍ର ଭୁବନେଶ୍ୱରରୁ ସେ ଏହି ସଦସ୍ୟତା ଗ୍ରହଣ କରିଛନ୍ତି। ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ୟ୍ୟାଳୟରେ ଜିଲ୍ଲା ସ୍ତରୀୟ ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବିଜେଡି ପ୍ରବକ୍ତା ନାରୀ ନେତ୍ରୀ ଇରାନୀ ରାୟ, ଭାପୁର…
Read Moreମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ। ବିଭିନ୍ନ ବିଷୟରେ ପ୍ରାଥମିକସ୍ତରରୁ ହାଇସ୍କୁଲସ୍ତର ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ବାଛିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ଏହି ପ୍ରତିଯୋଗିତା କ୍ଲଷ୍ଟର ସ୍ତରରୁ ଆରମ୍ଭ ହୋଇ ବ୍ଲକ,ଜିଲ୍ଲା ଏବଂ ଶେଷରେ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ବଛାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ବ୍ଲକ ସ୍ତରୀୟ ‘ସୁରଭି’ ପ୍ରତିଯୋଗିତା ନୟାଗଡ଼ ବ୍ଳକ ଲାଠିପଡା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ୧୫ଟି କ୍ଲଷ୍ଟରରୁ ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ମୋଟ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ, ବକ୍ତୃତା,ଚିତ୍ରାଙ୍କନ,…
Read Moreନୟାଗଡ଼ କଲେଜର ପ୍ରାଚୀରପତ୍ର ‘ବର୍ଣ୍ଣାଳୀ’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାଚୀରପତ୍ର ‘ବର୍ଣ୍ଣାଳୀ’ର ଶାରଦୀୟ ବିଶେଷାଙ୍କ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ କରକମଳରେ ମହାବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଡ. ସାହୁ ଯୋଗଦେଇ ‘ବର୍ଣ୍ଣାଳୀ’ର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ। ଯୁବ ସମାଜ ତଥା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ କିଭଳି ହୋଇପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିପିନ କୁମାର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ଡ. ଜାନକୀ ନାଥ ଦାସ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସୃଜନାତ୍ମକ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ହରେକୃଷ୍ଣ ଦାସ, ଅଧ୍ୟାପିକା ସ୍ମିତା ସ୍ବାଇଁ, ଟୁନି ପରିଡା ଓ ଅନିତା ସାମନ୍ତରାୟ…
Read Moreନୟାଗଡ଼ରେ ପାଲେଷ୍ଟାଇନ ସଂହତି ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସଦରମହକୁମାରେ ସି.ପି.ଆଇ.(ଏମ୍) ନେତୃତ୍ବରେ ପଟୁଆର ସହିତ ନୟାଗଡ଼ ସହର ପରିକ୍ରମା ପୂର୍ବକ ପାଲେଷ୍ଟାଇନ ସଂହତି ଦିବସ ପାଳନ କରାଯାଇଛି। ଆମେରିକା ମଦତପୁଷ୍ଟ ଯୁଦ୍ଧଖୋର ଇସ୍ରାଏଲ ଯେଭଳି ବର୍ଷାଧିକ କାଳ ପାଲେଷ୍ଟାଇନକୁ କବଳିତ କରିବାପାଇଁ ଆକ୍ରମଣ ଚଳାଇ ରଖିଛି, ବୋମା ଓ କ୍ଷେପଣାସ୍ତ୍ର ମାଡ଼ରେ ହଜାରହଜାର ପାଲେଷ୍ଟାଇନୀୟ ସାଧାରଣ ନାଗରିକ, ଛୋଟଶିଶୁ, ବୃଦ୍ଧ ବୃଦ୍ଧା, ସ୍କୁଲ ଛାତ୍ରଛାତ୍ରୀଙ୍କୁ ହତ୍ୟା କରୁଛି,ତାହାର ପ୍ରତିବାଦରେ ବାମପନ୍ଥୀ ଦଳଙ୍କ ପକ୍ଷରୁ ଆହୂତ ଦେଶବ୍ୟାପୀ କାର୍ଯ୍ୟକ୍ରମର ଆଧାରରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ ସି.ପି.ଆଇ.(ଏମ୍) ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପଟୁଆର ଓ ସଭାରେ ଦଳର ପ୍ରମୁଖ ନେତୃତ୍ବ ଗୋଲକବିହାରି ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ସୁରେଶ ସ୍ବାଇଁ, ସରୋଜ କୁମାର ନାୟକ, ଜ୍ୟୋତିପ୍ରଭା ଜେନା, କୁଳମଣି ପୃଷ୍ଟି, ବୁଦ୍ଧି ନାୟକ, ନିରଞ୍ଜନ ସାହୁ, ଭାଗିରଥି…
Read Moreନୂଆଗାଁ ବ୍ଲକରେ ଯୋଗଦେଲେ ନୂତନ କନିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ୮ଜଣ ନୂତନ କନିଷ୍ଠ ଶିକ୍ଷକ ଯୋଗ ଦେଇଛନ୍ତି। ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ଯୋଗଦେଇ ନିଯୁକ୍ତି ପାଇଥିବା ନିଜ ବିଦ୍ୟାଳୟକୁ ଯାଇ ଯୋଗ ଦେଇଛନ୍ତି। ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚକାପଥର ପ୍ରାଥମିକ ବିଦ୍ୟାଳୟରେ ନୂତନ କନିଷ୍ଠ ଶିକ୍ଷକ ଅବିନାଶ ଜେନା, ହୀରଦେଇପୁର ପ୍ରାଥମିକ ବିଦ୍ୟାଳୟରେ ସତ୍ୟରଞ୍ଜନ ଦାଶ, ବଲଭଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ବିଭାବତି ରାଉତ, ବକଳ ବନ୍ଧ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପ୍ରଦୀପ କୁମାର ସେଠୀ, ଚଡ଼କ ମରା ପ୍ରାଥମିକ ବିଦ୍ୟାଳୟରେ ଆକାଶ କୁମାର ରାଉତ, ବନ୍ଧାଭୂଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିପ୍ରା ଶତପଥୀ, କିରିଆ ଲାଞ୍ଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋନାଲିସା ପ୍ରଧାନ, ଡିଏମ ନୋଡାଲ ବେରୁଆଁବାରୀ ବିଦ୍ୟାଳୟରେ ଭବାନୀ ଦାଶ ପ୍ରମୁଖ ଯୋଗ ଦେଇଛନ୍ତି।ନୂଆଗାଁ ବ୍ଲକରେ ୧୨ଜଣ ନୂତନ…
Read More