ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଥାନା ପୋଲିସକୁ ସଫଳତା। ଡକାୟତି ଉଦ୍ୟମ ପଣ୍ଡ, ୪ଗିରଫ, ୫ଫେରାର। କୈାଣସି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତି ୯ଟା ସମୟରେ ଏସ୍ଆଇ ଗୋପବନ୍ଧୁ ମଲ୍ଲିକଙ୍କ ନେତୃତ୍ବରେ ଇଟାମାଟି ପୋଲିସ ସଂଙ୍ଖେଇ ହାଇସ୍କୁଲ ପଛପଟେ ଚଢାଉ କରିଥିଲା । ସଂଙ୍ଖେଇ ଓ ନୋତର ଅଞ୍ଚଳର ବିଭିନ୍ନ ଘରେ ଡ଼କାୟତି ଯୋଜନା କରୁଥିବା ୯ଜଣଙ୍କ ମଧ୍ୟରୁ ୪ଜଣ ଗିରଫ ହୋଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ପାଞ୍ଚଜଣ ଫେରାର ହୋଇଯାଇଥିଲେ। ଗିରଫ ଡକାୟତମାନେ ହେଲେ ଡମସାହିର ଭାସ୍କର ରେଡ୍ଡୀ, କୁହୁଡିର ପ୍ରଦିପ ସିକାରୀ, ଛଣଗିରିର ଟୁକୁନା ରେଡ୍ଡୀ ଓ ଖଜୁରିପଡାର ମୁକ୍ତାର ଅଲ୍ଲୀ ସାହା । ଫେରାର ଡକାୟତମାନେ ହେଲେ ଏବଂ ପଳାତକ ଲୋକମାନେ ଥିଲେ ନିରାକାରପୁର ର ରାଜୁ ପ୍ରଧାନ ସାନଖୁଣ୍ଟୁଣି ର ସ୍ବାଧିନ ପ୍ରଧାନ, ଛଣଗିରି ର ମାନସ ରେଡ୍ଡୀ, କପିଳେଶ୍ବରର ଚଗଲା ପ୍ରଧାନ ଏବଂ ବାଞ୍ଛାନିଧିପୁରର ବାସୁ ପ୍ରଧାନ। ଗିରଫ ଡକାୟତମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ଗୁଳି, ଭୁଜାଲି ଓ ଲଙ୍କା ପାଉଡର ଜବତ ହୋଇଛି । ପ୍ରାଥମିକ ତଦନ୍ତରୁ ଏମାନେ ନୁଆ ଘଡୁଆଳ ଓ ଦେବୋତ୍ତର କଲୋନୀର ବିଭିନ୍ନ ସ୍ଥାନରେ ହୋଇଥିବା ଡ଼କାୟତିରେ ସାମିଲ ଥିବା ଜଣାପଡିଛି।
ଇଟାମାଟି ପୋଲିସକୁ ବଡ଼ ସଫଳତା, ଡକାୟତି ଉଦ୍ୟମ ପଣ୍ଡ, ୪ଗିରଫ ୫ଫେରାର
