ନୟାଗଡ଼ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ନୟାଗଡ଼ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ୪୦ରୁ ଅଧିକ ଛାତ୍ର ଛାତ୍ରୀ ମାନେ  ଗୀତାର ଚତୁର୍ଥ ଅଧ୍ୟାୟକୁ ଆବୃତ୍ତି କରିଥିଲେ। ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ସଂଯୋଜକ ହରେକୃଷ୍ଣ ମୁଦୁଲି  ଯୋଗଦେଇ ପ୍ରଦୀପ ପ୍ରଜ୍ବଳନପୂର୍ବକ ଉଦ୍ଘାଟନ କରିଥିଲେ। ବିଚାରକ ଭାବେ ଅଧ୍ୟାପିକା ପ୍ରିୟଙ୍କା ପଣ୍ଡା,ନିକିତା ଦାସ, ଶିକ୍ଷୟିତ୍ରୀ ଲକ୍ଷ୍ମୀ ଚନ୍ଦନା ବିଶ୍ଵାଳ, ଦୀପ୍ତି ମୟୀ ଦଳେଇ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ,କେଦାର ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଗୀତାକୁ ନିୟମିତ ପାଠ କଲେ ଅନନ୍ୟ ଶାନ୍ତି ମିଳିବା  ସହିତ ବୌଦ୍ଧିକ ବିକାଶ ଘଟିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଆୟୋଜିତ ପ୍ରତିଯୋଗିତାରେ…

Read More

ସ୍ୱରଶ୍ରୀ ସମ୍ମାନ ପାଇଁ ଶ୍ରୀ ସୃଜନ ସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ଶ୍ରୀ ସୃଜନ’, ନୟାଗଡ଼ ପକ୍ଷରୁ ଏକ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୨୪ନଭେମ୍ବର ୨୦୨୪ରେ ସଙ୍ଗୀତ ପ୍ରତିଯୋଗିତା କରି ନୂତନ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ସହ ଲୋକ ଲୋଚନକୁ ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାଇ ପ୍ରତିଯୋଗିତାରେ କେବଳ ୧୩ ରୁ ୧୭ ବର୍ଷ ବୟସର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି କେବଳ ଶ୍ରୀ ସୃଜନ ୟୁଟ୍ୟୁବ୍ ଚାନେଲରେ ଉପଲବ୍ଧ ସଙ୍ଗୀତ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରୁ ଶ୍ରେଷ୍ଠ ୧୦ ଜଣଙ୍କୁ ମନୋନୀତ କରାଯାଇ ପୁନଶ୍ଚ ଚୂଡାନ୍ତ ପର୍ଯ୍ୟାୟରେ ପ୍ରଥମ,ଦ୍ବିତୀୟ ଓ ତୃତୀୟଙ୍କୁ ମନୋନୀତ କରାଯିବ। କେବଳ…

Read More

ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ବିଭିନ୍ନ ଶିକ୍ଷକ ସଂଗଠନ ଏବଂ ବ୍ଲକ ଶିକ୍ଷା କର୍ମଚାରୀଙ୍କ ମିଳିତ ସହଯୋଗରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦିପ୍ତିମୟୀ ଶୁଭଦର୍ଶିନୀ , ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ନାୟକ, ଧନେଶ୍ୱର ସେଠି ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ସୁରେଶ ସେଠି, ପିତେଇ ପ୍ରଧାନ,ସନ୍ତୋଷ ସାହୁ, ଅଶୋକ ମଲ୍ଲ,ଚିତ୍ତରଞ୍ଜନ ଦାଶ,ଉମେଶ ସ୍ୱାଇଁ, ରବୀନ୍ଦ୍ର କୁମାର ସାହୁ,ବୈଷ୍ଣବ ମହାନ୍ତି ତଥା ଶିକ୍ଷା କର୍ମଚାରୀ ମାନସ ସେଠି,ଶୋଭେଶ ଶୁକ୍ଲା,କିଶୋର ଭଞ୍ଜ, ବିଶ୍ୱନାଥ ସ୍ୱାଇଁ ପ୍ରମୁଖ ଯୋଗଦାନ…

Read More

ଚାନ୍ଦପୁର ବଜାରରେ ଥିବା ପଟ୍ଟନାୟକ Bar & Restuarantକୁ ସିଲ କଲା ଅବକାରୀ ବିଭାଗ

ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚାନ୍ଦପୁର ବଜାରରେ ଥିବା ପଟ୍ଟନାୟକ Bar & Restuarantକୁ ସିଲ କଲା ଅବକାରୀ ବିଭାଗର Flying squard Team. ସୂଚନା ଅନୁଯାୟୀ ଏହି ଠିପି ଖୋଲା ବିଦେଶୀ ମଦ ଦୋକାନଟି ଚମ୍ପାଗଡ ପଞ୍ଚାୟତ ଅନ୍ତର୍ଗତ ବେଣ୍ଟ ଗ୍ରାମର ଶାନ୍ତିଲତା ପଟ୍ଟନାୟକଙ୍କ ନାମରେ ଥିବାବେଳେ ସେହି ଦୋକାନକୁ ଚମ୍ପାଗଡ ଗ୍ରାମପଞ୍ଚାୟତର ସରପଞ୍ଚ ତଥା ବିଜେଡି ନେତା ପୀୟୂଷ ରଞ୍ଜନ ପରିଡ଼ା ଚଲାଉଥିଲେ । ଏହି ମଦଦୋକାନରେ ସରକାରଙ୍କ ନିୟମ ଅନୁଯାୟୀ ୧୮୦ମିଲିଗ୍ରାମର ମଦ ବିକ୍ରି ପାଇଁ ଅନୁମତି ନଥିଲେ ମଧ୍ୟ ସବିନା ଜଣେ ବିଜେଡ଼ିର ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା କାରଣରୁ ସେ ୧୮୦ml ର ମଦ ବିକ୍ରି କରି ଆସୁଥିଲେ ।ଆଜି ଅପରାହ୍ନ ୩ଟା ସମୟରେ ଅବକାରୀ ବିଭାଗର Cuttack Flying squard Team ଅତର୍କିତ ଭାବେ…

Read More

ନୂଆଗାଁ ବ୍ଲକରେ ୧୭୫ରୁ ୧୭୦ଜଣ ଛାତ୍ରଛାତ୍ରୀ ଦେଲେ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକରେ ତିନୋଟି ପରୀକ୍ଷା କେନ୍ଦ୍ରରେ ୧୭୫ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେବାକୁ ନାମ ପଞ୍ଜୀକୃତ କରିବାକୁ ଥିବାବେଳେ ୧୭୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ଜଣ ପରୀକ୍ଷା ଦେଇଥିବା ବେଳେ ୨ଜଣ ଅନୁପସ୍ଥିତ ଥିଲେ। ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡଝୋଲାରେ ୫୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ  ୫୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨ଜଣ ଅନୁପସ୍ଥିତ ଥିଲେ। ସେହିପରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହିପୁରରେ ୭୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଜଣେ ଅନୁପସ୍ଥିତ ଥିଲେ। ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶୁଭଶ୍ରୀ ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶରତ କୁମାର ସାହୁ, ବ୍ଲକ୍ ଶିକ୍ଷାଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଅତିରିକ୍ତ…

Read More

ଓଏଏସ ପାଇଥିବା ଚିନ୍ମୟୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଚିନ୍ମୟୀ ପାଣିଗ୍ରାହୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନୟାଗଡ଼ ଏନଏସି ହାଇସ୍କୁଲର ୨୦୦୯ ବ୍ୟାଚର ଛାତ୍ରୀ ଚିନ୍ମୟୀ ୭୯ତମ ସ୍ଥାନରେ ରହି ସଫଳତାର ସହିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ୨୦୦୯ ମସିହା ମାଟ୍ରିକ ପରୀକ୍ଷାରେ ସମଗ୍ର ଓଡ଼ିଶାରେ ୧୦ମ ସ୍ଥାନ ହାସଲ କରି ଚିନ୍ମୟୀ ବିଦ୍ୟାଳୟ ପାଇଁ ଗୌରବ ଆଣିଥିଲେ। ପିତା ଚିତ୍ତରଞ୍ଜନ ପାଣିଗ୍ରାହୀ ଏବଂ ମାତା ଝୁନୁ ଦେବୀ ଉଭୟେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ବେଳେ ଚିନ୍ମୟୀ ଏବେ କେନ୍ଦ୍ରୀୟ ବିଦ୍ୟାଳୟ-୨ ଭୁବନେଶ୍ୱରରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଚିନ୍ମୟୀଙ୍କ ଏହି ଅପୂର୍ଵ ସଫଳତାରେ ଏନଏସି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ, ବରିଷ୍ଠ ଶିକ୍ଷୟିତ୍ରୀ…

Read More

‘ସଙ୍ଗୀତଧାରା’  ଭକ୍ତିସଙ୍ଗୀତ ପ୍ରତିଯୋଗିତା

୧୬ଜଣ ସେମି ଫାଇନାଲକୁ ଉନ୍ନୀତ ନୟାଗଡ଼,: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଏନଏସି ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ଭକ୍ତି ସଙ୍ଗୀତ ପ୍ରତିଯୋଗିତାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଉପସ୍ଥିତ ଥିଲେ । ଏହି ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ରୁ ୨୪ବର୍ଷ ବୟସର ୩୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସତ୍ୟନାରାୟଣ ମହାପାତ୍ର , ରବୀନ୍ଦ୍ର କୁମାର ତ୍ରିପାଠୀ ଏବଂ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୧୬ ଜଣ କଣ୍ଠଶିଳ୍ପୀଙ୍କୁ…

Read More

ବ୍ଲକ ସ୍ତରୀୟ ଗୀତାଆବୃତ୍ତି ପ୍ରତିଯୋଗିତା ଆୟୋଜିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶା ଆନୁକୁଲ୍ୟରେ ଗୀତା ସୁଗୀତା କର୍ତବ୍ୟା କାର୍ଯକ୍ରମ ମାଧ୍ୟମରେ ଓଡ଼ଗାଁ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସରଣକୁଳଠାରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ତୃତୀୟ ଶ୍ରେଣୀ ଠାରୁ ସ୍ନାତକ ଡିଗ୍ରୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ  ଗୀତାର ଚତୁର୍ଥ ଅଧ୍ୟାୟର ଚାରୋଟି ବର୍ଗରେ ବିଭକ୍ତ ହୋଇ ଆବୃତ୍ତି କରିଥିଲେ। ଆୟୋଜିତ ଏହି ଉତ୍ସବରେ ଓଡ଼ଗାଁ ବ୍ଲକ ସଂଯୋଜକ  ଗୋବିନ୍ଦ ଚନ୍ଦ୍ର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନପୂର୍ବକ ଉଦ୍ଘାଟନ କରିବା ସହ ସଭାପତିତ୍ବ କରିଥିଲେ। ବିଚାରକ ଭାବେ ଶିକ୍ଷୟିତ୍ରୀ ଲକ୍ଷ୍ମୀ ଚନ୍ଦନା ବିଶ୍ଵାଳ , ଶିକ୍ଷାବିତ୍ କେଦାର ଚନ୍ଦ୍ର ନାୟକ, ଡ: ସନ୍ତୋଷ କୁମାର ସାହୁ , ହେମନ୍ତ କୁମାର ପ୍ରଧାନ ଓ ଆଚର୍ଯ୍ୟା  ପ୍ରମୁଖ ଯୋଗଦେଇ ଗୀତାକୁ…

Read More

ଫତେଗଡ଼ ରାମ ମନ୍ଦିର ଦର୍ଶନ କରି ଫେରିବା ବାଟରେ ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ, ୩ଯୁବକ ଅଟକ

ଭାପୁର, (ନୟାଗଡ଼ ଦର୍ପଣ): ଭାପୁର ଫତେଗଡ ଥାନା ଅଞ୍ଚଳରେ ଲଜ୍ଜ୍ୟା ଜନକ ଘଟଣା । ଜଙ୍ଗଲ ଭିତରେ ପ୍ରେମିକକୁ ମାଡମାରି ପ୍ରେମିକାକୁ ଗଣଦୁଷ୍କର୍ମ କରି ଭିଡିଓ ଭାଇରାଲ ମାମଲାରେ ତିନିଜଣ ଯୁବକ ଅଟକ ରହିଥିବା ସୂଚନା ରହିଛି । ସୂଚନା ଅନୁଯାୟୀ, ଗତ ରବିବାର (ଅକ୍ଟୋବର ୨୦) ଜଣେ ୨୧ ବର୍ଷିୟା ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ ଶ୍ରୀରାମ ମନ୍ଦିରକୁ ଆସିଥିଲେ। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ସାରି ସନ୍ଧ୍ୟା ସମୟରେ ବାଇକରେ ଫେରୁଥିଲେ । ଏହି ସମୟରେ ପିଠାଖାଇ ଜଙ୍ଗଲ ରାସ୍ତାରେ ତିନିଜଣ ଯୁବକ ପ୍ରେମୀ ଯୁଗଳଙ୍କୁ ଅଟକାଇଥିଲେ । ଛୁରୀ ଦେଖାଇ ଭୟଭୀତ କରି ପ୍ରେମୀଯୁଗଳଙ୍କୁ ଜଙ୍ଗଲ ଭିତରକୁ ନେଇ ପ୍ରବଳ ମାଡମାରି ପ୍ରେମିକକୁ ଗଛରେ ବାନ୍ଧି ଦେଇଥିଲେ। ଏହାପରେ ଯୁବତୀଙ୍କ ପୋଷାକ ଖୋଲି ମୋବାଇଲରେ ଭିଡିଓ ଉତ୍ତୋଳନ…

Read More

ଜେମାଦେଇପୁର ଶାସନରେ ୪୬ତମ ଗ୍ରାମ ଜୟନ୍ତୀ ଉତ୍ସବ-୨୦୨୪ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ); ନୟାଗଡ଼ ବ୍ଲକ ବିକାଶପୁର ପଞ୍ଚାୟତ ଅନ୍ତର୍ଗତ ଜେମାଦେଇପୁର ଶାସନରେ ୪୬ତମ ଗ୍ରାମ ଜୟନ୍ତୀ ଉତ୍ସବ-୨୦୨୪ ପାଳିତ ହୋଇଯାଇଛି। ଗ୍ରାମ ସଭାପତି ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର କଅଁର ଓ ସରପଞ୍ଚ ସଞ୍ଜୁବାଳା ବିଶ୍ଵାଳ ପ୍ରମୁଖ ଯୋଗଦେଇ ଗ୍ରାମ୍ୟ ଜୟନ୍ତୀର ଆବଶ୍ୟକତା, ବିଭିନ୍ନତା ମଧ୍ଯରେ ଗାଁ’କୁ ମନେପକାଇ ଗାଁରେ ଏକାଠି ହେବାର ଅଭିନବ ପ୍ରୟାସ ଆଉ କେଉଁଠାରେ ଦେଖ‌ିବାକୁ ମିଳିବନି ବୋଲି କହିଥିଲେ। ଗାଁର ଜନ୍ମ ଜୟନ୍ତୀ ପାଳନ କରିବା ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ ଏବଂ ଏଭଳି ଅନନ୍ୟ ପରମ୍ପରାକୁ ଅନ୍ୟମାନେ ଅନୁକରଣ କରିବେ ବୋଲି ଅତିଥିମାନେ କହିଥିଲେ। ଏ ଉତ୍ସବର ପ୍ରଥମ ଉଦ୍ୟୋକ୍ତା ମୁରଲୀଧର ଆଚାର୍ଯ୍ୟଙ୍କ…

Read More