ନୂଆଗାଁ,(ନପ୍ର): ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମିଳନୀ ଏବଂ ସାମ୍ବାଦିକ ଭବନର ଶୁଭ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ କଲେଜ ପରିସରରେ ବହୁଆଡମ୍ବରରେ ପ୍ରଥମ ବାର୍ଷିକ ସମ୍ମିଳନୀ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ ଦ୍ଵାରା ଅନୁଷ୍ଠିତ ହୋଇଛି । ସଂଘର ସଭାପତି ଶିବଦତ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସାମ୍ବାଦିକମାନଙ୍କ ଗୁରୁଦାୟିତ୍ବ ବର୍ଣ୍ଣନା କରିବା ସହ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ବନ୍ଧୁମାନଙ୍କ ଦାୟିତ୍ବ, କର୍ତ୍ତବ୍ୟବୋଧ ଏବଂ ଏଭଳି ଏକ କାର୍ଯ୍ୟକ୍ରମ କରି ଜିଲ୍ଲା ତଥା ରାଜ୍ୟ ସଭାପତିଙ୍କୁ ଆଣି ଏକତ୍ରିତ କରିପାରିବା ବାସ୍ତବିକ୍ ପ୍ରଶଂସନୀୟ ବୋଲି କହିଥିଲେ। ମୁଖ୍ୟ ବକ୍ତାଭାବେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର, ସମ୍ମାନୀତ ଅତିଥି ଭାବେ ନୟାଗଡ…
Read MoreCategory: ଅନ୍ୟାନ୍ୟ
ଆସନ୍ତାକାଲି ନୟାଗଡ଼ ଗସ୍ତରେ ଆସିବେ ଓଡିଶା ବିଧାନ ସଭା ଲାଇବ୍ରେରୀ କମିଟିର ୩୧ ବିଧାୟକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଗସ୍ତରେ ଆସୁଛନ୍ତି ୩୧ଜଣ ବିଧାୟକ। ଆସନ୍ତା କାଲି ଅର୍ଥାତ ୨୫ତାରିଖରେ ଓଡିଶା ବିଧାନ ସଭାର ଲାଇବ୍ରେରୀ କମିଟି ନୟାଗଡ଼ ଗସ୍ତରେ ଆସୁଥିବା ସୁଚନା ମିଳିଛି। ଲାଇବ୍ରେରୀ କମିଟିର ଅଧ୍ୟକ୍ଷ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ବରେ ଆସୁଥିବା ଜଣା ପଡିଛି । ଏହି ଗସ୍ତରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଡ. ନୃସିଂହ ଚରଣ ସାହୁ, ସୌମ୍ୟରଞ୍ଜନ ପଟ୍ଟନାୟକ, ଭୁପିନ୍ଦର ସିଂ, ବ୍ରଜ କିଶୋର ପ୍ରଧାନ, ମହିଧର ରଣା, ପ୍ରଶାନ୍ତ କୁମାର ଜଗଦେବ, ସିମାରାଣୀ ନାୟକ, ସୁକାନ୍ତ କୁମାର ନାୟକ, ଦେବେସ ଆଚାର୍ଯ୍ୟ, ଅଙ୍ଗଦ କଅଁର, ଅଶୋକ କୁମାର ବାଲ, ବିକ୍ରମ କୁମାର ପଣ୍ଡା, ମନୋହର ରାନ୍ଧାରୀ, ମୌସୁମୀ ବାଗ, ପ୍ରଦୀପ କୁମାର ଭିସାରୀ, ରମେଶ ଚନ୍ଦ୍ର ସାଇ,…
Read Moreଦଶପଲ୍ଲା ବିଧାୟକଙ୍କୁ ପୁଣି ଥରେ ଜିଲ୍ଲା ବିଜେଡ଼ି ସଭାପତି ଭାବେ ନିଯୁକ୍ତି କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ
ନୟାଗଡ଼,(ନୟାଗଡ଼ ଦର୍ପଣ): କାର୍ଯ୍ୟ ଦକ୍ଷତା , ଲୋକ ପ୍ରିୟତା ଏବଂ ଦୃଢ଼ ସଂଗଠକ ଦଶପଲ୍ଲା ବିଧାୟକ। କାର୍ଯ୍ୟ ଦକ୍ଷତା, ଲୋକ ପ୍ରୀୟତା, ଦୃଢ଼ ସଂଗଠନ କୁ ଦେଖି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ପୁଣି ଥରେ ବିଜେଡ଼ି ସୁପ୍ରିମୋ ପଟ୍ଟନାୟକ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଗତ ପଞ୍ଚାୟତ ନିର୍ବାଚନରେ ଦଶପଲ୍ଲା, ନୂଆଗାଁ ଏବଂ ଗଣିଆ ବ୍ଲକ୍ ଦଖଲ କରିଥିଲା ବିଜେଡ଼ି।ଅହରହ ପ୍ରଚେଷ୍ଟା ଜାରି ରଖି ଲୋକ ମାନଙ୍କ ପାଖରେ ପହଞ୍ଚି ସୁବିଧା, ଅସୁବିଧା ବୁଝିବା ସହ ସମାଧାନ କରିବା ଏବଂ ଅଞ୍ଚଳର ବିକାଶ ସର୍ବଦା ପ୍ରଚେଷ୍ଟା ଜାରି ରଖିବା ସହ ବିଜୁ ଜନତା ଦଳ କୁ ଅଧିକ ସୁଦୃଢ କରି ପାରିଛନ୍ତି ଦଶପଲ୍ଲା ବିଧାୟକ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ…
Read Moreଦଶପଲ୍ଲା ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ପରିସରରେ ‘ଆମ ପୁଲିସ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଦଶପଲ୍ଲା ଅଂଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ଦିନକୁ ଦିନ ଦଶପଲ୍ଲା ଅଂଚଳରେ, ଚୋରି, ରାହାଜାନୀ, ଛିନତାଇ, ନିଶା କାରବାର, ହତ୍ୟା, ମାର୍ ପିଟ୍ ଭଳି, ଅପରାଧିକ କାର୍ଯ୍ୟକଳାପ ଏବଂ ଚୋରା ଚାଲାଣ ବୃଦ୍ଧି ପାଉଥିବାରୁ ଏହା ଉପରେ ସଚେତନ ନାଗରିକ ମାନେ, ବିସ୍ତ୍ରୁତ ଆଲୋଚନା କରିଥିଲା। ବିଭିନ୍ନ କାର୍ଯ୍ୟରେ ପୁଲିସକୁ ଜନସାଧାରଣ ସହଯୋଗ କରିବା ପାଇଁ ପୋଲିସ ଅଧିକାରୀ ବସନ୍ତ କୁମାର ସାହୁ ନିବେଦନ କରିଥିଲେ । ଦଶପଲ୍ଲା ଭଳି ଏକ ଗୁରୁତ୍ବପୂର୍ଣ୍ଣ ଥାନା ଅଂଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସଠିକ୍ ଭାବରେ ପରିଚାଳିତ କରୁଥିବାରୁ ଥାନାଧିକାରୀ ବସନ୍ତ କୁମାର…
Read Moreଖଣ୍ଡପଡାରେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ଖଣ୍ଡପଡା,(ନୟାଗଡ଼ ଦର୍ପଣ): ଖଣ୍ଡପଡା ସହରର ଶୁଭ ମଣ୍ଡପ ପରିସରରେ ନୟାଗଡ଼ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ପ୍ରସନ୍ନ ଦାଶ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ବିଜେପି ନେତ୍ରୀ ସୁରମା ପାଢ଼ୀ, ଇରାନୀ ରାୟ, ପୂର୍ବତନ କନ୍ଧମାଳ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ମାନେ ଯୋଗଦେଇଥିଲେ। ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହ ଜନ ସମ୍ପର୍କ ଅଭିଯାନ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ ଯୋଜନା ସମ୍ପର୍କରେ, ଦେଶ ଓ ରାଜ୍ୟର ପ୍ରଗତି…
Read Moreଦାଶରଥି ସଂଗ୍ରହାଳୟ ପରିଦର୍ଶନ କରି ଅତ୍ୟନ୍ତ ଖୁସି ହେଲେ ନୟାଗଡ ଜିଲ୍ଲାପାଳ
ନୂଆଗାଁ,(ନୟାଗଡ଼ ଦର୍ପଣ): ଓଡିଶା ପାଠାଗାର ଆନ୍ଦୋଳନର ସ୍ରଷ୍ଟା, ଦଶ ପଇସାର ଅଜା ଦାସିଆ ଅଜାଙ୍କ ଦ୍ବାରା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଉଦୟପୁର ଠାରେ ପ୍ରତିଷ୍ଠିତ ବିଶ୍ବପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟକୁ ପରିଦର୍ଶନ କରି ଏବଂ ଦାସିଆ ଅଜାଙ୍କ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ଖୁବ୍ ଖୁସି ପ୍ରକଟ କରିଛନ୍ତି ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଏବଂ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ । ଦେଶ ବିଦେଶର ସହ ସହ ପୁରାତନ ବିରଳ କଳାକୃତି, ପ୍ରାଚୀନ ତାଳପତ୍ର ପୋଥି ଓ ଲକ୍ଷାଧିକ ପୁସ୍ତକ ସମ୍ଭାରକୁ ଦେଖି ବିସ୍ମୟ ହୋଇ ପଡ଼ିଥିଲେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ। ଦାସିଆ ଅଜାଙ୍କ ନାତି ତଥା ପାଠାଗାର ଆନ୍ଦୋଳନର ସମ୍ପାଦକ ଦୀପକ ପଟ୍ଟନାୟକ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପାଠାଗାର ସଂଗ୍ରହାଳୟରେ ସଂଗୃହିତ…
Read Moreସମ୍ପଡ଼ା ଚିନ୍ତାମଣି ବିଦ୍ୟାପୀଠରୁ ତାଲାଭାଙ୍ଗି ମନିଟର ନେଇ ଚାଲିଗଲେ ଦୁର୍ବୃତ୍ତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସମ୍ପଡା ଚିନ୍ତାମଣି ବିଦ୍ୟାପୀଠର କମ୍ପ୍ୟୁଟର ଲ୍ୟାବ ରୁମ୍ ତାଲାଭାଙ୍ଗି ମନିଟର ନେଇ ଚାଲିଯାଇଥିବା ଜଣା ପଡିଛି।ସୂଚନା ଅନୁଯାୟୀ ଗତକାଲି ରାତ୍ର ରେ ୨ ଜଣ ଦୁର୍ବୃତ୍ତ ମୁଁହରେ କପଡା ଲଗାଇ କମ୍ପ୍ୟୁଟର ଲ୍ୟାବ ରୁମ୍ ତାଲା ଭାଙ୍ଗି ସିସି ଟିଭି ଭାଙ୍ଗିବା ସହ ୨ଟି ମନିଟର ନେବା ସିସି ଟିଭି ଫୁଟେଜରେ କଏଦ ହୋଇଥବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ସାହୁ ସୂଚନା ଦେଇଛନ୍ତି।ଘଟଣାସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବିଦ୍ୟାଳୟରେ ଏଭଳି ଚୋରି ଘଟଣା କୁ ଜନସାଧାରଣ ନିନ୍ଦା କରିଛନ୍ତି।
Read Moreଦିବ୍ୟାଙ୍ଗଙ୍କ ଦ୍ବାରଦେଶରେ ପହଞ୍ଚିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଟିମ
ନୟାଗଡ,(ନୟାଗଡ଼ ଦର୍ପଣ): ଗ୍ରୀଷ୍ମର ପାଦୁର୍ଭାବରେ ରାଜ୍ୟର ସମସ୍ତ ଜନତା ଅସ୍ତବ୍ୟସ୍ତ ।ଯେତେବେଳେ ସାଧାରଣ ଜନତାଟିଏ ଅନେକ ଅସୁବିଧାର ସମୁଖୀନ ହୋଇଥାଏ, ସେତେବେଳେ ଦିବ୍ୟାଙ୍ଗଙ୍କ କଥା କହିଲେ ନସରେ । ଏହି ପରିପ୍ରେକ୍ଷୀରେ, ସେହି ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ରାଜ୍ୟ ଆଇନ ସେବା ପ୍ରାଧିକରଣର ଏକ ନିଆରା ପ୍ରୟାସ । ଏହି ପ୍ରୟାସକୁ ସଫଳ କରିବା ନିମନ୍ତେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଅଭିଯାନ ଆରମ୍ଭ କରି ସାରିଛନ୍ତି । ସୂଚନା ଅନୁସାରେ, ଚଳିତ ମାସ ଗତ ୨୨ରୁ ଆସନ୍ତା ୨୯ରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ତାଲୁକରେ ଏହି ଅଭିଯାନ ଜାରି ରହିବ । ପ୍ରାଧିକରଣ ଦିବ୍ୟାଙ୍ଗ ମାନଙ୍କ ଦ୍ବାରଦେଶରେ ପହଞ୍ଚି ତାଙ୍କର ସମସ୍ତ ସମସ୍ୟା, ସୁବିଧା- ଅସୁବିଧା ଏବଂ ଆବଶ୍ୟକତା ଆଦି ପଚାରି ବୁଝିବେ। ସେହି ସମସ୍ୟା ଗୁଡ଼ିକୁ ଉପଯୁକ୍ତ…
Read Moreଦୀର୍ଘ ଦୁଇ ବର୍ଷର ବିବାଦର ଅନ୍ତ, ଗ୍ରାମକୁ ଫେରିଲେ ଦଳିତ ପରିବାର
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ ଜାକେଡା ଗ୍ରାମର ଅନୁସୂଚିତ ଜାତି ଲୋକ ଓ ସାଧାରଣ ବର୍ଗର ଲୋକଙ୍କ ମଧ୍ୟରେ ଗ୍ରାମର କୋଠ ସମ୍ପତି, ମାଛ ଚାଷ, ଆମ୍ବତୋଟା ଓ କାଜୁଜଙ୍ଗଲକୁ ନେଇ ଅନୁସୂଚିତ ଜାତିର ୨୦ ଟି ପରିବାର ଓ ସାଧାରଣ ବର୍ଗର ଲୋକମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଗଣ୍ଡଗୋଳ ଆରମ୍ଭ ହୋଇ ଗାଁ ମନ୍ଦିରରେ ପ୍ରବେଶ କରାଇ ନ ଦେବା, କୋଠାଘର ନିର୍ମାଣ ଆଦି ଘଟଣାରୁ ଉଭୟ ଗୋଷ୍ଠି ମଧ୍ୟରେ ବିବାଦ ବିସ୍ଫୋରକ ରୂପ ଧାରଣ କରିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ହୋଇ ଦୁଇ ଜଣଙ୍କୁ ଅପହରଣ ଓ ଗଣ୍ଡଗୋଳ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରୁ ଉତ୍ତେଜନା ଆହୁରି ଅଧିକ ହୋଇଥିଲା ଫଳରେ ଅନୁସୂଚିତ ଜାତିର ୨୦ଟି ପରିବାରର ୮୦ ରୁ…
Read Moreନୂଆଗାଁରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର,
୭୧ଟି ଅଭିଯୋଗର ୧୯ଟି ତତ୍କାଳ ସମାଧାନ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବ ଗାନ୍ଧି ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପଇ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ନୂଆଗାଁ ବିଡ଼ିଓ ସଚ୍ଚିଦାନନ୍ଦ ମିଶ୍ର, ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହିତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ଅଭିଯୋଗ ପ୍ରକୋଷ୍ଟ ରେ ମୋଟ ୭୧ଟି ଆପତ୍ତି ଅଭିଯୋଗ ଆସିଥିଲା। ସେଥି ମଧ୍ୟରେ ୫୮ ଟି ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ୫ଟି ଅଭିଯୋଗ ଗ୍ରାମ୍ୟ ସମସ୍ୟା ଓ ୬ ଗୋଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଆଧାରିତ ଓ ୨ ଟି ରେଡକ୍ରସ…
Read More