ମଣିପୁର ଦଙ୍ଗା ଓ ମହିଳାଙ୍କୁ ଅମାନୁଷିକ ଅତ୍ୟାଚାର ବିରୁଦ୍ଧରେ ଦଶପଲ୍ଲା ବ୍ଲକ୍ ସମ୍ମୁଖରେ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମଣିପୁର ଦଙ୍ଗା ଓ ମହିଳାଙ୍କ ପ୍ରତି ଅମାନୁଷିକ ବିଭତ୍ସ ଅତ୍ୟାଚାର ବିରୁଦ୍ଧରେ ଦଶପଲ୍ଲା ବ୍ଲକ୍ ଅଫିସ୍ ସମ୍ମୁଖରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସିଆଇଟିୟୁ, ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କ୍ଷେତ ମଜଦୂର ୟୁନୀୟନ୍ ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଡରେଶନ ପକ୍ଷରୁ ଏକ ମିଳିତ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା । ଦଙ୍ଗା ନିୟନ୍ତ୍ରଣ କରିବାରେ ଉଭୟ କେନ୍ଦ୍ର ଓ ମଣିପୁରରେ ଥିବା ଭାରତୀୟ ଜନତା ପାର୍ଟି ସରକାର ର ବିଫଳତା ଫଳରେ ଶତାଧିକ ଲୋକ ଙ୍କ ହତ୍ୟା, ହଜାର ହଜାର ଗୃହଦାହ ତଥା ମହିଳାଙ୍କୁ ଅମାନୁସିକ ଭାବରେ ଧର୍ଷଣ ଓ ହତ୍ୟାକାଣ୍ଡ ମାନ ଘଟିଚଳିଛି। ଏଥିନିମନ୍ତେ ଦାୟୀ ଉଭୟ ସରକାରଙ୍କ ଇସ୍ଥଫା ଦାବି କରାଯାଇଥିଲା ଏବଂ ତୁରନ୍ତ ଶାନ୍ତିଫେରାଇ ଆଣିବାକୁ ନିବେଦନ କରାଯାଇଥିଲା। ଦଙ୍ଗା ପ୍ରପୀଡ଼ିତ ଜନଗଣଙ୍କ ପ୍ରତି ସଂହତି ଜ୍ଞାପନ…

Read More

ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଜି ମାଗଣା ପୋଷାକ ବଣ୍ଟନ କରାଯାଇଛି l ଅପରାହ୍ଣରେ ଆୟୋଜିତ ପୋଷାକ ବଣ୍ଟନ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ କମିଟିର ସଦସ୍ୟ ସନ୍ତୋଷ ସାହୁ, ଦାଶରଥି ବେହେରା, ଫକୀର ପରିଡ଼ା, ସୁମିତ୍ରା ସାହୁ ଓ ଅନିତା ଦାସଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ପିଲାଙ୍କୁ ପୋଷାକ ବଣ୍ଟନ କରିଥିଲେ l ଆଜିର କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ତଦାରଖ କରିଥିବା ବେଳେ ବରିଷ୍ଠ ସହକାରୀ ଶିକ୍ଷକ ଶେଖ ଅବଦୁଲ ଖାଲିକ, ସଲିମ ଇବ୍ରାହିମ, ସବିତା ପଟ୍ଟନାୟକ ଓ ମଗନମ ଜାହାଁ ପ୍ରମୁଖ ସହଯୋଗ କରିଥିଲେ l ନୂଆ ପୋଷାକ ପାଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଖୁସି…

Read More

କବି ଗୌରାଙ୍ଗ ପ୍ରଧାନଙ୍କ ୮ମ ଶ୍ରାଦ୍ଧ ବାର୍ଷିକୀ ସଭା ଅନୁଷ୍ଠିତ

ଶରଣକୁଳ,(ନୟାଗଡ଼ ଦର୍ପଣ): ପ୍ରତିବର୍ଷ ଭଳି ଚଳିତ ବର୍ଷ କବି, ସାହିତ୍ୟିକ, ସ୍ତମ୍ଭାକାର, ସାମ୍ବାଦିକ ତଥା ଜନପ୍ରିୟ ରାଜନେତା କବି ଗୌରାଙ୍ଗ ପ୍ରଧାନ(କନ୍ଦର୍ପ)ଙ୍କର ୮ମ ଶ୍ରାଦ୍ଧବାର୍ଷିକୀ ସଭା ଆଜି ଶରଣକୁଳ ନିକଟବର୍ତ୍ତୀ ବାଉଁଶିଆସ୍ଥ ଆଶ୍ରୟ ସମ୍ମିଳନୀ କକ୍ଷରେ କବି ଗୌରାଙ୍ଗ ପ୍ରଧାନ ସ୍ମୃତି ପରିଷଦ ଓ ଶରଣକୁଳ ସାହିତ୍ୟ ସଂସଦ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷକ ଭଗବାନ ମିଶ୍ର, ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର, ନାଟ୍ୟକାର ଡ. ବିଜୟ କୁମାର ଚୋୈଧୁରୀ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ଅବସର ପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଅବସର ପ୍ରାପ୍ତ ଶିକ୍ଷକ ତଥା କବି ଗୋଦାବରୀଶ ମିଶ୍ର, ଶିକ୍ଷକ ତଥା କବି ଶରତ ଚନ୍ଦ୍ର ଆଚାର୍ଯ୍ୟ ଅତିଥି ଭାବେ ଯୋଗଦାନ କରି କବିଙ୍କର ସ୍ମୃତି ଚାରଣ କରିଥିଲେ। ଏଥିରେ ଅଧ୍ୟାପକ ଭାବଗ୍ରାହୀ କରଙ୍କୁ କବି…

Read More

ନୟାଗଡ଼ ବୃଦ୍ଧାଶ୍ରମ ସମର୍ପଣ ଗୃହର ଅନ୍ତେବାସୀ ଅମରୀ ବେଓ୍ବାଙ୍କର ଦେହାନ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଯାହାର କେହି ନାହିଁ, ତା’ପାଇଁ ଈଶ୍ବର ଅଛନ୍ତି। ଦୀର୍ଘ ୨୦ ରୁ ୨୫ ବର୍ଷତଳେ ଇଟାମାଟି ଟାଙ୍ଗି ପୋଖରୀ ହୁଡାରେ ବାସ କରୁଥିବା ଅମରୀ ବେଓ୍ବାଙ୍କର ପରିବାର ବଜ୍ରପାତରେ ନିଶ୍ଚିହ୍ନ ହୋଇ ଯାଇଥିଲା। କେବଳ ବର୍ତ୍ତି ଯାଇଥିଲା ଅମରୀ ବେଓ୍ବା। ପରଘରେ ବାସନ ମାଜି ଚଳି ଯାଉଥିଲା ସେ। ଯେତେବେଳେ ବାର୍ଦ୍ଧକ୍ଯ ଜନିତ ପୀଡାରେ କାମ କରି ପାରିଲା ନାହିଁ। ସେତେବେଳେ ସମର୍ପଣ ବୃଦ୍ଧାଶ୍ରମ ହୋଇ ଗଲା ତାଙ୍କର ଆଶ୍ରୟସ୍ଥଳ। ଦୀର୍ଘ ୦୪ ବର୍ଷ ହେଲା ସେ ସମର୍ପଣରେ ରହିଆସୁଥିଲା। ପ୍ରବଳ ସ୍ବାଶ ରୋଗ ସହିତ କରୋନାରେ ଦୁଇ ଦୁଇ ଥର ଆକ୍ରାନ୍ତ ହୋଇ ଜୀବନ ଯୁଦ୍ଧରେ ବିଜୟ ଲାଭ କରି ଅମରୀ ନାଁ ର ସାର୍ଥକତା ପ୍ରତିପାଦନ କରିଥିଲେ। ୬ମାସ ତଳେ ହଠାତ୍ ଅସୁସ୍ଥ ହୋଇ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ।…

Read More

ରୋଟାରୀ କ୍ଳବ ନୟାଗଡ଼ ତରଫରୁ ଅନ୍ନପୂର୍ଣ୍ଣା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଘଡୁଆଳ ତପସ୍ୟା ଶିଶୁ ଗୃହ ରେ ରୋଟାରୀ କ୍ଳବ ନୟାଗଡ଼ ତରଫରୁ ଅନ୍ନପୂର୍ଣ୍ଣା ଦିବସ ପାଳନ ହୋଇ ଯାଇଛି। କ୍ଳବ ସଭାପତି ଅବଦୁଲ ଆରିଫ୍ ଖାଁନ୍ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ଗୃହର ଅନ୍ତେବାସୀ ବାଳିକା ମାନଙ୍କ ସହିତ ରୋଟାରିଆନ ମାନେ କିଛି ସମୟ ଅତିବାହିତ କରିଥିଲେ। ଶିଶୁ ମାନଙ୍କର ବିଦ୍ଯାଳୟ ଶିକ୍ଷା, ଚିତ୍ରାଙ୍କନ ଶିକ୍ଷା ,ନୈତିକ , ବୌଦ୍ଧିକ ଓ ଶାରିରୀକ ଶିକ୍ଷା ସହିତ ଦୈନନ୍ଦିନ କାର୍ଯ୍ଯକ୍ରମ ବିଷୟରେ ଆଲୋଚନା କରିଥିଲେ। କ୍ଳବ ତରଫରୁ ଶିଶୁ ମାନଙ୍କ ପାଇଁ ମଧ୍ଯାହ୍ନ ଭୋଜନ ବ୍ଯବସ୍ଥା କରାଯାଇଥିଲା। ରୋଟାରୀ କ୍ଳବ ସଂପାଦକ ରୋଟାରିଆନ ଶ୍ରୀଧର ସାହୁ, ରୋଟାରିଆନ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରୋଟାରିଆନ ପ୍ରବୀର କୁମାର ପ୍ରୁଷ୍ଟି, ରୋଟାରିଆନ ଜି. ରଶ୍ମିରାଜ ଓ ରୋଟାରିଆନ ଅବିନାଶ ସାହୁ କାର୍ଯ୍ଯକ୍ରମରେ ଉପସ୍ଥିତ…

Read More

ଜିତୁ ପ୍ରଧାନ ହେଲେ ଓଡ଼ିଆ ବିଭାଗରେ ରାଜ୍ୟ ଟପ୍ପର

ଶରଣକୁଳ,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର କାଯ୍ୟର୍କ୍ରମରେ ନାମଲେଖାଇବା ପାଇଁ ଆୟୋଜିତ ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି-୨୦୨୩)ରେ ଓଡ଼ିଆ ବିଭାଗରେ ଶରଣକୁଳ ଥାନା ଅନ୍ତର୍ଗତ କୁଶାପାଣ୍ଡେରୀ ଗ୍ରାମର ଶରତ ପ୍ରଧାନଙ୍କ ପୁତ୍ର ଜିତୁ ପ୍ରଧାନ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଶ୍ରୀ ପ୍ରଧାନ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ଅନର୍ସ ବିଷୟ ନେଇ ଅଧ୍ୟୟନ କରୁଥିଲେ। ସେ ଓଡ଼ିଆ ବିଷୟରେ ସର୍ବାଧିକ ନମ୍ବର ଶତକଡ଼ା ୯୫.୭୬ ରଖି ଏହି ଅନନ୍ୟ ସଫଳତା ହାସଲ କରିଛନ୍ତି। ସେ କୁଷାପାଣ୍ଡେରୀ ଗ୍ରାମର ପିତା ଶରତ ପ୍ରଧାନ ଓ ମାତା ଝରି ପ୍ରଧାନଙ୍କ ପୁତ୍ର। ଶ୍ରୀମାନ ପ୍ରଧାନ ତାଙ୍କ ସଫଳତାର ଶ୍ରେୟ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ,…

Read More

ନୟାଗଡ଼ ଜିଲ୍ଲାର ସମସ୍ତ ଘରୋଇ ବିଦ୍ଯାଳୟ ବନ୍ଦ

ନୟାଗଡ଼,(ନୟାଗଡ଼ ଦର୍ପଣ): ସମଗ୍ର ଓଡିଶା ରାଜ୍ଯ ଘରୋଇ ବିଦ୍ୟାଳୟ ମହାସଂଘ ଡାକରାରେ ନୟାଗଡ଼ ଜିଲ୍ଲାର ସମସ୍ତ ଘରୋଇ ବିଦ୍ଯାଳୟ ଆଜି ବନ୍ଦ ରହିଛି। ଘରୋଇ ବିଦ୍ଯାଳୟ ପ୍ରତି ରାଜ୍ଯ ସରକାରଙ୍କର ବୈମାତୃକ ମନୋଭାବ, ମନମୁଖୀ କାର୍ଯ୍ୟକ୍ରମ ଓ ଘରୋଇ ବିଦ୍ଯାଳୟ ମାରଣ ନୀତି ବିରୁଦ୍ଧରେ ଅଲ ଓଡିଶା ପ୍ରାଇଭେଟ ସ୍କୁଲ ଆସୋସିଏସନ ତରଫରୁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ରାଜ୍ଯ ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଘରୋଇ ବିଦ୍ଯାଳୟର ୦୪ ଦଫା ସମ୍ବଳିତ ଏକ ଦାବିପତ୍ର ନେଇ ନୟାଗଡ଼ ଜିଲ୍ଲାର ଘରୋଇ ବିଦ୍ଯାଳୟ ମହାସଂଘର କାର୍ଯ୍ଯକର୍ତ୍ତା ମାନେ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ଦେବା ସହିତ ଭୁବନେଶ୍ୱର ଲୋୟର ପି ଏମ ଜି ରେ ଅନୁଷ୍ଠିତ ସାମୁହିକ ଧାରଣା ରେ ଭାଗ ନେଇଛନ୍ତି। ଚାରି ଦଫା ଦାବି ଗୁଡିକ ହେଲା……

Read More

ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବଗୋଷ୍ଠୀ ଚାହିଁଲେ ସେବା ଏକ ଆନ୍ଦୋଳନ ହୋଇପାରିବ। ସେବାକୁ ଓଲଟାଇଲେ ବାସେ, ଏଣୁ ଏହାର ମହକରେ ସମାଜ ସୁଧାରି ହେବ। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ଅନୁଷ୍ଠିତ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି । ଗତ ଜୁଲାଇ ୧ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୧୯ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ଥରୀୟ ଉତ୍ସବରେ ଜିଲ୍ଲାର ୨ ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର ଆଠୋଟି ବ୍ଲକ ପରିକ୍ରମା କରିଥିବା ବେଳେ ସେବା ଉତ୍ସବର ସ୍ବେଛାସେବୀ ମାନେ ଘର ଘର ବୁଲି ଅସହାୟ ଓ ଅଭାବ ଅନାଟନ ଭିତରେ…

Read More

ନୟାଗଡ଼ରେ ୫-ଟି ସଚିବ, ଦାବି ଦୋହରାଇଲା ବିକାଶ ମଞ୍ଚ

ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ତାଙ୍କର ପ୍ରତିନିଧି ଭାବେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସମସ୍ୟା ଜାଣିବା ଓ ସେ ସବୁର ସମାଧାନ ପାଇଁ ବାଟ ତିଆରି କରିବା ଲକ୍ଷ୍ୟରେ ଦୁଇଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି ଭି କାର୍ତିକେୟ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‌ଙ୍କ ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ଦାବି ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଛି ନୟାଗଡ଼ ବିକାଶ ମଞ୍ଚ। ଦୀର୍ଘ ଦିନ ଧରି ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ଅଳି କରି ଆସୁଥିବା ନୟାଗଡ଼ ବିକାଶ ମଞ୍ଚ ଆଜି ମେଲ୍‌ ଯୋଗେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ପୁଣିଥରେ ପୁରୁଣା ଦାବି ମନେ ପକାଇ ଦେଇଛନ୍ତି। ଜିଲ୍ଲା ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍‌ ଏହି ଦାବି…

Read More

ନୟାଗଡ଼ ଟାଉନ ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ ଦିଗବିଜୟ ବିଶ୍ୱାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଟାଉନ ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ ଯୁବ ପୋଲିସ ଅଧିକାରୀ ଦିଗବିଜୟ ବିଶ୍ୱାଳ। ଶ୍ରୀ ବିଶ୍ୱାଳ ଖୋର୍ଦ୍ଧା ଜିଲ୍ଲାରୁ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇଥିଲେ। ସେ ଟାଉନ ଥାନାରେ ଯୋଗ ଦେବାପରେ ତାଙ୍କୁ ଥାନାର ସମସ୍ତ କର୍ମଚାରୀମାନେ ସ୍ୱାଗତ ଜଣାଇଥିଲେ। ନୟାଗଡ଼ ଟାଉନ ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିବା ବେଳେ ନୂତନ ଆଇଆଇସିଙ୍କ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିବ। ସହରରେ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟାର ନିରାକରଣ, ନିଶା ଓ ମଦ ବେପାରକୁ ରୋକ ଲଗାଇବା, ଆଇନ ଶୃଙ୍ଖଳା ରକ୍ଷା ଆଦି କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନୂତନ ଆଇଆଇସି ଶ୍ରୀ ବିଶ୍ୱାଳ କହିଛନ୍ତି। ସୂଚନା ଥାଉକି, ଦିଗବିଜୟ ବିଶ୍ୱାଳ ଏହା ପୁର୍ବରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ ଏବଂ ନିଜର କାର୍ଯ୍ୟଦକ୍ଷତା…

Read More