ନୟାଗଡ଼,(ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମରେ ସାନ କାଲମାରି ପୋଖରୀ ପାଖରେ ଥିବା ଶ୍ମଶାନକୁ ଗ୍ରାମର କିଛି ଯୁବକ ମିଶି ଏହାକୁ ସଫେଇ କରିଛନ୍ତି l ନିଜେ ସମାଜସେବା କରିବା ସଙ୍ଗେ ସଙ୍ଗେ ଅସମ୍ଭବ କାମକୁ ସମ୍ଭବ କରିବା ପାଇଁ ଏହା ଭବିଷ୍ୟତର ଯୁବପିଢିଙ୍କୁ ମଧ୍ୟ ପ୍ରେରଣା ଯୋଗାଇବା ସହ ସମାଜକୁ ଏହା ଏକ ନିଆରା ବାର୍ତ୍ତା ଦେବ l ଏହି କାର୍ଯ୍ୟକ୍ରମ ରେ ଗ୍ରାମର ଯୁବ ସମାଜସେବୀ ଅନନ୍ତ ସାହୁ, ପ୍ରଶାନ୍ତ କୁମାର ସାହୁ, ମୁନା ବେହେରା, ଦେବାଶିଷ, ଶ୍ରଧେୟ, ପାଣୁ, ସୁମିତ, ଆଶିଷ, ପୂର୍ଣ୍ଣ, ବିଶ୍ୱଜିତ୍, ହାପୀ, ଗୁଡୁଙ୍କ ଦ୍ବାରା ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ଆଜିକାର ଯୁବପିଢି ଙ୍କ ଏହିଭଳି କାର୍ଯ୍ୟ ଦେଖି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା ମଧ୍ୟ କରାଯାଉଛିl
ଇଟାମାଟିର ଯୁବ ସମାଜସେବୀଙ୍କ ଦ୍ୱାରା ଗ୍ରାମ ଶ୍ମଶାନ ସଫେଇ
