ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ କାର୍ଯ୍ୟକ୍ରମ। ବରିଷ୍ଠ ରାଜନେତା ତଥା ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ରଚିତ ଜୀବନଧର୍ମୀ ପୁସ୍ତକ ପୀଡ଼ା ଓ ସୁଗମ ସଙ୍ଗୀତ ଶୀତୁଆ ସନ୍ଧ୍ୟାର ଲୋକାର୍ପଣ ହୋଇଯାଇଛି। ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ଶିକ୍ଷାବିତ୍ ତଥା ସାରସ୍ଵତ ସାଧକ ମନୋରଞ୍ଜନ ସାହୁ ଏବଂ ମହାନ ଚଇତି ନୃତ୍ୟ ଗୁରୁ ପଦ୍ମଶ୍ରୀ ଡଃ ଉତ୍ସବ ଚରଣ ଦାସ । ଚିରାଚରିତ ଭିଡ଼ରୁ ବାହାରି କିଛି ଭିନ୍ନ କରିବାର ଝୁଙ୍କ ଅରୁଣଙ୍କୁ ଏକ ନିଆରା ପରିଚୟ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମର ସ୍ଵତନ୍ତ୍ରତା ହେଉଛି ଏହା ସନ୍ଧ୍ୟା ୬.୧୮ରୁ ଆରମ୍ଭ ହୋଇ ୭.୩୮ ରେ ସମାପନ ହୋଇଥିଲା ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋରଧରିଛି। ସବୁବେଳେ ସମୟାନୁବର୍ତ୍ତିତାର…
Read MoreCategory: ଅନ୍ୟାନ୍ୟ
ଉଦଯାପିତ ହେଲା କେ.ସି କ୍ଲବ୍ ଶତବାର୍ଷିକ ଉତ୍ସବ-୨୦୨୬
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାର ସର୍ଵ ପୁରାତନ ସ୍ବନାମଧନ୍ୟ କେ.ସି କ୍ଲବର ପାଞ୍ଚଦିନ ବ୍ୟାପି ଚାଲିଥିବା ଶତ ବାର୍ଷିକ ଉତ୍ସବ ଶୁକ୍ରବାର ମହାସମାରୋହରେ ଉଦଯାପିତ ହୋଇଯାଇଛ। ଉଦଯାପନୀ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସାମାଜିକ ବିକାଶର ହୃତପିଣ୍ଡ ହେଉଛି କ୍ଲବ। ଏହି ଅବସରରେ କେ.ସି କ୍ଲବ୍ ଦୀର୍ଘ ଶହେ ବର୍ଷ ଧରି ନୟାଗଡ଼ର ବିକାଶକୁ ରୁଦ୍ଧିମନ୍ତ କରିବାରେ ଅଗ୍ରଣୀ ଭୂମିକା ନେଇଥିବାରୁ ସେ ଏହାର ଭୂୟସୀ ପ୍ରଶଂସା କରିଥିଲେ ଏପରିକି କ୍ଲବ୍ ଆଉ ସାମାଜିକ ବିକାଶ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି କହିବା ଶହ କେ.ସି କ୍ଲବର୍ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଘୋଷଣା କରିଥିଲେ। ମୂଖ୍ୟବକ୍ତା ଭାବେ ଜିଲ୍ଲାପାଳ ମଧୁମିତା ରଥ କ୍ଲବର ଭାଇଚାରା ଅନ୍ୟମାନଙ୍କ…
Read Moreକେ.ସି କ୍ଲବ୍ ଶତବାର୍ଷିକ ଉତ୍ସବ ଦ୍ଵିତୀୟ ଦିନର କାର୍ଯ୍ୟକ୍ରମ
ନୟାଗଡ, (ନୟାଗଡ଼ ଦର୍ପଣ): କେ.ସି କ୍ଲବ୍ ଶତ ବାର୍ଷିକ ଉତ୍ସବ ଅବସରରେ ଦ୍ଵିତୀୟ ଦିନ କାର୍ଯକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ ଅରୁଣ କୁମାର ସାହୁ ଯୋଗଦେଇ କେ.ସି କ୍ଲବର ସାମାଜିକ ଉତ୍ତର ଦାୟିତ୍ଵ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ କ୍ଲବ୍ ସକରାତ୍ମକ ଚିନ୍ତାଧାରା ମାଧ୍ୟମରେ ଆହୁରି ଜନ କଲ୍ୟାଣ ଚେତନାରେ ପରିପୃଷ୍ଟ ହେଉ ବୋଲି ଆହ୍ବାନ ଦେଇଥିଲେ|ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଦଶପଲ୍ଲାର ବିଧାୟକ ରମେଶ ଚନ୍ଦ୍ର ବେହେରା ସାମାଜିକ ବିଫଳତା ସମାଜର କିଭଳି ଅଶେଷ କ୍ଷତି ସାଧନ କରେ ସେ ସମ୍ପର୍କରେ ଏକ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥଲେ|ଅନ୍ୟତମ ସମ୍ମାନୀତ ଅତିଥି ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହି ଠାରୁ କ୍ଲବ୍ ମାଧ୍ୟମରେ ନୟାଗଡ଼ର ନୂଆ ଇତିହାସ…
Read Moreଫେବୃୟାରୀ ୧୨ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ମିଳିତ ଟ୍ରେଡ ୟୁନିୟନ୍ ବୈଠକ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ୧୨ଫେବୃୟାରୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ମିଳିତ ଟ୍ରେଡ ୟୁନିୟନ୍ ଗୁଡ଼ିକର ନୟାଗଡ଼ ଜିଲ୍ଲା ସ୍ତରୀୟ କୋର୍ଡିନେସନ୍ ବୈଠକ କଷ୍ଟି ଡାକୁଆ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସିଆଇଟିୟୁର ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫେବୃଆରୀ ୧୨ ଧର୍ମଘଟକୁ ସଫଳ କରିବାକୁ ଫେବୃଆରୀ ପହିଲା ଦିନ ନୟାଗଡ଼ ଆର.ସି.ଏମ୍.ଏସ୍ ସଭାକକ୍ଷରେ କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ମିଳିତ ମଞ୍ଚ ପକ୍ଷରୁ ଏକ ଗଣକନଭେନସନ ସଂଗଠିତ କରିବାପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରି ଏହି ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବାକୁ ଏଆଇଟିୟୁସି ନେତା ଅମୀୟ ପଟ୍ଟନାୟକ, ଆଇଏନଟିୟୁସି ନେତା ରଣଜିତ ଦାଶ, ଏସୟୁସିଆଇ ନେତା କୃଷ୍ଣ ଚନ୍ଦ୍ର ମହାପାତ୍ର, ଶ୍ରମିକ ନେତା ବାସୁଦେବ ମହାନ୍ତି, ସିଟୁ ଜିଲ୍ଲା ଆବାହକ ଶରତଚନ୍ଦ୍ର ବେହେରା, ସଂପାଦକ…
Read Moreନୟାଗଡ଼ କପ୍: କଟକ ଚାମ୍ପିଅନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆ ଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଫାଇନାଲ ମ୍ୟାଚ। ୭୮୬ ୟୁଥ୍ କ୍ଳବ୍ ଆନୁକୂଲ୍ୟରେ ଦୀର୍ଘ ୮ ଦିନ ଧରି ଚାଲିଥିବା ଖେଳର ଆଜିର ଏହି ଫାଇନାଲ ଖେଳରେ ଭଞ୍ଜନଗର ଓ ମଙ୍ଗଳା କ୍ଳବ୍ କଟକ ପରସ୍ପରକୁ ଭେଟିଥିଲେ। ଆରମ୍ଭରୁ ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରହିଥିଲା। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ଡ. ଅରୁଣ କୁମାର ସାହୁ ଆଜି ଏଠାରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌରାଧ୍ୟକ୍ଷା ନିରୁପମା ଖଟେଇ, ଅଧ୍ୟକ୍ଷ ନୟାଗଡ଼ ବ୍ଲକ୍ କିଶୋର ଚନ୍ଦ୍ର ସାହୁ, ଅଧକ୍ଷ ନୂଆଗାଁ ବ୍ଲକ୍ ଶଙ୍କର୍ଷଣ ବେହେରା, ବେଣୁଧର ପ୍ରଧାନ ଭାପୁର ବ୍ଲକ୍…
Read Moreନୟାଗଡ଼ କପ୍ : ସେମି ଫାଇନାଲରେ କଟକର ମଙ୍ଗଳା କ୍ଳବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କପ୍ ଫୁଟବଲ୍ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୫ ମ ଦିନର ଖେଳରେ ଉତ୍କଳ ସ୍ପୋର୍ଟିଁ ଜଟଣୀ ଏବଂ ମଙ୍ଗଳା ଏଫ୍ ସି କଟକ ପରସ୍ପରକୁ ଭେଟିଥିଲେ। ଆରମ୍ଭରୁ କଟକ ଦଳ ଆକ୍ରମଣ ଆରମ୍ଭ କରିଥିଲା। ପ୍ରଥମାର୍ଦ୍ଧରେ କଟକ ଦଳର ୮ ନମ୍ବର ଜର୍ଶିରେ ଥିବା ଖେଳାଳି ପବିତ୍ର ପ୍ରଧାନ ଖେଳର ୬ ମିନିଟ୍ ସମୟରେ , ୩୩ ମିନିଟ୍ ସମୟରେ ଏବଂ ୭୦ମିନିଟ୍ ସମୟରେ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ଏବଂ ଶେଷ ମୁହୂର୍ତ୍ତରେ ପବିତ୍ର ଆଉ ଏକ ଗୋଲ୍ ଦେଇଥିଲେ। ସେହି କଟକ ଦଳର ୨୩ ନମ୍ବର ଜର୍ଶିର ଖେଳାଳି ସୁନିଲ ସୋରେନ ଆଉ ଏକ ଗୋଲ୍ ଦେଇଥିଲେ। ଆଜି ମଞ୍ଚରେ ବିଶିଷ୍ଟ ସମାଜସେବୀ ଇରାନୀ ରାୟ, ନୟାଗଡ଼ ବ୍ଲକ୍ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଚଳଚ୍ଚିତ୍ର ପ୍ରଯୋଜକ,…
Read Moreଚାରି ଗଡ଼ଜାତର ଗୌରବମୟ ଗାଥାକୁ ନେଇ ଯୁବ ଐତିହାସିକ ପ୍ରଶାନ୍ତ ଦାସଙ୍କ ଲିଖିତ “ନୟାଗଡ ଇତିହାସ” ପୁସ୍ତକ ଉନ୍ମୋଚିତ
ନୟାଗଡ, (ନୟାଗଡ଼ ଦର୍ପଣ): ଚାରି ଗଡ଼ଜାତର ଗୌରବମୟ ଗାଥାକୁ ନେଇ ଯୁବ ଐତିହାସିକ ପ୍ରଶାନ୍ତ ଦାସଙ୍କ ଲିଖିତ “ନୟାଗଡ଼ ଇତିହାସ” ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ନୟାଗଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା ସରସ୍ଵତୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟିକ ପ୍ରଦୀପ୍ତ ପଟ୍ଟନାୟକ, ଜିଲ୍ଲା ବାର ଆସୋସିଏସନର ସଭାପତି ରଣଜିତ୍ ଦାଶ, ନିର୍ମଳ ଚନ୍ଦ୍ର ଶୁରଦେଓ, କବି ଗୋଦାବରୀଶ ମିଶ୍ର, ସାହିତ୍ୟିକା ଅମ୍ବିକା ସ୍ୱାଇଁ, କାଉନସିଲର କିଶାନ ଦାସ ପ୍ରମୁଖ ଯୋଗଦେଇ ନୟାଗଡ ଇତିହାସ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ପୁସ୍ତକଟି ସମ୍ପର୍କରେ ସାମ୍ୱାଦିକ ଶ୍ରୀଯୁକ୍ତ ରଥ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ବହିଟିର ଆମୂଳଚୁଳ ସମୀକ୍ଷା କରିଥିଲେ ପ୍ରଦୀପ୍ତ ପଟ୍ଟାୟକ। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍…
Read Moreଦ୍ଵିତୀୟ ଦିନରେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ -୨୦୨୬: ୨-୧ ଗୋଲରେ କେରଳ ବିଜୟୀ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଖେଳ ପଡ଼ିଆରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ-୨୦୨୬ର ଦ୍ବିତୀୟ ଦିବସରେ କେରଳ ୨-୧ ଗୋଲରେ ଗଣ୍ଡରପୁର ଭୁବନେଶ୍ୱର ଠାରୁ ବିଜୟୀ ହୋଇଛି। ଆଜିର ଏହି ଚିତ୍ତାକର୍ଷକ ଖେଳରେ କେରଳର ୧୦ ନଂ ଜର୍ଷିରେ ଖେଳୁଥିବା ଆଧିଥୀ କ୍ରିଷ୍ଣା ମ୍ୟାନ ଅଫ ମ୍ୟାଚ୍ ଘୋଷିତ ହୋଇ ପୁରସ୍କୃତ ହୋଇଥିଲେ। ସେହିଭଳି କେରଳର ୬୭ ନଂ ଜର୍ଷିରେ ଖେଳୁଥିବା ମୁବାର୍ଲ୍ସ ବେଷ୍ଟ ସ୍କୋରର ହୋଇଛନ୍ତି। ୭୮୬ କ୍ଲବ ସିନ୍ଦୁରିଆ, ମର୍ଣିଂ କ୍ଳବ୍, ଜିଲ୍ଲା ଆଥଲେଟିକ ଆସୋସିଏସନ୍ ନୟାଗଡ, ନୟାଗଡ କ୍ଳବର ମିଳିତ ସହଯୋଗରେ ଆଜିର ଏହି ଉଦ୍ଘାଟନୀ ମ୍ୟାଚରେ ଅତିଥିଭାବେ ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, କ୍ରୀଡାବିତ୍ ରାଜା ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଭୂତି ଭୂଷଣ ସାହୁ ଡିଆଇବି ଡିଏସପି ଡ ଦୀନେଶ ଚନ୍ଦ୍ର ନାୟକ ଯୋଗଦେଇ ଖେଳାଳୀମାନଙ୍କ…
Read Moreନୟାଗଡ଼ କପ୍ ଉଦଘାଟିତ: ୧-୦ ଗୋଲରେ ଭଞ୍ଜନଗର ବିଜୟୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ରଙ୍ଗାରଙ୍ଗ ପରିବେଶ ଏବଂ ଆକର୍ଷଣୀୟ ସୁସଜ୍ଜିତ ଖେଳପଡିଆ ମଧ୍ୟରେ ଆଜି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୬ ଉଦଘାଟିତ ହୋଇଯାଇଛି। ସମାଜସେବୀ ଇରାନୀ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତତୋଳନ କରି ଆଜିର ଏହି ଉଦଘାଟନୀ ମ୍ୟାଚକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ତହସିଲଦାର ରାଜେଶ୍ କେଶରୀ ସ୍ବାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ, ସମାଜସେବୀ ମମତାଜ ବେଗମ୍ ପ୍ରମୁଖ ଯୋଗଦେଇଥିଲେ। 786 ଆଥଲେଟିକ୍ ଆସୋସିଏସନ୍ ସଭାପତି ସେଖ ୟୁସୁବ, ସମ୍ପାଦକ ଅନୱର ଅଲ୍ଲୀ,…
Read Moreସାମ୍ବାଦିକ ଭବନ ପକ୍ଷରୁ ବନ୍ଧୁ ମିଳନ, ଯୋଗଦେଲେ ଜିଲ୍ଲାର ୧୪୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସାମ୍ବାଦିକ ଭବନ ପକ୍ଷରୁ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଣିପୋଇଲା ଚିନିକଳ ନିକଟରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ରୋଜିନା ଦାଶ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ନବବର୍ଷ ଅବସରରେ ପ୍ରତ୍ୟେକ ବର୍ଷ…
Read More