ମେଧାବୀ ଛାତ୍ରୀଙ୍କ ପାଠପଢା ଦାୟିତ୍ୱ ନେବ ରୋଟାରୀ କ୍ଳବ ନୟାଗଡ଼

ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ତରଫରୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇକୋନୋମିକ୍ସ ବିଭାଗର ଦ୍ବିତୀୟ ବର୍ଷର ମେଧାବୀ ଛାତ୍ରୀ ରଶ୍ମିତା ପରିଡ଼ାଙ୍କୁ ୧୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ରଶ୍ମିତାଙ୍କ ପାଠପଢ଼ାର ଦାୟିତ୍ଵ ରୋଟାରୀ କ୍ଲବ, ନୟାଗଡ଼ ନେବା ପାଇଁ ପ୍ରସ୍ତୁତ ଅଛି ବୋଲି ସଭାପତି ବସିରନ ବିବି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ରଶ୍ମିତାଙ୍କ ବାପାଙ୍କ ଦେହାନ୍ତ ପରେ ତାଙ୍କ ପାଠପଢ଼ା ଖର୍ଚ୍ଚ ପାଇଁ ଅସୁବିଧା ସୃଷ୍ଟି ହେଉଥିବା ଖବର ପାଇ ରୋଟାରୀ କ୍ଲବ ସହାୟତାର ହାତ ବଢ଼ାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ କଲେଜ ଅଧ୍ୟକ୍ଷ ବିପିନ ପଟ୍ଟନାୟକ, ଅଧ୍ୟାପକ ଦିଲ୍ଲୀପ ମିଶ୍ର, ଆଶୁତୋଷ ମିଶ୍ର, ରୋଟାରୀ କ୍ଲବ ଉପସଭାପତି ମଦନ ମୋହନ ମହାପାତ୍ର ଏବଂ ସଂପାଦକ ଅବିନାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରୋଟାରୀ କ୍ଲବ…

Read More

ଭାରତର ସର୍ବ ବୃହତ୍ ଦ୍ବିତୀୟ ଦୀର୍ଘତମ ଭାୟାଡକ୍ଟ ସେତୁ ଆମ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ

ନୟାଗଡ଼, (ନୟାଗଡ଼ ଦର୍ପଣ): ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜାମୁସାହି ଏବଂ କୁଲୁରୁକୁମ୍ପା ମଧ୍ୟରେ ଭାରତର ସର୍ବ ବୃହତ୍ ଦ୍ବିତୀୟ ଦୀର୍ଘତମ ଭାୟାଡକ୍ଟ ସେତୁ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ପୂର୍ବତଟ ରେଳପଥ ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରିତ ଶେଷ କରିବା ସହ ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ରେଳ ସଂଯୋଗ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଆସାମର ବୋଲିବିଲ୍ ସେତୁ ପରେ ଏହା ଦେଶର ଦ୍ଵିତୀୟ ଦୀର୍ଘତମ ସେତୁ, ଯାହାକି ଦଶପଲ୍ଲା ବ୍ଲକ୍‌ର ସୀମା ମଧ୍ୟରେ ଏହି ସେତୁ ନିର୍ମାଣ ଚାଲିଛି। ୩୦୧ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥ ମଧ୍ୟରେ ସେତୁର ଲମ୍ବ ୪.୭୭ କିମି ରହିଥିବା ବେଳେ ୧୮୨ଟି ସ୍ପାନ୍ ନିର୍ମାଣ ଚାଲିଛି। ଏହି…

Read More

ଭଏସ୍ ଅଫ୍ ନୟାଗଡ଼ ସିଜିନ-୬ ର ପ୍ରଥମ ପର୍ଯ୍ଯାୟ ଅଡିସନ୍

ସେମିଫାଇନାଲକୁ ଉନ୍ନୀତ ହେଲେ ୨୧ ଯୁବ କଣ୍ଠଶିଳ୍ପୀ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ -୬ର ପ୍ରଥମ ପର୍ଯ୍ଯାୟ ଅଡିସନ୍ ନୟାଗଡ଼ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ପାଞ୍ଚବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର ପ୍ରଥମ ପର୍ଯ୍ଯାୟ ଅଡିସନ୍ କାର୍ଯ୍ୟକ୍ରମକୁ ନୟାଗଡ଼ କ୍ଳବ ସଭାପତି ଅଶୋକ କୁମାର ନାୟକ ଓ ଭଏସ୍ ଅଫ୍ ନୟାଗଡ଼ କାର୍ଯ୍ୟକ୍ରମର ଚେୟାରମ୍ୟାନ ତଥା ସମାଜସେବୀ ମିହିର ରଂଜନ ନାୟକ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିବାବେଳେ ପ୍ରତିଯୋଗୀ ତଥା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ନୟାଗଡ଼ କ୍ଳବ ସଂପାଦକ ଶ୍ରୀଧର ସାହୁ। ଭଏସ୍ ଅଫ୍ ନୟାଗଡ଼ କମିଟିର ନିର୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ,…

Read More

ରୋଟାରୀ କ୍ଲବ୍ ର କୃତ୍ରିମ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମ “ସକ୍ଷମ” ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରି କ୍ଲବ ନୟାଗଡ ଓ ବ୍ରହ୍ମପୁର ଇଷ୍ଟ ମିଳିତ ଆନୁକୂଲ୍ୟରେ ଏବଂ ବିଜୁ ମହାବୀର ଫୂଟ ସେଣ୍ଟର ସହଯୋଗ କ୍ରମେ ଓଡିଶା ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ  ଦ୍ୱାରା ପରିଚାଳିତ କୃତିମ ଅଙ୍ଗ ପ୍ରତିରୋପଣ, ଶ୍ରବଣ ବାଧିତ କର୍ଣ୍ଣଯନ୍ତ୍ର, ଦୃଷ୍ଟି ହୀନ ମାନଙ୍କ ପାଇଁ ଆଶାବାଡ଼ି ଇତ୍ୟାଦି ବହୁବିଧ ସେବା କାର୍ଯ୍ୟ  “ସକ୍ଷମ” କାର୍ଯ୍ୟକ୍ରମ ଉଦ୍ଘାଟିତ  ହୋଇଯାଉଛି l  ଓଡିଶାର ବିଭିନ୍ନ ପ୍ରାନ୍ତରୁ  ଆସିଥିବା ପ୍ରାୟ ଦୁଇ ଶହ ରୁ ଉର୍ଦ୍ଧ ଭିନ୍ନକ୍ଷମ ଏହି ସେବାପାଇଁ ଆଜି ପଞ୍ଜିକରଣ କରିଥିଲେ l  ସେବା ଶିବିରର ପ୍ରଥମ ଦିନରେ  ପନ୍ଦର ଜଣ ଦୃଷ୍ଟି ବାଧିତ ବ୍ୟକ୍ତି, ଶ୍ରବଣ ବାଧିତ ୯୭ଜଣ ବ୍ୟକ୍ତି,  ୨୮ ଜଣଙ୍କର କୃତିମ ଅଙ୍ଗ (ଗୋଡ଼, ହାତ )ପ୍ରତିରୋପଣ, ୧୮ ଜଣଙ୍କୁ ଆଶାବାଡି ପ୍ରଦାନ କରାଯାଇଥିଲା।…

Read More

ବଡ ଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ

ରଣପୁର,(ନୟାଗଡ଼ ଦର୍ପଣ): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ହୋଇଆସୁଥିବା ଜଗନ୍ନାଥ ମନ୍ଦିରରେ ମହାକାର୍ତ୍ତିକର ବଡଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦିବାରାତ୍ର ପ୍ରବଳ ମାତ୍ରାରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା। ଶ୍ରୀକ୍ଷେତ୍ରରେ ଷୋହଳ କଳା ବିଦ୍ୟମାନ ଥିବାବେଳେ ରଣପୁର ରେ ଏକକଳା ଥିବା ହେତୁ ଯେଉଁମାନେ ବଡ ଏକାଦଶୀରେ ଶ୍ରୀକ୍ଷେତ୍ରକୁ ଯାଇପାରୁନାହାନ୍ତି ସେମାନେ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ମହାପ୍ରଭୁଙ୍କ ଦର୍ଶନ କରି ସେହି ପୂଣ୍ୟ ଲାଭ କରୁଥିବାର କିମ୍ବଦନ୍ତୀ ରହିଥିବାରୁ ରବିବାର ଦିନତମାମ ରଣପୁର ଜଗନ୍ନାଥ ମନ୍ଦିରରେ ପ୍ରବଳ ମାତ୍ରାରେ ଭିଡ ଲାଗିଥିଲା। ସମଗ୍ର ରଣପୁର ଅଞ୍ଚଳ ସହ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନଙ୍କର ସମାଗମ ହୋଇଥିଲା। ଶନିବାର ରାତ୍ରରୁ ରବିବାର ଦିବାରାତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ହରେକୃଷ୍ଣ ହରେରାମ ନାମକୀର୍ତ୍ତନ ରେ ରଣପୁର ଅଞ୍ଚଳରେ ଏକ ଭାବମୟ ପରିବେଷ…

Read More

୫ଦିନ ବ୍ୟାପି ଚାଲିବ ନୟାଗଡ଼ ବୋଇତ ବନ୍ଦାଣ ଯାତ୍ରା ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳୀୟ ପରମ୍ପରା ତଥା ଐତିହାସିକ ବୋଇତ ବନ୍ଦାଣ ପ୍ରଥାର ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ପୁରୁଣା ସହରର ମା’ ଦକ୍ଷିଣକାଳୀଙ୍କ ଯାତ୍ରା ପଡ଼ିଆଠାରେ ଆସନ୍ତା ତା୦୫.୧୧.୨୦୨୪ରିଖ ଦିନ ସକାଳ ଘ୭.୩୦ମି. ସମୟରେ “ବୋଇତ ବନ୍ଦାଣ ଉତ୍ସବ” ପାଳନ କରାଯାଉଅଛି । ଉକ୍ତ ଉତ୍ସବକୁ ଲୋକାଭିମୁଖୀ କରିବା ପାଇଁ ଆସନ୍ତକାଲି ଅର୍ଥାତ ତା୦୧.୧୧.୨୦୨୫ରିଖ ଠାରୁ ତା୦୫. ୧୧. ୨୦୨୫ରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର, ପଲ୍ଲିଶ୍ରୀମେଳା ଓ ରାମ ଦୋଳିର ଆୟୋଜନ କରାଯାଇଅଛି । ୫ଦିନ ବ୍ୟାପି ହେବାକୁ ଥିବା ଏହି ଉତ୍ସବରେ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ଆସନର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି। ଏନେଇ ବୋଇତ ବନ୍ଦାଣ ଉତ୍ସବ କମିଟି ଜନସାଧାରଣଙ୍କ ଉପସ୍ଥିତି, ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି। କାର୍ଯ୍ୟସୂଚୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତା୦୧.୧୧.୨୦୨୫ରିଖ (ଶନିବାର) ସନ୍ଧ୍ୟା ୭ଟା ରେବୋଇତ ବନ୍ଦାଣ…

Read More

ଭାରୀଯାନ ଚଳାଚଳ ପାଇଁ ଜିଲ୍ଲାରେ କଟକଣା ଜାରିକଲେ ନୟାଗଡ଼ ଜିଲ୍ଲାପାଳ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାରେ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ଭାରୀ ମାଲବାହୀ ଯାନଗୁଡ଼ିକ ଦିନବେଳେ ଯାତାୟାତ କରୁଛନ୍ତି ଯାହା ନୟାଗଡ଼ ଜିଲ୍ଲାର ପଥଚାରୀ ଏବଂ ଯାତ୍ରୀମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ବିଶେଷକରି ବାଲି, ମୁରମ୍ ଏବଂ ପଥର ଖଣ୍ଡ/ଧାତୁ ବହନ କରୁଥିବା ଟିପର୍ ଭଳି ଯାନଗୁଡ଼ିକ ସାମଗ୍ରୀ ଉପରେ ତାରପୋଲିନ୍ ଘୋଡ଼ାଇ ନ ଥିବାରୁ ଏବଂ ଗାଡ଼ିର ବିଭିନ୍ନ ଫାଙ୍କ ଯୋଗୁଁ ଓଭର ଫ୍ଲୋ ହେଉଛି କିମ୍ବା ସେମାନଙ୍କ ଗାଡ଼ିରୁ ସାମଗ୍ରୀ ଲିକ୍ ହେଉଛି। ଏବଂ ଏହାଦ୍ୱାରା ଏପରି ସାମଗ୍ରୀ ଚଲା ରାସ୍ତା ଉପରେ ଏକ ସ୍ତର ତିଆରି କରୁଛି ଯାହା ୧୫ରୁ ୪୫ ବର୍ଷ ବୟସର ଗୋଷ୍ଠୀରେ ଦୁର୍ଘଟଣା ଏବଂ ପରବର୍ତ୍ତୀ ମୃତ୍ୟୁର ପ୍ରମୁଖ କାରଣ ପାଲଟୁଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଏବଂ ସେମାନଙ୍କ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ବିଶେଷ…

Read More

ନୟାଗଡ଼ ଜିଲ୍ଲାର ପୁରାତନ ଫଟୋଗ୍ରାଫରଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ପୁରାତନ  ଫଟୋଗ୍ରାଫରମାନଙ୍କୁ ନେଇ ନୟାଗଡ଼ ସ୍ଥିତ ଶୁଭମ୍ ଫାର୍ମ ହାଉସ  ମୁକ୍ତାପୁର ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମାନବ କିଶୋର ରାୟ(ମାନ) ସୋନି ଷ୍ଟୁଡିଓ ଓ ବିରେନ୍ଦ୍ର ନାଥ ଦାସ (ଟୁନୁ) ଅସ୍ତରାଗ ଷ୍ଟୁଡିଓ, ଉଭୟଙ୍କ ଉଦ୍ୟମରେ ଜିଲ୍ଲାର ସମସ୍ତ ପୁରୁଣା ଫଟୋଗ୍ରାଫର ବନ୍ଧୁ ମାନଙ୍କୁ ଏକାଠି କରି ବର୍ଷରେ ଗୋଟିଏ ଦିନ ଯେଉଁ ବରିଷ୍ଠ ଫଟୋ ଗ୍ରାଫରମାନେ ଇହଧାମ ତ୍ୟାଗ କଲେଣି ତାଙ୍କର ଆତ୍ମାର ଶାନ୍ତି ଓ ଆନନ୍ଦ ପାଇବା ପାଇଁ ପରସ୍ପର ବନ୍ଧୁମାନଙ୍କର ଭାବ ସ୍ନେହର ଆନନ୍ଦ ଉଠାଇବା ପାଇଁ ବନ୍ଧୁ ମାନେ ଏକାଠି ହୁଅନ୍ତି। ଏହି ବନ୍ଧୁ ମିଳନ ଅନ୍ତିମ ଗେଟଟୁଗେଦର ନାମକରଣ କରି ୨୦୨୪ ମସିହାରୁ ପାଳନ କରୁଛନ୍ତି । ତାଙ୍କର ଭାବାର୍ଥ ହେଲା ଆମର ଯେତେ ପର୍ଯ୍ୟନ୍ତ ଅନ୍ତ ହୋଇନାହିଁ ସେତେ…

Read More

ନୟାଗଡ଼ରେ ସାଇବର ସୁରକ୍ଷା ଅଭିଯାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିକାଶ କ୍ଷେତ୍ରରେ ଦେଶରେ ଦିନକୁ ଦିନ ସାଇନ୍ସ ଓ ଟେକ୍ନୋଲୋଜିର ଆବଶ୍ୟକତା ଯେତିକି ଗୁରୁତ୍ବ ବହନ କରୁନି ଅପରାଧିକ କାର୍ଯ୍ୟକଳାପରେ ଏହାକୁ ଅଧିକ ବ୍ୟବହାର କରାଯାଉଛି। ବିଶେଷକରି ନାନା ଉପାୟରେ ସାଇବର୍ କ୍ରାଇମ୍ ବୃଦ୍ଧି ପାଇ ଚାଲିଛି। ଡ଼ିଜିଟାଲ୍ ମାଧ୍ୟମ ଠାରୁ ଆରମ୍ଭ କରି ନିବେଶ ଓ ଟ୍ରେଡ଼ିଂ ଠକେଇ, ପାର୍ସଲ ଓ କଷ୍ଟମ୍ସ ଠକେଇ, ସେକ୍ସଟୋର୍ସନ ଫାନ୍ଦ, ନକଲି ଋଣ ବା ତତ୍କାଳ କ୍ରେଡ଼ିଟ୍ ଆପ୍, ନକଲି ପରିଚୟ ଏବଂ ଓଟିପି ଠକେଇ, ଚାକିରି ଓ ଘରୁ କାମ କରିବାର ଠକେଇ ସହ ଇ–କମର୍ସ ତଥା ଅଫର୍ ଠକେଇ ଭଳି ନାନା ଉପାୟ ଅବଲମ୍ବନ କରି ସାଇବର ଅପରାଧି ମାନେ ଠକେଇ କରୁଛନ୍ତି। ତେବେ ଏହି ସାଇବର ଅପରାଧିଙ୍କ ଠାରୁ ନିଜକୁ ଦୂରେଇ ରଖିବା ତଥା ତୃଣମୂଳ ସ୍ତରରେ ଏସମ୍ପର୍କରେ ସେଚତନତା କରିବା…

Read More

ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଯଥାକ୍ରମେ- ରଣପୁର ବ୍ଲକର ମଣିନାଗ ମନ୍ଦିର, ଭାପୁର ବ୍ଲକର ଫତେଗଡ଼ ସ୍ଥିତ ରାମ ମନ୍ଦିର, ଦଶପଲ୍ଲା ନିକଟସ୍ଥ କୁଆଁରିଆ ଡ୍ୟାମ, ଓଡ଼ଗାଁ ବ୍ଲକର ବରକନ୍ୟା ଝରଣା ଓ ଶିମିଳି ଝରଣା ଆଦି ଅଂଚଳକୁ ଆସନ୍ତା ୩୧.୧୦.୨୦୨୫ରିଖ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ନ ଯିବାକୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି।

Read More