ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ବିଚାରପଥର’ର ପାଠକୀୟ ଚର୍ଚ୍ଚା ଜୁଲାଇ୬ତାରିଖରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୟାଗଡ଼ର ନୀଳମାଧବ କଲ୍ୟାଣ ମଣ୍ଡପ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ସାହିତ୍ୟପ୍ରେମୀଙ୍କ ଗହଣରେ ଏହି ଆଲୋଚନାଚକ୍ରକୁ ଉଦଘାଟନ କରି ବିଶିଷ୍ଟ ସାରସ୍ଵତ ସାଧକ ତଥା ସ୍ଥାନୀୟ ବିଧାୟକ ଡଃ ଅରୁଣ କୁମାର ସାହୁ ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋଚନା ରଖିବା ସହିତ ବିଚାରପଥର ଉପନ୍ୟାସର ସଫଳ ପାଠକୀୟ ସ୍ଵୀକୃତି ଉପରେ ଆଲୋକପାତ କରିଥିଲେ। ହଜିଯାଉଥିବା ଶବ୍ଦମାନଙ୍କୁ ପ୍ରୟୋଗ କରି ଲୋକପ୍ରିୟ ସାହିତ୍ୟସୃଷ୍ଟିରେ ଶ୍ରୀ ମହାପାତ୍ର ଜଣେ ଧୂରୀଣ ସାରସ୍ଵତ ସାଧକ ବୋଲି ଡଃ ସାହୁ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟସ୍ରଷ୍ଟା ଶ୍ରୀ ନିରଞ୍ଜନ ସାହୁ ସମାଜର ବିବର୍ତ୍ତନରେ ରଚନାତ୍ମକ ସାହିତ୍ୟର ଭୂମିକା ଉପରେ…
Read MoreCategory: ଅନ୍ୟାନ୍ୟ
ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ପାଳନ ହେଲା ବନ ମହୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଓ ପ୍ରସନ୍ନ କୁମାର ବସନ୍ତିଆ ଙ୍କ ଫାର୍ମ ହାଉସ୍ ରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ବରେ ସମସ୍ତ ରୋଟାରୀ ସଦସ୍ଯ ମାନେ ଏକାଠି ହୋଇ ଗଛ ରୋପଣ କାର୍ଯ୍ୟ ରେ ସାମିଲ୍ ହୋଇଥିଲେ। ଲେମ୍ବୁ, ଅମୃତଭଣ୍ଡା, ଅଁଳା, ପିଜୁଳି, ଡାଳିମ୍ବ ଆଦି ଅନେକ ଫଳ ଗଛ ରୋପଣ କରାଯାଇ ଥିଲା। ରୋଟାରୀ କ୍ଳବ୍ ସଂପାଦକ ଅବିନାଶ ସାହୁ ଓ ମିଶନ ଗ୍ରୀନ୍ ର ଚେୟାରମ୍ୟାନ ମିହିର ରଂଜନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଗଛ ରୋପଣ କାର୍ଯ୍ୟକ୍ରମ ରେ ରୋଟାରିଆନ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରବୀର କୁମାର ପ୍ରୁଷ୍ଟି, ବାସୁଦେବ ସାହୁ, ପ୍ରସନ୍ନ କୁମାର…
Read Moreଜୁଲାଇ ୨୧ ରେ ନୂଆଗାଁ ବ୍ଲକରେ “ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ”ର ଅଡିସନ୍
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ “ସୃଜନିକା” ତରଫରୁ ବ୍ଲକ୍ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ର ନୂଆଗାଁ ବ୍ଲକ୍ ଅଡିସନ୍ ଆସନ୍ତା ଜୁଲାଇ ମାସ ୨୧ ତାରିଖ ରବିବାର ସକାଳ ୯ ଘଣ୍ଟା ସମୟରେ ସ୍ଥାନୀୟ ବିଜୁ ଭବନ ଠାରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସ୍ଥାନୀୟ ବିଜୁ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ୮ ବର୍ଷ ରୁ ୧୮ ବର୍ଷ ର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିପାରିବେ ଏବଂ ସେମାନେ ସମସ୍ତ ପ୍ରକାର ନୃତ୍ୟ ପରିବେଷଣ କରିପାରିବେ।ନୃତ୍ୟର ସମୟ ସୀମା ୩ ମିନିଟ୍ ରଖାଯାଇଛି। ନୟାଗଡ ଜିଲ୍ଲା ର ପିଲାମାନଙ୍କ ର ଏହି ନୃତ୍ୟ ପ୍ରତିଭା କୁ ଲୋକଲୋଚନକୁ ଆଣିବା ର ପ୍ରୟାସ ନେଇ ଏହି ପ୍ରତିଯୋଗିତା ର ଆୟୋଜନ…
Read Moreଶ୍ରୀରାମକୃଷ୍ଣ ଶିକ୍ଷାକେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଦୈନିକ ଖବର କାଗଜ ସମାଜ ତରଫରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଥିଲା ବେଳେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ,ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗଦେଇ ଥିଲେ। ନୟାଗଡ ସମାଜ ପ୍ରତିନିଧି ଶୁଭେନ୍ଦୁ କୁମାର ଦାସଙ୍କ ଉପସ୍ଥିତିରେ ସର୍ବପ୍ରଥମେ ସକାଳ ୮ଟା ସମୟରେ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି ତିଳତର୍ପଣ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ…
Read Moreକୃତଜ୍ଞତା ଜଣାଇଲେ ବିଧାୟକ ରମେଶ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ବିଜୁ ଭବନ ଠାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଜୟୀ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ବିଜୁ ଜନତା ଦଳ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।୪୪weww ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଦ୍ୱିତୀୟ ଥର ନିର୍ବାଚିତ କରିଥିବାରୁ ମୁଁ ଅପ ଆପଣ ମାନଙ୍କ ନିକଟରେ ଚିର କୃତଜ୍ଞ ବୋଲି କହିବା ସହ ବିଜେଡିକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବା, ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲ୍ଲା ବିଜେଡି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ବରିଷ୍ଠ ବିଜେଡି ସଂଗଠକ ଶଙ୍କର୍ଷଣ ବେହେରା, ୧୬ ନଂ ଜିଲ୍ଲା ପରିଷଦ ଜସ୍ମିନ ଦାସ, ୧୭…
Read Moreଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ତରଫରୁ ବନ ମହୋତ୍ସବ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପାଣିପଇଲା ନିକଟସ୍ଥ ମିଲେନିୟମ ଏକାଡେମୀ ପରିସରରେ ଭାରତ ବିକାଶ ପରିଷଦ ତରଫରୁ ବନ ମହୋତ୍ସବ ପାଳନ ହୋଇ ଯାଇଛି। ପରିଷଦର ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ମିଲେନିୟମ ଏକାଡେମୀ ପରିସରରେ ପ୍ରାୟ ୨୦୦ ଗଛ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ନିଜ ହାତରେ ଏକ ଲିମ୍ବ ଗଛ ଲଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ମିଲେନିୟମ ଏକାଡେମୀର ଚେୟାରମ୍ୟାନ ବସନ୍ତ କୁମାର ସାହୁ ସମେତ ସମସ୍ତ ଛାତ୍ରଛାତ୍ରୀ ମାନେ ଗୋଟିଏ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ପାଇଁ ସଂକଳ୍ପ କରିଥିଲେ। ଲିମ୍ବ, କରଞ୍ଜ, ଅଶୋକ, ଓଉ, ବଉଳ, ଜାମୁ, ମେହଗାନି, କାଠ ବାଦାମ, ପେସ୍ତା ଆଦି ୨୦୦ ଗଛ ରୋପଣ କରାଯାଇ ଥିଲା।ଏହି ବନ…
Read Moreଭାରୀଯାନ ଉପରେ ଲାଗିଲା ରୋକ, ସକାଳ ୭ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଚଳାଚଳ ନିଷିଦ୍ଧ
ନୟାଗଡ଼,(ନୟାଗଡ଼ ଦର୍ପଣ): ମୋଟର ଯାନ ଆଇନ ୧୯୮୮ (୫୯), ରୁଲ ୧୯୯୩(୧୭୩) ଅନୁସାରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ସମଗ୍ର ନୟାଗଡ଼ ଜିଲ୍ଲାରେ ମାଲ ପରିବହନ କରୁଥିବା ଭାରୀଯାନ ଯଥା- ଟିପର, ଟ୍ରକ୍ ଦ୍ୱାରା ବାଲି, ମୋରମ, ଗୁଣ୍ଡ ପଥର(ଚିପସ୍), ଖଣ୍ଡ ପଥର, ଇଟା ଇତ୍ୟାଦିର ପରିବହନ ସକାଳ ୭ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ମାଜଷ୍ଟ୍ରେଟ୍ ଶ୍ରୀମତୀ ସ୍ୱଧା ଦେବ ସିଂଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି । ଏହି ନିଷିଦ୍ଧାଦେଶକୁ ଦିବା ୧ଘଟିକା ଠାରୁ ୩ଘଟିକା ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହି ଆଦେଶ ଚଳିତ ମାସ ତା.୦୫.୦୭.୨୦୨୪ରିଖ ଠାରୁ ତା.୦୪.୦୮.୨୦୨୪ପର୍ଯ୍ୟନ୍ତ ବଳବତ୍ତର ରହିବ । ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାର ସମସ୍ତ ଟ୍ରକ୍ ମାଲିକ ସଂଘ ଓ ଟ୍ରକ ମାଲିକମାନଙ୍କୁ ଜିଲ୍ଲା ପ୍ରଶାସନ…
Read Moreଗଣିତ ଶିକ୍ଷକଙ୍କ କୌଶଳୀ କର୍ମଶାଳା ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଗଣିତ ଶିକ୍ଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ କୌଶଳୀ କର୍ମଶାଳା ସୋଲପଟାଉଚ୍ଚବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି। ଗତ ତିନି ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ୪୦ଜଣ ଗଣିତ ଶିକ୍ଷକ ପ୍ରଶିକ୍ଷଣ ନେଇଥିଲେ । ନନ୍ଦିଘୋର ବାଳିକା ଉଚ୍ଚଵିଦ୍ୟାଳୟର ଗଣିତ ଶିକ୍ଷକ ମାନସ କୁମାର ସାହୁ ଓ ରଘୁଦିବାକର ନୋଡାଲ ଉଚ୍ଚବିଦ୍ୟାଳୟ, କନ୍ଧନୟାଗଡର ଗଣିତ ଶିକ୍ଷକ କ୍ଷୀରୋଧ ଚନ୍ଦ୍ର ରାଉତରାୟ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି କର୍ମଶାଳାକୁ ସୋଲପଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର ଉଦଘାଟନ କରିଥିବା ବେଳେ ନୟାଗଡ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ପରିଦର୍ଶନରେ ଆସିଥିଲେ।
Read Moreନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ବନ ମହୋତ୍ସବ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମାନବ ସତ୍ୟତା ପ୍ରତି ଏକ ବଡ ଆହ୍ଵାନ । ବିଶ୍ବ ତାପନ ମାନବ ସମାଜ ପ୍ରତି ଘାତକ ହେବାକୁ ଯାଉଛି । ବୃକ୍ଷ ରୋପଣ ଏବଂ ସବୁଜତା- ମାନବ ସମାଜକୁ ରକ୍ଷା କରିପାରିବ । ଏହି ଆହ୍ବାନକୁ ନେଇ ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ପୃଷ୍ଠପୋଷକତାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ଜିଲ୍ଲା କୋର୍ଟ ପରିସରରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଅଛି । ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରିଜା ରାଏ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋସ୍କୋ ବିଚାରପତି ମାନସ କୁମାର ପଣ୍ଡା ,…
Read Moreସମର୍ପଣ ବୃଦ୍ଧାଶ୍ରମକୁ ଇ-ଅଟୋ ଦାନ କଲା ଭାରତୀୟ ଷ୍ଟେଟ୍ ବ୍ଯାଙ୍କ ନୟାଗଡ଼ ମୁଖ୍ଯ ଶାଖା
ନୟାଗଡ଼, (ନୟାଗଡ଼ ଦର୍ପଣ): ଅସହାୟ ନିଃସହାୟମାନଙ୍କ ପାଇଁ ସହାୟ ହେଉଛି ସମର୍ପଣ ବୃଦ୍ଧାଶ୍ରମ। ନୟାଗଡ଼ ନିକଟସ୍ଥ ଲେଖନପୁର ଠାରେ ଗଢି ଉଠିଥିବା ସମର୍ପଣ ବୃଦ୍ଧାଶ୍ରମରେ ରହୁଛନ୍ତି ୨୫ଜଣ ଅସହାୟ ବୃଦ୍ଧବୃଦ୍ଧା। ସେମାନଙ୍କୁ ଆଉ ଟିକିଏ ଅଧିକ ସହାୟତା ଦେବା ପାଇଁ ଭାରତୀୟ ଷ୍ଟେଟ୍ ବ୍ଯାଙ୍କ ନୟାଗଡ଼ ମୁଖ୍ଯ ଶାଖା ସହଯୋଗର ହାତ ବଢ଼ାଇ ସମର୍ପଣ ଅନ୍ତେବାସୀମାନେ ଡାକ୍ତରଖାନାକୁ ଯିବା ଆସିବା କରିବା ପାଇଁ ଗୋଟିଏ ଇ- ଅଟୋ ଦାନ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସମୟରେ ଷ୍ଟେଟ୍ ବ୍ଯାଙ୍କ ର ଏହି ସମର୍ପଣ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ସ୍ବାଧାଦେବ ସିଂହ , ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ ଓ ଷ୍ଟେଟ୍ ବ୍ଯାଙ୍କ ନୟାଗଡ଼ ମୁଖ୍ଯ ଶାଖାର ଚିଫ୍ ମ୍ଯାନେଜର ହୃଷିକେଶ ତ୍ରିପାଠୀଙ୍କ ସହିତ…
Read More