ନୟାଗଡ଼, (ନୟାଗଡ଼ ଦର୍ପଣ): ଜନ୍ମ ହେଉ ହେଉ ଓଟିରୁ ଗାଏବ ହୋଇଗଲା ଶିଶୁ । ୯ ମାସ ଗର୍ଭରେ ରଖିଥିବା ମା’ ନିଜ ଛୁଆକୁ ଥରେ ମାତ୍ର ଦେଖିଥିବା ବେଳେ ଆଉ ପାଉ ନାହିଁ। ଫଳରେ ମୁଣ୍ଡ ପିଟି କାନ୍ଦୁଥିବା ମା’ ନିଜ ଛୁଆକୁ ଫେରାଇ ଦେବାକୁ ଗୁହାରୀ କରୁଛି।ଆଜି ସକାଳେ ନୟାଗଡ଼ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାରେ ଘଟିଛି ଏଭଳି ଘଟଣା। ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧିସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଗତକାଲି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ତାଙ୍କୁ ଓଟିକୁ ନିଆଯାଇଥିଲା। ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଉକ୍ତ ସମୟରେ ସୁଧିସ୍ମିତାଙ୍କ ନିକଟରେ ପରିବାର ଲୋକେ କେହି ନ ଥିଲେ। କିଛି ସମୟ ପରେ ପରିବାର ଲୋକେ…
Read MoreCategory: ଅନ୍ୟାନ୍ୟ
ବ୍ୟଙ୍ଗକବି ଶ୍ରୀ ଚିତାକଟାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ହାସ୍ୟ ବ୍ୟଙ୍ଗ ସାହିତ୍ୟର ଧୂରୀଣ ବ୍ୟଙ୍ଗକାର ସ୍ବର୍ଗତ ସରୋଜ କୁମାର ମିଶ୍ର (ଶ୍ରୀ ଚିତାକଟା)ଙ୍କ ବିୟୋଗରେ ଗତକାଲି ନୟାଗଡ଼ସ୍ଥିତ ନୀଳମାଧବ କଲ୍ୟାଣ ମଣ୍ଡପର ଯଦୁମଣି ସଭାଗୃହରେ ବ୍ୟଙ୍ଗ କଲମର ସମ୍ପାଦକ ରବୀନ୍ଦ୍ର ରାଉତଙ୍କ ଆବାହକତ୍ୱରେ ନୟାଗଡ଼ର ଏଗାର ଗୋଟି ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଯଥା ବ୍ୟଙ୍ଗ କଲମ, ଜିଲ୍ଲା ଲେଖକ ପରିଷଦ, ପରମ୍ପରା, ତଥାସ୍ତୁ, ସେତୁବନ୍ଧ, ଆର୍ଟ ପଏଣ୍ଟ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ମା’ ଫାଉଣ୍ଡେସନ, ନାଟ୍ୟଧାରା, ଶ୍ରୀ ସୃଜନ, ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନଙ୍କ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାର ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସାମ୍ବାଦିକ ରାମକୃଷ୍ଣ ରଥ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସମ୍ମାନୀତ ଅତିଥିଭାବେ ନାଟ୍ୟକାର ବିଶ୍ୱନାଥ ମହାପାତ୍ର,…
Read Moreକେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ଓ କୃଷକଙ୍କ ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଡଦର୍ପଣ): କେନ୍ଦ୍ର ମୋଦୀ ସରକାରର ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ କୃଷକ ସଂଗଠନ ଗୁଡିକ ତରଫରୁ ଶ୍ରମିକ, କୃଷକ ଓ ଜନଗଣଙ୍କର ୨୧ ଦଫା ଦାବୀ କୁ ନେଇ ଦେଶ ବ୍ୟାପୀ ଆଜି ଚେତାବନୀ ସମାବେଶ ଡାକରା ଦିଆ ଯାଇଥିଲା ବେଳେ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କୃଷକ -ଶ୍ରମିକ ଙ୍କ ଚେତାବନୀ ବିକ୍ଷୋଭ ସଂଗଠିତ ହୋଇ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରାଯାଇଛି.। ଆଜି ଦିନ ୧୨ ଘଟିକା ସମୟରେ ନୟାଗଡ଼ PWD ବଙ୍ଗଳା ଠାରୁ ସତାଧିକ ଶ୍ରମିକ କୃଷକ ଙ୍କ ମିଳିତ ଶୋଭା ଯାତ୍ରା ବାହାରି ନୟାଗଡ ବଜାର ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଥୀ ବିଶ୍ୱନାଥ ମହାପାତ୍ର ଙ୍କ ସଭାପତିତ୍ୱରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା.।…
Read Moreଷ୍ଟାର ଅଫ୍ ନୟାଗଡ଼, ସେମିଫାଇନାଲ ରୁ ଫାଇନାଲକୁ ପ୍ରବେଶ କଲେ ୧୧ କଣ୍ଠଶିଳ୍ପୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରୀୟ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଷ୍ଟାର ଅଫ୍ ନୟାଗଡ଼ର ସେମିଫାଇନାଲ ସ୍ଥାନୀୟ ସତ୍ୟମ କମ୍ପ୍ୟୁଟର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ର ବିଭିନ୍ନ ବ୍ଲକରୁ ଚୟନ ହୋଇ ଆସିଥିବା ୨୦ଜଣ ପ୍ରତିଯୋଗୀଙ୍କୁ ନେଇ ସେମିଫାଇନାଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସେମିଫାଇନାଲରୁ ୧୧ଜଣ ପ୍ରତିଯୋଗୀ ଫାଇନାଲକୁ ପ୍ରବେଶ କରିଛନ୍ତି । ୧୧ଜଣ ଫାଇନାଲିଷ୍ଟ ହେଲେ ଇପ୍ସିତା ପ୍ରିୟଦର୍ଶିନୀ, ଶେଖ୍ ତୌଫିକ ଅଲ୍ଲୀ, ଲକ୍ଷ୍ମୀପ୍ରିୟା ନାୟକ, ଅମ୍ରିତା ରଥ, ଆଶୁତୋଷ ବେହେରା, ଜଗନ ବେହେରା, ମିଲନ କୁମାର ସ୍ବାଇଁ, ଶୁଭସ୍ମିତା ବେହେରା, ଲିପ୍ସା ରାଣୀ ପଣ୍ଡା, ଦିବ୍ୟାଶା ପ୍ରିୟଦର୍ଶିନୀ ଓ ବିଶ୍ବଜିତ ନାୟକ । ସେମିଫାଇନାଲରେ ବିଚାରକଭାବେ ବିଶିଷ୍ଟ ଭାଓଲିନ୍ ବାଦକ ପୁର୍ଣ୍ଣଚନ୍ଦ୍ର ଶତପଥୀ ଓ କଣ୍ଠଶିଳ୍ପୀ ଅନିତା ରାମ୍ ଯୋଗଦେଇଥିଲେ । ସୁଶାନ୍ତ ପାଇକରାୟ, ପ୍ରଦିପ ବରାଡ ଏବଂ କାଜଲ ଡାକୁଆ ପ୍ରମୂଖ…
Read Moreପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ସମ୍ମାନ ପାଇବା ପାଇଁ ଯଶସ୍ୱୀ ସାରସ୍ୱତ ସାଧକ ତଥା ସ୍ୱନାମଧନ୍ୟ ନାଟ୍ୟକାର ଏବଂ ନାଟ୍ୟ ନିର୍ଦ୍ଦେଶକ ପ୍ରଫେସର ରାମଚନ୍ଦ୍ର ମିଶ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ନୟାଗଡ଼ର ପ୍ରାକ୍ତନ ଡି.ଏଫ୍.ଓ ଏଚ୍.ଡି. ଧନରାଜଙ୍କୁ ‘ନୟାଗଡ଼ ବନ୍ଧୁ’ ସମ୍ମାନ, କବି ତିଳକ ଡ. ସୁରେଶ ଚନ୍ଦ୍ର ବରାଡଙ୍କୁ ‘ଦାସିଆ ଅଜା ସାହିତ୍ୟ ସମ୍ମାନ’, ବିଜ୍ଞାନସ୍ରଷ୍ଟା ଡ. ଗିରିଜା ଶଙ୍କର ମହାପାତ୍ରଙ୍କୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’, ସୁ-ସାହିତ୍ୟିକା ତଥା କବି ଡ. ସୁକାନ୍ତି ମହାନ୍ତିଙ୍କୁ ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’, ସ୍ୱନାମଧନ୍ୟ ଲବ୍ଧପ୍ରତିଷ୍ଠିତ ଆଇନ୍ଜୀବୀ ବୃନ୍ଦାବନ ପଣ୍ଡାଙ୍କୁ ‘ପଠାଣି ସାମନ୍ତ ଆଇନ୍ସେବା ରତ୍ନ ସମ୍ମାନ’, ସଙ୍ଗୀତ ଗୁରୁ ରଜନୀକାନ୍ତ ମହାପାତ୍ରଙ୍କୁ ‘ପଠାଣି ସାମନ୍ତ ସଂଗୀତ ପ୍ରତିଭା ସମ୍ମାନ, ସମାଜସେବୀ ସୁଶ୍ରୀ ଉଷା ପଟ୍ଟନାୟକଙ୍କୁ ‘ପଠାଣି ସାମନ୍ତ ସେବା ସମ୍ମାନ’,…
Read Moreଭଏସ୍ ଅଫ୍ ନୟାଗଡ଼ର ଜିଲ୍ଲାସ୍ତରୀୟ ସଂଗୀତ ପ୍ରତିଯୋଗିତା ଉଦଘାଟିତ
ସେମି ଫାଇନାଲକୁ ଉନ୍ନୀତ ହେଲେ ୨୪ ଯୁବ କଣ୍ଠଶିଳ୍ପୀ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ପ୍ରତିଯୋଗୀ ତଥା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଅବିନାଶ ସାହୁ। ନୟାଗଡ଼ କ୍ଲବର ସଭାପତି ଅଶୋକ କୁମାର ନାୟକ ସଦସ୍ୟ ଅରୁଣ କୁମାର ମହାନ୍ତି, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ଲକ୍ଷ୍ମୀ ନାରାୟଣ ରଥ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ୧୨ରୁ…
Read Moreନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, କୃଷି ମେଳା ଓ ପୁସ୍ତକ ମହୋତ୍ସବର ପ୍ରଥମ କୋର କମିଟି ବୈଠକ
ଡିସେମ୍ବର ୨୪ରୁ ୨୮ତାରିଖ ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, କୃଷି ମେଳା ଓ ପୁସ୍ତକ ମହୋତ୍ସବର ପ୍ରଥମ କୋର କମିଟି ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅପରାହ୍ନ ୩ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିରକ୍ତ ଜିଲ୍ଲାପାଳ ରୋଜିନା ଦାସ ମଂଚାସୀନ ପୁରୀ ସାଂସଦ ଡା. ସମ୍ବିତ୍ ପାତ୍ର, ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର…
Read Moreନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ରେଳ ଚଳାଚଳ ସହିତ ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚର ଗଣ ବିକ୍ଷୋଭ ଚେତାବନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ନୟାଗଡ଼କୁ ରେଳ ଚଳାଚଳ ଗତ ୨୦୧୭ରୁ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ରେଳସେବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଗତ ୨୦୧୭ ମସିହା ଜୁନ ୧୯ ତାରିଖରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପର ଅଂଶ ସ୍ୱରୂପ ନୟାଗଡ଼ ଟାଉନ ଷ୍ଟେସନ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଇତି ମଧ୍ୟରେ ଦୀର୍ଘ ୭ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ନୟାଗଡ଼ ଜିଲ୍ଲାବାସୀ ସର୍ବନିମ୍ନ ରେଳ ସୁବିଧା ପାଇ ପାରିଲେ ନାହିଁ । କେବଳ ଦଶପଲ୍ଲାରୁ ଭୁବନେଶ୍ୱର, ପୁରୀ ଏବଂ ଭଦ୍ରକ ମଧ୍ୟରେ ତିନୋଟି ଟ୍ରେନ ଚଳାଚଳ କରୁଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଏବଂ ରାଜ୍ୟ ବାହାରକୁ ଜିଲ୍ଲାରୁ କୌଣସି ଟ୍ରେନ ସୁବିଧା ନାହିଁ । ନୟାଗଡ଼ ଜିଲ୍ଲାରୁ ବ୍ୟବସାୟିକ କାର୍ଯ୍ୟ, ଉଚ୍ଚଶିକ୍ଷା, ପରିଭ୍ରମଣ ତଥା…
Read Moreଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ଇ ପତ୍ରିକା ଆନୁକୂଲ୍ୟରେ ୧୨. ୧୧.୨୦୨୪ରିଖ ସନ୍ଧ୍ୟା ୭ଟାରେ ଅନଲାଇନ ମାଧ୍ୟମରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ଜ଼ିଲ୍ଲାର ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ସର୍ବ ପ୍ରଥମେ ଡ଼ ସୁରେଶ ଚନ୍ଦ୍ର ବରାଡ଼ ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ଛାତ୍ରଛାତ୍ରୀଙ୍କ ଉଦେଶ୍ୟ ରେ ଉପସ୍ଥାପନା କରିଥିଲେ। ବିଚାରକ ମାନଙ୍କ ମୂଲ୍ୟାୟନ ଅନୁସାରେ ପୁରୀ ଜ଼ିଲ୍ଲାର ଶୁଭଶ୍ରୀ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କଟକ ଜ଼ିଲ୍ଲାର ଅମ୍ରିତା ଗୁରୁ ଦ୍ୱିତୀୟ ସ୍ଥାନ ଓ ନୟାଗଡ ଜ଼ିଲ୍ଲାର ସନ୍ଧ୍ୟାରାଣୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସମସ୍ତ ପ୍ରତିଯୋଗୀଙ୍କୁ ଓ ବିଚାରକ ମାନଙ୍କୁ ସ୍ୱାତୀଲଗ୍ନା ପରିବାର ତରଫରୁ ସୁଶାନ୍ତ ପାତ୍ର ଅଭିନନ୍ଦନ ଜଣାଇଛନ୍ତି।ସମସ୍ତ ସଫଳ ପ୍ରତିଯୋଗୀଙ୍କୁ flipkart ମାଧ୍ୟମରେ ଉପହାର…
Read Moreନୟାଗଡ଼ରେ ବିଶାଳ ଜନସମ୍ପର୍କ ପଦଯାତ୍ରା
ବିଜେଡି ଲୋକଙ୍କ ସ୍ୱର ହୋଇ କାମ କରିବ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ ଓ ପୈାର ପରିଷଦ ବିଜେଡି ଜନସମ୍ପର୍କ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଟାଉନଥାନାଠାରୁ ପଦଯାତ୍ରା ଆରମ୍ଭ ହୋଇ ଶାଳଭଞ୍ଜ ତୋଟାଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଶାଳ ଜନସମ୍ପର୍କ ପଦଯାତ୍ରାରେ ବୋଲଗଡ଼ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ,…
Read More