ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସରେ ୧୧ଜଣ ଏସ୍ଆଇରୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ନୟାଗଡ ଏସପି ଏସ ସୁଶ୍ରୀ। ନୟାଗଡ଼ ଜିଲ୍ଲାର କାର୍ଯ୍ୟରତ ୧୧ ଜଣ ଏସ୍ ଆଇ ଇନ୍ସପେକ୍ଟର ସ୍ତରକୁ ପଦୋନ୍ନତି ପାଇଛନ୍ତି। ଏହି ପଦୋନ୍ନତି ତାଲିକାରେ ଓଡ଼ିଶାରେ ୪୨୭ ଜଣ ଏସ୍ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ମିଳିଛି ।ଏହି ପଦୋନ୍ନତି ତାଲିକାରେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ୧୧ ଜଣ ଏସ୍ଆଇଙ୍କ ନାମ ରହିଛି। ନୟାଗଡ଼ ଜିଲ୍ଲା ଦର୍ପନାରାୟଣପୁର ଫାଣ୍ଡିରେ କାର୍ଯ୍ୟରତ ଏସ୍ଆଇ ଧର୍ମେନ୍ଦ୍ର ଶିଆଳ, ଚାନ୍ଦପୁର ଥାନାରେ କାର୍ଯ୍ୟରତ ଏସ୍ଆଇ ସଞ୍ଜୟ କୁମାର ପରିଡ଼ା, ରଣପୁର ଥାନାରେ କାର୍ଯ୍ୟରତ ଏସ୍ଆଇ ସ୍ନେହଲତା ପ୍ରଧାନ, ନୟାଗଡ଼ ଟାଉନ ଥାନାରେ କାର୍ଯ୍ୟରତ ଏସ୍ଆଇ ଶିବାରଞ୍ଜନ ସିଙ୍ଗା, ଏସଆଇ ସନ୍ତୋଷ କୁମାର ଦାଶ, ଚାନ୍ଦପୁର ଥାନାରେ କାର୍ଯ୍ୟରତ ଏସ୍ଆଇ ଶ୍ରଦ୍ଧା ନାୟକ,…
Read MoreCategory: ଅନ୍ୟାନ୍ୟ
ନୟାଗଡ଼ ଜିଲ୍ଲା ସ୍ତରୀୟ “ଭାରତକୁ ଜାଣ” ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତର ସମୃଦ୍ଧ ପ୍ରବୃଦ୍ଧ ବର୍ଗର ବ୍ୟକ୍ତିମାନଙ୍କୁ ଏକତ୍ରିତ କରି ସମାଜର ବଞ୍ଚିତ ବର୍ଗର ସେବା କରିବା ସାଙ୍ଗକୁ ଉତ୍ତର ପିଢ଼ିକୁ ସୁସଂସ୍କାରିତ କରି ଗଢିତୋଳିବା ସହିତ ଭାରତର ସର୍ବାଙ୍ଗୀନ ବିକାଶ କରି ଏକ ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ ଲକ୍ଷ୍ୟରେ କାର୍ଯ୍ୟକରୁଥିବା ରାଷ୍ଟ୍ରବାଦୀ ସଂଗଠନ ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ନୟାଗଡ଼ ଏନଏସି ହାଇସ୍କୁଲ ସଭାକକ୍ଷରେ ‘ଭାରତକୁ ଜାଣ’ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଶ୍ରବଣ କୁମାରର ପିତାମାତା ଭକ୍ତି, ବାଜି ରାଉତର ଦେଶଭକ୍ତି ,ବୀର ସଭରକରଙ୍କ ଦେଶପ୍ରେମ ଜାଗରଣ କରିବା ସହିତ ଭାରତର ଐତିହ୍ୟ ପରମ୍ପରା ସଂସ୍କୃତି ବିଷୟରେ ପରିଚିତ କରିବା ପାଇଁ ପ୍ରତିବର୍ଷ ଏହି ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଶାଖା ସ୍ତରରୁ ଆରମ୍ଭ ହୋଇ କେନ୍ଦ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥାଏ। ଆଜି…
Read Moreନାଟ୍ୟକାର ରାମଚନ୍ଦ୍ରଙ୍କର ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ନାଟ୍ୟଜଗତର ମୂର୍ଦ୍ଧନ୍ୟ କାଣ୍ଡାରି, ଯୋଗଜନ୍ମା ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୦୬ ତମ ଜନ୍ମଦିବସ ଅବସରରେ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ପରିସରରେ ଥିବା ନାଟ୍ୟରଥୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସାହିତ୍ୟିକ ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଟ୍ୟନିର୍ଦେଶକ ଭଗବତୀ ଚରଣ ପଟ୍ଟନାୟକ, ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ, ସିଭିଲ ସୋସାଇଟିର ପ୍ରମୁଖ ଗୋଦାବରୀଶ ସାହୁ, ପୂଜ୍ୟପୂଜା ସମିତିର ପ୍ରମୁଖ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଗଣମାଧ୍ୟମ ପ୍ରମୁଖ ରାମକୃଷ୍ଣ ରଥ, ଶ୍ରୀକାନ୍ତ ଖଟେଇ, ଶିକ୍ଷାବିତ ବିଜୟ କୁମାର ରଥ, ସୌଦାମିନୀ ସ୍ଵାଇଁ, ଡ. ନୀଳିମା ନନ୍ଦ, ନିରଞ୍ଜନ ମିଶ୍ର, ସମାଜସେବୀ ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ପୁଷ୍ପାଞ୍ଜଳି ପୂର୍ବକ ଯୁଗଜୟୀ ନାଟ୍ୟରଥୀଙ୍କ ନାଟକ ଭାଇ ଭାଉଜ, କିସ ପୁଣି ଦେଖା ନ ଯାଏ, ନରୋତ୍ତମ…
Read Moreପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ କହିଲେ ଇଂ ଦେବାଶିଷ ପଟ୍ଟନାୟକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ ହୋଇଥିବା ଅନ୍ୟ ଚାରିଜଣ ମହାପୁରୁଷ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ସୁବାସ ଚନ୍ଦ୍ର ବୋଷ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ଯ ମୁଖ୍ଯ ଅତିଥି ପୁଷ୍ପ ମାଲ୍ଯାର୍ପଣ କରିଥିଲେ। ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ମୁଖ୍ଯ ଅତିଥି ଆଲୋଚନା…
Read Moreଖଣ୍ଡପଡ଼ା ଏସଡିପିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ପରିସ୍ଥିତି ନସୁଧୁରିଲେ ହେବ ବଡ଼ ଜନ ଆନ୍ଦୋଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପ୍ରମୂଖ ବିଜେଡି ନେତାମାନେ ଆଜି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କୁ ସାକ୍ଷାତ କରି ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ସହିତ ପୁଲିସର ଏକପାଖିଆ ନୀତିକୁ ବିରୋଧ କରିଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବରିଷ୍ଠ ନେତ୍ରୀ ଇରାନୀ ରାୟ, ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ । ଖଣ୍ଡପଡ଼ା ପୁଲିସ ଉପଖଣ୍ଡରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ…
Read Moreପଥଚାରୀଙ୍କୁ ଲୁଟିଲା ବେଳେ ପୋଲିସ ହାତରେ ଧରା ପଡ଼ିଲା ଲୁଟେରା ରାଜା, ଖସିଗଲା ସହଯୋଗୀ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ବର୍ତ୍ତମାନ ସମୟରେ ରାତାରାତି କୋଟିପତି ହେବାର ନିଶା ଘାରିଛି ଯୁବପିଢ଼ିଙ୍କୁ। ସେଥିପାଇଁ କୌଣସି ବି କାର୍ଯ୍ୟ କରିବାକୁ ପଛଉ ନାହାଁନ୍ତି ଏହି ଯୁବକ ମାନେ। ୨୦ବର୍ଷରୁ ୩୫ବର୍ଷୀୟ ଯୁବକ ମାନେ ପାଦ ଥାପୁଛନ୍ତି ଅପରାଧ ଦୁନିଆରେ। ଦୈନିକ ଘଟୁଛି ଅଭାବନୀୟ ଘଟଣା। ଟେର ପାଉନଥିଲା ସ୍ଥାନୀୟ ପୋଲିସ। ପୋଲିସକୁ ମାସିକ ହାଟଗୁଂଜା ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଦଶପଲ୍ଲା ଥାନା ମଧ୍ଯଖଣ୍ଡ ଅଞ୍ଚଳର କିଛି ଯୁବକ। କନ୍ଧମାଳରୁ ବାଇକ୍ ଓ କାର୍ ଯୋଗେ ଆସୁଥିବା ଯାତ୍ରୀଙ୍କୁ ଗଞ୍ଜେଇ ମାଫିଆ ଭାବି ଲୁଟ୍ରାଜ୍ ଚଳାଇ ଆସିଥିବା ଗ୍ୟାଙ୍ଗକୁ ସାବାଡ଼ କରିବା ପାଇଁ ଆକ୍ସନ୍ ମୋଡ଼କୁ ଆସିଛି ଦଶପଲ୍ଲା ପୁଲିସ। ଏହି ଲୁଟେରାଙ୍କ ଦ୍ବାରା ସାଧାରଣ ଯାତ୍ରୀ ଲୁଟ୍ର ଶିକାର ହେଉଥିବା ବେଳେ ଆଜି ଜଣେ ଲୁଟେରାକୁ କାବୁ କରିଛି ଦଶପଲ୍ଲା ପୁଲିସ। ଗିରଫ…
Read Moreପ୍ରମୋଦ ଚନ୍ଦ୍ର ସାହୁଙ୍କ ସ୍ମୃତିଚାରଣ ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଶରଣକୁଳ ଗୁଡିଆ ସାହିର ବାସିନ୍ଦା ପ୍ରମୋଦ ଚନ୍ଦ୍ର ସାହୁ(୫୨) ସେପ୍ଟେମ୍ବର ୨୩ ତାରିଖ ମଙ୍ଗଳବାର ଦିନ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଏହି ଅବସରରେ ତାଙ୍କ ସହପାଠୀମାନଙ୍କ ତରଫରୁ ସ୍ଥାନୀୟ ଶରଣକୁଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ପ୍ରମୋଦ ଚନ୍ଦ୍ର ସାହୁଙ୍କ ଜୀବନଶୈଳୀ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ସହପାଠୀ ମାନେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ପ୍ରଥମେ ସମସ୍ତ ସହପାଠୀ ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସେ ୧୯୮୮ ମସିହାର ମାଟ୍ରିକ ବ୍ୟାଚ୍ ଛାତ୍ର ଥିଲେ। ସ୍ବର୍ଗତ ପ୍ରମୋଦ ଜଣେ ମିଷ୍ଟଭାଷୀ, ଦାୟିତ୍ବ ସମ୍ପନ୍ନ ଓ ଦରଦୀ ହୃଦୟର ବ୍ୟକ୍ତି ଥିଲେ। ସେ ନୟାଗଡ ଜିଲ୍ଲା…
Read Moreରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାବ୍ଦୀ ଉଦ୍ଘାଟନୀ ଉତ୍ସବ ସହ ନଗର ପରିକ୍ରମା
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍)ର ଶତବାର୍ଷିକୀ ଉତ୍ସବ ସ୍ଥାନୀୟ ନବୀନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେଇଯାଇଛି। ୧୯୨୫ ମସିହା ବିଜୟା ଦଶମୀ ତିଥିରେ ଡାକ୍ତର କେଶବ ବଳିରାମ ହେଡଗେୱାର ସଂଘ ପ୍ରତିଷ୍ଠା କରିଥିଲେ । ସଂଘ ଗଠନର ଲକ୍ଷ୍ୟ ହେଉଛି ଦେଶର ନାଗରିକଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା, ଅନୁଶାସନ, ସେବା ଓ ସାମାଜିକ ଦାୟିତ୍ୱକୁ ପ୍ରୋତ୍ସାହନ କରିବା। ଏହି ପରିପ୍ରେକ୍ଷୀରେ ନୟାଗଡରେ ୧୫୦ରୁ ଊର୍ଦ୍ଧ୍ବ ସ୍ଵୟଂସେବକ ପୂର୍ଣ୍ଣ ଗଣବେଶରେ ଖଣ୍ଡପଡ଼ା ରୋଡସ୍ଥିତ ହନୁମାନ ମନ୍ଦିରରୁ ବାହାରି ନବୀନ କଲ୍ୟାଣ ମଣ୍ଡପଠାରେ ପହଞ୍ଚିଥିଲେ। ମଞ୍ଚ ସମ୍ମୁଖରେ ସ୍ବୟଂସେବକଙ୍କ ଦ୍ବାରା ଶାରୀରିକ ପ୍ରଦର୍ଶନ, ବ୍ୟାୟାମ, ଦଣ୍ଡ ପ୍ରୟୋଗର ପ୍ରଦର୍ଶନୀ କରାଯାଇଥିଲା। ନଗର କାର୍ଯ୍ୟବାହ ନରସିଂହ ସାହୁ ମଞ୍ଚସ୍ଥ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ବାଲାରସେନ ପାତ୍ର ଉପସ୍ଥିତ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ପରିସରରେ ସହିଦ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସହିଦ୍ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ଯାଳୟ ପରିସରରେ ଥିବା ସହିଦ୍ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସମେତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନେ ପୁଷ୍ପ ମାଲ୍ୟାର୍ପଣ କରି ବିପ୍ଳବୀ କଷ୍ଟି ଡାକୁଆଙ୍କ ସ୍ମୃତିଚାରଣ କରିଥିଲେ। ବିଦ୍ଯାଳୟର ବରିଷ୍ଠ ସେବାବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଅବଗତ କରାଇଥିଲେ। ସହିଦ କଷ୍ଟି ଡାକୁଆ ଅମର ରହେ ସ୍ଲୋଗାନରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଥିଲା। ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ହୋଇଥିବାରୁ ଉପସ୍ଥିତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ମାନେ ବୟସ୍କ ବ୍ଯକ୍ତି ମାନଙ୍କୁ ସମ୍ମାନ କରିବା, ସେମାନଙ୍କର ଯତ୍ନ ନେବା ଓ ସେବା କରିବା ପାଇଁ ଶପଥ ପାଠ କରିଥିଲେ।…
Read Moreସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ଗୃହରେ ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ ହୋଇଯାଇଛି। ଏଇ ସପ୍ତାହବ୍ୟାପୀ ଆନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ ପାଳନ ହେବାକୁ ଥିବା ପରିପ୍ରେକ୍ଷୀରେ ସମର୍ପଣ ପରିଚାଳନା କମିଟିର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ମାଇଁ ଭାରତ କେନ୍ଦ୍ର, ନୟାଗଡ଼ ଆନୁକୁଲ୍ୟରେ ଏକତା ୟୁଥ୍ କ୍ଳବ୍ ନୟାଗଡ଼ ତରଫରୁ ସମର୍ପଣ ଗୃହରେ ଅନ୍ତେବାସୀ ମାନଙ୍କୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର ସଦସ୍ଯ ପ୍ରଦୀପ କୁମାର ପ୍ରୁଷ୍ଟି,ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ କୁମାର ପଟ୍ଟନାୟକ ଓ ମିହିର ରଂଜନ ନାୟକଙ୍କ ସମେତ ମାଇଁ ଭାରତ କେନ୍ଦ୍ର ନୟାଗଡ଼ର ସଦସ୍ଯ ଅନିଲ୍ କୁମାର ପ୍ରଧାନ ଓ ସୁକାନ୍ତି ପ୍ରଧାନ ସମର୍ପଣରେ ପହଞ୍ଚି ସମସ୍ତ ଅନ୍ତେବାସୀ ମାନଙ୍କୁ ଫୁଲ ଚନ୍ଦନ ଦେଇ…
Read More