ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଶରଣକୁଳ ଲଡୁବାବା ଶୈବପୀଠରେ ଶିବରାତ୍ରି ଉପଲକ୍ଷେ ଜୁନିଅର୍ ରେଡକ୍ରସ୍ ତରଫରୁ ପ୍ରାଥମିକ ଉପଚାର ସେବା ଏବଂ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନାରାୟଣ ହାଇସ୍କୁଲ ଶରଣକୁଳ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନୟାଗଡ଼ର ମିଳିତ ଆନୁକୁଲ୍ୟରେ ଏହା ଆୟୋଜିତ ହୋଇଥିଲା। ନାରାୟଣ ହାଇସ୍କୁଲର କାଉନସେଲର୍ ଦାମୋଦର ସାହୁ ଏବଂ ସମସ୍ତ ଜୁନିଅର୍ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ ଦାୟିତ୍ଵ ନିର୍ବାହ କରିଥିଲେ। ଡି.ପି.ଇ.ଓ. ଅନିଲ କୁମାର ଦାଶ, ଜେ.ଆର.ସି.ଓ ଘନଶ୍ୟାମ ରାଉତ ଏବଂ ପ୍ରଦ୍ୟୁମ୍ନ ନନ୍ଦ, ମାନସ ସାହୁ ଏବଂ ଅନ୍ୟାନ୍ୟ କାଉନସେଲରମାନଙ୍କ ସମୂର୍ଣ୍ଣ ସହଯୋଗରେ ଏହି ପ୍ରାଥମିକ ଉପଚାର ଏବଂ ଦହିପଣlବଣ୍ଟନ କାର୍ଯକ୍ରମ ସୁପରିଚଳିତ ହୋଇଥିଲା। ଏଥିରେ ଦେବରାଜ ସ୍ୱାଇଁ, ପରମାନନ୍ଦ ଦଳାଇ, ଗୋସ୍ୱାମୀ ଦାସ, ନିରଞ୍ଜନ ପ୍ରଧାନ, ରଞ୍ଜନ ନାୟକ ଏବଂ ଭଗବାନ ସାହୁ ଆଦି ଜୁନିଅର୍ ରେଡକ୍ରସ ସଦସ୍ୟମାନେ ସହଯୋଗ କରିଥିଲେ।
ଶିବରାତ୍ରିରେ ଜୁନିଅର୍ ରେଡକ୍ରସ୍ ପକ୍ଷରୁ ପ୍ରାଥମିକ ଉପଚାର ସେବା ଏବଂ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ
