ନୟାଗଡ଼ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ। ଆସନ୍ତା ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ସରକାରଙ୍କ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ମିଳିତ ଆନୁକୂଲ୍ୟରେ  ଅସ୍ମିତା ଦିବସ ପାଳନ କରାଯିବ। ଏନେଇ ଆଜି ନୟାଗଡ଼ ଜିଲ୍ଲା ପରିଷଦ ସଭା ଗୃହ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର,  ଆଇନଜୀବି ଚନ୍ଦ୍ର ବିଜୟୀ ମିଶ୍ର ଉପସ୍ଥିତ ଥିଲେ। ସମ୍ମିଳନୀକୁ ସେବା ଉତ୍ସବ କୋଷାଧକ୍ଷ ପରମେଶ୍ୱର ସାହୁ ସଂଯୋଜନା କରିଥିଲେ। ନୟାଗଡ଼ ଖେଳ ପଡିଆଠାରେ ଆସନ୍ତା ୮ ତାରିଖ ସକାଳ ୭ ଟା ସମୟରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୧୩ବର୍ଷ ଓ ୧୩ ବର୍ଷରୁ ଉର୍ଦ୍ଧ ବିଭିର୍ଣ୍ଣ ବର୍ଗର  ପ୍ରତିଯୋଗୀ ମାନେ ୧୦୦ମିଟର ଦୌଡ଼, ୨୦୦ମିଟର ଦୌଡ଼ ଓ ୪୦୦ ମିଟର ଦୌଡ଼ରେ ସାମିଲ ହୋଇପାରିବେ। ଏଥିପାଇଁ ଉଭୟ ଅନଲାଇନ ଓ ଅଫଲାଇନଯୋଗେ ପ୍ରତିଯୋଗୀମାନେ ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଛି।

Related posts