ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀମନ୍ଦିରକୁ ପ୍ରବେଶ କଟକଣା ପରେ ବର୍ତ୍ତମାନ ପୁରୀ ସ୍ଵର୍ଗଦ୍ଵାର ପାଇଁ କଟକଣା ଲାଗିଛି। ପୁରୀ ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାର ଲୋକଙ୍କୁ ସ୍ଵର୍ଗଦ୍ଵାରକୁ ଅନୁମତି ମିଳିବ ନାହିଁ। କୋଭିଡରେ ମୃତ୍ୟୁ ହୋଇଥିଲେ ସ୍ଵର୍ଗଦ୍ଵାରରେ ଦାହ ପାଇଁ ଅନୁମତି ମିଳିବ ନାହିଁ। ସ୍ଵର୍ଗଦ୍ଵାରରେ ଅନ୍ତିମ ସଂସ୍କାର କରିବାକୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ନେଗେଟିଭ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ୧୦ ତାରିଖରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
Read MoreCategory: ଅନ୍ୟାନ୍ୟ
ବ୍ଲକ ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଖେଳର ମଜାନେଲେ କ୍ରୀଡ଼ାପ୍ରେମୀରାଜସୁନାଖଳା,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହୁରୁ ଯୁବ କେନ୍ଦ୍ର, ନୟାଗଡ଼ ଏବଂ ମହୋତ୍ସବ କମିଟି, ରାଜସୁନାଖଳାର ମିଳିତ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ ବନ୍ଧୁତ୍ୱପୂର୍ଣ୍ଣ ଭଳିବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନକରି ମ୍ୟାଚକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଏନ.ୱାଇ.କେ.ଏସ.ର କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ଯୋଗଦାନ କରି କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥିଭାବେ ସମାଜସେବୀ ସବ୍ୟସାଚୀ ସେନାପତି, ଆଶିଷ ପ୍ରହରାଜ, ଶତ୍ରୁଘ୍ନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ମ୍ୟାଚରେ ସର୍ବମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ଫାଇନାଲ ମ୍ୟାଚରେ ଗୋଡ଼ିଆଳି କୁ…
Read Moreଆପଣ ଜାଣନ୍ତି କି ଗ୍ୟାସ୍ ସିଲିଣ୍ଡରରେ କାହିଁକି ଥାଏ ଏକ ସାଂକେତିକ ନମ୍ବର
ବର୍ତ୍ତମାନ ପ୍ରତ୍ୟେକ ଲୋକ ଘରେ ରୋଷେଇ ଗ୍ୟାସ୍ ବ୍ୟବହାର କରିବା ସାଧାରଣ ହୋଇଯାଇଛି। ଘରେ ଗ୍ୟାସ ସିଲିଣ୍ଡର ବି ସମସ୍ତଙ୍କର ଦୁଇଟିରୁ ଅଧିକ ଥାଏ ମଧ୍ୟ। ଆଉ ଏ ସିଲିଣ୍ଡର ଉପର ଭାଗରେ ଲେଖାଥିବା ଏକ ସଂଖ୍ୟାକୁ ଆପଣ ନିଶ୍ଚୟ ଦେଖିଥିବେ। ଏହି ସଂଖ୍ୟା ସମସ୍ତ ସିଲିଣ୍ଡର ଉପରେ ଲେଖା ଯାଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ସଂଖ୍ୟାଗୁଡ଼ିକର ଅର୍ଥ କ’ଣ ଏବଂ ସେଗୁଡ଼ିକ ସିଲିଣ୍ଡର ଉପରେ କାହିଁକି ଲେଖାଯାଏ। ତେବେ ଏହି ଗ୍ୟାସ୍ ସିଲିଣ୍ଡର ଉପରେ କାହିଁକି ଏହି ସଂକେତଗୁଡ଼ିକ ଲେଖାଯାଇଥାଏ ଆସନ୍ତୁ ଜାଣିନେବା। ମନେରଖନ୍ତୁ, ଆପଣଙ୍କ ସୁରକ୍ଷା ପାଇଁ ଏହି ସଂକେତ ଗୁଡ଼ିକ ସିଲିଣ୍ଡରରେ ପ୍ରିଣ୍ଟ୍ ହୋଇଥାଏ। ସାଧାରଣତଃ ଏହି ସଂକେତଗୁଡ଼ିକର ଆରମ୍ଭରେ A, B, C, D ଲେଖାଯାଇଥାଏ। ଏହି ଇଂରାଜୀ ଅକ୍ଷରଗୁଡ଼ିକର ୪ଟି ଗ୍ରୁପ୍ ରହିଛି। ଏହି ଅକ୍ଷରଗୁଡ଼ିକ ବର୍ଷର…
Read Moreଅନୁଷ୍ଠିତ ହେଲା ରାଜ୍ୟ କାର୍ଯ୍ୟକାରିଣୀ ର ଜନ କଲ୍ୟାଣ ସମାବେଶ।
ଯୋଗଦାନ କଲେ ରାଜ୍ୟର ପ୍ରମୁଖ ପାଞ୍ଚଟି ଜିଲ୍ଲାର କାର୍ଯ୍ୟକର୍ତ୍ତା ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ, ଓଡିଶା ରାଜ୍ୟ କାର୍ୟ୍ଯକାରିଣୀ ପକ୍ଷରୁ ଏକ ଜନକଲ୍ୟାଣ ସମାବେଶ ତାର ମୁଖ୍ୟାଳୟ ଜଟଣୀ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ପାଞ୍ଚଟି ଜିଲ୍ଲା ଯଥାକ୍ରମେ ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ ଏବଂ ନୟାଗଡ଼ର ଜିଲ୍ଲାର ଜିଲ୍ଲା ସ୍ତରୀୟ ସଭାପତି, ସମ୍ପାଦକ, ମୁଖପାତ୍ର ଏବଂ ପରିଚାଳକ ମାନେ ଯୋଗଦାନ କରିଥିଲେ। ରାଜ୍ୟ କାର୍ୟ୍ଯକାରିଣୀର ଅଧ୍ୟକ୍ଷ ପରମ ଶୈବ ଲଳିତ କୁମାର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସନାତନ ହିନ୍ଦୁ ଧର୍ମର ସୁରକ୍ଷା ସହ ଶୈବ ସମ୍ପ୍ରଦାୟର ଉନ୍ନତି ଏବଂ ଶୈବବିପ୍ର ମାନଙ୍କୁ କିପରି ସଂସ୍କାରିତ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ ସଂଗଠନ ପକ୍ଷରୁ ଆଗାମୀ ୨୦୨୨ ବର୍ଷରେ ବିଭିନ୍ନ ଜନ…
Read Moreଆଞ୍ଚଳିକ ସ୍ତରୀୟ ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ
ଶିଙ୍ଗ ବାଦ୍ୟରେ ଦୁଲୁକିଲା ମଞ୍ଚ ସମ୍ବଲପୁରୀ ଢାପ ନୃତ୍ୟରେ ଝୁମିଲେ ଦର୍ଶକ ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ପ୍ରାଚୁର୍ଯ୍ୟମୟ ପାରମ୍ପରିକ ଲୋକକଳା ଓ ସଂସ୍କୃତି ଆମର ପରିଚୟ। କେବଳ ମନୋରଞ୍ଜନର ମାଧ୍ୟମ ହିସାବରେ ନୁହେଁ ବରଂ ଲୋକକଳା ଆମ ସାମାଜିକ ଜୀବନ ସହ ଅଙ୍ଗାଙ୍ଗୀ ଭାବେ କାହିଁ କୋଉ ଅମଳରୁ ଜଡ଼ିତ। ଆମର ଅନନ୍ୟ ପର୍ବପର୍ବାଣୀ ସହ କୃଷି ଓ କୃଷକଙ୍କ ମହତ୍ତ୍ୱକୁ ମଧ୍ୟ ଅନେକ ଲୋକକଳା ନିଜ ଭିତରେ ଧାରଣ କରିଛନ୍ତି। ଲୋକକଳାକୁ ଆହୁରି ଅଧିକ ରୁଦ୍ଧିମନ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୧, ଏପ୍ରିଲ ୨୦୧୧ରେ ରାଜ୍ୟ ଲୋକକଳା ସଂଘର ଶୁଭାରମ୍ଭ ହୋଇଥିଲା। ଦୀର୍ଘ ଏକ ଦଶନ୍ଧି ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଏହି ସଂଘ ଲୋକକଳାର ପ୍ରଚାର ପ୍ରସାର ସହ ଏଥିସହ…
Read Moreଆଞ୍ଚଳିକ ସ୍ତରୀୟ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଆରାଧ୍ୟ ଦେବୀ ମା ଦକ୍ଷିଣକାଳୀଙ୍କ ପଡ଼ିଆରେ ଆଞ୍ଚଳିକ ସ୍ତରୀୟ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଡା. ପୋମା ଟୁଡୁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ ବାସୁଦେବ ବିଶୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Read Moreସୁଲେଇଙ୍କ ପାଇଁ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟିଲା “ଅନନ୍ୟା ଫାଉଣ୍ଡେସନ”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଘଡୁଆଳ ଗ୍ରାମର ସୁଲେଇ ପାତ୍ରଙ୍କ ପାଇଁ ପାଖାପାଖି ଦୁଇ ମାସ ସମୟ ହେବ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନିୟମିତ ନିୟନ୍ତ୍ରିତ ପୌଷ୍ଟିକ ଖାଦ୍ୟର ବନ୍ଦୋବସ୍ତ କରାଯାଉଛି। ଏବେ ଶୀତର ପ୍ରକୋପ ବଢ଼ି ଯାଇଥିବା ହେତୁ ସୁଲେଇ ପାତ୍ର ରହୁଥିବା ଘର ଶୀତୋପଯୋଗୀ ହୋଇ ନଥିବାରୁ ଚିନ୍ତାର ବିଷୟ ପାଲଟିଛି। ତେଣୁ ଆଜି ଅନନ୍ୟା ଫାଉଣ୍ଡେସନର ଏକ ପ୍ରତିନିଧି ଦଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟି ଏହାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଥାଉକି, ସୁଲେଇ ପାତ୍ରଙ୍କ ତିନି ପୁଅ ରୋଜଗାରକ୍ଷମ ହୋଇଥିବା ସତ୍ତ୍ୱେ କେହି ନିଜ ମା’କୁ ପଚାରୁ ନାହାନ୍ତି। ବୟସର ଅପରାହ୍ନରେ ନିଜେ ସୁଲେଇ ରୋଷେଇ କରି ଖାଇବା…
Read Moreପୁରୁଣା ସହରସ୍ଥିତ ଟାଉନ ହଲ ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ ପାଠାଗାର
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ପୌରାଞ୍ଚଳର ପୁରୁଣା ସହରସ୍ଥିତ ଟାଉନ ହଲ ନିକଟରେ ଅତ୍ୟାଧୁନିକ ପାଠାଗାର ନିର୍ମାଣ ହେବାକୁ ଯାଉଛି । ଏଥିରେ ମୋଟ ୩୪ ଲକ୍ଷ ଟଙ୍କା ପ୍ରାଥମିକ ଭାବେ ଖର୍ଚ୍ଚ କରାଯିବ । ଆଜି ରାଜ୍ୟ ସରକାରଙ୍କ ଯୋଜନା, ସମନ୍ୱୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହାର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗ ଦେଇଥିବା ବେଳେ, ପୌର ପରିଷଦର ନିର୍ବାହି ଅଧିକାରୀ ସନ୍ତୋଷ କୁମାର ଯେନା ଉପସ୍ଥିତ ରହିଥିଲେ । ପୁରୁଣା ସହରର ବହୁ ବୁଦ୍ଧିଜିବୀ, ସମାଜ…
Read Moreଭର୍ଚୁଆଲ ମୋଡ଼ରେ ଆନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ିଶା ଟାଇକୋଣ୍ଡ ସଂଘ, ପୁରୀ, ଭାରଡ ଓ ଥାଇଲାଣ୍ଡ ସ୍ଥିତ ହିରୋଜ୍ ଟାଇକୋଣ୍ଡ ସଂଗଠନ, ଯୁଗ୍ମ ଭାବେ ପ୍ରଥମ ବିଶ୍ବସ୍ତରୀୟ ଟାଇକୋଣ୍ଡ ଭର୍ଚୁଆଲ ଆନ୍ତର୍ଜାତିୟ ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ କରୁଛନ୍ତି । ଏହା ତା ୨୨ ଡିସେମ୍ବର ୨୦୨୧ ଠାରୁ ତା ୨୭ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚାଲିବ, ଏଥିରେ ଦୁଇ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପ୍ରଥମ ଟି ହେଲା ପୁମସେଇ (ପ୍ରୟୋଗ) ଓ ଅନ୍ଯଟି ଦୃତ ଗୋଡ ଦ୍ବାରା ପ୍ରହାର ପ୍ରତିଯୋଗିତା । ଏହାକୁ ଆନ୍ତର୍ଜାତୀୟ ସ୍ତରରେ ପରିଚାଳନା କରିବା ପାଇଁ ଥାଇଲାଣ୍ଡ ସ୍ଥିତ ଜି.ଏମ.ଏ.ସି. ସିଷ୍ଟମର ସହାୟତା ନିଆଯାଇଛି । ଏଥିରେ ବିଶ୍ୱର ୧୪ ଟି ଦେଶର ପ୍ରାୟ ୯୯୬ ଜଣ ପ୍ରତିଯୋଗୀ ଉଭୟ ପୁମସେଇ ଓ ଦୃତ ଗୋଡ ଦ୍ବାରା ପ୍ରହାର ରେ ଭାଗ ନେଇଛନ୍ତି ।…
Read Moreନୟାଗଡ଼ରେ ‘ସକ୍ଷମ ହିଁ ଶକ୍ତି’ ରାଜ୍ୟରେ ପ୍ରଥମ ପ୍ରକଳ୍ପ
ନୟାଗଡ଼,(ନୟାଗଡ ଦର୍ପଣ): ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଏବଂ ଦକ୍ଷତା ବିକାଶ ସହ କିଭଳି ରୋଜଗାର କ୍ଷମ ହେବେ ସେ ନେଇ ଆଜି ଏକ ନୂଆ ପ୍ରକଳ୍ପ ‘ସକ୍ଷମ ହିଁ ଶକ୍ତି’ର ଶୁଭାରମ୍ଭ କରାଯାଇଛି । ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟୁବନ୍ଧ ଆଇଟିଆଇ କ୍ୟାମ୍ପସ୍ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସକ୍ଷମ ହିଁ ଶକ୍ତି’ ପ୍ରକଳ୍ପକୁ ଉଦଘାଟନ୍ କରିଛନ୍ତି । ରାଜ୍ୟରେ ଏହି ପ୍ରକଳ୍ପ ନୟାଗଡ଼ ଜିଲ୍ଲାରେ ପ୍ରଥମେ କରାଯାଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା ମାନଙ୍କୁ ଅତ୍ୟାଧୁନିକ କପଡା ସିଲାଇ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବ । ଏକାଥରକେ ୪୫ ଜଣ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆବାସିକ ତାଲିମ…
Read More