ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାର ଇଲେଭେନ୍ ଷ୍ଟାର କ୍ଲବ୍ ଠାରେ ସିପିଆଇ(ଏମ) ଦଶପଲ୍ଲା ଆଞ୍ଚଳିକ କମିଟିର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନିକଟର କେରଳରେ ଅନୁଷ୍ଠିତ ହୋଇଯାଇଥିବା ପାର୍ଟିର ସର୍ବଭାରତୀୟ ସମ୍ମିଳନୀ ତଥା ପାର୍ଟି କଂଗ୍ରେସରେ ଗୃହୀତ ହୋଇଥିବା ରାଜନୈତିକ ଓ ସାଂଗଠାନିକ ପ୍ରସ୍ତାବ ଗୁଡ଼ିକୁ ପାର୍ଟି କର୍ମୀ ମାନଙ୍କୁ ଅବଗତ କରାଯିବା ସହିତ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଏହି ସଭାରେ ପାର୍ଟିର ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ରାଜ୍ୟ ସମ୍ପାଦକ ମଣ୍ଡଳୀର ସଦସ୍ୟ ସାଥୀ ସୁରେଶ ପାଣିଗ୍ରାହୀ ମୁଖ୍ୟ ଆଲୋଚକ ଭାବେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ମଣ୍ଡଳୀର ଅନ୍ୟତମ ସଦସ୍ୟା ହରିଶ୍ଚନ୍ଦ୍ର ମିଶ୍ର ଜିଲ୍ଲା କମିଟି ସଭ୍ୟ ଗଣେଶ୍ୱର ନାୟକ, ଲୋକାଲ କମିଟି ସମ୍ପାଦକ ବ୍ରଜ ବନ୍ଧୁ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ସିପିଆଇ(ଏମ)ର ସାଧାରଣ ବୈଠକ ଅନୁଷ୍ଠିତ
