ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଅଗ୍ନୀପଥ ଯୋଜନା ବାତିଲ ଦାବିରେ ଆନ୍ଦୋଳନ ପରିପ୍ରେକ୍ଷୀରେ ଦଶପଲ୍ଲାରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ନାରାବାଜି କରାଯିବା ସହିତ ବ୍ଲକ ଛକ ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଓଡ଼ିଶା କୃଷକ ସଭାର ଓଡ଼ିଶା ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ନୟାଗଡ଼ ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର, ବ୍ଲକ ସମ୍ପାଦକ ଗଣେଶ୍ୱର ନାୟକ, ବ୍ଲକ ସଭାପତି ବ୍ରଜବନ୍ଧୁ ପ୍ରଧାନ ଓ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା ଏବଂ ଡିୱାଇଏଫ୍ଆଇର ବ୍ଲକ ସଭାପତି ସୁଶାନ୍ତ ନାୟକ ଓ ସମ୍ପାଦକ ବିପିନ୍ ବିହାରୀ ବାଜୁ ପ୍ରମୁଖ ନେତୃତ୍ୱ ନେଇଥିଲେ। ଦେଶର ସାର୍ବଭୌମତ୍ୱ ସୁରକ୍ଷା ଦୃଷ୍ଟିରୁ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା।
‘ଅଗ୍ନିପଥ’ ବିରୁଦ୍ଧରେ ବିକ୍ଷୋଭ
