ନୟାଗଡ଼ରୁ ୭୫ମିଟର ଜାତୀୟ ପତାକା ଉଡାଇଲେ ପିସିସି ସଭାପତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶ ସ୍ୱାଧିନତାର ୭୫ବର୍ଷ ପାଇଁ ଜାତୀୟ କଂଗ୍ରେସର ତ୍ୟାଗ ଓ ବଳିଦାନ ସ୍ମୃତିରେ ସ୍ୱାଧିନତାର ଗୌରବ ଯାତ୍ରା ଆଜି ନୟାଗଡ଼ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏବଂ ଏଆଇସିସିର ସଂପାଦକ ଜି ରୁଦ୍ରରାଜୁ ଜାତୀୟ ପତାକା ହଲାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଟ୍ରାଫିକ ଛକଠାରେ ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ର ଖୁସି ମୁହୁର୍ତରେ ୭୫ ମିଟରର ଜାତୀୟ ପତାକା ଉଡାଇ ଦେଶପ୍ରେମ ଏବଂ ଧର୍ମନିରପେକ୍ଷ ଭାରତ ବର୍ଷର ଭାଇଚାରା ଦେଶପ୍ରେମ ଉଦ୍ରେକ କରାଇଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମାତ୍ରାଧିକ ଦରଦାମ ବ୍ରୁଦ୍ଧି, ରନ୍ଧନ ଗ୍ୟାସ ଦରବୃଦ୍ଧି ହାଣ୍ଡିଶାଳେ ଚଡକ, ରୋଜଗାର ନପାଇ କୋଟିକୋଟି ଯୁବକ ବେକାର, ଦେଶର ଅର୍ଥନୀତି ନିମ୍ନଗାମୀ, କଂଗ୍ରେସ ଶାସନ ରେ ପ୍ରତିଷ୍ଠିତ ଲାଭଦାୟକ ରାଷ୍ଟ୍ରୟତ୍ତ…

Read More

ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବୃକ୍ଷରୋପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ୫୦୦ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରାଯାଇଛି। ଆଜି ନୟାଗଡ଼ ବ୍ଲକ୍ ପ୍ରତାପପ୍ରସାଦର ବିଭିନ୍ନ ଅଞ୍ଚଳ ତଥା ଇଟାମାଟି ଶ୍ମଶାନରୁ କେନାଲ୍ ରୋଡ଼ର ଉଭୟ ପାର୍ଶ୍ଵରେ ପିଜୁଳି, ଶିଶୁ, ଅଁଳା, ଚାକୁଣ୍ଡା, ଶାଗୁଆନ, ଦେଵଦାରୁ, କୃଷ୍ଣଚୂଡ଼ା ଆଦି ଚାରାରୋପଣ କରାଯାଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନଙ୍କ ମଧ୍ୟରେ ବୃକ୍ଷରୋପଣ ପାଇଁ ଢ଼େର୍ ଆଗ୍ରହ ଦେଖିବାକୁ ମିଳିଥିଲା। ଅନନ୍ୟା ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ ପାଇଁ ଏକ ଆଧୁନିକ ଗାତ ଖୋଳା ମେସିନ୍ ବ୍ୟବହାର କରା ଯାଉଥିବାର ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଅଧିକରୁ ଅଧିକ କରାଯିବ ବୋଲି ସୂଚନା ମିଳିଛି।

Read More

ଜ୍ଞାନ,ଅନୁଭବ, ସାମର୍ଥ୍ୟ ଏବଂ କଳାତ୍ମକ କୈ।ଶଳ ଅନୁବାଦକୁ ପଭାବଶାଳୀ କରେ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ବିଭିନ୍ନ ପ୍ରାନ୍ତର ଅନୁବାଦକଙ୍କୁ ଏକାଠି କରିବା ସହ ଅନୁବାଦ ସାହିତ୍ୟର ବ୍ୟାପକତା ଦିଗରେ ନିରନ୍ତର ପ୍ରୟାସ କରିଆସୁଥିବା ଭାରତୀୟ ଅନୁବାଦ ସାହିତ୍ୟ ଅନୁଷ୍ଠାନ ବିଭିନ୍ନ ସମୟରେ ଅନୁବାଦ ସାହିତ୍ୟ ଆଧାରିତ ଆଲୋଚନାଚକ୍ର, ଅନୁବାଦକଙ୍କ ଅନୁଭବ,ଅନୂଦିତ କାବ୍ୟପାଠ ଆଦି ଆୟୋଜନ କରିଆସୁଅଛି। ଏହି କ୍ରମରେ ଅନୁଷ୍ଠାନ ତରଫରୁ ଅନଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଯାଇଛି ବହୁଭାଷୀ ଅନୂଦିତ କାବ୍ୟପାଠ ଓ କାବ୍ୟ ସମୀକ୍ଷା କାର୍ଯ୍ୟକ୍ରମ। ଭାରତୀୟ ଅନୁବାଦ ସାହିତ୍ୟର ଆବାହକ ଶରତ ଚନ୍ଦ୍ର ଆଚାର୍ଯ୍ୟ ବରେଣ୍ୟ ଅନୁବାଦକମାନଙ୍କୁ ସ୍ୱାଗତ କରିବା ସହ ଭାରତୀୟ ଅନୁବାଦ ସାହିତ୍ୟ ଆସନ୍ତା ସମୟରେ ବିଭିନ୍ନ ରାଜ୍ୟମାନଙ୍କରେ ସମ୍ମିଳନୀ ଆୟୋଜନ ଏବଂ ଅନୁବାଦ କାର୍ଯ୍ୟ କୁ ବ୍ୟାପକ କରିବା ଦିଗରେ ଯତ୍ନଶୀଳ ହେବ ବୋଲି ଦର୍ଶାଇଥିଲେ। ଆକାଶବାଣୀ ଉପସ୍ଥାପିକା ମିତା ପଟ୍ଟନାୟକ ଓ ଯୁବ ଅନୁବାଦିକା ଜୟଶ୍ରୀ ଦୋରାଙ୍କ ସଂଯୋଜନାରେ ୨୦…

Read More

୬ଟି ପୁରସ୍କାର ପାଇ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କଲେ ଛାତ୍ରଛାତ୍ରୀ

ନୟାଗଡ଼(ନୟାଗଡ଼ ଦର୍ପଣ): ଓଡ଼ିଶା ସାହିତ୍ୟ ଏକାଡେମୀର ୬୫ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ କେବଳ ନୟାଗଡ଼ ଜିଲ୍ଲାର ପ୍ରତିଯୋଗୀମାନେ ମୋଟ ୨୪ଟି ପୁରସ୍କାର ମଧ୍ୟରୁ ୬ଟି ପୁରସ୍କାର ପାଇ ଏକ ବିରଳ କୃତିତ୍ୱ ହାସଲ କରି ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିବା ସହିତ ଜିଲ୍ଲାପାଇଁ ଆଣିଛନ୍ତି ଅନେକ ଗର୍ବ ଓ ଗୌରବ । ବରିଷ୍ଠ ବିଭାଗରେ ୪ଟି ଏବଂ କନିଷ୍ଠ ବିଭାଗରେ ୪ଟି ଏହିପରି ମୋଟ ୮ଟି ବିଷୟରେ ହୋଇଥିବା ଏହି ପ୍ରତିଯୋଗୀତାରେ ଜିଲ୍ଲାରୁ ବରିଷ୍ଠ ବିଭାଗରେ ୪ଟି ଏବଂ କନିଷ୍ଠ ବିଭାଗରେ ୨ଟି ପୁରସ୍କାର ଜିତିଛନ୍ତି । ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି ଏବଂ ସାଧାରଣ ଜ୍ଞାନ ବିଷୟରେ ହୋଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋପୀନାଥ ଉଚ୍ଚ ବିଦ୍ୟାଳୟର ଛାତ୍ର ତପନ ସ୍ୱାଇଁ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ…

Read More

ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କ ବିଦାୟ ତଥା ଓଡ଼ିଶା ୧୫ତମ ନବ ନିଯୁକ୍ତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିବା ଲାଗି କିଏ କେତେ ପ୍ରକାରେ ଉତ୍ସବ ମନାଇବାରେ ଲାଗି ପଡିଛନ୍ତି। ହେଲେ ପରିବେଶ ସୁରକ୍ଷା ଓ ସମାଜ ସେବା ଦିଗରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଡ଼ଗାଁ କୁରାଳ ଅରୋମୀରା ଟ୍ରଷ୍ଟ ପକ୍ଷରୁ ଆଜି ଉଭୟ ପରିବେଶ ସୁରକ୍ଷା ରାଷ୍ଟ୍ରପତି ଦ୍ବୟଙ୍କ ସମ୍ମାନାର୍ଥେ କୁରାଳ ଓ କୋମଣ୍ଡ ପଥ ପାର୍ଶ୍ଵ ରାସ୍ତାରେ ଦୁଇଟି ବର ଓ ଅଶ୍ୱତ୍ଥ ଗଛ ସ୍ଥାନୀୟ ଜନ ପ୍ରତିନିଧି ଓ ପରିବେଶ ସାଥିମାନଙ୍କ ସହାୟତାରେ ଶ୍ରଦ୍ଧା ଭକ୍ତି ସହକାରେ ଗଛ ଲଗାଅ ଜୀବନ ବଞ୍ଚାଅ, କଳିଯୁଗର ଶିବ କିଏ ଗଛ ନୁହେଁ ତ ଆଉ କିଏ ଇତ୍ୟାଦି ସ୍ଲୋଗାନ ଦେଇ ବୃକ୍ଷ ରୋପଣ କରିଥିଲେ। କୁରାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜନ୍…

Read More

ଛାତ୍ରୀଙ୍କୁ ଯୈୖାନ ନିର୍ଯ୍ୟାତନା ଦେଇ ବନ୍ଧା ହେଲେ ଶିକ୍ଷକ

ଓଡ଼ଗାଁ(ନୟାଗଡ଼ ଦର୍ପଣ): ଛାତ୍ରୀଙ୍କୁ ଯୈୖାନ ଶୋଷଣ କରି ଶେଷରେ ବନ୍ଧା ହୋଇଛନ୍ତି ଶିକ୍ଷକ। ଏଭଳି ଘଟଣା ନୟାଗଡ଼ ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇଜଣ ଛାତ୍ରୀଙ୍କ ଅଭିଯୋଗ ପରେ ରଣପୁର ପୁଲିସ ଓଡ଼ଗାଁ ପୁଲିସ ସହାୟତାରେ ଓଡ଼ଗାଁରୁ ଶିକ୍ଷକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଓଡ଼ଗାଁ ଥାନା ନନ୍ଦିଘୋର ଗ୍ରାମର ରାଜେଶ ବେହେରା ରାଜସୁନାଖଳା ଫାଣ୍ତି ବିନୋଦପଡା ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ୨୦୧୯ ମସିହାରେ ଶିକ୍ଷକତା ସମୟରେ ଛାତ୍ରୀଙ୍କ ସହ ସଂପର୍କ ସ୍ଥାପନ କରି ପରେ ଛାତ୍ରୀମାନଙ୍କୁ ବ୍ଲାକମେଲ କରୁଥିଲେ। ଛାତ୍ରୀମାନେ ଶିକ୍ଷକଙ୍କ ଏପରି ଆଚରଣକୁ ସହ୍ୟ କରି ପାରୁନଥିଲେ ମଧ୍ୟ କାହା ଆଗରେ ମୁହଁ ଖୋଲି କହି ପାରୁନଥିଲେ। ବିଭିନ୍ନ ପ୍ରଲୋଭନ ଦେଖାଇ ଶିକ୍ଷକ ରାଜେଶ ବେହେରା ଛାତ୍ରୀଙ୍କ ସହ ଯୈୖାନ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ଏମିତି ଜଣେ କି…

Read More

ସ୍ୱତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ। ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀର ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ଅଛି। ଓଡ଼ିଶାରେ ୬୪୦୦୦ରୁ ଅଧିକ ବିଦ୍ୟାଳୟ ଅଛି ଏବଂ ପ୍ରାୟ ୮୨୦୦୦ ବିଶେଷ ଆବଶ୍ୟକ ରଖୁଥିବା ପିଲା ଏହି ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି ଯାହାର କି ସମ୍ପୂର୍ଣ ଅଭାବ ରହିଛି ଏବଂ ଆଜି ପର୍ଯ୍ୟନ୍ତ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ ରେ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ…

Read More

ତାଳଚେର-ଗୋପାଳପୁର ନୂତନ ରେଳପଥର ବାଟ ଫିଟିଲା, ୫ ଜିଲ୍ଲା ଦେଇ ଯିବ ରେଳଲାଇନ୍‌

ନୟାଗଡ଼,(ନୟାଗଡ଼ ଦର୍ପଣ): ବହୁ ପ୍ରତୀକ୍ଷିତ ତାଳଚେର-ଗୋପାଳପୁର ନୂତନ ରେଳପଥ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ବାଟ ଫିଟାଇଛି ରେଲ‌‌ୱେ‌ ବୋର୍ଡ଼। ଗୋପାଳପୁର-ତାଳଚେର ରେଳପଥ ପାଇଁ ଫାଇନାଲ୍‌ ଲୋକେସନ୍‌ ସର୍ଭେ କରିବାକୁ ରେଲୱେ ବୋର୍ଡ଼ ଅନୁମୋଦନ ପ୍ରଦାନ କରିଛନ୍ତି। ଫାଇନାଲ୍‌ ଲୋକେସନ୍‌ ସର୍ଭେ ସମାପ୍ତ କରି ଡିଟେଲ୍‌ ପ୍ରୋଜେକ୍ଟ୍‌ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରିବାକୁ ଜୋନାଲ୍‌ ରେଲୱେ(ଇଷ୍ଟକୋଷ୍ଟ୍‌) କାର୍ଯ୍ୟାଳୟକୁ ପରାମର୍ଶ ଦିଆଯାଇଛି। ଏଣୁ ଖୁବ୍‌ଶୀଘ୍ର ଏହି ନୂତନ ରେଳପଥ ପାଇଁ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହି ନୂତନ ରେଳପଥ ୫ଟି ଜିଲ୍ଲା ଦେଇ ଯିବ। ଏହାଦ୍ବାରା ଅନେକ ପର୍ଯ୍ୟଟନ ସ୍ଥଳୀକୁ ରେଳପଥରେ ସଂଯୋଗ କରାଯାଇ ପାରିବ। ମାଲ୍‌ ପରିବହନରେ ସୁବିଧା ସହିତ ପର୍ଯ୍ୟଟନ ସ୍ଥଳୀକୁ ଯୋଡ଼ିବା ପାଇଁ ଏହି ରେଳପଥ ନିର୍ମାଣ ଆରମ୍ଭ କରିବାକୁ ବିଭିନ୍ନ ସଂଗଠନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର…

Read More

ଦିନ ଦ୍ଵିପ୍ରହରରେ ଗଣିଆ ଅଞ୍ଚଳରୁ ସୁନା ଚେନ ଲୁଟ ଘଟଣାରେ ୩ଗିରଫ

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ ସାତକୋଶିଆ ସ୍ୟାଣ୍ଡ ରିସର୍ଟକୁ ଆସିଥିବା ପଯ୍ୟଟକଙ୍କ ଠାରୁ ଶୁକ୍ରବାର ଦିନଦିପ୍ରହରେ ସୁନା ଚେନ ଲୁଟ ଅଭିଯୋଗରେ ଖଣ୍ଡପଡା ଥାନା ଗଡ଼ିଆସାହି ଓ ଅଁଳାପଟା ନିକଟବର୍ତ୍ତୀ କାଜୁ ଜଙ୍ଗଲରୁ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା ଗଣିଆ ପୋଲିସ। ସୂଚନାଅନୁସାରେ ପୁରୀରୁ ଆସିଥିବା ନିଶାନ ସାହୁ ଓ ତାଙ୍କ ସହଧର୍ମିଣୀ କାଜଲ ପାତ୍ର ସାତକୋଶିଆ ସ୍ୟାଣ୍ଡ ରିସର୍ଟକୁ ତାଙ୍କ ନିଜ କାରରେ ବୁଲିଆସିଥିଲେ । ରିସର୍ଟରୁ ଫେରିବା ବେଳେ ରାସଙ୍ଗ ପଞ୍ଚାୟତ ହଟିଆପଲ୍ଲୀ ବସଷ୍ଟାଣ୍ଡ ନିକଟରେ ଗୋଟିଏ ନାଲି ରଙ୍ଗର ମୋଟର ସାଇକେଲରେ ତିନିଜଣ ଯୁବକ ଆସି କାରକୁ ଅଟକାଇବା ସହିତ କାର କାଚକୁ ଭଙ୍ଗାରୁଜା କରିଥିଲେ। ଜୋର ଜବରଦସ୍ତି ସୁନା ଚେନ ନେବା ସହିତ ମାଡ ମଧ୍ୟ ମାରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନ…

Read More

ପୁଣି ନୟାଗଡ଼ରୁ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ଏସ.ଆଇ ଧର୍ମେନ୍ଦ୍ର ଶିଆଳଙ୍କ ନେତୃତ୍ୱରେ ନୟାଗଡ଼ ଶଗଡ଼ିଆ ସାହିରେ ଚଢ଼ାଉ କରି ୨ଜଣ ବ୍ରାଉନସୁଗାର ବେପାରୀ ଆଶୁତୋଷ ଦାସ ଓ ଅଭିଜିତ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତାଙ୍କ ଘରୁ ୮ ଗ୍ରାମ ୧୩୦ ମିଲି ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏକ ବୁଲେଟ ଗାଡ଼ି ଏବଂ ୭ହଜାର ୫୩୦ଟଙ୍କା ପୋଲିସ ଜବତ କରିଛି । ନୟାଗଡ଼ ଟାଉନ ଥାନା କେସ ନଂ– ୧୧୧/୨୨ରେ ଏକ ମାମଲା ରୁଜ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଜ୍ଞାପାରମିତା ଜେନା ସୁଚନା ଦେଇଛନ୍ତି।

Read More