ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଶିଳ୍ପାନୁଷ୍ଠାନ ଏବଂ ବିଭିନ୍ନ ହସ୍ତତନ୍ତ ତନ୍ତୁବାୟ ସମିତିର ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପୋଷାକ ପରିକଳ୍ପନା ଏବଂ ଇଲକ୍ଟ୍ରୋନିକ୍ସି ଓ ହାର୍ଡୱେର ବିଭାଗର ଛାତ୍ରଛାତ୍ରୀ ମାନେ ଶିଳ୍ପାନୁଷ୍ଠାନ ପରିଭ୍ରମଣ କରି ବିଭିନ୍ନ ଜ୍ଞାନ କୌଶଳ ଉପରେ ଶିକ୍ଷା ଲାଭ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମିଶ୍ର ଙ୍କ ତତ୍ବବଧାନ ରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବାଲୁଙ୍କେଶ୍ୱର ତନ୍ତୁବାୟ ସହଯୋଗ ସମିତି ଏବଂ ଏମ୍ ଏସ ଜୟ ବଜରଙ୍ଗୀ ରାଇସ ମିଲ ପରିଭ୍ରମଣ କରି ବିଭିନ୍ନ ଶିକ୍ଷା ଗ୍ରହଣ କରିଥିଲେ। ଏହି…
Read MoreCategory: ଅନ୍ୟାନ୍ୟ
ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା-୨୦୨୩ ଉଦଘାଟିତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା-୨୦୨୩ ଉଦଘାଟିତ ହୋଇଯାଇଛି। ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ ସୁସଜିତ ହୋଇ କଳାକାରମାନେ ନାମ ସଙ୍କୀର୍ତ୍ତନ, ଦୁଲୁଦୁଲି ବାଦ୍ୟରେ ପଞ୍ଚୁପାଣ୍ଡବ ପୀଠରୁ ବାହାରି ନୂଆଗାଁ ବିରୁପାଖେସ୍ୱର ମନ୍ଦିର ଏବଂ ଶହୀଦ କଷ୍ଟି ଡାକୁଆ ସ୍ମୃତି ମଣ୍ଡପ, ନୂଆଗାଁ ବଜାର ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲେ ।ଦଶପଲ୍ଲା ବିଧାୟକ ତଥା ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରା ପତାକା ଉତୋଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ। ନୂଆଗାଁ କଲେଜର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ଜନ ପ୍ରତିନିଧିଙ୍କୁ ନେଇ ସଭା କାର୍ଯ୍ୟ ଅନୁଷ୍ଠିତ ହେବା ସହ ଜନ ପ୍ରତିନିଧି, ଶିକ୍ଷାବିତମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।…
Read Moreଆଶା କର୍ମୀଙ୍କ ଠାରୁ ୨ଶିଶୁ ପୁତ୍ର ଉଦ୍ଧାର
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଶା କର୍ମୀଙ୍କ ଠାରୁ ୨ଶିଶୁ ପୁତ୍ରକୁ ଉଦ୍ଧାର କରିଛି ନୟାଗଡ ଚାଇଲଡ ଲାଇନ। ନୟାଗଡ ଜ଼ିଲ୍ଲା ଓଡଗାଁ ଥାନା ପାଣ୍ଡେରୀପଡା ଗାଁ ର ଆଶା କର୍ମୀ ସସ୍ମିତା ପଣ୍ଡା। କୌଣସି ସୂତ୍ର ରୁ ନୟାଗଡ ଚାଇଲଡ ଲାଇନ ଖବର ପାଇଥିଲା ୨ଶିଶୁ ପୁତ୍ର ତାଙ୍କ ପାଖରେ ଅଛି। ଆଜି ଓଡଗାଁ ପୋଲିସ ଓ ଚାଇଲଡ ଲାଇନ ତାଙ୍କ ଘରେ ଚଢ଼ାଉ କରିଥିଲେ। ୨ ଶିଶୁ ପୁତ୍ର ଙ୍କ ପ୍ରମାଣ ପତ୍ର ମାଗିଥିଲେ। ସଠିକ ପ୍ରମାଣ ପତ୍ର ନଦେବାରୁ ୨ ଶିଶୁ ଙ୍କୁ ନୟାଗଡ ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହଜାର କରିଥିଲେ। ସେଠାରୁ ଚାଇଲଡ ଲାଇନରେ ରଖାଯାଇଛି। ଏ ସମ୍ପର୍କରେ ଆଶା କର୍ମୀଙ୍କୁ ପଚାରିବାରୁ ସେ କହିଥିଲେ ଏକ ମାମଲାରେ ଓଡଗାଁ ଥାନା ଅଧିକାରୀଙ୍କ ସହଯୋଗୀ ତାଙ୍କୁ ୫୦ହଜାର ଟଙ୍କା ମାଗିଥିଲେ। ସକାଳୁ ଥାନାରେ…
Read Moreସମର୍ପଣ ‘ବୃଦ୍ଧାଶ୍ରମ’ରେ ସମ୍ପର୍କ ସମାବେଶ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠ ଲେଖନପୁର ସ୍ଥିତ ବୃଦ୍ଧାଶ୍ରମ(ସମର୍ପଣ) ହେଉଛି ଅସହାୟ ମାନଙ୍କର ସହାୟ। ଗରିବ, ଦୁଃସ୍ଥ,ନିଷ୍ପେଷିତ ଓ ଅବହେଳିତ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ଏକ ସୁନ୍ଦର ଆଶ୍ରୟସ୍ଥଳ। ବଦାନ୍ଯ ବ୍ଯକ୍ତି ମାନଙ୍କର ସାହାଯ୍ୟ ସହଯୋଗରେ ପରିଚାଳିତ ହେଉଥିବା ବୃଦ୍ଧାଶ୍ରମ ରେ ଏକ ସମ୍ପର୍କ ସମାବେଶ ଜିଲ୍ଲାପାଳ ତଥା “ସମର୍ପଣ ” ପରିଚାଳନା କମିଟିର ସଭାପତି ରବୀନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌରପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ନୟାଗଡ଼ ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ ଯୋଗଦେଇ ଥିଲେ। ସର୍ବପ୍ରଥମେ ସମର୍ପଣ…
Read Moreପୋଲିସ ହାତରୁ ଖସିବେନି ଅପରାଧୀ, ୬ୱାରେଣ୍ଟି ଗିରଫ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାସ୍ତାରୋକ, ପୁଲିସକୁ ମାଡ଼ ମାରିବା, ଯୌତୁକ ନିର୍ଯ୍ୟାତନା ଓ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତଥିବା ୬ଜଣ ୱାରେଣ୍ଟି ଗିରଫ। ନୟାଗଡ଼ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମ ପଞ୍ଚାୟତ ସିପାହି ଅସୁରିଢିପା ଗ୍ରାମର ୬ଜଣ ୱାରେଣ୍ଟି ଗିରଫ ହୋଇଛନ୍ତି। ନୟାଗଡ଼ ସଦର ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟଙ୍କ ନେତୃତ୍ବରେ ପୋଲିସ ଏହି ୱାରେଣ୍ଟିମାନଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଥିଲେ। ସିପାହି ଅସୁରଢିପା ଗ୍ରାମର ମଧୁ ଗୌଡଙ୍କ ପୁଅ ହରସ ଗୌଡ, ଫକିର ଗୌଡଙ୍କ ପୁଅ ମଧୁ ଗୌଡ, ରଥି ମହାପାତ୍ରଙ୍କ ପୁଅ ଅସୁନି ମହାପାତ୍ର, ମଧୁ ଗୌଡଙ୍କ ପତ୍ନୀ ସାବି ଗୌଡ, ମୀନା ଗୌଡ ଓ ରୀନା ଗୌଡକୁ ଗିରଫ କରାଯାଇଛି । ଏମାନଙ୍କ ନାମରେ ବିଭିନ୍ନ ଅଭିଯୋଗମାନ ହୋଇଥିଲା । ଆଜି ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି।
Read Moreଗ୍ରାମୀଣ ବଜାର ଉଦଘାଟନ କଲେ ବିଧାୟକ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସିନ୍ଦୁରିଆ ଠାରେ ନାର୍ଡ ସହାୟତାରେ ଏବଂ ଆଇ କଂସେପ୍ଟ ସହଯୋଗରେ ରଙ୍କଦେଉଳି ଉତ୍ପାଦକ କମ୍ପାନୀ ଦ୍ବାରା ନୟାଗଡ଼ର ପ୍ରଥମ ଗ୍ରାମୀଣ ବଜାର ମାନ୍ୟବର ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ବାରା ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡକ୍ଟର ସାହୁ ଜୈବିକ ଉପାୟରେ ଉତ୍ପାଦିତ ଖାଦ୍ୟ ଉପରେ ଗୁରୁତ୍ୱ ଦେବା ସହ ଆଗାମୀ ଦିନରେ ଏହି ପରି ଗ୍ରାମୀଣ ବଜାର ସାରା ଓଡ଼ିଶାରେ ଖୋଲାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଗ୍ରାମୀଣ ବଜାରର ଉତ୍ତରତୋର ଉନ୍ନତି କାମନା କରିବା ସହ ଆଗାମୀ ଦିନରେ ସ୍ଵୟଂ ସହାୟକ ଗୋଷ୍ଠୀ ଓ ମହିଳା ଉତ୍ପାଦକ ଦଳ ଜିଲ୍ଲା ରେ ଧାନ ମଣ୍ଡି କରିବା ପାଇଁ ଗୁରୁତ୍ଵ ଦେଇଥିଲେ ପୋୖରାଧ୍ୟକ୍ଷା ନିରୁପମା ଖଟେଇ ଅପମିଶ୍ରିତ…
Read Moreବିଜେପି ବୈଠକରେ ସାମ୍ବାଦିକଙ୍କୁ ଅସମ୍ମାନ ନେଇ ପ୍ରେସକ୍ଲବର ନିନ୍ଦା
ଆଗକୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେନି ସାମ୍ବାଦିକ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଭାରତୀୟ ଜନତା ପାଟିର୍ (ବିଜେପି)ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକକୁ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରି ଅସମ୍ମାନ କରିବା ଘଟଣାକୁ ଆଜି ପ୍ରେସକ୍ଲବ ଦଶପଲ୍ଲା ପକ୍ଷରୁ ଦୃଢ ଭାବେ ନିନ୍ଦା କରାଯାଇଛି। ଗତକାଲି ଦଶପଲ୍ଲା ପଂଚାୟତ ସମତି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶଙ୍କର ଭବନରେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେପି ରାଜ୍ୟ ଉପସଭାପତିଙ୍କ ଭୃଗୁ ବକ୍ସି ପାତ୍ରଙ୍କ ଜିଲ୍ଲା ଏବଂ ରାଜ୍ୟର ବହୁ କର୍ମୀ ଯୋଗ ଦେଇଥିଲେ। ବୈଠକରେ ଯୋଗ ଦେବାକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରିଥିଲେ। ଯାହାକି ସାମ୍ବାଦିକ ମାନେ ଉକ୍ତ ବୈଠକରେ ଯୋଗ ଦେଇଥିଲେ। କିଛି ସମୟ ବୈଠକ ଚାଲିଥିବା ବେଳେ ହଠାତ୍ ବିଜେପିର ଜିଲ୍ଲା ସଭାପତି…
Read Moreନୟାଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତାପପ୍ରସାଦ ମା ଭୈରବି ଠାକୁରାଣୀ ମନ୍ଦିର ପରିସରରେ ନୟାଗଡ଼ ବ୍ଲକ କଂଗ୍ରେସ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ପୂର୍ବତନ ସରପଞ୍ଚ ଫକୀର ଚରଣ ମଲ୍ଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୨୯ ଗୋଟି ପଞ୍ଚାୟତରୁ ୧୫୯ ବୁଥରୁ ଦଳୀୟ କର୍ମୀ ଯୋଗ ଦେଇ ବୁଥ ସ୍ତରରୁ ଦଳର ନୂତନ ସଂଗଠନ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେବା ସହ ତୁରନ୍ତ ନୟାଗଡ଼ରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବା ଏବଂ ଗାଁଗାଁ ରେ କଂଗ୍ରେସ ଦଳ ହାତ ଚିହ୍ନ କାନ୍ଥବାଡ଼ ୱାଲିଙ୍ଗ କରାଇବା ଏବଂ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କର୍ମୀ ସମ୍ମିଳନୀ କରାଯାଇ ବୁଥ କମିଟି ଗଠନ ଉପରେ ପ୍ରସ୍ତାବ ଆସିଥିଲା। ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଯୋଗଦେଇ ଦଳର ନୂତନ ସଂଗଠନ ଆରମ୍ଭ ପାଇଁ କର୍ମୀମାନଙ୍କ ସମସ୍ତ…
Read Moreଭାରତୀୟ ସ୍ବାଧୀନତା ସଂଗ୍ରାମକୁ ନେତାଜୀଙ୍କ ଅବଦାନ ଅତୁଳନୀୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନରେ ପୂଜ୍ଯପୂଜା କମିଟି ଓ ରୋଟାରୀ କ୍ଳବ୍ ନୟାଗଡ଼ର ମିଳିତ ଆନୁକୂଲ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାକ୍ତନ ଚେୟାରମ୍ୟାନ୍ ତଥା ବରିଷ୍ଠ ରୋଟାରୀଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ ନେତାଜୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରିବି ସହ ନେତାଜୀ ଙ୍କ ସ୍ମୃତିଚାରଣ କରିଥିଲେ। ସମାଜସେବୀ ରୋଟାରୀଆନ୍ ଶ୍ରୀଧର ସାହୁ ନେତାଜୀଙ୍କ ସଂଗ୍ରାମୀ ଜୀବନ ବିଷୟରେ ଆଲୋଚନା କରିଥିଲେ। ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ନେତାଜୀଙ୍କ ଅବଦାନ ଅନସ୍ବୀକାର୍ଯ୍ଯ। ଆଜାଦ ହିନ୍ଦ୍ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲେ। ନେତାଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଗାଢ ଭକ୍ତି କରୁଥିଲେ। ସେ କହୁଥିଲେ, ‘ ମୁଁ…
Read Moreଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦୂରହେବ ଜଳକଷ୍ଟ, ୩୯୪କୋଟି ଟଙ୍କା ମଞ୍ଜୁର
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁର କରିଛନ୍ତି । ମୋଟ ୪୨ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ୩ଟି ବ୍ଲକର ୬୧୯ ଗ୍ରାମର ୨ ଲକ୍ଷ ଲୋକ ଉପକୃତ୍ତ ହେବେ ବୋଲି ସୂଚନା ମିଳିଛି । ଏଥିପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ୩୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ଦ୍ୱାରା ୩ଟି ବ୍ଲକ ପାଇଁ ୩ଟି ପ୍ରକଳ୍ପ ମାଧ୍ୟମରେ ୬୧୯ ଗ୍ରାମର ୨ଲକ୍ଷ ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି। ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ରହିଥିବା ଜଳକ୍ଲିଷ୍ଟର ପରିସମାପ୍ତି ଘଟିବ ବୋଲି ଆଶା କରାଯାଉଛି । ରାଜ୍ୟ କ୍ୟାବିନେଟରେ ୩୯୪କୋଟି ଟଙ୍କା…
Read More