ନୟାଗଡ଼,(ନୟାଗଡ଼ ଦର୍ପଣ): ୨୦୦୨ ଜାନୁଆରୀ ମାସ ୧ ତାରିଖରେ ପ୍ରତିଷ୍ଠା ଲାଭ କରିଥିବା ନୟାଗଡ଼ ସ୍ଥିତ ସତ୍ୟମ ଅନୁଷ୍ଠାନ ତାର ୨୧ତମ ଜନ୍ମବାର୍ଷିକୀ ସ୍ଥାନୀୟ ରୋଟାରୀ ଭବନରେ ପାଳନ କରିଛି। ସତ୍ୟମ ନିର୍ଦ୍ଦେଶକ ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେଇଥିବା ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୈ।ରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ମୂଖ୍ୟ ଅତିଥି ଏବଂ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ରସାୟନ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ବସନ୍ତିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସତ୍ୟମ ପରି ଉତ୍ତମ ଅନୁଷ୍ଠାନ ମାନେ ସମାଜରେ ଉତ୍ତମ ନାଗରିକ ସୃଷ୍ଟି କରିବାରେ ସହାୟକ ହୁଅନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ଇଂ ମନୋଜ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର…
Read MoreCategory: ଅନ୍ୟାନ୍ୟ
ନୂଆବର୍ଷରେ ନୟାଗଡ଼କୁ ସ୍ୱର୍ଣ୍ଣ
ନୟାଗଡ଼ ଜିଲ୍ଲା ପାଇଁ ପୁଣି ଥରେ ଗୌରବ ଆଣିଲେ ଦଶପଲ୍ଲାର ସୁନା ଝିଅ ଝିଲ୍ଲୀ ଦଳବେହେରା। ତାମିଲନାଡୁରେ ଅନୁଷ୍ଠିତ ଜାତୀୟ ଭାରତ୍ତୋଳନ ପ୍ରତିଯୋଗିତାର ୪୯କେଜି ବର୍ଗରେ ଭାଗ ନେଇଥିଲେ ଝିଲ୍ଲୀ।
Read Moreଜଗନ୍ନାଥଙ୍କ ଉପରେ ଆଧାରିତ ‘କାଳିଆ କଳା’ ଲୋକାର୍ପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀଜଗନ୍ନାଥ ଚିତ୍ର ଗୀତି ଶତକ ପୁସ୍ତକ କାଳିଆ କଳା ନବବର୍ଷ ୨୦୨୩ ପୂର୍ବାହ୍ନରେ ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଶ୍ରୀଜଗନ୍ନାଥ ଆଶ୍ରିତଙ୍କ ଗହଣରେ ଲୋକାର୍ପିତ ହୋଇଯାଇଛି। ‘କାଳିଆ କଳା’ ପୁସ୍ତକରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶରେ ୧୦୪ଗୋଟି ଫୋଟୋ ସମେତ ପ୍ରତ୍ୟେକ ବେଶକୁ ନେଇ ଶ୍ଳୋକ ମଧ୍ୟ ସ୍ଥାନିତ କରାଯାଇଛି। ମୁଖ୍ୟ ଉଦ୍ୟକ୍ତା ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟଭୂଷଣ ବିଜୟ ଚୌଧୁରୀ, କବି ଗୋଦାବରୀଶ ମିଶ୍ରଙ୍କ ସମେତ ନୟାଗଡ଼ର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସାମ୍ବାଦିକ ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ ଜ୍ଞାନୀ ଗୁଣୀ, କବି ସାହିତ୍ୟିକଙ୍କ ଉପସ୍ଥିତି ନୂଆବର୍ଷ ଭେଟଘାଟ କାର୍ଯ୍ୟକୁ ଅଧିକ ସ୍ମରଣୀୟ କରିଦେଇଥିଲା। ପୁସ୍ତକର ପ୍ରକାଶିକା ଶ୍ରୀମତୀ ନିରୂପମା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲା।
Read Moreଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବା ନେଇ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ଜିଲ୍ଲା କଂଗ୍ରେସ ସଭାପତି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ସରିଥିବା ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯିବା ନେଇ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାଶ। ବର୍ତ୍ତମାନ ସମୟରେ କୋଭିଡ ଲହର ପାଇଁ ଆବଶ୍ୟକୀୟ ସତର୍କ ସୂଚନା ବିଜ୍ଞପ୍ତି ପ୍ରକାଶ ପାଇଲାଣି କିନ୍ତୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକବର୍ଷ ଧରି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଏଯାବତ ଏହି ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ଲୋକଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ । ଏଥି ପ୍ରତି ସ୍ଥାନୀୟ ଲୋକପ୍ରତିନିଧି କିମ୍ବା ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ କାହାର ଟିକିଏ ଆନ୍ତରିକତା ନଥିଲା ଭଳି ମନେ ହେଉଛି। କୋଭିଡର ଦ୍ଵିତୀୟ ଲହର ବେଳେ ଅକ୍ସିଜେନ ଅଭାବ ଜନିତ ମୃତାହତଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ତାକୁ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଭଳି ବେସରକାରୀ ସ୍କୁଲରେ ‘ମୋ ସ୍କୁଲ ଅଭିଯାନ’
ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ସ୍କୁଲର ମୂଳଦୁଆ ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ଯାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ଯାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ଯ ସରକାର ଆରମ୍ଭ କରିଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କେବଳ ସରକାରୀ ବିଦ୍ଯାଳୟ ମାନଙ୍କରେ ଚାଲିଥିବା ବେଳେ ବେସରକାରୀ ବା ଘରୋଇ ବିଦ୍ଯାଳୟ ମାନଙ୍କରେ କୌଣସି ବ୍ଯବସ୍ଥା ହୋଇ ନାହିଁ। ଏହି ପରୀପ୍ରେକ୍ଷୀରେ ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଏହି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ କରିବାକୁ ଯାଉଛନ୍ତି। ବିଦ୍ଯାଳୟ ପରିସରରେ ଏକ ଅନାଥ ଆଶ୍ରମ ଗଢିବା ପାଇଁ ସଂକଳ୍ପ ନେଇଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସମୟରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ…
Read Moreନବଘନପୁର ସରପଞ୍ଚ ପଦ ହରାଇଲେ କବିରାଜ, ସରପଞ୍ଚ ହେବେ ଚିତ୍ତରଞ୍ଜନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ବ୍ଲକ ନବଘନପୁର ପଞ୍ଚାୟତରେ ନବନିର୍ବାଚିତ ସରପଞ୍ଚ କବିରାଜ ସାହୁ ମିଥ୍ୟା ସତ୍ୟପାଠ ଦାଖଲ କରି ନିର୍ବାଚନ ଲଢ଼ିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ବିଚାର ନୟାଗଡ଼ ଏସଡିଜେଏମ୍ କୋର୍ଟରେ ଚାଲିଥିଲା । ଆଜି ତାହାର ରାୟ ପ୍ରକାଶ ପାଇଛି । କବିରାଜ ସାହୁଙ୍କୁ ପଦଚ୍ଯୁତ୍ କରିବା ସହ କୋର୍ଟ ବିପକ୍ଷ ପାର୍ଥୀ ଚିତ୍ତରଞ୍ଜନ ଭଞ୍ଜ ସରପଞ୍ଚ ଭାବେ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁସାରେ, ନୟାଗଡ଼ ବ୍ଲକ ନବଘନପୁର ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୫ଜଣ ପ୍ରାର୍ଥୀ ରହିଥିଲେ । କବିରାଜ ସାହୁଙ୍କଠାରୁ ଚିତ୍ତରଞ୍ଜନ ଭଞ୍ଜ ମାତ୍ର ୭୨ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ସତ୍ୟପାଠରେ କବିରାଜଙ୍କ ନାମରେ କୌଣସି ମାମଲା ନଥିବା ଉଲ୍ଲେଖ କରାଯାଇଥିବା ବେଳେ ବାସ୍ତବରେ ତାଙ୍କ ନାମରେ…
Read More୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥଗିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣିସାମନ୍ତ ଅଡିଟୋରୀୟମ ନବିକରଣ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଥିବା ଦୃଷ୍ଟିରୁ ୨୦୨୩ ମାର୍ଚ୍ଚ ୧ରୁ ୭ତାରିଖ ପର୍ଯ୍ୟନ୍ତ ନୟାଗଡ଼ ନାଟକର ଯଜ୍ଞଶାଳା “ନାଟ୍ୟଧାରା” ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ସପ୍ତାହ ବ୍ୟାପୀ ୪ର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବକୁ ସ୍ଥଗିତ ରଖାଗଲା ବୋଲି ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ଲଷ୍ମୀଧର ମହାପାତ୍ର ଏକ ପ୍ରେସ ବିବୃତ୍ତିରେ ଜଣେଇବା ସଙ୍ଗେ ସଙ୍ଗେ ଅନିଚ୍ଛାକୃତ ନିଷ୍ପତ୍ତି ନିମନ୍ତେ ନୟାଗଡ଼ର ସମସ୍ତ ସଂସ୍କୃତି ଏବଂ ନାଟ୍ୟ ପ୍ରେମୀମାନଙ୍କ ସହଯୋଗ କାମନା କରୁଛନ୍ତି।
Read Moreଟଙ୍କା ପାଇଁ ଅମ୍ରିତକୁ କରିଥିଲେ ଅପହରଣ, ୩ଅଭିଯୁକ୍ତ ଗିରଫ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ କୁରାଳ ୧୨ ବର୍ଷର ଅମ୍ରିତ ପାତ୍ର ନିଖୋଜ ଘଟଣାରେ ଓଡ଼ଗାଁ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି । ଏହି ୩ ଅଭିଯୁକ୍ତ ହେଲେ କୁରାଳ ଗ୍ରାମ ପଣ୍ଡିତ ସାହିର ସୋନୁ ପାଣିଗ୍ରାହୀ, ଦୁଇଭାଇ ଏସ. ପଣ୍ଡା ଓ ବି. ପଣ୍ଡା । ମାଜିଷ୍ଟ୍ରେଟଙ୍କ ସାମ୍ନାରେରେ ଅମ୍ରିତର ୧୬୪ଆଧାରରେ ବୟାନ ରେକର୍ଡ କରାଯାଇଛି। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ଅପହରଣ ଘଟଣାର ସମ୍ପୂର୍ଣ୍ଣ ଡେମୋ କରାଇଛି। ଡେମୋ ଦେଖାଇବା ସମୟରେ ପୁଲିସକୁ ଅଭିଯୁକ୍ତଙ୍କ ବାଡ଼ି କୂଅରୁ ଅମ୍ରିତର ସ୍କୁଲ ବ୍ୟାଗ ଓ ଗ୍ୟାରେଜ ମଧ୍ୟରୁ ଅଭିଯୁକ୍ତର ଶୀତକାଳୀନ ବସ୍ତ୍ର ମିଳିଛି । ଟଙ୍କା ଲୋଭରେ ଅପହର୍ତ୍ତା ଏପରି କରିଥିବା ଆଲୋଚନା ହେଉଛି । ସୂଚନା ଅନୁଯାୟୀ ଗାଡିର ଲୋନ କିସ୍ତି ସୁଝିବା ନିମନ୍ତେ ଏଥ୍ରେ ସାମିଲ ହୋଇଥିଲେ ୨ପଣ୍ଡା…
Read More୩୬ଜଣ ଟିବି ରୋଗୀଙ୍କୁ ପୋଷ୍ୟଭାବେ ଗ୍ରହଣ କଲେ ବିଧାୟକ ରମେଶ ବେହେରା
ନୂଆଗାଁ,(ନୟାଗଡ଼ ଦର୍ପଣ): ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଟିବି ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧୀନରେ ଥିବା ୩୬ ଜଣ ଟିବି ରୋଗୀଙ୍କୁ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେମାନଙ୍କ ପାଇଁ ପ୍ରତି ମାସରେ ଉତ୍ତମ ଖାଦ୍ୟ ଓ ଔଷଧ ଚିକିତ୍ସା ଯୋଗାଇ ଦିଆଯିବ। ପିଲାମାନଙ୍କୁ ୨ କେଜି ଚାଉଳ, ୧ କେଜି ଡ଼ାଲି, ରନ୍ଧାତେଲ ୧୫୦ ଗ୍ରାମ, ପୁଷ୍ଟିକର ଡବା ଖାଦ୍ୟ ୭୫୦ ଗ୍ରାମ, କ୍ଷୀର ୪ ଲିଟର, ଅଣ୍ଡା ୩୦ଟା ରହିଛି । ସେହିଭଳି ବଡ ଲୋକମାନଙ୍କ ପାଇଁ ୩ କେଜି ଚାଉଳ, ୧.୫ କେଜି ଡାଲି, ୨୫୦ ଗ୍ରାମ ରନ୍ଧାତେଲ, ୧ କେଜି ପୁଷ୍ଟିକର ଡବା ଖାଦ୍ୟ, ୬ ଲିଟର କ୍ଷୀର, ଓ ୩୦ ଟା…
Read Moreସାରା ରାଜ୍ୟରେ ଓସ୍ତିଆ ଆଶ୍ରମ ବିଦ୍ୟାଳୟକୁ ସଫଳତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଭୁବନେଶ୍ୱରସ୍ଥିତ ଆଦିବାସୀ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ -୨୦୨୨ ଅବସରରେ ଜୀବନ କୌଶଳ ନାଟକ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଳକ ଓସ୍ତିଆ ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନେ “ବାଲ୍ୟ ବିବାହକୁ ନାଁ” ନାଟକ ମଞ୍ଚସ୍ଥ କରି ସମଗ୍ର ରାଜ୍ୟରେ ୩ୟ ସ୍ଥାନ ଅଧିକାର କରିଛନ୍ତି। ଅଭିନନ୍ଦନ ଜଣାଇଲେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ।
Read More