୨୯ଟି ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ ଡ଼ଃ. ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ୨୯ଗୋଟି ପଞ୍ଚାୟତର ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରୀୟା ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର କଅଁର, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ଆଶିଷ ଅଗ୍ରୱାଲ ଓ ବିଡିଓ ପଦ୍ମଚରଣ ସାହୁ ଉପସ୍ଥିତ ରହିଥିଲେ । ସମସ୍ତ କାମ ନିର୍ଦ୍ଧାରିତ ସମୟରେ ସାରିବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଗ୍ରାମାଞ୍ଚଳରେ ଚାଲିଥିବା କାମ ଗୁଡିକ କେତେ ଅଗ୍ରଗତି ହୋଇଛି ଏହାର ରିପୋର୍ଟ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଅଫିସରମାନେ ଲୋକଙ୍କ ସମସ୍ୟା ସମାଧାନ ନିମନ୍ତେ ଗାଁକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ସମସ୍ତ କାର୍ଯ୍ୟର ତଦାରଖ କରି ଖୁବଶୀଘ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ। ୫-ଟିକୁ ଅନୁସରଣ କରି ଯେଉଁ ମାନେ କାମ ନକରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ କହିଛନ୍ତି। ଏହି ସମୀକ୍ଷା ବୈଠକରେ ସହକାରୀ ଯତ୍ନୀ ଶରତ କୁମାର ମଲ୍ଲିକ, ଚନ୍ଦ୍ରଶେଖର ସାମନ୍ତରାୟ ଓ ସମସ୍ତ ଯତ୍ନୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ଓ ବ୍ଲକର ବିଭିନ୍ନ ବିଭାଗ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Related posts