ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରୁ ଜଣେ ନାବାଳକକୁ ଚାଇଲ୍ଡ ଲାଇନ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗୋହାଟି ଥାନା ଚନମାରିର ନାବାଳକ ଶୁଭକିଲ ଇସଲାମ, ପିତା ରାଜକଲି ନିଜ ବାପା ସହିତ ଗୋହାଟିରୁ କେରଳ ଯାଉଥିବା ବେଳେ ଭୁଲରେ ଓଡିଶା ଟ୍ରେନରେ ପୂରୀ ଚାଲିଆସିଥିଲା। ପୁରୀରୁ ନୂଆଗାଁ ଟ୍ରେନରେ ଆସି ଦୁଇଦିନ ସୋରଡ଼ା ଅଞ୍ଚଳରେ ବୁଲୁଥିବା ବେଳେ ଗ୍ରାମବାସୀ ନାବାଳକକୁ ଆଣି ନୂଆଗାଁ ପୋଲିସକୁ ହସ୍ତାନ୍ତର କରିଥିଲେ। ନୂଆଗାଁ ଥାନା ପୋଲିସ ନୟାଗଡ଼ ଚାଇଲ୍ଡ ଲାଇନକୁ ଖବର ଦେବା ପରେ ସେମାନେ ନୂଆଗାଁ ଥାନାରୁ ନାବାଳକକୁ ଉଦ୍ଧାର କରିବା ସହ ନାବଳକର ପରିବାରକୁ ଯୋଗାଯୋଗ ପାଇଁ ସୂଚନା ଦେଇଥିଲେ । ତତ୍ ସହିତ ନୟାଗଡ଼ ଜିଲ୍ଲା ଶିଶୁ ମଙ୍ଗଲ ସମିତି କାର୍ଯ୍ୟାଳୟରେ ନାବାଳକକୁ ହାଜର କରାଯିବା ପରେ ନାବାଳକକୁ ନୟାଗଡ…
Read MoreCategory: ଅନ୍ୟାନ୍ୟ
କଠିନ ବର୍ଜ୍ୟବସ୍ତୁ ପରିଚାଳନା ତାଲିମ ଶିବିର
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ପରିସରରେ ଥିବା ସଭା ଗୃହରେ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଆନୁକୁଲ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦାନନ୍ଦ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିମଳ ଅଧିକାରୀ ଦେବବ୍ରତ ପଣ୍ଡା, ବ୍ଲକ୍ ପରିମଳ ଅଧିକାରୀ କାହୁଁ ଚରଣ ବେହେରା, ସହକାରୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ଡା, ବି ପି ଏମ ସସ୍ମିତା ପରିଡ଼ା, ଜିପିଓ ସାଧୁଚରଣ ସାହୁ, ତୁଷାର କାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ମଞ୍ଚାସିନ ଥିଲେ। ଗ୍ରାମାଞ୍ଚଳରେ କିପରିଭାବେ ଅଣ ଜୈବିକ ବିଘଟନଶିଳ କଠିନ ବର୍ଜ୍ୟବସ୍ତୁ ସଠିକ୍ ଭାବେ ପରିଚାଳନା କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଯଥା କାଚ, ପ୍ଲାଷ୍ଟିକ, ଲୁହା, ପଲଥିନ, ବିଭିନ୍ନ ସାମଗ୍ରୀର ଖୋଳପା ଯାହାକି…
Read Moreଓଡ଼ଗାଁରେ କାଜୁମାଫିଆଙ୍କ ସହ ଆଦିବାସୀଙ୍କ ଲଢ଼େଇ ପାଇଁ ସଜବାଜ, ଦାୟୀ ରହିବ ଜିଲ୍ଲା ପ୍ରଶାସନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ବନ ଉନ୍ନୟନ ନିଗମର ଚଞ୍ଚକତା ସାଧାରଣ ଆଦିବାସୀ ପ୍ରଜାମାନଙ୍କର ସ୍ୱାର୍ଥକୁ ଭୁଲୁଣ୍ଠିତ କରି ଚୋରା ବେପାରୀ, ମାଫିଆ ଗୁଣ୍ଡାମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଯୋଗାଇ ଦେଉଛି ବୋଲି ସିପିଆଇ(ଏମ) ନେତା ବିଶ୍ଵନାଥ ମହାପାତ୍ର ଅଭିଯୋଗ କରିଛନ୍ତି। ଆଜି ଆଦିବାସୀ ପ୍ରତିନିଧିମାନଙ୍କ ସହିତ କୃଷକ ସଭା ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆଲୋଚନା କରି ଦାବି କରିଥିଲେ ଯେ, ଆଦିବାସୀଙ୍କ ପାରମ୍ପରିକ ଅଧିକାର ଉପରେ ଆଘାତକରି ଚୋରାଲୁଚାରେ ବନ ନିଗମ ଯେଉଁ ବେଆଇନ ତିନି ବର୍ଷିଆ ନିଲାମ କରିଛି ତାହା ତୁରନ୍ତ ବାତିଲ କରାଯାଉ ଏବଂ ଅଧିକାର ସାବ୍ୟସ୍ତକୁ ନେଇ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ପ୍ରଶାସନ ଏଥିପାଇଁ ଦାୟୀ ରହିବେ। ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ବୈଠକରେ ଯୋଗଦେଇଥିବା ବନ ନିଗମର ଅଧିକାରୀ ପ୍ରକାଶ କରିଥିଲେ ଯେ, ଦୀର୍ଘ…
Read Moreଦୁଇଦିନିଆ ନୟାଗଡ଼ ଗସ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରାଜ୍ୟ ସଦସ୍ୟ, କରୁଛନ୍ତି ଯକ୍ଷ୍ମା ରୋଗର ସମୀକ୍ଷା
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁଇଦିନିଆ ନୟାଗଡ଼ ଗସ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରାଜ୍ୟ ସଦସ୍ୟ ଡା. ରଞ୍ଜିତା ନାୟକ ନୟାଗଡ଼ ଗସ୍ତରେ ଆସି ଯକ୍ଷ୍ମା ରୋଗର ସମୀକ୍ଷା କରିବ ସହ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଭାପୁର ବ୍ଲକ ଓ ଖଣ୍ଡପଡ଼ା ବ୍ଲକ ପରିଦର୍ଶନ କରି ବିଭିନ୍ନ ଲୋକଙ୍କୁ ଭେଟିଛନ୍ତି । ଯକ୍ଷ୍ମାର କାର୍ଯ୍ୟକାରିତା କିପରି କରାଯାଉଛି ଏହାର ସମୀକ୍ଷା କରିଛନ୍ତି । ଯକ୍ଷ୍ମା ମୁକ୍ତି କିପରି ହୋଇପାରିବ ସେଥିନିମନ୍ତେ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ଓ ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ.ସରୋଜ କୁମାର ଦାସ, ଡିପିସି ରୁଦ୍ର ଜେନା, ଏସଟିଏସ ଦେବାଶିଷ କର ଓ ତପନ ପରିଡା ପ୍ରମୁଖ ସାମିଲ ହୋଇଥିଲେ ।
Read Moreଜିଲ୍ଲାର ୨୮ଜଣ ପ୍ରାଣୀ ଚିକିତ୍ସକଙ୍କ ସାମୁହିକ ଇସ୍ତଫା
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ନୟାଗଡ଼ ଶାଖା ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ୨୮ ଜଣ ପ୍ରାଣୀ ଚିକିତ୍ସକ ସାମୁହିକ ଇସ୍ତଫା ଦେଇଥିବା ସୂଚନା ଦିଆଯାଇଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କ ସମେତ ସମସ୍ତ ଡାକ୍ତର ରାଜ୍ୟ ସରକାରଙ୍କ ବେନିୟମ ବଦଳି ପ୍ରତିବାଦରେ ଇସ୍ତଫା ଦେଇଥିବା କୁହାଯାଇଛି । ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ବିଭିନ୍ନ ଦାବି ନେଇ ସରକାରଙ୍କ ପାଖରେ ରଖିଥିବା ବେଳେ ମେ ୧ ତାରିଖରୁ ଡିଜିଟାଲ କାର୍ଯ୍ୟ ବନ୍ଦ କରିଛନ୍ତି । ଏଥିସହିତ ଛୁଟି ସମୟରେ କାର୍ଯ୍ୟ ନକରିବାକୁ ଘୋଷଣା କରିଛନ୍ତି । ସରକାର ସଂଘ ସହ ଆଲୋଚନା କରିବା ବଦଳରେ ସଂଘର କର୍ମକର୍ତ୍ତାଙ୍କୁ ବେଆଇନଭାବେ ଦୂର ଦୂରାନ୍ତକୁ ବଦଳି କରିଛନ୍ତି । ଏଥିରେ ନୟାଗଡ଼…
Read Moreଆଦର୍ଶ ବିଦ୍ୟାଳୟ ପରୀକ୍ଷାରେ କୃତକାର୍ଯ୍ୟ ଉଭୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ଶିକ୍ଷୟିତ୍ରୀ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଭିରୁଡ଼ା ପ୍ରାଥମିକ ବିଦ୍ୟାଳୟର ଛାତ୍ର ଦିଲ୍ଲୀପ କୁମାର ଭୋଇ ପରୀକ୍ଷା ଦେଇ ୪୫ ନମ୍ବର ରଖିଥିବା ବେଳେ ଛାତ୍ରୀ ନମିତା ବେହେରା ୩୬ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଉଭୟ ଛାତ୍ରଛାତ୍ରୀ ଷଷ୍ଠ ଶ୍ରେଣୀରେ ପଢ଼ିବା ପାଇଁ ନୂଆଗାଁ ଆଦର୍ଶ ବିଦ୍ୟାଳୟରେ ନାମ ଲେଖିସାରିଛନ୍ତି। ଏହି କୃତକାର୍ଯ୍ୟ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ପଣ୍ଡା, ସହକାରୀ ଶିକ୍ଷକ କବିରାଜ ଦାଶ ଏବଂ ଗାଇଡ କରୁଥିବା ଶିକ୍ଷୟତ୍ରୀ ପ୍ରତିମା ଦାସ ଉଭୟ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Read Moreନିଳାଦ୍ରୀପୁର ଗ୍ରାମରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ନିଳାଦ୍ରିପୁର ଗ୍ରାମରେ ମା ଜଗଦ୍ଧାତ୍ରୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆଖି ଅବୁଝା କୁ ଲୁହ ଅବୁଝା ସାମାଜିକ ନାଟକ ମଞ୍ଚସ୍ଥ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକକୁ ଉଦଘାଟନ କରିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ତତ୍ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ଦ୍ଵାରା କିପରି ଭାତୃଭାବ ସୃଷ୍ଟି ହୁଏ ସେ ଉପରେ ବକ୍ତବ୍ୟ ରଖିଥିଲେ ଦଶପଲ୍ଲା ଯୁବ ବିଧାୟକ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ…
Read Moreନୟାଗଡ଼ ଜିଲ୍ଲାରେ ୫-ଟି ଅନ୍ତର୍ଗୁକ୍ତ ୬୪ଟି ରୂପାନ୍ତରିତ ବିଦ୍ୟାଳୟକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ନୟାଗଡ଼ ଜିଲ୍ଲାର ୫-ଟି ଅନ୍ତର୍ଗୁକ୍ତ ୬୪ଟି ରୂପାନ୍ତରିତ ବିଦ୍ୟାଳୟକୁ ଆଜି ନୟାଗଡ଼ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ସରକାରୀ ହାଇସ୍କୁଲ, ଚଣ୍ଡିବସ୍ତଠାରେ ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅତିଥିଭାବେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଶ୍ରେୟାନ୍ସି ଦାସ ମଞ୍ଚାସୀନ ଥିଲେ। ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲାର ବହୁ ଜନ ପ୍ରତିନିଧି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ…
Read Moreନୟାଗଡ଼ ବ୍ଳକ ପରିସରରେ ନିର୍ମାଣ ହେବ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ଶୁଭ ଦେଲେ ଡ଼ଃ. ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ନିର୍ମାଣ ହେବ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୯୨ଲକ୍ଷ ଟଙ୍କା ଅନୁଦାନ ରାଶି ମଞ୍ଜୁର ହୋଇଛି । ଆଜି ଏହି କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ସୁବାଷ କଅଁର, ଆଶିଷ ଅଗ୍ରୱାଲ ଓ ନୟାଗଡ଼ ବିଡିଓ ପଦ୍ମଚରଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ନୂତନ ସମ୍ମିଳନୀ କକ୍ଷର କାର୍ଯ୍ୟ ୫ ମାସ ମଧ୍ୟରେ ସାରିବା ପାଇଁ ପରାମର୍ଶ ଦେଇଛନ୍ତି ବିଧାୟକ ।…
Read Moreଅଡିଟୋରିୟମ ସମ୍ମୁଖରେ ପଠାଣି ସାମନ୍ତଙ୍କ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନା ଦାବି କଲା ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ପଠାଣି ସାମନ୍ତ ଅଡିଟୋରିଅମର ନବକଳେବ ହେଉଥିବା ପରିପ୍ରେକ୍ଷୀରେ ଏହାର ମୁଖ୍ୟ ପ୍ରବେଶ ପଥରେ ପଠାଣି ସାମନ୍ତଙ୍କ ସୁଦୃଶ୍ୟ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ ପାଇଁ ଦାବି କରାଯାଇଛି। ସୂଚନାଯୋଗ୍ୟ ଯେ ନୟାଗଡ଼ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମ ନୂଆ ରୂପରେ ଲୋକାର୍ପଣ ହେବାକୁ ଯାଉଅଛି। ଏହା ନୟାଗଡ଼ବାସୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର କଥା । ସ୍ଥାନୀୟ ବିଧାୟକ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଉଚିତ ପଦକ୍ଷେପ ବାସ୍ତବରେ ପ୍ରଶଂସନୀୟ। ଉକ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ଚେଷ୍ଟିତ । ଯେଉଁ ମନିଷୀଙ୍କ ନାମରେ ଉକ୍ତ ଅଡିଟୋରିୟମ ନାମିତ ସେ ହେଉଛନ୍ତି ବିଶ୍ୱବିଦିତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ ( ସାମନ୍ତ ଚନ୍ଦ୍ରଶେଖର ସିଂ ହରିଚନ୍ଦନ ମହାପାତ୍ର) । ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ, ଅଦ୍ୟାବଧି ତାଙ୍କର ପ୍ରତିମୂର୍ତ୍ତୀ…
Read More