ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ବାଲୁଗାଁ ପଞ୍ଚାୟତ ଅନ୍ତର୍ଗତ ପାଣିପୋଇଲା ସ୍ଥିତ ଏନ.ଆଇ.ଇ.ଟି ଶିକ୍ଷା ଅନୁଷ୍ଠାନଠାରେ ବିଦ୍ୟା ଆଲୋକ ଚାରିଟେବୁଲ ଟ୍ରଷ୍ଟ ଓ ଭୋଳା ଫାଉଣ୍ଡେସନ ଆନୁକୂଲ୍ୟରେ ସ୍ୱର୍ଗତ ମୁରଲୀଧର ଭୋଳଙ୍କ ସ୍ମୃତିରେ “ବାଲୁଗାଁ ଇତିହାସ” ସଂପର୍କିତ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ମିଶ୍ର, ସମ୍ମାନୀତ ଅତିଥି ଭାବେ ମୈତ୍ରୀ ଯୁବ ସଂସଦ ସମ୍ପାଦକ ପ୍ରଦୀପ କୁମାର ସାହୁ ଓ ସମାଜସେବୀ ନିହାର ରଞ୍ଜନ ସ୍ୱାଇଁ ଯୋଗା ଦେଇଥିଲେ । ଏନ.ଆଇ.ଇ.ଟି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ଭୋଳ ସଭାରେ ଅଧ୍ୟକ୍ଷତା କରିଥିଲା ବେଳେ “ବାଲୁଗାଁ ଇତିହାସ”ର ରଚୟିତା ଓ ସାହିତ୍ୟିକ ତଥା ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ‘ମୋ ଗାଁ, ମୋ ମାଟି’ର ରଚନାକାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆଇନଜୀବୀ ଶ୍ରୀଯୁକ୍ତ ମିଶ୍ର…
Read MoreCategory: ନୟାଗଡ଼ ବ୍ୟକ୍ତିତ୍ୱ
ନିଜ ଜୀବନକୁ ପାଣି ଛଡାଇ ରକ୍ଷା କଲେ ଦୁଇ ଜୀବନ
ପ୍ରଶଂସା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି।ଓଡିଶା ପାଇଁ ଗୌରବ ଆଣିଲେ ଚିତରଞ୍ଜନ ରଣପୁର/ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଅସୀମ ସାହାସିକତା ପ୍ରଦର୍ଶନ ପୂର୍ବକ ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ଦୁଇ ଜୀବନ।ଏଭଳି କାର୍ଯ୍ୟ ପାଇଁ ପୁଡୁଚେରୀ ବାଚସ୍ପତି ନିଜ ବାସଭବନରେ ଚିତରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ପ୍ରଶଂସା କରିବା ସହ ଓଡ଼ିଶାର ବିଜୁ ପଟ୍ଟନାୟକ ବୋଲି କହି ଟୁଇଟ କରିଛନ୍ତି। ଓଡିଶା ପାଇଁ ଏଭଳି ଗୌରବ ଆଣିଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଥରପୁଞ୍ଜି ଗାଁର ୧୯ ବର୍ଷୀୟ ଯୁବକ ଚିତ୍ତରଞ୍ଜନ ପ୍ରଧାନ।ସୂଚନା ଅନୁଯାୟୀ ଚିତରଞ୍ଜନ ମେଡିଟେସନ ପାଇଁ ଯାଇଥିଲେ ପୁଦୁଚେରୀ।ପୁଦୁଚେରୀ ବେଳାଭୂମିରେ ବୁଲୁଲୁଥିବା ବେଳେ ହଠାତ ସମୁଦ୍ରରେ ତିନି ଜଣ ବୁଡ଼ି ଯାଉଥିବାର ସେ ଦେଖିବାକୁ ପାଇଥିଲେ।ସେଠାରେ ପୁଦୁଚେରୀ ପୋଲିସ ଏବଂ କୋଷ୍ଟଗାର୍ଡଙ୍କ ସମେତ ବହୁ ଦେଖଣାହାରୀ ପର୍ଯ୍ୟଟକ…
Read Moreସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ପାଳନ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ହାଇସ୍କୁଲ ପରିସରରେ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଶ୍ରାଦ୍ଧୋତ୍ସବ ପୂରାତନ ଛାତ୍ର ଓ ରାମଚନ୍ଦ୍ର ମେମୋରିଆଲ ଟ୍ରଷ୍ଟର ମିଳିତ ସଂହଯୋଗରେ ପାଳିତ। ପ୍ରଥମେ ସ୍ବର୍ଗତ ପଣ୍ଡାଙ୍କ ସ୍କୁଲ ପରିସରରେ ଥିବା ପ୍ରତିମୂର୍ତ୍ତୀରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ମେମୋରିଆଲ ଟ୍ରଷ୍ଟର ସଭାପତି ଜଗନ୍ନାଥ ପରିଡ଼ାଙ୍କ ସଭାପତିତ୍ବରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି, ବିଶିଷ୍ଟ ନାଟ୍ୟକାର, କବି, ଗାଳ୍ପିକ ବିଶ୍ବନାଥ ମହାପାତ୍ର ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷକ ଯୋଗଦେଇ ସ୍ବର୍ଗତ ପଣ୍ଡାଙ୍କର ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସଭାର ପ୍ରାରମ୍ଭରେ ସ୍କୁଲର…
Read Moreଓଏମଜି ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ
ନୟାଗଡ଼,(ନୟାଗଡ ଦର୍ପଣ): ଜାତୀୟ ସ୍ତରରେ ପ୍ରତିଷ୍ଠା ହୋଇଥିବା ଓଏମଜି ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ନୟାଗଡ଼ର ଯୁବକ । ନୂଆଗାଁ ବ୍ଲକ ଦୁରଦୁରା ଗ୍ରାମର ଯୁବ ସଂଗ୍ରାହକ ସଞ୍ଜୟ କୁମାର ସାହୁ ନିଜ ଗ୍ରାମରେ ପ୍ରତିଷ୍ଠା କରିଛନ୍ତି ଶ୍ରୀଜଗନ୍ନାଥ ସଂଗ୍ରାହଳୟ । ଏଥିରେ ବିଭିନ୍ନ ପ୍ରକାରର ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ଵ ତାଳପତ୍ର ପୋଥି ମଧ୍ୟରେ ରହିଛି ୪୧୦ ଖଣ୍ଡ, ରାମାୟଣ, ୨୮୦ଖଣ୍ଡ ଭାଗବତ, ୫ଖଣ୍ଡ ତେଲଗୁ ପୋଥି, ଭାଗବତ ଗୀତା ୩୫୦ଖଣ୍ଡ ବୈଦ୍ୟଶାସ୍ତ୍ର ୫ଖଣ୍ଡ, ଚିତ୍ର କାବ୍ଯ ୫ଖଣ୍ଡ ଏବ ଅନ୍ୟାନ୍ୟ ପୋଥି ସଂଗ୍ରହ କରି ଯତ୍ନର ସହିତ ସାଇତି ରଖୁଛନ୍ତି ସେ । ପୁରାତନ ପୋଥି ସଂଗ୍ରହରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିଙ୍କ ନାମ ଓଏମଜି ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥାଏ । ଓଏମଜି ବୁକ୍ ଅଫ୍ ରେକର୍ଡ଼ର ସମ୍ପାଦନା ମଣ୍ଡଳୀ…
Read Moreଉତ୍କଳଘଣ୍ଟ କବି ଯଦୁମଣିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ସାହିତ୍ୟରେ ରୀତିଯୁଗର ଶେଷ ସାରସ୍ୱତ ସାଧକ,ଯୋଗଜନ୍ମା କବି ଉତ୍କଳ ଘଣ୍ଟ ଯଦୁମଣିଙ୍କ ୨୪୧ତମ ଜନ୍ମ ଜୟନ୍ତୀରେ ବିଭିନ୍ନ ସାହିତ୍ୟ ତଥା ସାମାଜିକ ଅନୁଷ୍ଠାନ ମାନଙ୍କ ତରଫରୁ ପୁଷ୍ପମାଲ୍ୟ ଓ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ଅବସରରେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ପ୍ରତିଷ୍ଠିତ କବି ଯଦୁମଣିଙ୍କ ପ୍ରତିମୂର୍ତ୍ତି ରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ସମେତ ଉତ୍କଳ ସମାଜ,ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା ଓ ସାମାଜିକ ଅନୁଷ୍ଠାନ ମା’ ଫାଉଣ୍ଡେସନ ତରଫରୁ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାଂସ୍କୃତିକ ମଣ୍ଡପ ଠାରେ ପ୍ରତିଷ୍ଠିତ ପ୍ରତିମୂର୍ତ୍ତିରେ ମଧ୍ୟ ବରପୁତ୍ରଙ୍କୁ ଦିଆଯାଇଥିଲା ଗଭୀର ଶ୍ରଦ୍ଧାଞ୍ଜଳି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ, କବି ନିର୍ମଳ…
Read Moreବିପ୍ଲବୀ ଗୋବିନ୍ଦ ମିଶ୍ରଙ୍କ ୧୩୩ତମ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ମହାନ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ମହାତ୍ମା ଗାନ୍ଧୀଙ୍କ ଅନ୍ୟତମ ସହଯୋଗୀ,ନୟାଗଡ଼ ଜିଲ୍ଲାର ସୁଯୋଗ୍ୟ ସନ୍ତାନ ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୧୩୩ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ମୈତ୍ରୀ ଯୁବ ସଂସଦ ସଭା ଗୃହରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରାଧ୍ୟାପକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲ୍ଲା ସଦସ୍ୟ ଅଶୋକ କୁମାର ନାୟକ ଯୋଗଦାନ କରି ଗୋବିନ୍ଦ ମିଶ୍ରଙ୍କ ସ୍ମୃତି ଚାରଣ କରିବା ସହ ବିଦ୍ୟାଳୟ ଏବଂ କଲେଜ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୋବିନ୍ଦ ମିଶ୍ରଙ୍କ ସଂଗ୍ରାମୀ ଜୀବନ ସମ୍ପର୍କରେ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।ଅନ୍ୟତମ ଅତିଥି ଭାବେ…
Read Moreକଟାକ୍ଷ କିଶୋରଙ୍କୁ ମରଣତ୍ତୋର ପଦ୍ମଶ୍ରୀ ଉପାଧି ଦିଆଯାଉ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଠ କାର୍ଟୁନିଷ୍ଟ ତଥା ବ୍ୟଙ୍ଗକାର କିଶୋର ରଥଙ୍କ ସ୍ମୃତି ଉଦେଶ୍ୟରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଏକ ସାର୍ବଜନୀନ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ କାର୍ଟୁନିଷ୍ଟ କିଶୋର ରଥଙ୍କ ଉଦେଶ୍ୟରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ସ୍ମୃତି ସଭାରେ ବିଶିଷ୍ଟ ସମାଜସେବି ଦାମୋଦର ସାହୁ, ବିଶିଷ୍ଠ କଥାକାର ତଥା ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ନୟାଗଡ଼ର ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ବିଜେପି ନେତା ସନ୍ତୋଷ ପ୍ରଧାନ, ସାହିତ୍ୟିକ ଚନ୍ଦ୍ରବିଜୟୀ ମିଶ୍ର, ସାମ୍ବାଦିକ ରାମକୃଷ୍ଣ ରଥ, ଯୁବ ସମାଜସେବୀ ଆଶୁତୋଷ ଦାସ, ସେବା ଉତ୍ସବ…
Read Moreକାହ୍ନାକୁ ୭ହଜାର ଟଙ୍କା ସହାୟତା ରାଶି ପ୍ରଦାନ କଲା ଅନନ୍ୟା ଫାଉଣ୍ଡେସନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଜାମୁସାହିର ଦୁର୍ଘଟଣାଗ୍ରସ୍ଥ ୮ବର୍ଷର ପୁଅ କାହ୍ନା ମହାନ୍ତିର ଚିକିତ୍ସା ପାଇଁ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସାତ ହଜାର ଟଙ୍କାର ଆର୍ଥିକ ସହାୟତା କରାଯାଇଛି। ଗତ କାଲି ଅନନ୍ୟା ଫାଉଣ୍ଡେସନର ଏକ ଦଳ ଜାମୁସାହି ଯାଇ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ସୂଚନା ଥାଉକି କାହ୍ନା ଗତ କିଛି ଦିନ ତଳେ ହାଇୱା ଧକ୍କାରେ ଗୁରୁତର ହୋଇଥିଲା। କାହ୍ନା ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ଶେଷ ସୂଚନା ଅନୁଯାୟୀ କାହ୍ନାର ଗୋଟିଏ ଗୋଡ଼ କଟା ହୋଇଥିବା ବେଳେ ଓ ଗୋଟିଏ ହାତର ଆସ୍ତ୍ରୋପଚାର କରାଯାଇଛି। ହାତକୁ ପୁଣି ଥରେ ଅସ୍ତ୍ରୋପଚାର କରାଯାଇପାରେ ବୋଲି ଡ଼ାକ୍ତରୀ ଦଳ ସୂଚନା ଦେଇଛନ୍ତି। କାହ୍ନାର ବାପା ଜଣେ ଦିନ…
Read Moreଭୟରେ ଗାଁ ଲୋକ ଛୁଇଁଲେନି ଶବ, ଅନନ୍ୟା ଫାଉଣ୍ଡେସନ ସଦସ୍ୟ କଲେ ଶବଦାହ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ନୋତ୍ତର ପଞ୍ଚାୟତ ଅନ୍ତର୍ଗତ ନୋତ୍ତର ଗ୍ରାମର ବକ୍ସି ନାୟକ (୭୭) ନାମକ ଜନୈକ ବ୍ୟକ୍ତି ଗତ କିଛି ଦିନ ହେବ ମାଛିଆ ପାତକ ସହ ଅନ୍ୟ କେତେକ ରୋଗରେ ପୀଡ଼ିତ ଥିଲେ। କିନ୍ତୁ ଶୁକ୍ରବାର ରାତିରେ ଦେହତ୍ୟାଗ କରିଥିବା ବେଳେ ବକ୍ସି ନାୟକଙ୍କ ପୁଅ ଓ ନାତି ଶବଦାହ ପାଇଁ ପଡୋଶୀ ଓ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ରୋଗ ବ୍ୟାପି ଯିବା ଭୟରେ ଗ୍ରାମର କୌଣସି ବ୍ୟକ୍ତି ଶବଦାହରେ ସାମିଲ ହୋଇ ନଥିଲେ। ସୂଚନାନୁସାରେ, ନୋତ୍ତର ଗ୍ରାମର ବିଭିନ୍ନ ଦେବାଳୟ ପୂଜା କରୁଥିବା ପାଖ ଗମ୍ଭାରୀଡ଼ିହି ଗ୍ରାମର ଜଣେ ବ୍ରାହ୍ମଣ କିଛି ଦିନ ଆଗରୁ ଗ୍ରାମବାସୀଙ୍କୁ କହିଥିଲେ କି ଯେ, ବକ୍ସି ନାୟକ ଯେଉଁ ବ୍ୟାଧିରେ ପୀଡ଼ିତ ତାଙ୍କୁ ଯଦି କେହି ଛୁଇଁବ କିମ୍ବା ଶବଦାହ କରିବ ତେବେ ସେହି…
Read Moreପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧୋତ୍ସବ ପାଳିତ, ବହୁ ବିଶିଷ୍ଠ ବ୍ୟକ୍ତି ଓ ସଂଗଠନକୁ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ବଂଶୀଧର ସାହୁଙ୍କ ୩ୟ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ସ୍ବର୍ଗତ ସାହୁ ମୂଲ୍ୟବୋଧ ଭିତ୍ତିକ ରାଜନୀତିରେ ବିଶ୍ୱାସ ରଖୁଥିଲେ । ସେ କେବଳ ଲୋକପ୍ରିୟ ଜନନେତା ନଥିଲେ ଅନ୍ୟପକ୍ଷରେ ଏକାଧାରାରେ ଜଣେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ଏବଂ ସମାଜସେବୀ ଥିଲେ ବୋଲି ଆଜି ତାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ସ୍ମୃତିଚାରଣ ସମାବେଶରେ ଏହି ମତ ପ୍ରକାଶ ପାଇଥିଲା । ଡ଼. ରଙ୍କନିଧି ବେହେରାଙ୍କ ଅଧ୍ୟକ୍ଷତାରେ ଜନ୍ମସ୍ଥାନ ଇଟାମାଟିରେ ଅନୁଷ୍ଠିତ ଏହି ସମାବେଶକୁ ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ରବୀନ୍ଦ୍ର ରାଉତ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ବିଧାୟକ ଡ଼.ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପିସିସି ରାଜ୍ୟ ସମ୍ପାଦକ ହୁସେନ୍…
Read More