ଦୀନବନ୍ଧୁ ହେ, କୃପାସିନ୍ଧୁ ହେ

ଉମେଶ ଚନ୍ଦ୍ର ମହାପାତ୍ରଦୀନବନ୍ଧୁ ହେ, କୃପାସିନ୍ଧୁ ହେଏମିତିକା ବେଶ କାହିଁ ହୋଇଛପାଦନାହିଁ ତବ ଚାଲୁଛ କିପରିହାତ ନାହିଁ ତୁମ ଖାଉଛ କିପରିକାନ ନାହିଁ ତବ ଶୁଣୁଛ କିପରିଚକା ନୟନରେ ଖାଲି ଦେଖୁଛବନ୍ଦ ପାଟିରେ କେମିତି କହୁଛ.. ।।ସୁନା ମୁକୁଟକୁ ଲଗାଇଣ ପ୍ରଭୁରଜା ବେଶ ବୋଲି ତାକୁ କହୁଛସୁନାର ଖଡ଼ୁକୁ ହାତରେ ଲଗାଇହାତ ବୋଲି ତୁମେ ତାକୁ କହୁଛ ।।ତୁଳସୀ ପତରେ ମାଳ କରି ପ୍ରଭୁଭକତ ଜନଙ୍କୁ ଟାଣି ନେଉଛପିନ୍ଧି କରି ରାଧା ମନ ମୋହୁଛ ।।ଗୋଡ଼ବୋଲି ଯୋଡ଼େ କହୁଛପାଖେ ରଖି ତାକୁ ଗୋଡ଼ କହୁଛନିର୍ମାଲ୍ୟ କୈବଲ୍ୟ ପାଶେ ରଖି ପ୍ରଭୁଭକତ ଜନଙ୍କୁ ଟାଣି ନେଉଛ।। ଏମିତିକା ବେଶ ଅତି ମନଲୋଭାକାହିଁକି ଏପରି ତୁମେ ହେଉଛକହେ ଉମାଈଶ ପ୍ରଭୁ ତୁମ ଦାସମର୍ତ୍ତ୍ୟ ମଣ୍ଡଳକୁ ଟାଣି ନେଉଛ ।। ନୟାଗଡ଼, ମୋ – 9437106737

Read More

ଅନୁଚିନ୍ତା

ବ୍ରଜ କିଶୋର ମହାପାତ୍ର ଦୁଃଖ ଯେତେ ଦେବ ଦିଅ ମହାବାହୁ ସହିବାକୁ ଦିଅ ଶକ୍ତି,ପାପ, ତାପ, କ୍ଳେଶ ଭୋଗୁଛି ଅବଶ୍ୟ ହୃଦେ ଭରିଦିଅ ଭକ୍ତି ॥ଜଞ୍ଜାଳ କାମନା ବିଷୟ ବାସନା ଦେହେ ରଖିଛି ସାଇତି,ତୁମ୍ଭେ ଦୟାକଲେ ହେ! ଦୟାସାଗର ବିଷୟାରୁ ହେବି ମୁକ୍ତି ॥ତୁମ୍ଭ ଇସାରାରେ ଏ ସଂସାର ଚାଲେ ପ୍ରଭୁ ତ ଜଗତ ପତି,ଯାହା ଭାଗ୍ୟେ ଯାହା ଅଛି ଚଉବାହା ଭୋଗେ ସିଏ ଦିବାରାତି ॥ସତ୍ୟପଥ ଧରି ଚାଲେ ଅନୁସରି ତୁମ୍ଭେ ଅଛ ମୋର କତି,ମୋହର ବିଶ୍ୱାସ ପ୍ରଭୁ ପ୍ରଭୁ ହୃଶିକେଶ ଦର୍ଶନେ ମିଲଇ ଶାନ୍ତି ॥ନିଖିଳ ନିୟନ୍ତା ବିଶ୍ୱ ପିତାମାତା ଦୟାକର ହେ! ଶ୍ରୀ ପତି,ମାୟା ସଂସାରରେ ସୁଖ ଦୁଃଖ ଭୋଗୀ ମନ ପକ୍ଷୀ ଚାହେଁ ମୁକ୍ତି ॥ଭବ ବୋଇତରେ ନାଉରୀ ତୁମ୍ଭେ ତ ଦିଅନ୍ତୁ ପରମ ଗତି,ଦୀନ ହୀନ ଜଣେ ତୁମ୍ଭଶ୍ରୀ ଚରଣେ…

Read More

ପକ୍ଷୀ ଜନ୍ମରୁ ପାରିକର

ବିଶ୍ୱନାଥ ମହାପାତ୍ର ପିଲା ମୋର ନବ-ଉଦୟରେ ପଢ଼ୁଛି!ବାପା ମନ ମୋର ମହା-ଆକାଶରେ ଉଡ଼ୁଛି!ଖୁଆଡ଼-ଖୁଆଡ଼- ସାତପରସ୍ତ,ବାଡ଼- ତାରଘେରା ଜବରଦସ୍ତ,ଲୁହା ପଞ୍ଜୁରୀରେ ପୋଷା ଶୁଆପରିଦିନକରେ ମଞ୍ଜେ ବଢ଼ୁଛି!ବାପାମନ ମୋର ମହାଆକାଶରେ ଉଡ଼ୁଛି!ଶନି ରବିବାର ସାକ୍ଷାତ ଦିନଭେଟଭାଟ ପାଇଁ ଅଥୟ ମନମାଆ ତାହାର- ମନ କୋହରସିରାଗୁଡ଼ ଦଳି ଏଡ଼େ ପାହାରଫାଲୁଆ ଆରିଷା କରିଚି!ବାଡ଼ି ନଡ଼ିଆର କୋରୁଆଁ ପୁରପେଟେ ପେଟେ ସେତ ଭରିଚି ।ପିଠା କଲାବେଳେ ପିଲାକଥା ଭାବିତା’ ଆଖିରୁ କେତେ ଝରିଚି ।ଚାରିପଟେ ତାରବାଡ଼ ପାଚେରୀନବ-ଉଦୟଙ୍କୁ ରହିଚି ଘେରି ।ପାଚେରୀ ଫାଟକେ ଦାନ୍ତି କବାଟପବନକୁ ଫାଶ, ଜଗିଚି ବାଟ ।ଭିତରୁ ବାହାର – ବାହାରୁ ଭିତରଯିବା- ଆସିବାକୁ ପୂରା ଆକଟ ।ଗେଏଟେ ପାଖରେ ବାପା ମା’ ଦଳକା’ ହାତେ ବିସ୍କୁଟ୍ କା’ହାତେ ଫଳ,ଆ’ ଚୁ-ଚୁ ଡାକରେମାପିଚୁପି ପାଦ ପକେଇ ପକେଇପିଲା ଚାହୁଁଛନ୍ତି ଲୁହା ରେଲିଙ୍ଗର ଫାଙ୍କରେ ।ପିଲାର ଆଖିରେ ଲୁହ ଟଳମଳବାପା…

Read More

ଫେରିଛି ଅତୀତ

ସୌଦାମିନି ମିଶ୍ରହଜିଲା ଅତୀତ ଆସିଛି ଗୋ ସଖି ସ୍ମୃତିର ପସରା ଧରି,ଅପେକ୍ଷାରେ ଆଶା ଅନ୍ତ ଘଟିଛି ମୋ ଏତେ ନିକଟେ କିପରି!ଅବାକ୍ ଲାଗଇ ଫେରିବା ସ୍ମୃତିକୁ ନିରାଶ ଜୀବନେ ପାଇ,ସୁନେଲି ସପନ ପରେ ବାସ୍ତବତା ସତଲାଗେ ମୋହ ପାଇଁ ।ହୃଦୟ ମୋହର ହୋଇଛି ବିଦିର୍ଣ୍ଣ ଚରମ ବିଶ୍ୱାସଘାତେ,ଅଶ୍ରୁଳ ନୟନେ ଅନୁତାପ କଣ୍ଠେ କ୍ଷମା ଆଚରଣ ପାତେ ।ଅତୀତକୁ ପୁଣି ସାଉଁଟି ଆଣିଲି ହୃଦୟେ କ୍ଷମା ଆପେକ୍ଷୀ,ସରଳ ହୃଦୟ ନିଷ୍କପଟ ତା’ର ଅନୁରୋଧ ରକ୍ଷା ରଖି ।ବୃଥା ଅହଙ୍କାରେ ସନ୍ଦେହ ଆଧାରେ ନିଜଠୁ ନିଜେ ଦୂରେଇ,ସମୟ ସାପକ୍ଷେ ହଜିଲା ଅତୀତ ଫେରିଆସେ ପୁଣି ପଛେଇ । ନୀଳାଦ୍ରି ବିହାର, ନୟାଗଡ, ମୋ- ୯୯୩୭୫୮୮୦୩୫

Read More

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ – ଉତ୍ତମ ବ୍ରତ,ଉତ୍ତମ ଚରିତ୍ର। ସମାନ ହୃଦୟ, ସମାନ ବିଚାର, ଏକ ମନ, ଏକ ଭାବନା ହିଁ ଯେଉଁ ବିଚାରରେ ସ୍ଥିର ହୋଇ ରହେ ତାହାହିଁ ବ୍ରତ। ବ୍ରତ ଅର୍ଥାତ୍ ସଂକଳ୍ପ ଅର୍ଥାତ୍ ଦୃଢ଼ ନିଷ୍ଠା ଯାହାକି ଥରେ ବରଂ କଲେ ମରଣ ପର୍ଯ୍ୟନ୍ତ ପାଳନୀୟ ତାହା ହିଁ ବ୍ରତ ଅଟେ। ସେଥିପାଇଁ ବେଦମନ୍ତ୍ର କହେ:-“ଯଦେତତ୍ ହୃଦୟଂ ତବ ତଦସ୍ତୁ ହୃଦୟଂ ମମ।ଯଦିଦଂ ହୃଦୟଂ ମମ ତଦସ୍ତୁ ହୃଦୟଂ ତବ।”ଅର୍ଥାତ- ତୁମର ହୃଦୟ ସହିତ ମୋର ହୃଦୟ ସମାନ ହେଉ,ମୋର ହୃଦୟ ସହିତ ତୁମର ହୃଦୟ ସମାନ ହେଉ। ପତି ପତ୍ନୀ ଜୀବନରେ ଜଣକ ବିନା ଆଉ ଜଣେ ହସି ନଥାଏ। ସ୍ନେହ, ଶ୍ରଦ୍ଧା, ଆନ୍ତରିକତା, ଆତ୍ମବିଶ୍ଵାସରେ ଦାମ୍ପତ୍ୟ ଜୀବନ ମଧୁମୟ ହୋଇଥାଏ। କେବଳ ଅମାବାସ୍ୟା ଦିନ ପତିଙ୍କୁ ପ୍ରଣାମ ଜଣାଇଦେଲେ ବ୍ରତର ପୂର୍ଣ୍ଣତା…

Read More

ଇଦ୍ ମୁବାରକ

ଇଦ୍ ମୁବାରକ୍ଇଦ୍ ମୁବାରକ୍ ତୁମକୁ ଭାଇଇଦ୍ ମୁବାରକ୍ ତୁମକୁ ଭାଇପ୍ରଥମ ଜହ୍ନର ଅବଲୋକନରେ ହସନ୍ତି ଜଗତ ଜନ,ସେହିପରି ଶିହରଣ ଆଣୁଥାଏ ପାର୍ବଣର ରମଜାନ ।କଳାବଉଦରେ ଲୁଚିଲୁଚି ଆସେ ରମଜାନ ରୂପେଲି ଜହ୍ନ,ମକା ମଦିନାର ଚୂଳ ଛୁଇଁଯାଏ ରଖିଛି ଜାତିର ମାନ ।ଆମେନା ନନ୍ଦନ ଇସଲାମର ଜ୍ୟୋତି କରିଗଲେ କେତେ ପଣ,ବିଜୟ କରିଲେ ଜଗତର ମନ ପରାଣେ ତୋଳି ସ୍ପନ୍ଦନ ।କିଶୋର କିଶୋରୀ ମେହେନ୍ଦି ସଜାଇ ମୁବାରକ ଉଚ୍ଚାରଣେ,ଶୁଭାଶିଷ ଦିଆନିଆ ଚାଲିଥାଏ ଏହି ମଧୁ ପାରବଣେ ।ହେ ଜଗତଜିତା ତୁମେ ପରମାତ୍ମା ସଂସାରରେ ପଏଗମ୍ବରତୁମ ଚଲାପଥ ଆଦରି ନେଇଛୁ ତୁମେ ଏକା ଆପଣାର ।ଇଦ୍ ମୁବାରକ୍ ତୁମକୁ ଭାଇଇଦ୍ ମୁବାରକ୍ ତୁମକୁ ଭାଇ ।। (ଏମ.ଆଉରଙ୍ଗଜେବ)

Read More

ପୋଲିସ-ଜନତା ନିକିତିର ଦୁଇ ପାର୍ଶ୍ବ

       ଲେଖକ –  ଦିଲ୍ଲୀପ କୁମାର ସାହାଣୀ ରେଳ ଗାଡ଼ିର ଦ୍ବିତୀୟ ଶ୍ରେଣୀ ପ୍ରକୋଷ୍ଠରେ ପରଷ୍ପରକୁ ପାଖାପାଖି ବସିଥିଲୁ । ରାତିର ଘନତ୍ବ କ୍ରମଶଃ ବୃଦ୍ଧି ହେବାରେ ଲାଗିଥାଏ। ବୋଧହୁଏ ରାତି ସେତେବେଳେ ଦୁଇଟା ବାଜି ସାରିଥିଲା। ଆଉ ମାତ୍ର ଏକ ଘଣ୍ଟା ପରେ ଅର୍ଥାତ ତିନିଟା ବେଳେ ଗୟାରେ ପହଞ୍ଚି ଯିବ। ବିଶ୍ବମ୍ବର ମାତ୍ରାଧିକ ନିକଟକୁ ଘୁଞ୍ଚି ଆସିଲା। ତା ଆଖି ଡୋଳା ଦୁଇଟି ଛଳଛଳ ଲାଗୁଥିଲା। କୌଣସି କାରଣରୁ ସେ ଭୟଭୀତ ହେବାପରି ମୋତେ ପ୍ରତୀତ ହେଉଥିଲା। ମୁଁ ପ୍ରଶ୍ନ କଲି, ତୁମର ଦେହ ଠିକ ଅଛି ନା ବିଶ୍ବମ୍ବର?        ସେ ଉତ୍ତର ଦେଲା  ଠିକ ଅଛି ଯେ ସାର୍ଟ୍ଟ.         ଆରେ କହୁନ ଘର କଥା ମନେ ପଡୁଛି କି?          ସାର ଆସିବା ଆଗରୁ ଯାହା ଶୁଣି ଥିଲିଟ୍ଟ.         ପୁନଶ୍ଚ ପଚାରିଲି, କ\’ଣ ଶୁଣି ଥିଲ ?         ସାର୍ ଏତେ ରାତିରେ…

Read More

ଅଭିନ୍ନ ପରିଚୟ

ପ୍ରିୟଦର୍ଶୀ ଚନ୍ଦନ (ଦୀପୁ) ମଣିଷ ଜୀବନଅସମ୍ପୂର୍ଣ୍ଣ ପାଂଡୁଲିପିଟିଏତା’ପରେ ସବୁବେଳେ ପ୍ରଶବାଚୀବ୍ୟର୍ଥ ଯାହା ଗତି ଅନୁମେୟଛାତିତଳେ ବା ମଶାଣି କବରଛାତିତଳେ ମସଜିଦ ମନ୍ଦିରପୋତେ ସେ, ପୋଡ଼େ ସେପାପ ମଥାତଳରଯନ୍ତ୍ରଣା ବିସ୍ମୃତି ସବୁ ଛାତିତଳରଆଲ୍ଲା ଆଲ୍ଲା କରେ ହାଲ୍ଲାଦୁର୍ବଳ ମୁହୂର୍ତରେଈଶ୍ୱର ପରମେଶ୍ୱର ବୋଲି ଉଚ୍ଚାରେପୁଣ୍ୟର ଆଶାରେନିଚ୍ଛକ ସତଟିଏ କିନ୍ତୁମୋତେ ବିଶ୍ୱାସ କରଏ ମଣିଷର ନିର୍ଭୁଲ ସଂଜ୍ଞାଟିଏ “ସ୍ୱାର୍ଥପର”ଅଭିନୟ ପେଷା ତା’ରସ୍ନେହ ପ୍ରେମ ତା ଅଚଳନ୍ତି ମୁଦ୍ରାଛାତି ତା’ କଙ୍କ୍ରିଟ ଚଟ୍ଟାଣସ୍ୱର୍ଶଶୂନ୍ୟ ସ୍ପନ୍ଦନହୀନଦୁନିଆର ଡ୍ରଇଂ ରୁମ୍‌ରେକିନ୍ତୁ କାକଟସ ଣ୍ଠଉଁ ସୁନ୍ଦର ।ା ଅକଲାଣ୍ଡ, ନିଉଜ୍‌ଲାଣ୍ଡ

Read More

ଲକଡାଉନ 2.0

ଚାଂହିଥା ଆକାଶକୁହେଲେ ଦେଖିବନି ଇନ୍ଦ୍ରଧନୁସାତରଙ୍ଗ ଏଵେ ସଟଡାଉନ କବ୍ଜାରେକାହାର କାଶ, ଥଣ୍ଡାକାହାର ଜ୍ଵରକାହାର ଛାତି ଯନ୍ତ୍ରଣାରେ l ପାଠପଢା ସବୁ ଚୁଲିକୁ ଯାଉବଂଚିଥିଲେ ପଢିବ ଢେରସମସ୍ତେ ନୂଆ କଥା ଶୁଣନୂଆ କଥା ଦେଖପ୍ରଥମେ ବିକାଗଲା ମାଟିତାପରେ ପାଣିଏଵେ ପବନ କିଣାବିକା ଢେର ଉଚ୍ଚାରେଶିକ୍ଷିତ ମଣିଷ ଏଵେଗଛ କଟାକୁ ପବନ ବିକାରେ l ଅଟୋ ଷ୍ଟାଣ୍ଡରେ ଅଟୋ ନମ୍ବର ପରିଶବ ଏଵେ ଚିତା ଅପେକ୍ଷାରେଶାଗ କଡେଇଟା ତରଳି ଯାଉଛିତତଲା ଲୁହରେ l ଗାଁ ପାଲଟିଛି ଏଵେ ଶବବୋହୂ ଚୋରି, ଖପରକାତି ସବୁ ଖେଳ ଏଵେ ବନ୍ଦଚଷା ପୁଅ ବସିଚି ଶଗଡ଼ ଗୁଳାରେ l ଛୋଟ ପଡିଗଲା ମହାଭାରତର ଯୁଦ୍ଧକିଏ ହସୁଥିଲା ତ, କିଏ କାନ୍ଦୁଥିଲାକରୋନା ମହାମାରୀଙ୍କୁ ଦିଅ ଡକାୟତ ତାଲିକାର ଶୀର୍ଷ ସ୍ଥାନସଭିଙ୍କୁ କନ୍ଦାଇ ଏକା ହସୁଥିଲା l ନୟାଗଡ, ମୋ- ୭୯୭୮୫୮୮୧୭୭

Read More