ନୟାଗଡ,(ନୟାଗଡ଼ ଦର୍ପଣ): ବିଶ୍ୱ ଟୀକାକରଣ ସପ୍ତାହ ତା. ୨୪.୦୪.୨୦୨୨ରିଖ ଠାରୁ ତା.୩୦.୦୪.୨୦୨୨ରିଖ ପର୍ଯ୍ୟନ୍ତ ପାଳନ ଉପଲକ୍ଷେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏ ବର୍ଷ ପାଇଁ ବାର୍ତା “ସମସ୍ତଙ୍କ ପାଇଁ ଦୀର୍ଘ ଜୀବନ କାମନା” । ଟୀକାକରଣ ଦ୍ୱାରା ସମସ୍ତ ରୋଗକୁ ରୋକାଯାଇପାରିବ । ଏହି ଟୀକାକରଣ ସପ୍ତାହ ପାଳନ ଅବସରରେ ପ୍ରଥମେ ଆମେ ଜନସାଧାରଣଙ୍କୁ ସଚେତନ କରାଇବା ଆମର ଲକ୍ଷ୍ୟ ହେବା ଉଚିତ୍ ବୋଲି ତା. ବେଉରା ପ୍ରକାଶ କରିଥିଲେ । ସେ ପୁଣି କହିଥିଲେ ପିଲା, ଗର୍ଭବତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଟୀକା ସେମାନଙ୍କୁ ଦେବା ଜରୁରୀ ଅଟେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସୁବାସ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ…
Read MoreCategory: ସ୍ୱାସ୍ଥ୍ୟ
ବିଶ୍ୱ ମ୍ୟାଲେରିଆ ଦିବସ ପାଳନ
ନୟାଗଡ଼,((ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ( ଟ୍ରେନିଙ୍ଗ୍ ୟୁନିଟ୍ ) ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୨ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମକରନ୍ଦ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବେଉରା ପ୍ରଥମେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏ ବର୍ଷ ପାଇଁ ସ୍ୱାସ୍ଥ୍ୟ ଭିତିକ ବାର୍ତା “ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆ ପ୍ରକୋପ କମାଇବା ଓ ଜୀବନ ରକ୍ଷା କରିବା” ପ୍ରକାଶ କରିଥିଲେ । ଆଜିର ଦିବସ ଉପରେ ଏକ ପାଠ୍ୟକ୍ରମ ମାଧ୍ୟମରେ ମୟାଲେରିଆକୁ କିପରି ଆମେ ପ୍ରତିହତ କରିବା ସେ ବିଷୟରେ ବୁଝାଇଥିଲେ । ସେ କହିଥିଲେ ଯେ, ଆମ ପରିବେଶକୁ ଆମେ ସଫା ରଖିବା,ମଶାରି ଟାଙ୍ଗି ଶୋଇବା,ଜ୍ୱର ହେଲେ ତୁରନ୍ତ ଆଶା, ଅଙ୍ଗନବାଡ଼ି ବା ଏ.ଏନ.ଏମ. ଦିଦିଙ୍କ…
Read Moreଅନନ୍ୟା ଫାଉଣ୍ଡେସନ ପକ୍ଷରୁ ORS liquid ବଣ୍ଟନ
ନୟାଗଡ଼,ନୟାଗଡ଼ ଦର୍ପଣ): ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଚାଳିଶି ଉପରେ, ହେଲେ ରାସ୍ତା ଉପରେ ଜନ ସାଧାରଣଙ୍କ ଶୃଙ୍ଖଳିତ ଯାତାୟତ ପାଇଁ ପ୍ରଚଣ୍ଡ ରୌଦ୍ରତାପକୁ ଭୃକ୍ଷେପ ନ କରି ସିଗନାଲ୍ ଉପରେ କାର୍ଯ୍ୟରତ ଥାଆନ୍ତି ଟ୍ରାଫିକ୍ ଆରକ୍ଷୀ କର୍ମଚାରୀମାନେ। ଏସବୁକୁ ନଜରରେ ରଖି ଟ୍ରାଫିକ୍ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ “ଅନନ୍ୟା ଫାଉଣ୍ଡେସନ୍” ତରଫରୁ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ୍ ଅଞ୍ଚଳରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ORS liquid bottle ପ୍ରଦାନ କରାଯାଇଥିଲା। ଭୁବନେଶ୍ୱର କିଟ୍ ଟ୍ରାଫିକଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜୟଦେବ ବିହାର ଦେଇ ନବୀନ ନିବାସ ଅଞ୍ଚଳରେ ସମାପ୍ତ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂଶା କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଦେବାଶିଷ, ସନ୍ତୋଷ, ଶୁରେଶ, ବେଣୁ, ଚନ୍ଦନ ଓ ଆଶୁତୋଷ ପ୍ରମୁଖ ଯୋଗ ଦେଇଥିଲେ। ଆଗକୁ ଏଭଳି…
Read Moreଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ(ଟ୍ରେନିଙ୍ଗ୍ ୟୁନିଟ୍) ଜାତୀୟ ନିରାପଦ ମାତୃତ୍ବ ଦିବସ-୨୦୨୨ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମକରନ୍ଦ ବେଉରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବେଉରା ପ୍ରଥମେ ସମସ୍ତଙ୍କୁ ସ୍ବାଗତ କରିବା ସହ ନିରାପଦ ମାତୃତ୍ଵ ଉପରେ ଏକ ପାଠ୍ୟକ୍ରମ ମାଧ୍ୟମରେ ବିଶଦ ଭାବେ ଉପସ୍ଥାପନା କରିଥିଲେ ଯେ, ଗର୍ଭଧାରଣ ଆରମ୍ଭ ଠାରୁ ମାତୃତ୍ଵ ସମୟ ଆରମ୍ଭ ହୋଇ ନବଜାତକକୁ ୪୨ଦିନ ହେବା ପର୍ଯ୍ୟନ୍ତ ମାତୃତ୍ଵ ସମୟ କୁହାଯାଏ । ଏହି ସମୟ ମାଆ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ମାଆ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ ସମୟ ହେଉଛି ଛୁଆ ଜନ୍ମ ସମୟ । ଡା. ବେଉରା ଆଫ୍ରିକା ଠାରୁ ଆରମ୍ଭ କରି ଓଡ଼ିଶାର ନୟାଗଡ଼ ପର୍ଯ୍ୟନ୍ତ ମାତୃ…
Read Moreନୟାଗଡ଼ରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ( ଟ୍ରେନିଙ୍ଗ୍ ୟୁନିଟ୍ )ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୨ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଭିମକରନ୍ଦ ବେଉରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବେଉରା ପ୍ରଥମେ ସ୍ବାସ୍ଥ୍ୟଭିତିକ ବାର୍ତା ସହିତ ପୃଥିବୀକୁ ସୁନ୍ଦର କରି ରଖିବା ଆମର କର୍ତ୍ତବ୍ୟ ବୋଲି କହିଥିଲେ। ସେଥିପାଇଁ ପରିବେଶ ଠାରୁ ଆରମ୍ଭ କରି ଖାଦ୍ୟ ପାନୀୟ, ପ୍ରଦୁଷଣ ସବୁର ଦାୟିତ୍ଵ ଆମର । ଏଥିପାଇଁ ଆମେ ଯତ୍ନବାନ ହେବା ଓ ସମାଜକୁ ସଚେତନତା କରିବା ଅତ୍ୟନ୍ତ ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସୁବାସ ଚନ୍ଦ୍ର ନାଏକ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପୁଷ୍ପ ନିଳିମା ଲାକ୍ରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ…
Read Moreସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକାର “ସ୍ୱାତୀଲଗ୍ନା କଳା ସମ୍ମାନ-୨୦୨୨” ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ସାହିତ୍ୟ ଇ ପତ୍ରିକା ତରଫରୁ ନୟାଗଡ଼ ଜିଲ୍ଲାର ରାବରା ଗ୍ରାମର ଶ୍ରୀଯୁକ୍ତ ସୀତାରାମ ଚୌଧୁରୀ ଓ ଶରଣକୁଳ ନିକଟସ୍ଥ ଗୋଡିପଲ୍ଲୀ ଗ୍ରାମର ସଂଗ୍ରାମ କେଶରୀ ସ୍ୱାଇଁକୁ “ସ୍ୱାତୀଲଗ୍ନା କଳା ସମ୍ମାନ 2022″ରେ ସମ୍ମାନିତ କରାଯାଇଛି। ଶ୍ରୀଯୁକ୍ତ ସୀତାରାମ ଚୌଧୁରୀ ଏକକ ଅଭିନୟ କ୍ଷେତ୍ରରେଜଣେ ଅନନ୍ୟ ଅଗ୍ରଦୂତ। ଆନ୍ଧ୍ର, ଓଡ଼ିଶା ତଥା ପଶ୍ଚିମବଙ୍ଗ ଭଳି ପଡୋଶୀ ରାଜ୍ୟମାନଙ୍କରେ ଏକକ ଅଭିନୟ କରି ସେ ଅନେକ ସୁଖ୍ୟାତି ଅର୍ଜ୍ଜନ କରି ପାରିଅଛନ୍ତି। ସମୟ ଶ୍ରୋତରେ ହଜିଯାଉଥିବା ବିଲୁପ୍ତପ୍ରାୟ “ଏକକ ଅଭିନୟ”କୁ ସେ ନିଜ ଅଧ୍ୟବସାୟ ବଳରେ ଉଜ୍ଜୀବିତ କରି ଆଜିପର୍ଯ୍ୟନ୍ତ ବଞ୍ଚେଇ ରଖି ଆସିଥିବାରୁ ଶ୍ରୀ ଚୌଧୁରୀ ମହୋଦୟଙ୍କୁ ଚଳିତ ବର୍ଷ ପାଇଁ “ସ୍ଵାତୀଲଗ୍ନା କଳା ସମ୍ମାନ ୨୦୨୨” ରେ ସମ୍ମାନିତ କରାଯାଇଛି ସେହିପରିହେ ଅନନ୍ୟ ପ୍ରତିଭୂ ସଂଗ୍ରାମ କେଶରୀ…
Read Moreକୋଭିଡ ଟୀକାକରଣ ନିମନ୍ତେ ଜିଲ୍ଲା ରେ ବୁଲିଲା ସଚେତନତା ରଥ
ନୟାଗଡ଼,(ନୟାଗଡ଼ ଦର୍ପଣ): କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟୀକାକରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟ ରେ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡ୍ ର ମିଳିତ ସହଯୋଗରେ ଏକ ସଚେତନତା ରଥ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରିଛି।ଜିଲ୍ଲା ର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ସବୁଜ ପତାକା ଦେଖାଇ ରଥ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଅବସର ରେ ଜିଲ୍ଲା ପ୍ରଶାସନ ଏବଂ ଆକ୍ସନଏଡ୍ ର ମିଳିତ ସହଯୋଗ ରେ ରଥ ଟି ଜିଲ୍ଲାରେ ୮ଟି ବ୍ଲକ ର ବିଭିନ୍ନ ଗ୍ରାମରେ କେ଼ାଭିଡ ସମ୍ବଧିତ୍ତ ବାର୍ତ୍ତା ପ୍ରଚାର କରିବ। ଏହି କାର୍ଯ୍ଯ କ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶଙ୍କର ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପେନ୍ଦ୍ର ନାଥ…
Read Moreଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଡା. ପୋମା ଟୁଡୁ
ନୟାଗଡ଼ ଜିଲ୍ଲାରେ କୋଭିଡ୍ କଲସେଂଟର ପୁନଃ କାର୍ଯ୍ୟକ୍ଷମ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ଆଜି ମଧ୍ୟାହ୍ନ ୧୨ଘଟିକା ସମୟରେ ଭିଡ଼ିଓ କନ୍ଫରେନ୍ସି ଜରିଆରେ ଜିଲ୍ଲାର କୋଭିଡ୍ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସମସ୍ତ ବ୍ଲକର କୋଡ଼ିଡ୍ ନୋଡାଲ ଅଧିକାରୀମାନେ ଯୋଗଦାନ କରିଥିଲେ । ଆଜି ଠାରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଡ଼ିଡ୍ କଲସେଂଟର ପୁନଃକାର୍ଯ୍ୟକ୍ଷମ ହୋଇଅଛି । ଏହା ଦ୍ୱାରା ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କର ସ୍ଥିତି ସଂପର୍କରେ କାର୍ଯ୍ୟରେ ଥିବା ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀମାନେ କଲସେଂଟରରୁ ପଚାରି ବୁଝିବାରେ ସହଜ ହେବ।
Read Moreଶ୍ରୀରାମକୃଷ୍ଣ-ବିବେକାନନ୍ଦ ସେବାଶ୍ରମ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ା ରୋଡ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ କୋଭିଡ୍ ନିୟମ ପାଳନ କରି ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଆଶ୍ରମର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ସକାଳ ୧୦ଘଟିକା ସମୟରେ ସ୍ବାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ଯ ଅତିଥି ଭାବେ ଟିକାତାଳ ଶ୍ରୀରାମକୃଷ୍ଣ ସେବାଶ୍ରମର ଅଧ୍ଯକ୍ଷ ଶ୍ରୀମତ୍ ସ୍ବାମୀ ଭାଗବତାନନ୍ଦ ପୁରୀ ପ୍ରଥମେ ଶ୍ରୀରାମକୃଷ୍ଣ-ବିବେକାନନ୍ଦ ସେବାଶ୍ରମର ଶୁଭ ଉନ୍ମୋଚନ କରିବା ସହିତ ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ଦାମୋଦର ସାହୁ ଯୋଗଦେଇଥିଲେ। ସ୍ବାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ଯ…
Read Moreଦଶପଲ୍ଲାରେ ମାତୃ ଓ ଶିଶୁ ପ୍ରଯତ୍ନ କେନ୍ଦ୍ରର ଶୁଭାରମ୍ଭ
ଦଶପଲ୍ଲା,(ନୟାଗଡ ଦର୍ପଣ): ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦୀର୍ଘ ୬ବର୍ଷ ପରେ ମାତୃ ଓ ଶିଶୁ ପ୍ରଯତ୍ନ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ଦଶପଲ୍ଲା ସହରକୁ ନୂତନ ଏନ୍ଏସିର ମାନ୍ୟତା ପାଇବା ପରେ ଦଶପଲ୍ଲା ଗାନ୍ଧୀ ମଇଦାନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଥିଲେ । ୭କୋଟି ୮୭ଲକ୍ଷ ୭୯ ହଜାର ୬ଶହ ଟଙ୍କାର ଏହି ପ୍ରକଳ୍ପ ବିନିମୟରେ ୪ ମହଲା ବିଶିଷ୍ଟ କୋଠାଗୃହ ନିର୍ମାଣ ହେବା ସାଙ୍ଗକୁ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ । ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଉକ୍ତ କାର୍ଯ୍ୟ ପରିଚାଳନା କରିବ । ତେବେ ଭିତ୍ତିପ୍ରସ୍ତର ୬ବର୍ଷ ପୂର୍ବରୁ ଦିଆଯାଇଥିଲେ ମଧ୍ୟ ଆବଶ୍ୟକ ଜମି ଅଧିଗ୍ରହଣ ଓ ଠିକା ପ୍ରସ୍ତାବରେ ତୃଟିଥିବା ଦର୍ଶାଇ ନ୍ୟାୟାଳୟରେ ମାମଲା…
Read More