ଦଶପଲା,(ନୟାଗଡ଼ ଦର୍ପଣ):- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଆଦିବାସୀ ଅଧ୍ୟୁଶିତ ବାମ ଗ୍ରାମରେ ଆଜି ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ସେବା ଉତ୍ସବରେ ବସ୍ତ୍ରଦାନ, ଖାଦ୍ୟ ବଣ୍ଟନ, ଓ ଅସହାୟଙ୍କୁ ଆର୍ଥିକ ସହାୟତା ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ଆଦିବାସୀ ଅଧ୍ୟୁଶିତ ବାମ ଗ୍ରାମରେ ମାଗଣା ସ୍ୱାସ୍ଥ୍ୟସେବା ଶିବର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏହି ଶିବିରକୁ ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀମତୀ କ୍ଷମା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭଉଦଘାଟନ କରିଥିବା ବେଳେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡା. ଅରବିନ୍ଦ ଦାଶ, ବରିଷ୍ଠ ଡାକ୍ତର ରମେଶ…
Read MoreCategory: ସ୍ୱାସ୍ଥ୍ୟ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ଜନସଂଖ୍ୟା ଦିବସ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରାଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଜନସଂଖ୍ୟା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଅଭିନବ ପନ୍ଥା ଅନୁସରଣ କରି ପରିବାର ନିୟନ୍ତ୍ରଣ କରିବା ପାଇଁ ଡା. ବେଉରା ପରାମର୍ଶ ଦେଇଥିଲେ । ଏହିଅବସରରେ ତା.୨୭.୦୬.୨୦୨୨ରିଖ ଠାରୁ ତା.୧୦.୦୭.୨୦୨୨ରିଖ ପର୍ଯ୍ୟନ୍ତ ପରିବାର ନିୟନ୍ତ୍ରଣ ସଚେତନତା ପକ୍ଷ ଏବଂ ତା.୧୧.୦୭.୨୦୨୨ରିଖ ଠାରୁ ତା.୨୪.୦୭.୨୦୨୨ରିଖ ପର୍ଯ୍ୟନ୍ତ ସ୍ଥିରତା ପକ୍ଷ ପାଳନ କରାଯିବାକୁ ଅଛି । ଏହି ଅବସରରେ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ୧୨୫ଜଣ ମହିଳାଙ୍କର ଲାପ୍ରୋସ୍କୋପି ଅପରେସନ ଦ୍ୱାରା ପରିବାର ନିୟନ୍ତ୍ରଣ କରାଯାଇଛି । ଏଥି ସହିତ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପରିବାର ନିୟନ୍ତ୍ରଣ ଉପରେ ଭଲ କାମ କରିଥିବା ନିମ୍ନଲିଖିତ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ପୁରସ୍କୃତ…
Read Moreକେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଆସୋସିଏସନର ନିଜର କାର୍ଯ୍ୟାଳୟରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ରକ୍ତଦାନ ଶିବିରରେ ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଜିବନ ବିନ୍ଦୁ ସଂଯୋଜକ ଗୁରୁପ୍ରସାଦ ଜେନା, ସମାଜସେବୀ ଦାମୋଦର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ନୟାଗଡ଼ ଜିଲ୍ଲା କେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ସଭାପତି ପ୍ରହଲ୍ଲାଦ ସାହୁ ଓ ସମ୍ପାଦକ ସନ୍ତୋଷ ନାୟକଙ୍କ ସମେତ ଅନୁଷ୍ଠାନର…
Read Moreନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରୋଟାରୀ କ୍ଲବ୍ ଦ୍ବାରା ସ୍ବଚ୍ଛ ଓ ଗରମ ପାନୀୟ ଜଳ ଯୋଗାଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ରୋଟାରୀ କ୍ଲବ୍,ନୟାଗଡ଼ ଦ୍ବାରା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରୋଗୀମାନଙ୍କ ପାଇଁ ଗରମ ପାନୀୟ ଜଳ ବିତରଣ କେନ୍ଦ୍ରକୁ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଉଦଘାଟନ କରିଛନ୍ତି। ରୋଟାରୀ କ୍ଲବ୍ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନନୀୟ ଜିଲ୍ଲାପରିଷଦ ଅଧ୍ଯକ୍ଷ ଦେବାଶିଷ ପଟ୍ଟନାୟକ,ଓ ମୁନିସିପାଲିଟି ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଜିଲ୍ଲାର ବିଭିନ୍ନ କୋଣରୁ ପ୍ରତିଦିନ ଶହ ଶହ ରୋଗୀ ଆସି ଚିକିତ୍ସିତ ହେଉଥିଲା ବେଳେ ରୋଗୀ ମାନଙ୍କ ପାଇଁ ଗରମ ପାନୀୟ ଜଳର ବ୍ଯବସ୍ଥା ନ ଥିଲା। ଯାହାଫଳରେ ଗରମ ପାଣି ପାଇଁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ଅସୁବିଧାକୁ ଅନୁଭବ କରି ସ୍ଥାନୀୟ ରୋଟାରୀ କ୍ଲବ୍, ନୟାଗଡ଼ ଗରମ ପାନୀୟ…
Read Moreନୟାଗଡ଼ରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଜୋର ଧରିଲା ଦାବି
“ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ନୟାଗଡ଼ ବିକାଶ ମଞ୍ଚ” ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି । ନୟାଗଡ଼ ଜିଲ୍ଲାର ବୃହତ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସରକାର ନୟାଗଡ଼ରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏନେଇ ଆଜି ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ବିକାଶ ମଞ୍ଚ ଆବାହକ ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ ନେତା ମନୋଜ କୁମାର ସାହୁ, ସମାଜସେବୀ ଦାମୋଦର ସାହୁ, ଯୁବସମାଜସେବୀ ଶିବରାମ ମହାପାତ୍ର, ବିଜେପି ନେତା ସୌମ୍ୟରଂଜନ ପ୍ରଧାନ, ସମାଜସେବୀ ବସନ୍ତ ପଟ୍ଟନାୟକ, ମୈତ୍ରୀ ଯୁବ ସଂସଦର ପ୍ରଦୀପ ସାହୁ, ଖଣ୍ଡପଡା ବିକାଶମଞ୍ଚ ଆବାହକ ଅଭିଳାଷ ପଣ୍ଡା,…
Read Moreବିଶ୍ୱ ଟୀକାକରଣ ସପ୍ତାହ ପାଳନ
ନୟାଗଡ,(ନୟାଗଡ଼ ଦର୍ପଣ): ବିଶ୍ୱ ଟୀକାକରଣ ସପ୍ତାହ ତା. ୨୪.୦୪.୨୦୨୨ରିଖ ଠାରୁ ତା.୩୦.୦୪.୨୦୨୨ରିଖ ପର୍ଯ୍ୟନ୍ତ ପାଳନ ଉପଲକ୍ଷେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏ ବର୍ଷ ପାଇଁ ବାର୍ତା “ସମସ୍ତଙ୍କ ପାଇଁ ଦୀର୍ଘ ଜୀବନ କାମନା” । ଟୀକାକରଣ ଦ୍ୱାରା ସମସ୍ତ ରୋଗକୁ ରୋକାଯାଇପାରିବ । ଏହି ଟୀକାକରଣ ସପ୍ତାହ ପାଳନ ଅବସରରେ ପ୍ରଥମେ ଆମେ ଜନସାଧାରଣଙ୍କୁ ସଚେତନ କରାଇବା ଆମର ଲକ୍ଷ୍ୟ ହେବା ଉଚିତ୍ ବୋଲି ତା. ବେଉରା ପ୍ରକାଶ କରିଥିଲେ । ସେ ପୁଣି କହିଥିଲେ ପିଲା, ଗର୍ଭବତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଟୀକା ସେମାନଙ୍କୁ ଦେବା ଜରୁରୀ ଅଟେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସୁବାସ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ…
Read Moreବିଶ୍ୱ ମ୍ୟାଲେରିଆ ଦିବସ ପାଳନ
ନୟାଗଡ଼,((ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ( ଟ୍ରେନିଙ୍ଗ୍ ୟୁନିଟ୍ ) ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୨ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମକରନ୍ଦ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବେଉରା ପ୍ରଥମେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏ ବର୍ଷ ପାଇଁ ସ୍ୱାସ୍ଥ୍ୟ ଭିତିକ ବାର୍ତା “ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆ ପ୍ରକୋପ କମାଇବା ଓ ଜୀବନ ରକ୍ଷା କରିବା” ପ୍ରକାଶ କରିଥିଲେ । ଆଜିର ଦିବସ ଉପରେ ଏକ ପାଠ୍ୟକ୍ରମ ମାଧ୍ୟମରେ ମୟାଲେରିଆକୁ କିପରି ଆମେ ପ୍ରତିହତ କରିବା ସେ ବିଷୟରେ ବୁଝାଇଥିଲେ । ସେ କହିଥିଲେ ଯେ, ଆମ ପରିବେଶକୁ ଆମେ ସଫା ରଖିବା,ମଶାରି ଟାଙ୍ଗି ଶୋଇବା,ଜ୍ୱର ହେଲେ ତୁରନ୍ତ ଆଶା, ଅଙ୍ଗନବାଡ଼ି ବା ଏ.ଏନ.ଏମ. ଦିଦିଙ୍କ…
Read Moreଅନନ୍ୟା ଫାଉଣ୍ଡେସନ ପକ୍ଷରୁ ORS liquid ବଣ୍ଟନ
ନୟାଗଡ଼,ନୟାଗଡ଼ ଦର୍ପଣ): ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଚାଳିଶି ଉପରେ, ହେଲେ ରାସ୍ତା ଉପରେ ଜନ ସାଧାରଣଙ୍କ ଶୃଙ୍ଖଳିତ ଯାତାୟତ ପାଇଁ ପ୍ରଚଣ୍ଡ ରୌଦ୍ରତାପକୁ ଭୃକ୍ଷେପ ନ କରି ସିଗନାଲ୍ ଉପରେ କାର୍ଯ୍ୟରତ ଥାଆନ୍ତି ଟ୍ରାଫିକ୍ ଆରକ୍ଷୀ କର୍ମଚାରୀମାନେ। ଏସବୁକୁ ନଜରରେ ରଖି ଟ୍ରାଫିକ୍ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ “ଅନନ୍ୟା ଫାଉଣ୍ଡେସନ୍” ତରଫରୁ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ୍ ଅଞ୍ଚଳରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ORS liquid bottle ପ୍ରଦାନ କରାଯାଇଥିଲା। ଭୁବନେଶ୍ୱର କିଟ୍ ଟ୍ରାଫିକଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜୟଦେବ ବିହାର ଦେଇ ନବୀନ ନିବାସ ଅଞ୍ଚଳରେ ସମାପ୍ତ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂଶା କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଦେବାଶିଷ, ସନ୍ତୋଷ, ଶୁରେଶ, ବେଣୁ, ଚନ୍ଦନ ଓ ଆଶୁତୋଷ ପ୍ରମୁଖ ଯୋଗ ଦେଇଥିଲେ। ଆଗକୁ ଏଭଳି…
Read Moreଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ(ଟ୍ରେନିଙ୍ଗ୍ ୟୁନିଟ୍) ଜାତୀୟ ନିରାପଦ ମାତୃତ୍ବ ଦିବସ-୨୦୨୨ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମକରନ୍ଦ ବେଉରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବେଉରା ପ୍ରଥମେ ସମସ୍ତଙ୍କୁ ସ୍ବାଗତ କରିବା ସହ ନିରାପଦ ମାତୃତ୍ଵ ଉପରେ ଏକ ପାଠ୍ୟକ୍ରମ ମାଧ୍ୟମରେ ବିଶଦ ଭାବେ ଉପସ୍ଥାପନା କରିଥିଲେ ଯେ, ଗର୍ଭଧାରଣ ଆରମ୍ଭ ଠାରୁ ମାତୃତ୍ଵ ସମୟ ଆରମ୍ଭ ହୋଇ ନବଜାତକକୁ ୪୨ଦିନ ହେବା ପର୍ଯ୍ୟନ୍ତ ମାତୃତ୍ଵ ସମୟ କୁହାଯାଏ । ଏହି ସମୟ ମାଆ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ମାଆ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ ସମୟ ହେଉଛି ଛୁଆ ଜନ୍ମ ସମୟ । ଡା. ବେଉରା ଆଫ୍ରିକା ଠାରୁ ଆରମ୍ଭ କରି ଓଡ଼ିଶାର ନୟାଗଡ଼ ପର୍ଯ୍ୟନ୍ତ ମାତୃ…
Read Moreନୟାଗଡ଼ରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ( ଟ୍ରେନିଙ୍ଗ୍ ୟୁନିଟ୍ )ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୨ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଭିମକରନ୍ଦ ବେଉରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବେଉରା ପ୍ରଥମେ ସ୍ବାସ୍ଥ୍ୟଭିତିକ ବାର୍ତା ସହିତ ପୃଥିବୀକୁ ସୁନ୍ଦର କରି ରଖିବା ଆମର କର୍ତ୍ତବ୍ୟ ବୋଲି କହିଥିଲେ। ସେଥିପାଇଁ ପରିବେଶ ଠାରୁ ଆରମ୍ଭ କରି ଖାଦ୍ୟ ପାନୀୟ, ପ୍ରଦୁଷଣ ସବୁର ଦାୟିତ୍ଵ ଆମର । ଏଥିପାଇଁ ଆମେ ଯତ୍ନବାନ ହେବା ଓ ସମାଜକୁ ସଚେତନତା କରିବା ଅତ୍ୟନ୍ତ ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସୁବାସ ଚନ୍ଦ୍ର ନାଏକ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପୁଷ୍ପ ନିଳିମା ଲାକ୍ରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ…
Read More