ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ORS liquid ବଣ୍ଟନ

ନୟାଗଡ଼,ନୟାଗଡ଼ ଦର୍ପଣ): ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଚାଳିଶି ଉପରେ, ହେଲେ ରାସ୍ତା ଉପରେ ଜନ ସାଧାରଣଙ୍କ ଶୃଙ୍ଖଳିତ ଯାତାୟତ ପାଇଁ ପ୍ରଚଣ୍ଡ ରୌଦ୍ରତାପକୁ ଭୃକ୍ଷେପ ନ କରି ସିଗନାଲ୍ ଉପରେ କାର୍ଯ୍ୟରତ ଥାଆନ୍ତି ଟ୍ରାଫିକ୍ ଆରକ୍ଷୀ କର୍ମଚାରୀମାନେ। ଏସବୁକୁ ନଜରରେ ରଖି ଟ୍ରାଫିକ୍ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ “ଅନନ୍ୟା ଫାଉଣ୍ଡେସନ୍” ତରଫରୁ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ୍ ଅଞ୍ଚଳରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ORS liquid bottle ପ୍ରଦାନ କରାଯାଇଥିଲା।

ଭୁବନେଶ୍ୱର କିଟ୍ ଟ୍ରାଫିକଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜୟଦେବ ବିହାର ଦେଇ ନବୀନ ନିବାସ ଅଞ୍ଚଳରେ ସମାପ୍ତ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂଶା କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଦେବାଶିଷ, ସନ୍ତୋଷ, ଶୁରେଶ, ବେଣୁ, ଚନ୍ଦନ ଓ ଆଶୁତୋଷ ପ୍ରମୁଖ ଯୋଗ ଦେଇଥିଲେ। ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରିରହିବ ବୋଲି ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ସୂଚନା ମିଳିଛି।

Related posts