“ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ନୟାଗଡ଼ ବିକାଶ ମଞ୍ଚ”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି । ନୟାଗଡ଼ ଜିଲ୍ଲାର ବୃହତ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସରକାର ନୟାଗଡ଼ରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏନେଇ ଆଜି ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ବିକାଶ ମଞ୍ଚ ଆବାହକ ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ ନେତା ମନୋଜ କୁମାର ସାହୁ, ସମାଜସେବୀ ଦାମୋଦର ସାହୁ, ଯୁବସମାଜସେବୀ ଶିବରାମ ମହାପାତ୍ର, ବିଜେପି ନେତା ସୌମ୍ୟରଂଜନ ପ୍ରଧାନ, ସମାଜସେବୀ ବସନ୍ତ ପଟ୍ଟନାୟକ, ମୈତ୍ରୀ ଯୁବ ସଂସଦର ପ୍ରଦୀପ ସାହୁ, ଖଣ୍ଡପଡା ବିକାଶମଞ୍ଚ ଆବାହକ ଅଭିଳାଷ ପଣ୍ଡା, ଚାଷୀନେତା ସଂଜୟ ନାୟକ, ୟୁଥ ଫର ଆକ୍ସନ ଜିଲ୍ଲା ସଭାପତି ପରମେଶ୍ୱର ସାହୁ, ଆଇନଜୀବୀ ପ୍ରଭାକର ଉତ୍ତର କବାଟ, ପ୍ରଭାତ ପରିଡା, ସୁଶାନ୍ତ ସାହୁ, ପ୍ରଫୁଲ ଖୁଣ୍ଟିଆ ଓ ସେବା ଉତ୍ସବ ସମିତି ସମ୍ପାଦକ ତ୍ରିନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟପକ୍ଷେ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ନୟାଗଡ଼ରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିକୁ ଆଗାମୀ ଦିନରେ ଜୋରଦାର କରାଯିବା ସହ ଏଦିଗରେ ଏକ ବିଶାଳ ସ୍ଵାକ୍ଷର ଅଭିଯାନ ଯଥାଶୀଘ୍ର ଆରମ୍ଭ କରାଯିବ ବୋଲି ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।