ଶିକ୍ଷକମାନଙ୍କ ଜିଲ୍ଲାସ୍ତରୀୟ “ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର” ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ 5T ଉଚ୍ଚ ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସମଗ୍ର ଶିକ୍ଷା, ନୟାଗଡ ଆନୁକୂଲ୍ୟରେ ଗତ ୨୩ରୁ ୨୭ତାରିଖ ପର୍ଯ୍ୟନ୍ତ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟର ପରିସରରେ ଚାଲିଥିବା “ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର” ଉଦଯାପିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରଥମ ପର୍ଯ୍ୟାୟରେ ୫୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଶିବିରରେ ଯୋଗଦେଇଥିଲେ। ଏଥିରେ ଏମ୍.ଆର.ଏସ୍.ର ପ୍ରୋଗ୍ରାମର ସୁଦର୍ଶନ ସାହୁ, ଜିଲ୍ଲା ଶିକ୍ଷା ସଂଯୋଜିକା କୃଷ୍ଣାରାଣୀ ମାଝୀ, ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, ଡ.ଗିରୀଜା ଶଙ୍କର ମହାପାତ୍ର, ରଂଜନ କୁମାର ସାହୁ ପ୍ରମୁଖ ପ୍ରଶିକ୍ଷଣରେ ଯୋଗ ଦେଇଥିଲେ।

ପିରାମଲ୍ ଫାଉଣ୍ଡେସନର ମୁଖ୍ୟ ସସ୍ମିତା ରଥ, ବିରେନ୍ ବିଶି କାର୍ଯ୍ୟକ୍ରମ ସହଯୋଗୀ ଭାବେ ଯୋଗଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ବସନ୍ତ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନେତୃତ୍ୱ ବିକାଶ ତଥା ଡିଜିଟାଲ ଦକ୍ଷତାର ବିକାଶ ଏହି ଶିବିରର ପ୍ରଧାନ ଆଭିମୁଖ୍ୟ ବୋଲି ଦର୍ଶାଇବା ସହ ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ସ୍ବାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts