2 ଜଣ ଚୁକ୍ତିଭିତିକ ଗ୍ରାମ ରୋଜଗାର ସେବକ (GRS)ଚାକିରିରୁ ବହିସ୍କୃତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ୨ଜଣ ଗ୍ରାମ ରୋଜଗାର ସେବକ (GRS)ଙ୍କୁ ଜିଲ୍ଲାପାଳ ଡା. ପୋମା ଟୁଡୁ ଚୁକ୍ତିଭିତିକ GRSପଦବୀରୁ ତା.28.04.22ରିଖ ଠାରୁ ବହିସ୍କୃତ କରିଛନ୍ତି । ସୂଚନା ଅନୁସାରେ ରଣପୁର ବ୍ଲକ ଅନ୍ତର୍ଗତ କୁଳାସର ଗ୍ରାମ ପଂଚାୟତର ପୂର୍ବତନ GRS ସୁଶାନ୍ତ କୁମାର ଦାସ ଯିଏ ବର୍ତମାନ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ପୁଟ ଗ୍ରାମ ପଂଚାୟତରେ GRS ଭାବରେ କାମ କରୁଥିଲେ ତାଙ୍କୁ ୨୮ ଏପ୍ରିଲ ୨୦୨୨ ଠାରୁ ଚୁକ୍ତିଭିତିକ GRS ପଦବୀରୁ ବହିସ୍କୃତ କରାଯାଇଛି । ତାଙ୍କ ବିରୁଦ୍ଧରେ କୁଳାସର ଗ୍ରାମପଂଚାୟତରେ ଅର୍ଥ ତୋଷରାପାତ ଓ ଭିଜିଲାନ୍ସ ତଦନ୍ତ ଆଦି ଅଭିଯୋଗ ଥିଲା। ସେହିପରି ରଣପୁର ବ୍ଲକ ଅନ୍ତର୍ଗତ ବ୍ରଜରାଜପୁର ଗ୍ରାମ ପଂଚାୟତର ପୂର୍ବତନ GRS ପୁର୍ନମାସି ଆଚାର୍ଯ୍ୟ ଯିଏକି ଏବେ ରଣପୁର ବ୍ଲକ ଅନ୍ତର୍ଗତ ମୟୁରଝାଲିଆ ଗ୍ରାମ ପଂଚାୟତରେ GRS ଭାବେ କାର୍ଯ୍ୟ କରୁଛନ୍ତି, ତାଙ୍କୁ ବ୍ରଜରାଜପୁର ଗ୍ରାମ ପଂଚାୟତରେ MGNREGS ଫଣ୍ଡ ତୋଷରାପାତ ତଥା ମିଥ୍ୟା ବିଲ ଆଦି ଅଭିଯୋଗରେ ଶୁଣାଣି କରି ଜିଲ୍ଲାପାଳ ଡା. ପୋମା ଟୁଡୁ ଚୁକ୍ତି ଭିତ୍ତିକ GRS ପଦବୀରୁ ବହିସ୍କୃତ କରିଛନ୍ତି । ଏହି ଆଦେଶ ନିହାତି ଭାବରେ ଜିଲ୍ଲାରେ ସରକାରଙ୍କ 5T କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ଓ ସମସ୍ତ ଜନହିତ କାରି କାର୍ଯ୍ୟକ୍ରମ ସଠିକ ଓ ସୁଚାରୁରୂପେ ହେବା ଉପରେ ନିହାତି ଭୂମିକା ରଖିବ।

Related posts