ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଧନୁର୍ଜୟପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପରିସରରେ ଆଜି ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ଶିକ୍ଷା ବର୍ଷ (୨୦୨୨/୨୩)ରେ ଆଦର୍ଶ ବିଦ୍ୟାଳୟ ପରୀକ୍ଷାରେ କୃତିତ୍ୱ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଛାତ୍ରୀ କ୍ରିଷ୍ଣା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ଉତ୍ସବରେ ରୋହିବାଙ୍କ ଗ୍ରାମପଞ୍ଚାୟତ ସରପଞ୍ଚ ମହନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କୋମଣ୍ଡ କ୍ଲଷ୍ଟର ସି.ଆର.ସି.ସି ଲଳିତ ମୋହନ ମିଶ୍ର ମୁଖ୍ୟ ବକ୍ତାଭାବେ ଉଦବୋଧନଦେଇ ଧନୁର୍ଜୟପୁର ଭଳି ଏକ ପଲ୍ଲୀ ଗାଁର କୁନୀ ପ୍ରତିଭାର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। “ମୋ ସ୍କୁଲ” ସଭାପତି ନୀଳାଞ୍ଚଳ ଗୌଡ଼ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଉଚ୍ଚ କତ୍ତୁର୍ପକ୍ଷଙ୍କ ଦୃଷ୍ଟିଆକର୍ଷଣ କରିବାପାଇଁ ସରପଞ୍ଚଙ୍କୁ ଅବଗତ କରାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦମୟନ୍ତୀ ପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥଲେ। ପରିଶେଷରେ ଶିକ୍ଷକ କାହ୍ନୁ ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
