ଦଶପଲ୍ଲା, (ନୟାଗଡ଼ ଦର୍ପଣ): ରାଜ୍ୟରେ ବଦଳିଛି ସରକାର, ହେଲେ ବଦଳିନାହିଁ ଓଡିଶାର ସ୍ଥିତି। ଏହାର ଜ୍ବଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଦଶପଲ୍ଲା ପଶ୍ଚିମାଞ୍ଚଳ ରେ । ପୁଣି ଷ୍ଟ୍ରେଚରରେ ବୁହା ହେଲେ ରୋଗୀ। ଘରକୁ ରାସ୍ତା ନଥିବାରୁ ପ୍ରାୟ ୧ କିଲୋମିଟର ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଛି। ଏଭଳି ଚିତ୍ର ସାମ୍ନାକୁ ଆସିଛି ଦଶପଲ୍ଲା ବ୍ଲକରୁ। ସୂଚନା ଅନୁସାରେ ବାଣିଗୋଛା ଥାନା ଅନ୍ତର୍ଗତ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ ଜାମୁସାହି ଦୁଡୁକିପାଜୁ ଗ୍ରାମର ମାନସୀ ନାୟକ ବହୁଦିନ ଧରି ଅସୁସ୍ଥ ହୋଇ ଯନ୍ତ୍ରଣା ଭୋଗୁଥିଲେ। ଏ ଖବର ହୀରାଂଚଳ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ, କିଛି ଗଣମାଧ୍ୟମ ପ୍ରତିନିଧି ଓ ପଵନପୁତ୍ର ସେବାସମିତିର ସଭ୍ଯମାନେ ମାନସୀଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। ହେଲେ ଘରକୁ ରାସ୍ତା ନଥିବା ଆମ୍ବୁଲାନ୍ସ…
Read MoreCategory: ସ୍ୱାସ୍ଥ୍ୟ
ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ – ୨୦୨୪ର ଶୁଭାରମ୍ଭ
ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମ୍ୟାଲେରିଆ ଡେଙ୍ଗୁ ଓ ଡାଇରିଆ (MDD) ଉପରେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୪ ର ଶୁଭାରମ୍ଭ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ବାର୍ତ୍ତା ଥିଲା “ସଚେତନ ହୁଅନ୍ତୁ ସୁରକ୍ଷିତ ରୁହନ୍ତୁ”। ଏହି ସର୍ବେକ୍ଷଣଙ୍କୁ ଗ୍ରାମାଞ୍ଚଳରେ କାର୍ଯ୍ୟକାରି କରିବା ନିମନ୍ତେ ଜିଲ୍ଲା ସ୍ତରରୁ ବ୍ଲକ ସ୍ତରରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ସହ ଆଶା ମାନଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହା କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉପସ୍ଥିତ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଥିଲେ। ଗ୍ରାମାଞ୍ଚଳରେ ଆଶା କର୍ମୀ ମାନେ ଘର ଘର ବୁଲି ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଉପରେ…
Read Moreରୋଟାରୀ କ୍ଳବ୍ ତରଫରୁ ଜାତୀୟ ଡାକ୍ତର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁଖ୍ଯ ଚିକିତ୍ସାଳୟ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଜାତୀୟ ଡାକ୍ତର ଦିବସ ପାଳନ ହୋଇଯାଇଛି। ସକାଳ ୦୯ଟା ସମୟରେ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ଆବାହକତ୍ଵରେ ସମସ୍ତ ସଦସ୍ଯମାନେ ମୁଖ୍ଯ ଚିକିତ୍ସାଳୟ ପରିସରରେ ପହଞ୍ଚି ସମସ୍ତ ଡାକ୍ତରମାନଙ୍କୁ ଗୋଲାପ ଫୁଲ ଗୋଟିଏ ଗୋଟିଏ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଳବ୍ ସଂପାଦକ ରୋଟାରିଆନ୍ ଅବିନାଶ ସାହୁ, ରୋଟାରିଆନ୍ ଆରିଫ୍ ଖାନ୍, ଶ୍ରୀଧର ସାହୁ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଜି ରଶ୍ମିରାଜ, ସନ୍ତୋଷ କୁମାର ନାୟକ, ବାସୁଦେବ ସାହୁପ୍ରସନ୍ନ କୁମାର ବସନ୍ତିଆ, ଲକ୍ଷ୍ମୀ ନାରାୟଣ ରଥ ଓ ମଦନମୋହନ ମହାପାତ୍ର ଯୋଗଦେଇ ଥିଲେ।
Read Moreସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ସାରା ଭାରତ ବର୍ଷରେ ମଡେଲ ସାଜିଛି : ଅରୁଣ
ଉଦ୍ଘାଟିତ ହେଲା ନରସିଂହପ୍ରସାଦ ମେଡିକାଲ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପାଟଣା ଗ୍ରାମ ପଞ୍ଚାୟତ ନରସିଂହପ୍ରସାଦ ଠାରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଏହି ଅବସରରେ ଡ. ସାହୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧୀକ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ସାରା ଭାରତ ବର୍ଷରେ ମଡେଲ ସାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧୀକ ଲୋକାର୍ଭିମୁଖି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତିଟି ଜୀବନ ମୁଲ୍ୟବାନ । ଅର୍ଥ ଅଭାବରୁ କେହି ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ । ନବୀନ ସରକାରଙ୍କର ଏହା ହେଉଛି ଏକ ମାତ୍ର ଲକ୍ଷ । ସରକାରୀ ଓ ବେସରକାରୀ ମେଡିକାଲରେ ବିଏସକେୱାଇ…
Read Moreଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳିନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳିନୀ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ ଭଲକାମ କରି ଗୋଷ୍ଠୀର ବିଶ୍ଵାସ ଭାଜନ ହୋଇପାରିଥିବାରୁ ପ୍ରତି ବ୍ଲକରୁ ଗୋଟିଏ ଶ୍ରେଷ୍ଠ ଗାଁ କଲ୍ୟାଣ ସମିତିକୁ ପୁରସ୍କାର ସହିତ ଅର୍ଥରାଶି ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂହଙ୍କ କର କମଳରେ ପ୍ରଦାନ କରାଯାଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଶା କର୍ମୀମାନଙ୍କୁ ଛାଡି କୌଣସି ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଚିନ୍ତା କରାଯାଇ ପାରିବ ନାହିଁ ବୋଲି ଦୃଢମତ ପୋଷଣ କରିଥିଲେ ତଥା ତୃଣମୂଳ ସ୍ତରରେ ଆଶାମାନଙ୍କ ମହନୀୟ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମାକାନ୍ତ ପଣ୍ଡା ଯୋଗଦେଇ…
Read Moreଯକ୍ଷ୍ମା ମୁକ୍ତ ପଞ୍ଚାୟତ ସଚେତନତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପଞ୍ଚାୟତ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟିବି ମୁକ୍ତ ପଞ୍ଚାୟତ ସଂପର୍କରେ ସମସ୍ତ ପଞ୍ଚାୟତ ବିଭାଗ କର୍ମକର୍ତାଙ୍କୁ ନେଇ ଜିଲ୍ଲାପରିଷଦର ସୃଜନ ଗୃହରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ରାଜ୍ୟ ଯକ୍ଷ୍ମା ବିଭାଗ ଯୁଗ୍ମ ନିର୍ଦେଶକ ଅର୍ଘ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଯକ୍ଷ୍ମା ରୋଗର ଚିକିତ୍ସା ଓ ନିରାକରଣ ଯକ୍ଷ୍ମାମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ପଞ୍ଚାୟତ ସ୍ତରରେ ସଚେତନତା କରାଯିବା ପାଇଁ ଆଲୋଚନା ହୋଇଥିଲା।ଅତିରିକ୍ତ…
Read Moreଖଣ୍ଡପଡାରୋଡସ୍ଥ ନିରୋଗ କ୍ଳିନିକ୍ ରେ ଅଲଟ୍ରା ସାଉଣ୍ଡ ଉଦଘାଟନ କଲେ ବିଧାୟକ।
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ଖଣ୍ଡପଡାରୋଡସ୍ଥ ‘ନିରୋଗ’ କ୍ଳିନିକରେ ଅଲଟ୍ରା ସାଉଣ୍ଡ କେନ୍ଦ୍ରକୁ ଉଦଘାଟନ କଲେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ। ନୟାଗଡ଼ ସହରରେ ମାତ୍ର ଦୁଇଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ଥିବାରୁ ରୋଗୀମାନେ ବହୁ ହଇରାଣ ହରକତ ହେଉଥିଲେ। ଆବଶ୍ଯକ ସ୍ଥଳେ ଭୁବନେଶ୍ୱର ଯାଉଥିଲେ। ଏହି ଅସୁବିଧାକୁ ଦୂର କରିବା ପାଇଁ ନିରୋଗ କ୍ଳିନିକର ଅଲଟ୍ରା ସାଉଣ୍ଡ ନିଶ୍ଚିତଭାବେ ରୋଗୀମାନଙ୍କୁ ସାହାଯ୍ୟ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି ନିରୋଗ କ୍ଳିନିକରେ ଅତ୍ୟାଧୁନିକ ମେଶିନ ସାହାଯ୍ୟରେ ପାଥୋଲୋଜି, ଏକ୍ସରେ, ଇସିଜି ଠାରୁ ଆରମ୍ଭ କରି ଅଲଟ୍ରାସାଉଣ୍ଡ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍ବାସ୍ଥ୍ଯ ପରୀକ୍ଷା କରାଯାଉଛି ବୋଲି ଏହି କ୍ଳିନିକ୍ ର ପ୍ରୋପ୍ରାଇଟର ସନ୍ତୋଷ କୁମାର ନାୟକ ଓ ସାନଭାଇ ଡାକ୍ତର ମନୋଜ କୁମାର ନାୟକ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ Radiology…
Read Moreଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ ର ଶୁଭାରମ୍ଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ‘ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ତାରକ ପ୍ରଶନ୍ନ ତ୍ରିପାଠୀଙ୍କ ସଭାପତିତ୍ୟରେ ରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ ଚେୟାରମ୍ୟାନ ସୁନନ୍ଦା ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଡ଼ିଓ, ଏବିଡିଓ, ଏବିଓ, ଆଦର୍ଶ ବିଦ୍ୟାଳୟର ଅଧକ୍ଷ ଓ ରୋଟାରୀ କ୍ଲବର ଉପ ପ୍ରାନ୍ତପାଳ ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ । ଫାଇଲେରିଆ ଓ ଏହାର ନିରାକରଣ କୁ ନେଇ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ଡି.ଇ.ସି’ ବଟିକା ସହ ‘ଆଲ୍ବେଣ୍ଡାଜୋଲ’ ବଟିକା ଅତିଥି…
Read Moreଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ତା ୧୦.୦୨.୨୦୨୪ ରିଖ ଠାରୁ ତା ୧୯.୦୨.୨୦୨୪ ରିଖ ପର୍ଯ୍ୟନ୍ତ ଆମ୍ଭ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକରେ ଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ‘ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ ହେବାକୁ ଯାଉଅଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ଡି.ଇ.ସି’ ବଟିକା ସହ ‘ଆଲ୍ବେଣ୍ଡାଜୋଲ’ ବଟିକା ବୟସ ଅନୁପାତରେ ଗୋଟିଏ ମାତ୍ରାର ଔଷଧ ଲୋକମାନଙ୍କୁ ପ୍ରଶିକ୍ଷିତ ଓ ଦକ୍ଷ ଔଷଧ ପ୍ରଦାନକାରୀମାନେ ପ୍ରତ୍ୟକ୍ଷ ଭାବରେ ଖାଇବାକୁ ଦେବେ । ଏହି ଔଷଧ ପ୍ରଦାନ କାରୀମାନେ ହେଲେ – ଆଶାକର୍ମୀ, ଅଙ୍ଗନୱାଡିକର୍ମୀ ଓ ସ୍ୱେଚ୍ଛାସେବୀ । ଏହି ଔଷଧ ଏକ ନିରାପଦ ଔଷଧ ଅଟେ ଏବଂ ଏହାର ସାଧାରଣତଃ କୈାଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ । ଏହାକୁ ଯେକୌଣସି ସମୟରେ କିଛି ଖାଦ୍ୟ ଖାଇବା ପରେ ଖାଇବା ଉଚିତ୍ I ଯାହାଙ୍କ ଦେହରେ…
Read Moreରୋଟାରୀ କ୍ଳବ୍ ରେ ସ୍ବାସ୍ଥ୍ଯ ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡରେ ଅବସ୍ଥିତ ରୋଟାରୀ କ୍ଳବ୍ ପରିସରରେ ଆଜି ଏକ ସ୍ବାସ୍ଥ୍ଯ ଶିବିର ଅନୁଷ୍ଠିତ ହୋଇ ଯାଇଛି।ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ସହାୟତା ରେ ଆୟୋଜିତ ଏହି ସ୍ବାସ୍ଥ୍ଯ ଶିବିରରେ ଏକ ଶହରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ପରାମର୍ଶ ଗ୍ରହଣ କରିଥିଲେ। କଳିଙ୍ଗ ହସ୍ପିଟାଲ ର ଅର୍ଥୋପେଡିକ୍ ଡାକ୍ତର ଗୟାଧର ବେହେରା ଓ ଗ୍ଯାଷ୍ଟ୍ରୋ ସର୍ଜରୀ ଡାକ୍ତର ପ୍ରଦୀପ କୁମାର ସେଠୀ ରୋଗୀ ମାନଙ୍କୁ ପରାମର୍ଶ ଦେଇଥିଲା ବେଳେ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଅବଦୁଲ ଆରିଫ ଖାନ୍, ସମ୍ପାଦକ ରୋଟାରିଆନ୍ ଶ୍ରୀଧର ସାହୁ, ରୋଟାରିଆନ୍ ସୁବୋଧ ଚନ୍ଦ୍ର ପଟ୍ଟନାୟକ, ରୋଟାରିଆନ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ରୋଟାରିଆନ୍ ପ୍ରସନ୍ନ କୁମାର ବସନ୍ତିଆ, ରୋଟାରିଆନ୍ ଜି ରଶ୍ମିରାଜ, ରୋଟାରିଆନ୍ ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଶିବିର…
Read More