ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ର ସ୍ଥାପନ ପାଇଁ ଆବେଦନ କରିଥିବା ୟୁନିଟ୍ଗୁଡ଼ିକର ପଂଜିକରଣ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ଏଥି ସହିତ ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ ଗୁଡ଼ିକରେ କାର୍ଯରତ ବ୍ୟକ୍ତିଙ୍କ ସମ୍ପର୍କିତ ପ୍ରମାଣ ପତ୍ର ଓ କାର୍ଯ୍ୟଦକ୍ଷତା ସବୁକୁ ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଯଦି ଡାଇଗ୍ନୋଷ୍ଟିକ୍ କେନ୍ଦ୍ରଗୁଡ଼ିକ ନିୟମ ଉଲଂଘନ କରନ୍ତି ତେବେ ଗୁରୁତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଦଣ୍ଡବିଧାନ ବ୍ୟବସ୍ଥା ଓ ପ୍ରୋତ୍ସାହନ ସମ୍ବନ୍ଧୀୟ ସନ୍ଦେଶର ତୃଣମୂଳସ୍ତରରେ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସଙ୍କ ପ୍ରସ୍ତାବ ଅନୁସାରେ ଗୋଷ୍ଠୀ ଚିକିତ୍ସା ଅଧିକାରୀମାନେ ପ୍ରତିମାସରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ କିପରି ସମାନସ୍ତରକୁ ଆସିବ ସେଥି ପ୍ରତି ଦୃଷ୍ଟି ଦେବାକୁ ତାଗିଦ୍ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ) ଡା. ସୁବାସ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଅନ୍ୟାନ୍ୟ ଚିକିତ୍ସା ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିଥିଲେ ।
Related posts
-
ଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି।... -
ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ... -
କବି ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ ସିରିଅସ ଜୋନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବରେ କବି ପ୍ରଭାତ ମିଶ୍ରଙ୍କ...