ପୋଲିସର ନିଷ୍କ୍ରିୟତା ଅଭିଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ନୀରବ ପ୍ରତିବାଦ

ନୟାଗଡ଼, (ନୟାଗଡ଼ ଦର୍ପଣ):  ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରମାନେ ଅଭିନବ ଉପାୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା. ରବୀନ୍ଦ୍ର ନାଥ ସାହୁଙ୍କୁ ଡ୍ୟୁଟି ସମୟରେ ଆକ୍ରମଣ ହୋଇଥଲା। ଯଦି ଓ ପ୍ରସୂତି ମହିଳାଙ୍କ ମୃତ୍ୟୁ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି କିନ୍ତୁ ଜଣେ ଡାକ୍ତର ଡ୍ୟୁଟିରେ ଥିବାବେଳେ ତାଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ପୋଲିସ ଆଜି ପର୍ଯ୍ୟନ୍ତ ଗିରଫ କଲାନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନ ରତ ଡାକ୍ତର। ପୋଲିସର ଏ ଟାଳଟୁଳ ନୀତି ଅବଲମ୍ବନ ପାଇଁ ଆଜି ମୁଖ୍ୟ ଚିକିତ୍ସାଳୟରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଥିଲେ ସମସ୍ତ ଡାକ୍ତର। ସମ୍ପୃକ୍ତ ଡାକ୍ତରଙ୍କ ନିଲମ୍ବନ ପ୍ରତ୍ୟାହାର କରି ଏକ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେଥି ପାଇଁ ଆଜି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ସଭାପତି ଡା. ବି.ସୂର୍ଯ୍ୟା ରାଓ ଓ ସଂପାଦକ ଡା. ପ୍ରଦୀପ କୁମାର ପାଇକରାୟଙ୍କ ନେତୃତ୍ୱରେ ନୀରବ ପ୍ରତିବାଦ ଆରମ୍ଭ ହୋଇଛି। ଏଥିରେ ରାଜ୍ୟ ସଭାପତି ଡା କିଶୋର ଚନ୍ଦ୍ର ମିଶ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ସରୋଜ ରଞ୍ଜନ ନାୟକଙ୍କ ସହ ଜିଲ୍ଲାର ବହୁ ଡାକ୍ତର ଯୋଗ ଦେଇଥିଲେ। ରୋଗୀ ସେବା ବ୍ୟାଘାତ ନ କରି ପ୍ରତିଦିନ ଏହି ପରି ଏକ ଘଣ୍ଟା ନୀରବ ପ୍ରତିବାଦ ଚାଲୁ ରହିବ ଏଵଂ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ ଏହା ରାଜ୍ୟ ବ୍ୟାପି ଚାଲିବ ବୋଲି ରାଜ୍ୟ ସଭାପତି ସୂଚନା ଦେଇଛନ୍ତି।

Related posts