ଅଭିଭାବକ, ଶିକ୍ଷକ ବୈଠକ ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓଡ଼ଗାଁରେ ଆଜି ଛାତ୍ର ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନ ପରେ କରୋନା ପ୍ରଭାବରେ ବିଦ୍ୟାଳୟ ବନ୍ଦ ଥିଲା। ଗତ ୨୨ତାରିଖ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପ୍ରାରମ୍ଭିକ ଆକଳନ କରାଯାଇଥିଲା। ସେମାନେ କେତେ ଦକ୍ଷତା ହାସଲ କରିଛନ୍ତି ସେ ବିଷୟରେ ସଭିଙ୍କୁ ଅବଗତ କରାଯାଇଥିଲା।ବିଦ୍ୟାଳୟକୁ ଛାତ୍ର ଛାତ୍ରୀମାନେ ନିୟମିତ ଆସିବା, ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ବନ୍ଧୀୟ ସମସ୍ୟା ଉପରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ପଟ୍ଟନାୟକ, ସୌଦାମିନୀ ମହାପାତ୍ର ବିଷଦ ଭାବରେ ଆଲୋଚନା କରିଥିଲେ। ପରେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାକେଶ କୁମାର ସାହୁଙ୍କ ସହିତ ସ୍ୱାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ମାସ୍କ ଓ ସାନିଟାଇଜର ବ୍ୟବହାର,…

Read More

ଅସହାୟ କୁନି ବେୱାଙ୍କ ଦୁଇ ଝିଅଙ୍କୁ ସହାୟତାର ହାତ ବଢ଼ାଇଲା ନୟାଗଡ଼ ଜିଲ୍ଲା ପ୍ରଶାସନ

ରଣପୁର,(ନୟାଗଡ ଦର୍ପଣ): ରଣପୁର ବ୍ଲକ ଚାନ୍ଦପୁର ଅଞ୍ଚଳର କେରଣ୍ଡାଟାଙ୍ଗୀ ପଞ୍ଚାୟତ ବୃନ୍ଦାବନବିହାରୀପୁର ଗ୍ରାମର ମଶାଣିପଡା ସାହିରେ କୁନି ବେୱାଙ୍କ ଦୁଇ ଝିଅଙ୍କୁ ପାଠ ପଢ଼ିବା ପାଇଁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ । କୁନି ବେୱାଙ୍କର ସ୍ୱାମୀ କି ପୁଅ କେହି ନାହାନ୍ତି । ପରିବାର କହିଲେ କୁନି ବେୱା ଓ ତାଙ୍କ ଦୁଇ ଝିଅ ‘ନାରଖାରୀ ପରିଡା ଓ କଳ୍ପନା ପରିଡା’, ସ୍ୱାମୀ ଙ୍କ ଦେହାନ୍ତ ପରେ ବହୁ କଷ୍ଟରେ ଦୁଇ ଝିଅଙ୍କୁ ଧରି ଦିନ କାଟୁଥିଲେ କୁନି ବେୱା । କୁନି ପରିଡା ଜଣେ ମାନସିକ ରୋଗୀ (ପାଗଳ) ଯେକି ଘର ଚଳାଇବାରେ ସକ୍ଷମ ନୁହଁନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ କୁନି । ଦୁଇ ଝିଅଙ୍କ ଚିନ୍ତା ସଦାସର୍ବଦା ଲାଗି ରହିଥିଲା । ସରକାରଙ୍କ ପକ୍ଷରୁ…

Read More

ନୟାଗଡ଼ ମହାବିଦ୍ୟାଳୟରେ ମେଗା ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଯୁବ ରେଡ଼କ୍ରସ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧକ୍ଷ ସୁରେଶ କୁମାର ପ୍ରଧାନ, ସମାଜସେବୀ ଦାମ ସାର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ପ୍ରାଧ୍ୟାପକ କେଶବଚନ୍ଦ୍ର ରାଉତରାୟ, ସେବାଯୋଜନା ଅଧିକାରୀ ଅଶୋକ କୁମାର ସାହୁ, ସମରଶିକ୍ଷାର୍ଥୀ ବାହିନୀ ଅଧିକାରୀ ବିନ୍ଦୁଲତା ଷଣ୍ଢ ଓ ପ୍ରାଧ୍ୟାପକ ଡ଼ ଆଦିତ୍ୟ କୁମାର ମିଶ୍ର ଉପସ୍ଥିତ ରହି ସପ୍ତାହ ବ୍ୟାପୀ ‘ଏଡସ ଦିବସ’ର ଉଦଯାପନୀ ଉତ୍ସବରେ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରି ରକ୍ତଦାନ ଶିବିର ଉଦଘାଟନ କରିଥିଲେ। ଯୁବ ରେଡ଼କ୍ରସର ଏହି ରକ୍ତଦାନ ଶିବିରରେ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା ସଂସ୍ଥା, ଜୀବନ ବିନ୍ଦୁ ଓ ସ୍ବର୍ଗତ ଅମୂଲ୍ୟ ପରିଡା ସ୍ମୃତି ସଂସଦ ଦ୍ୱାରା ୧୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି।…

Read More

ଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହେବ ଜିଲ୍ଲାର ୮୪ଟି ବିଦ୍ୟାଳୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ୮ଗୋଟି ବ୍ଲକର ୮୪ଟି ବିଦ୍ୟାଳୟ ୫-ଟି ଆଧାରରେ ରୂପାନ୍ତରିତ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଏନେଇ ଆଜି ନୟାଗଡ଼ ଡିଆରଡିଏ ସୃଜନ ଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ସଭାପତିତ୍ୱରେ ଏକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଉପସ୍ଥିତ ରହିଥିଲେ। ଫେବୃୟାରୀ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ପାଣ୍ଠି, ସ୍କୁଲ ଗୁଡିକୁ ପୁରାତନ ଛାତ୍ରଛାତ୍ରୀ ମାନେ ଦେଇଥିବା ଅନୁଦାନ ରାଶି ଏବଂ ରାଜ୍ୟ ସରକାର ଯୋଗାଇ ଦେଇଥିବା ଅର୍ଥରେ ଯଥାଶୀଘ୍ର ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆଜିର ଏହି ବୈଠକରେ ୮୪ଟି ଯାକ ହାଇସ୍କୁଲର ପ୍ରଧାନ ଶିକ୍ଷକ, ସରପଞ୍ଚ, ସମସ୍ତ ବ୍ଲକର ବିଡିଓ,…

Read More

‘ସେବା’ ପ୍ରାଙ୍ଗଣରେ ‘ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ-୨୦୨୧’ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ, ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ପ୍ରାଙ୍ଗଣରେ ‘ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ’ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଭାଗର ସମ୍ପାଦକ ଶ୍ରୀମତୀ ରଞ୍ଜୁଲତା ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ‘ସେବା’ର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ରୂପେ ସେବା ମାନସିକ ଅନଗ୍ରସର ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ମହାପାତ୍ର ଓ ‘ସେବା’ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ସଂଯୋଜିକା ଶ୍ରୀମତି ସରସ୍ଵତୀ ମହାପାତ୍ର ଯୋଗ ଦେଇଥିଲେ। ମାନସିକ ଅନଗ୍ରସର ଶିଶୁମାନେ ଏହି ସମାଜରେ ସମାନ ଭାବେ ବଞ୍ଚିବାର ଅଧିକାର ରହିଥିବା କଥା ଶ୍ରୀମତି ରଞ୍ଜୁଳତା ଲେଙ୍କା ତାଙ୍କ ବକ୍ତବ୍ୟରେ ବୁଝାଇଥିଲେ। ଦିବ୍ୟାଙ୍ଗ ଶିଶୁମାନେ ଅକ୍ଷମ ନୁହନ୍ତି ସେମାନେ ଅନେକ…

Read More

ସ୍ପେଶାଲ ଏଜୁକେଟର ଫେଡରେଶନ ଫର ଦିବ୍ୟାଙ୍ଗ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସ୍ପେଶାଲ ଏଜୁକେଟର ଫେଡରେଶନ ଫର ଦିବ୍ୟାଙ୍ଗ ସଂଘ ତରଫରୁ ନୟାଗଡ଼ ଜିଲ୍ଲାର କର୍ମକର୍ତ୍ତା ମାନେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଡିସେମ୍ବର ୩ ତାରିଖ ଦିନ ସରକାରଙ୍କ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଉଥିବା ବେଳେ ସେମାନେ କିପରି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେଥିପାଇଁ ରାଜ୍ୟ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି କିନ୍ତୁ ଦୁଃଖର ବିଷୟ ଯେ ସେ ସବୁ ଯୋଜନା ଯୋଜନାରେ ରହି ଯାଉଛି। ଯେମିତି କି ବିଦ୍ୟାଳୟ ସ୍ତରରେ ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ଦିଗରେ ଉନ୍ନତି ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଆରପିଡବ୍ଲୁଡି ଆକ୍ଟ ୨୦୧୬ରେ ଉଲ୍ଲେଖ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଉନାହିଁ। ଅନ୍ତର୍ନିବେଶୀ ଶିକ୍ଷା ଅନୁସାରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀମାନେ ସଧାରଣ…

Read More

ସ୍ୱତନ୍ତ୍ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ସ୍ପେଶାଲ ଏଜୁକେଟର ଫେଡରେଶନ ଫର ଦିବ୍ୟାଙ୍ଗ(OSEFD)ସଙ୍ଘ ତରଫରୁ ନୟାଗଡ଼ ଜିଲ୍ଲାର କର୍ମକର୍ତ୍ତା ମାନେ ଆଜି ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। RPWD ଆକ୍ଟ ୨୦୧୬ ଅନୁସାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ସ୍ତରରେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇବେ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ୬ମାସ ମଧ୍ୟରେ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ କଡ଼ାକଡ଼ି ଭାବେ ନିର୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯାହା ଫଳରେ ରାଜ୍ୟର ହଜାର ହଜାର ସ୍ୱତନ୍ତ୍ର ଶିକ୍ଷକ ଉପଯୁକ୍ତ ତାଲିମ ନେଇ ବେକାର ହୋଇ ଘରେ ବସିଛନ୍ତି। ରାଜ୍ୟର ବିଭିନ୍ନ ଗାଁ ଗହଳିରେ ଥିବା…

Read More

ପବିତ୍ର ରାସପୂର୍ଣ୍ଣିମାରେ “ଜ୍ଞାନଘର” ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ରାସପୂର୍ଣ୍ଣିମା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ପୁସ୍ତକ “ଜ୍ଞାନଘର” ଲୋକାର୍ପିତ ହୋଇଯାଇଛି। ଓଡ଼ଗାଁ ବ୍ଳକ ରୋହିବାଙ୍କ ଗ୍ରାମର ଶିକ୍ଷକ ଦମ୍ପତି ରାଧାଗୋବିନ୍ଦ ନାୟକ ଓ ଦମୟନ୍ତୀ ପାତ୍ରଙ୍କ ଦ୍ୱାରା ମହାପୁରୁଷଙ୍କ ମହତବାଣୀ ଉପରେ ଆଧାରିତ ୧୪୫ପୃଷ୍ଠା ସମ୍ବଳିତ ଜ୍ଞାନ ଗର୍ଭକ ପୁସ୍ତକ “ଜ୍ଞାନଘର”ଟି ଛାତ୍ରଛାତ୍ରୀ, ଅଭିଭାବକଙ୍କ ମହଲରେ ନିଶ୍ଚୟ ଆଦୃତି ଲାଭ କରିବ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ “ଦର୍ପଣ ପବ୍ଲିକେଶନ” ତଥା “ନୟାଗଡ଼ ଦର୍ପଣ”ର ମୁଖ୍ୟ ଗୀତିକଳ୍ପ ହରିଶ ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ, ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ସିଆରସିସି ଲଳିତ ମୋହନ ମିଶ୍ର, କବି ଗୋଦାବରୀଶ ମିଶ୍ର, ଉମେଶ…

Read More

ନୟାଗଡ ଚାଇଲଡଲାଇନ ତରଫରୁ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଚାଇଲଡଲାଇନ ତରଫରୁ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ଇଟାମାଟି ଥାନାରେ ଉକ୍ତ ବନ୍ଧୁତା ପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହିତ ଜିଲ୍ଲା ଏସ୍ପି ଅଫିସ ଠାରେ ଏହି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆ ପିଲାମାନଙ୍କୁ ସୁରକ୍ଷା ଡୋରି ପିନ୍ଧାଇଛନ୍ତି ଓ ସରକାରୀ ଅଧିକାରୀଙ୍କ ହାତରେ ସୁରକ୍ଷା ବନ୍ଧନ ବାନ୍ଧିଥିଲେ। ଏହି ବନ୍ଧୁତା ସପ୍ତାହ ମାଧ୍ୟମରେ ଚାଇଲଡ ଲାଇନ ଅଧିକ ଶିଶୁ ଓ ଲୋକଙ୍କୁ ଯୋଡିବାର ଉଦ୍ୟମ ରଖିଛି । ଚାଇଲଡ ଲାଇନ ସହ ଶିଶୁ ବା ଲୋକ ଯୋଡିହେଲେ କୌଣସି ସ୍ଥାନରେ ଶିଶୁ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଚାଇଲଡ ଲାଇନକୁ ଅବଗତ କରାଇ ପାରିବେ। ଫଳରେ ତୁରନ୍ତ ଶିଶୁକୁ ଉଦ୍ଧାର କରିବା ସହ ଉପଯୁକ୍ତ ପଦେକ୍ଷେପ ଗ୍ରହଣ କରାଯାଇ ପାରିବ।…

Read More

ନୟାଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼/ଓଡ଼ଗାଁ,(ନୟାଗଡ଼ ଦର୍ପଣ): 5T ଉପକ୍ରମରେ ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତରିତ ପର୍ବ । ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଜି ନୂଆପଡା, ଗଞ୍ଜାମ, ସମ୍ଵଲପୁର, ରାୟଗଡ଼ା ଓ ନୟାଗଡ଼ ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକାର୍ପିତ ହୋଇଥିବା ୧୩୦ଟି ସ୍କୁଲ ମଧ୍ୟରୁ ନୂଆପଡାର ୭ଟି, ଗଞ୍ଜାମର ୮୩ଟି, ସମ୍ବଲପୁରର ୨୫ଟି, ନୟାଗଡ଼ର ୮ଟି ଓ ରାୟଗଡ଼ାର ୭ଟି ସ୍କୁଲ ରହିଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜିର ଦିନଟି ସ୍ୱତନ୍ତ୍ର । 5T ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ୧୦୭୫ଟି ସ୍କୁଲର ରୂପାନ୍ତରଣ ହେବ। ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସ୍କୁଲ ରୂପାନ୍ତରଣ 5T କାର୍ଯ୍ୟକ୍ରମର ସବୁଠୁ ବଡ଼ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍କୁଲରେ…

Read More