ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ, ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ପ୍ରାଙ୍ଗଣରେ ‘ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ’ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଭାଗର ସମ୍ପାଦକ ଶ୍ରୀମତୀ ରଞ୍ଜୁଲତା ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ‘ସେବା’ର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ରୂପେ ସେବା ମାନସିକ ଅନଗ୍ରସର ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ମହାପାତ୍ର ଓ ‘ସେବା’ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ସଂଯୋଜିକା ଶ୍ରୀମତି ସରସ୍ଵତୀ ମହାପାତ୍ର ଯୋଗ ଦେଇଥିଲେ। ମାନସିକ ଅନଗ୍ରସର ଶିଶୁମାନେ ଏହି ସମାଜରେ ସମାନ ଭାବେ ବଞ୍ଚିବାର ଅଧିକାର ରହିଥିବା କଥା ଶ୍ରୀମତି ରଞ୍ଜୁଳତା ଲେଙ୍କା ତାଙ୍କ ବକ୍ତବ୍ୟରେ ବୁଝାଇଥିଲେ। ଦିବ୍ୟାଙ୍ଗ ଶିଶୁମାନେ ଅକ୍ଷମ ନୁହନ୍ତି ସେମାନେ ଅନେକ…
Read MoreCategory: ଶିକ୍ଷା
ସ୍ପେଶାଲ ଏଜୁକେଟର ଫେଡରେଶନ ଫର ଦିବ୍ୟାଙ୍ଗ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସ୍ପେଶାଲ ଏଜୁକେଟର ଫେଡରେଶନ ଫର ଦିବ୍ୟାଙ୍ଗ ସଂଘ ତରଫରୁ ନୟାଗଡ଼ ଜିଲ୍ଲାର କର୍ମକର୍ତ୍ତା ମାନେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଡିସେମ୍ବର ୩ ତାରିଖ ଦିନ ସରକାରଙ୍କ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଉଥିବା ବେଳେ ସେମାନେ କିପରି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେଥିପାଇଁ ରାଜ୍ୟ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି କିନ୍ତୁ ଦୁଃଖର ବିଷୟ ଯେ ସେ ସବୁ ଯୋଜନା ଯୋଜନାରେ ରହି ଯାଉଛି। ଯେମିତି କି ବିଦ୍ୟାଳୟ ସ୍ତରରେ ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ଦିଗରେ ଉନ୍ନତି ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଆରପିଡବ୍ଲୁଡି ଆକ୍ଟ ୨୦୧୬ରେ ଉଲ୍ଲେଖ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଉନାହିଁ। ଅନ୍ତର୍ନିବେଶୀ ଶିକ୍ଷା ଅନୁସାରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀମାନେ ସଧାରଣ…
Read Moreସ୍ୱତନ୍ତ୍ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ସ୍ପେଶାଲ ଏଜୁକେଟର ଫେଡରେଶନ ଫର ଦିବ୍ୟାଙ୍ଗ(OSEFD)ସଙ୍ଘ ତରଫରୁ ନୟାଗଡ଼ ଜିଲ୍ଲାର କର୍ମକର୍ତ୍ତା ମାନେ ଆଜି ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। RPWD ଆକ୍ଟ ୨୦୧୬ ଅନୁସାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ସ୍ତରରେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇବେ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ୬ମାସ ମଧ୍ୟରେ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ କଡ଼ାକଡ଼ି ଭାବେ ନିର୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯାହା ଫଳରେ ରାଜ୍ୟର ହଜାର ହଜାର ସ୍ୱତନ୍ତ୍ର ଶିକ୍ଷକ ଉପଯୁକ୍ତ ତାଲିମ ନେଇ ବେକାର ହୋଇ ଘରେ ବସିଛନ୍ତି। ରାଜ୍ୟର ବିଭିନ୍ନ ଗାଁ ଗହଳିରେ ଥିବା…
Read Moreପବିତ୍ର ରାସପୂର୍ଣ୍ଣିମାରେ “ଜ୍ଞାନଘର” ଲୋକାର୍ପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ରାସପୂର୍ଣ୍ଣିମା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ପୁସ୍ତକ “ଜ୍ଞାନଘର” ଲୋକାର୍ପିତ ହୋଇଯାଇଛି। ଓଡ଼ଗାଁ ବ୍ଳକ ରୋହିବାଙ୍କ ଗ୍ରାମର ଶିକ୍ଷକ ଦମ୍ପତି ରାଧାଗୋବିନ୍ଦ ନାୟକ ଓ ଦମୟନ୍ତୀ ପାତ୍ରଙ୍କ ଦ୍ୱାରା ମହାପୁରୁଷଙ୍କ ମହତବାଣୀ ଉପରେ ଆଧାରିତ ୧୪୫ପୃଷ୍ଠା ସମ୍ବଳିତ ଜ୍ଞାନ ଗର୍ଭକ ପୁସ୍ତକ “ଜ୍ଞାନଘର”ଟି ଛାତ୍ରଛାତ୍ରୀ, ଅଭିଭାବକଙ୍କ ମହଲରେ ନିଶ୍ଚୟ ଆଦୃତି ଲାଭ କରିବ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ “ଦର୍ପଣ ପବ୍ଲିକେଶନ” ତଥା “ନୟାଗଡ଼ ଦର୍ପଣ”ର ମୁଖ୍ୟ ଗୀତିକଳ୍ପ ହରିଶ ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ, ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ସିଆରସିସି ଲଳିତ ମୋହନ ମିଶ୍ର, କବି ଗୋଦାବରୀଶ ମିଶ୍ର, ଉମେଶ…
Read Moreନୟାଗଡ ଚାଇଲଡଲାଇନ ତରଫରୁ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଚାଇଲଡଲାଇନ ତରଫରୁ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ଇଟାମାଟି ଥାନାରେ ଉକ୍ତ ବନ୍ଧୁତା ପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହିତ ଜିଲ୍ଲା ଏସ୍ପି ଅଫିସ ଠାରେ ଏହି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆ ପିଲାମାନଙ୍କୁ ସୁରକ୍ଷା ଡୋରି ପିନ୍ଧାଇଛନ୍ତି ଓ ସରକାରୀ ଅଧିକାରୀଙ୍କ ହାତରେ ସୁରକ୍ଷା ବନ୍ଧନ ବାନ୍ଧିଥିଲେ। ଏହି ବନ୍ଧୁତା ସପ୍ତାହ ମାଧ୍ୟମରେ ଚାଇଲଡ ଲାଇନ ଅଧିକ ଶିଶୁ ଓ ଲୋକଙ୍କୁ ଯୋଡିବାର ଉଦ୍ୟମ ରଖିଛି । ଚାଇଲଡ ଲାଇନ ସହ ଶିଶୁ ବା ଲୋକ ଯୋଡିହେଲେ କୌଣସି ସ୍ଥାନରେ ଶିଶୁ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଚାଇଲଡ ଲାଇନକୁ ଅବଗତ କରାଇ ପାରିବେ। ଫଳରେ ତୁରନ୍ତ ଶିଶୁକୁ ଉଦ୍ଧାର କରିବା ସହ ଉପଯୁକ୍ତ ପଦେକ୍ଷେପ ଗ୍ରହଣ କରାଯାଇ ପାରିବ।…
Read Moreନୟାଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ନୟାଗଡ଼/ଓଡ଼ଗାଁ,(ନୟାଗଡ଼ ଦର୍ପଣ): 5T ଉପକ୍ରମରେ ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତରିତ ପର୍ବ । ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଜି ନୂଆପଡା, ଗଞ୍ଜାମ, ସମ୍ଵଲପୁର, ରାୟଗଡ଼ା ଓ ନୟାଗଡ଼ ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକାର୍ପିତ ହୋଇଥିବା ୧୩୦ଟି ସ୍କୁଲ ମଧ୍ୟରୁ ନୂଆପଡାର ୭ଟି, ଗଞ୍ଜାମର ୮୩ଟି, ସମ୍ବଲପୁରର ୨୫ଟି, ନୟାଗଡ଼ର ୮ଟି ଓ ରାୟଗଡ଼ାର ୭ଟି ସ୍କୁଲ ରହିଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜିର ଦିନଟି ସ୍ୱତନ୍ତ୍ର । 5T ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ୧୦୭୫ଟି ସ୍କୁଲର ରୂପାନ୍ତରଣ ହେବ। ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସ୍କୁଲ ରୂପାନ୍ତରଣ 5T କାର୍ଯ୍ୟକ୍ରମର ସବୁଠୁ ବଡ଼ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍କୁଲରେ…
Read Moreଜିଲ୍ଲାରେ ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବର୍ତ୍ତମାନ ଯୁଗରେ କମ୍ପ୍ୟୁଟର ବିନା କାର୍ଯ୍ୟ କରିବା ଅସମ୍ଭବ ହୋଇପଡିଛି। ବୈଷୟିକ ଶିକ୍ଷା ପ୍ରତି ଯୁବତୀ ଯୁବକଙ୍କ ମଧ୍ୟରେ ଏବେ ଆକର୍ଷଣ ବଢୁଥିବା ବେଳେ ଯୁବପିଢ଼ିଙ୍କ ପାଇଁ ଏହି କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତା ରହିଛି। ଏହାର ସୁଯୋଗ ନେଇଛନ୍ତି କିଛି ଜାଲି ଅନୁଷ୍ଠାନ। ଏହି ସଂସ୍ଥା ବିଭିନ୍ନ ସ୍ଥାନରେ ତାଲିମ କେନ୍ଦ୍ର ଖୋଲି ଜାଲ ସାର୍ଟିଫିକେଟ ବାଣ୍ଟୁଛନ୍ତି। ଫଳରେ ଛାତ୍ରୀଛାତ୍ରମାନେ ଠକାମିର ଶିକାର ହେଉଛନ୍ତି। ଚାକିରି ପାଇଁ ଏହି ସାର୍ଟିଫିକେଟକୁ ଦେଖାଇଲେ ତାହା ଜାଲ ବୋଲି କୁହାଯାଉଛି। ଏହି ଠକ ସଂସ୍ଥା ଠାରୁ ଦୂରେଇ ରହିବାକୁ ଆଜି ଓଡ଼ଗାଁ ଓରିକମ୍ କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଆଜିର ଏହି ସମ୍ମିଳନୀରେ ନୟାଗଡ଼ ଜିଲ୍ଲା ସଂଘର ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ତେବେ…
Read Moreମହାମାରୀ କରୋନା ପାଇଁ ବନ୍ଦ ଥିଲା ବିଦ୍ୟାଳୟ, ଦୀର୍ଘ ଦେଢ଼ ବର୍ଷ ପରେ ଖୋଲିଲା ୬ଷ୍ଠ, ୭ମ ଶ୍ରେଣୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୀର୍ଘ ଦେଢ଼ ବର୍ଷ ପରେ ୬ଷ୍ଠ ଓ ୭ମ ଶ୍ରେଣୀ ଖୋଲିଥିବା ବେଳେ ପ୍ରବଳ ଉତ୍ସାହ ଏବଂ ଉଦ୍ଦୀପନା ମଧ୍ୟରେ ଆଜି ବହୁ ସଂଖ୍ୟାରେ ପିଲାମାନେ ବିଦ୍ୟାଳୟକୁ ଆସିଥିଲେ । କରୋନା କଟକଣା ଯୋଗୁଁ ଦୀର୍ଘ ଦେଢ଼ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଗତ ଚାରି ମାସତଳୁ ନବମ ଏବଂ ଦଶମ ଏବଂ ଏକ ମାସ ତଳୁ ଅଷ୍ଟମ ଶ୍ରେଣୀ ଖୋଲି ଶିକ୍ଷାଦାନ କାର୍ଯ୍ୟ ଚାଲୁ ରହିଛି । ଦୀର୍ଘ ଦେଢ଼ବର୍ଷରୁ ଅଧିକ ଦିନଧରି ଘରେ ବସି ରହିଥିବା ଏହି ପିଲାମାନେ ପ୍ରବଳ ଉତ୍ସାହର ସହିତ ଆଜି ବିଦ୍ୟାଳୟ ଆସିଥିଲେ । ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଏହି କ୍ଲାସର ପିଲାମାନଙ୍କ ପାଠ ପଢ଼ା କାର୍ଯ୍ୟ ଚାଲିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ…
Read Moreଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରିୟ ଶିଶୁ ଉତ୍ସବ ପାଳିତ ହୋଇଯାଇଛି । ପାଣିପୋଇଲା ସ୍ଥିତ ନୟାଗଡ଼ କଳା ପରିଷଦ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲାପାଳ ଡ.ପୋମା ଟୁଡୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ପିଲାମାନଙ୍କ ସାଙ୍ଗରେ ବାର୍ତ୍ତାଳାପ କରିବା ସଙ୍ଗେସଙ୍ଗେ ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣ ଗୁଡିକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ଉପରେ ନିର୍ଭର ନକରି ନିଜେ ନିଜର ବ୍ୟକ୍ତିତ୍ୱ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ । ସେମାନଙ୍କର ଖାଦ୍ୟ ପାନୀୟ, ପୋଷାକ, ଶିକ୍ଷା ଓ ସ୍ୱାସ୍ଥ୍ୟରେ କିଭଳି ସର୍ବୋତ୍ତମ ସେବା ଯୋଗାଇ ଦିଆଯାଇ ପାରିବ ସେ ସମ୍ବନ୍ଧରେ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀଙ୍କୁ ପରାମର୍ଶ…
Read Moreଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ରୂପଶ୍ରୀ ଚୌଧୁରୀ, ସଚିବ ରଞ୍ଜୁଲତା ଲେଙ୍କା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ଆଇନଜୀବୀ, ଗ୍ରାମୀଣ ଆଇନ ସହାୟକ କର୍ମୀ ଓ ବିଦ୍ୟାଳୟର ପିଲାମାନେ ଅଂଶ ଗ୍ରହଣ କରି ଏକ ସଚେତନତା ପଦଯାତ୍ରାରେ ସାମିଲ ହୋଇଥିଲେ । ଜିଲ୍ଲା କୋର୍ଟ ପରିସରରୁ ବାହାରି ସହର ପରିକ୍ରମା କରିଥିଲେ । ଶେଷରେ ଶିଶୁ ଦିବସ ପାଳନ ଅବସରରେ ଜିଲ୍ଲା ସମ୍ମିଳନୀ କକ୍ଷରେ ଏକ ଆଇନ ସ୍ୱାକ୍ଷରତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଜଜ ରୂପଶ୍ରୀ ଚୌଧୁରୀ, ପରିବାର ଅଦାଲତ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର, ସି.ଜେ.ଏମ ପ୍ରଜ୍ଞା ପରମିତା ମହାପାତ୍ର ପ୍ରମୁଖ ଯୋଗଦେଇ…
Read More