ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମେଟ୍ରିକରେ ପରୀକ୍ଷାରେ ଭଲ ନମ୍ବର ରଖୁ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମେଧା ସମ୍ମାନ-୨୦୨୨ ସମ୍ମାନରେ ସମ୍ମାନୀତ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଧା ସମ୍ମାନ-୨୦୨୨ ପ୍ରସ୍ତୁତି ବୈଠକରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥ୍ ଭାବେ ଭିସି ଯୋଗଦେଇଥିଲେ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ଭଲ ନମ୍ବର ରଖ୍ କୃତକାର୍ଯ୍ୟ ହୋଇଥିବା ଏ-ୱାନ, ଏ-ଟୁ, ବି-ୱାନ ଓ ବି-ଟୁ ଛାତ୍ରଛାତ୍ରୀ ମାନଙ୍କୁ ଚଳିତ ମାସ ୨୩ତାରିଖ ଶନିବାର ଦିନ ମେଧା ସମ୍ମାନରେ ସମ୍ମାନୀତ କରାଯିବ । ମେଧା ସମ୍ମାନ-୨୦୨୨ର ସମସ୍ତ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ହୀରକ…
Read MoreCategory: ଶିକ୍ଷା
ମହାମାରୀ ଡେଙ୍ଗୁ, ହଇଜା ଓ କରୋନାରୁ ରକ୍ଷା ପାଇବାକୁ ସଚେତନତା କାର୍ଯ୍ୟକ୍ରମ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ନିକଟ ବଡପୁଟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଡେଙ୍ଗୁ ଜ୍ୱର, ହଇଜା ଓ କରୋନା ଭୟାବହତାରୁ ରକ୍ଷା ପାଇବା ପାଇଁ ଦୈନଦିନ ବିଭିନ୍ନ ପ୍ରତିକାର ମୂଳକ ସଚେତନତା ଶିକ୍ଷା ଦିଆଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସନ୍ତୋଷ କୁମାର ମହାପାତ୍ରଙ୍କ ତତ୍ୱବାଧାନରେ ସ୍ୱାସ୍ଥ୍ୟକର୍ମୀ ରଶ୍ମିବାଳା ଜେନା, ଆଶାକର୍ମୀ ଶୁଭଶ୍ରୀ ପଟ୍ଟନାୟକ ଖାଇବା ପୂର୍ବରୁ ସବୁବେଳେ ହାତ ଧୋଇବା, ପ୍ରତିଦିନ ସୁଷମ ଓ ଗରମ ଖାଦ୍ୟ ଖାଇବା, ଶୋଇବା ବେଳେ ମଶାରୀ ଟାଙ୍ଗି ଶୋଇବା, ବାଡ଼ି ଘର ସବୁ ଆଡେ ସଫା ରଖିବା, ଚାରିଆଡେ ପଡିଥିବା ଅଦରକାରୀ ଜିନିଷକୁ ଫୋପାଡ଼ି ଦେବା ଓ ସମସ୍ତେ ମୁଂହରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷୟତ୍ରୀ ସୁଲୋଚନା ଦାସ ଓ ଅନୁସୟା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ବିଦ୍ୟାଳୟରେ ପ୍ରତି ସମୟରେ…
Read Moreଟାକେରା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଡା. ପୋମା ଟୁଡୁ ଆଜି ଦଶପଲ୍ଲା ଗସ୍ତରେ ଯାଇ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଟାକେରା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ସେ ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ଏଥି ସହିତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଅତିରିକ୍ତ ଛାତ୍ରାବାସ ସହ ଏକ ଭୋଜନ ଗୃହ ନିର୍ମାଣ ନିମନ୍ତେ କନିଷ୍ଠ ଯନ୍ତ୍ରୀଙ୍କୁ ଏହାର ବ୍ୟୟ ଅଟକଳ କରି ତୁରନ୍ତ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାଷଚନ୍ଦ୍ର ରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ, ଦଶପଲ୍ଲା ଉନ୍ନୟନ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।
Read Moreକେସି କ୍ଳବର ପ୍ରତିଷ୍ଠା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଗାମୀ ୨୦ ତାରିଖରେ ହେବାକୁ ଥିବା ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କୃଷ୍ଣଚନ୍ଦ୍ର କ୍ଳବର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆଜି ପୂର୍ବାହ୍ନରେ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସହରରେ ଥିବା ପ୍ରମୁଖ ଶିକ୍ଷାନୁଷ୍ଠାନ ମାନଙ୍କରୁ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ବକ୍ତୃତା, ସଙ୍ଗୀତ ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଧର୍ମେଶ ରାୱଲ ବକ୍ତୃତାରେ ପ୍ରଥମ ସ୍ଥାନ ଅଧକାର କରିଥିବା ବେଳେ ଶ୍ରେୟାଶ୍ରୀ ମିଶ୍ର ଦ୍ୱିତୀୟ ଏବଂ ସୁପ୍ରିୟା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସଙ୍ଗୀତ ପ୍ରତିଯୋଗୀତାରେ ରୁଦ୍ରାଶିଂ ଆଚାର୍ଯ୍ୟ ପ୍ରଥମ,ଦିପ୍ତୀମୟୀ ନାୟକ ଦ୍ୱିତୀୟ ଏବଂ ସ୍ୱୟଂ ଶ୍ରୀୟା,ପାୟଲ ପ୍ରିୟଦର୍ଶିନୀ ଯୁଗ୍ମଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗୀତାରେ…
Read Moreମଧ୍ୟଖଣ୍ଡ ନୋଡାଲ ଉଚ୍ଚବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଉଦଘାଟିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଆଜି ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି। ସକାଳୁ ସକାଳୁ ସ୍କୁଲର ଛାତ୍ର ଏବଂ ପୁରାତନ ଛାତ୍ରମାନଙ୍କର ଏକ ସାଇକେଲ ଶୋଭାଯାତ୍ରା ଘୋଲାହାଣ୍ଡି, ମଧ୍ୟଖଣ୍ଡ ଓ ଡିହଗାଁ ତିନୋଟି ପଞ୍ଚାୟତ ପରିକ୍ରମା କରିଥିଲା। ଏହାକୁ ତିନି ପଞ୍ଚାୟତର ସରପଞ୍ଚ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହାପରେ ହୀରକ ଜୟନ୍ତୀ ପତାକାକୁ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବଳିଆରସିଂହ ଉତ୍ତୋଲାନ୍ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କଲାପରେ ଉଦ୍ଘାଟନୀ ସଭା ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀଯୁକ୍ତ ଶିଶିର କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସାହୁ…
Read More5T ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଦିନକୁ ଦିନ ଦୃତ ଜନସଂଖ୍ୟା ବୃଦ୍ଧି, ଜୀବନ ଶୈଳୀର ପରିବର୍ତ୍ତନ, ଅଜ୍ଞତା ତଥା ବିପଥଗାମୀ ମନୁଷ୍ୟର କାର୍ଯ୍ୟକଳାପ ହେତୁ ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଭଳି ପରିବେଶ ପ୍ରଦୂଷଣ ଜନିତ ସମସ୍ୟାମାନ ଜୀବଜଗତ ପାଇଁ ଆହ୍ବାନ ରୂପେ ଠିଆ ହୋଇଛି। ପ୍ରତିକାର ସ୍ବରୂପ ଜନସଚେତନତା ବୃଦ୍ଧି ସହ ଜଙ୍ଗଲ ପାହାଡର ସୁରକ୍ଷା ଏବଂ ବ୍ୟାପକ ବୃକ୍ଷ ରୋପଣ ଏକାନ୍ତ ଜରୁରୀ ହୋଇପଡ଼ିଛି। ଏ ବିଚାରକୁ ଆଖି ଆଗରେ ରଖି ଆଜି ରୋହିବାଙ୍କ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଇକୋ କ୍ଲବ ଏବଂ ଜୁନିଅର ରେଡକ୍ରସ୍ ସହଯୋଗ କ୍ରମେ ପ୍ରଧାନ ଶିକ୍ଷୟିତ୍ରୀ ସଂଧ୍ୟା ରାଣୀ ଦାସଙ୍କ ପୌରହିତ୍ୟରେ ବୃକ୍ଷ ରୋପଣ ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଅତିଥି ରୂପେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଆଶିଷ କୁମାର କହଁର, ଅରୋମୀରା…
Read Moreଆଣ୍ଟି ରାଗିଙ୍ଗ ସଚେତନତା ଉପରେ ଜିଲ୍ଲାପାଳଙ୍କ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନୟାଗଡ଼ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ ଆଣ୍ଟି ରାଗିଙ୍ଗ ସଚେତନତା ଉପରେ ଏକ ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୌଣସି ମହାବିଦ୍ୟାଳୟରେ ରାଗିଙ୍ଗ ଯେପରି ନ ହୁଏ ସେଥିପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ମହାବିଦ୍ୟାଳୟମାନଙ୍କରେ ଆଣ୍ଟି ରାଗିଙ୍ଗ କମିଟି ଗଠନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ମହାବିଦ୍ୟାଳୟମାନଙ୍କରେ ଯୌନନିର୍ଯ୍ୟାତନା ଘଟଣା ଯେପରି ନ ଘଟେ ସେଥିପ୍ରତି ଧ୍ୟାନ ଦେବା ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ସ୍ଥାନର ପଂଜୀକରଣ କଲେଜ ନାମରେ ପଂଜୀକୃତ କରାଇବାନିମନ୍ତେ ପଦକ୍ଷେପ ନେବା ପାଇଁ ଅଧ୍ୟକ୍ଷମାନଙ୍କୁ ସେ ପରାମର୍ଶ ଦେଇଥିଲେ ।
Read Moreନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଆଣ୍ଟି ରାଗିଙ୍ଗ ସଚେତନତା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ସୂବର୍ଣ ଜୟନ୍ତୀ ସଭାକକ୍ଷରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଆଣ୍ଟି ରାଗିଙ୍ଗ ସଚେତନତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏ ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ବିଭିନ୍ନ ସ୍ଥାନରେ ଚାଲିଥିବା ରାଗିଙ୍ଗ ସମସ୍ୟା ଉପରେ ଗଭୀର ଦୁଃଖ ପ୍ରକାଶ କରି ଆମ ଜିଲ୍ଲାରେ କୌଣସି ସ୍ଥାନରେ ଏପରି ରାଗିଙ୍ଗ ନ ହେବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଯଦି ଏପରି କିଛି ରାଗିଙ୍ଗର ସୁରାକ୍ ମିଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏବଂ ଆଣ୍ଟି ରାଗିଙ୍ଗ କମିଟିକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା, ଆଣ୍ଟି ରାଗିଙ୍ଗ କମିଟିର କର୍ମକର୍ତା, ଅଭିଯୋଗ ପ୍ରକୋଷ୍ଠର କର୍ମକର୍ତା, ଛାତ୍ରଛାତ୍ରୀ ନିବାସର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିସଚେତନତା…
Read Moreମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ୨୦୨୨
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୨ ମାଧ୍ୟମିକ ପରୀକ୍ଷାରେ ନୟାଗଡ଼ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନେ ସତପ୍ରତିଶତ ସଫଳତା ହାସଲ କରିଛନ୍ତି। ସମୁଦାୟ ୨୬୮ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୫୬ଜଣ A1,୧୧୨ଜଣA2, ୮୩ଜଣ B1,୧୨ ଜଣ B2 ଓ ୫ଜଣ C ଗ୍ରେଡରେ ଉର୍ତ୍ତିନ ହୋଇଛନ୍ତି। ବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ଵିଷ୍ଣୁ ପ୍ରିୟା ପ୍ରଧାନ ସର୍ବାଧିକ ୫୮୯ ନମ୍ବର ରଖି ବିଦ୍ୟାଳୟ ର ଗୌରବ ଅର୍ଜ୍ଜନ କରିଛନ୍ତି। ଏପରି ଅପୂର୍ବ ସଫଳତା ପାଇଁ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପଟ୍ଟନାୟକ, ପରିଚାଳନା ସମିତି ର ସଦସ୍ୟ ବୃନ୍ଦ ଓ ଆଚାର୍ଯ୍ୟ ଆଚାର୍ଯ୍ୟl ଛାତ୍ରଛାତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଏକ ମେଧାବୀ ଅଭିନନ୍ଦନ…
Read Moreଚଳିତ ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପୁଣି ଏକ ନୂଆ ଇତିହାସ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୬୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ପ୍ରଥମ ଶ୍ରେଣୀ ଅର୍ଥାତ୍ First Division ରେ ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରିଛନ୍ତି। ଯାହା ଆମ ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବର ବିଷୟ । ୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୨ଜଣ, ଏ-୨ରେ ୧୧ ଜଣ, ବି-୧ରେ ୨୪ ଜଣ, ବି-୨ରେ ୦୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ସ୍ବୟଂଶ୍ରୀ ସାହୁ ଓ ଅଙ୍କିତା ଭାରତୀ ସାହୁ ବିଦ୍ଯାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ମୋଟ ୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଦୁଇ ଜଣ ୯୦% ନମ୍ବର ରଖିଥିବା ବେଳେ ୧୧ ଜଣ ୮୦…
Read More