ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଲକର ୫ଟି ଉଚ୍ଚ ବିଦ୍ୟାଳୟ ବୁଲି ଛାତ୍ରଛାତ୍ରୀ, ଅଭିଭାବକ, ପୂରତାନ ଛାତ୍ର ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି । ଶିକ୍ଷା ଭିତ୍ତିଭୂମୀର ବିକାଶ ପାଇଁ ରୂପାନ୍ତରିକରଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ବହି ଶିକ୍ଷା ସହିତ ନୈତିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବୁଝାଇଛନ୍ତି । ଏଥିପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସଚେତନ କରିବା ସହ ରାଜ୍ୟ ସରକାର କ୍ରୀଡ଼ାକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ କଳା ଭରପୁର ହୋଇ ରହିଛି । ତାହାକୁ ସାମ୍ନାକୁ ଆଣିବାର ଆବଶ୍ୟକତା ରହିଥିବା କହିଛନ୍ତି । ବିଦ୍ୟାଳୟ ପରିବେଶକୁ କିଭଳି ସ୍ୱଚ୍ଛ ଓ ସୁନ୍ଦର ରଖାଯାଇ ପାରିବା ତାହା ଉପରେ…
Read MoreCategory: ଶିକ୍ଷା
ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଦୁଇ ଦିନିଆ ପୂର୍ବ ସମ୍ଭାଗ ସ୍ତରୀୟ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଦୁଇ ଦିନିଆ ପୂର୍ବ ସମ୍ଭାଗ ସ୍ତରୀୟ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ସମ୍ପାଦକ ଓ ପ୍ରଧାନଚାର୍ୟ୍ଯ ବୈଠକ ଉଦଘାଟିତ ହୋଇଯାଇଛି। ଶିକ୍ଷାବିକାଶ ସମିତି ଓଡିଶା, ପୂର୍ବ ସମ୍ଭାଗ ସଭାପତି ଶ୍ରୀଯୁକ୍ତ ଡ଼. କିଶୋର ଚନ୍ଦ୍ର ମହାନ୍ତି ଦ୍ୱୀପ ପ୍ରଜ୍ୱଳନ କରିଥିଲେ। ବାଙ୍କୀ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଧରଣୀଧର ସlହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ପରିଚୟ ପ୍ରଦାନ କାର୍ଯ୍ୟ ସମ୍ପାଦନ କରିଥିଲେ। ନୟାଗଡ଼ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ହରେକୃଷ୍ଣ ମୁଦୁଲି ମହାମାରୀ କରୋନା ରେ ସ୍ଵର୍ଗବାସ କରିଥିବା ଶିଶୁଓ କାର୍ଯ୍ୟକର୍ତା ଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଦ୍ୟାଳୟ ର ପୂର୍ବ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ଓ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶିଶୁ ବlଟିକା କାର୍ଯ୍ୟାଶାଳା ଉଦଘାଟନ…
Read Moreସ୍ୱାୟତ୍ତ ଶାସନ ଦବିସ ପାଇଁ ବିଭିନ୍ନ ପ୍ରତିଯାଗୀତା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ମୁନିସିପାଲିଟି ତରଫରୁ ସ୍ଥାନୀୟ ଏନ.ଏ.ସି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୧ଟି ବିଦ୍ୟାଳୟର ୮୦ଜଣ ପ୍ରତିଯୋଗୀ ଅଂଶଗ୍ରହଣକରିଥିଲେ । ପୌରାଧକ୍ଷା ନିରୂପମା ଖଟେଇ ଓ ନିର୍ବାହୀ ଅଧିକାରୀ ମିସ୍ ସ୍ବାତୀ ମିଶ୍ର ନିଜେ ଉପସ୍ଥିତ ରହି ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ । ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଆ ବିତର୍କ, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରଭୃତି ୪ଟି ଇଭେଣ୍ଟରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ସଂଗୀତଜ୍ଞ ନବକକିଶୋର ମିଶ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, କୁଇଜ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ର, ଅଧ୍ୟାପିକା ଜୟଶ୍ରୀ ଦାଶ, ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ, ଶିକ୍ଷକ ଲକ୍ଷ୍ମୀଧର ସାହୁ, ଚିତ୍ରଶିଳ୍ପୀ ନିର୍ମଳ ଚନ୍ଦ୍ର ଶୁରଦେଓ, ପ୍ରାକ୍ତନ ନିର୍ବାହୀ ଅଧିକାରୀ ବୈଦ୍ୟନାଥ…
Read Moreପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଦାବିରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ଦେଲା ଛାତ୍ର କଂଗ୍ରେସ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଏନ୍.ଏସି ଅନ୍ତର୍ଗତ ୟୁଜିଏମଇ ସ୍କୁଲର ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ୱର ପଣ୍ଡା ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କୁ ବିଦ୍ୟାଳୟ ପରିସରରେ ମାଡ଼ ମାରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ବ୍ଲକ ଛାତ୍ର କଂଗ୍ରେସ ତତ୍ପରତା ଦେଖାଇବା ସହ ଉକ୍ତ ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିଛି। ଆଜି ବ୍ଲକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଶୋଇ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ଦାବିରେ ବ୍ଲକ ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଭାଗ୍ୟଲତା ପାଣିଗ୍ରାହୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କଂଗ୍ରେସର ଅଭିଯୋଗ ଅନୁଯାୟୀ ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ମାଡ଼ମାରିବା ଘଟଣା ଦୀର୍ଘ ୩ ଦିନରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି ସମ୍ପୃକ୍ତ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇଥିବାରୁ ଶ୍ରୀଯୁକ୍ତ ବିଶୋଇ କ୍ଷୋଭ ପ୍ରକାଶ କରିଛନ୍ତି। ବ୍ଲକ ଶିକ୍ଷାଧିକାରୀ…
Read Moreଜିଲ୍ଲାରେ ପ୍ରଥମ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ୟଙ୍ଗକାର ରବୀନ୍ଦ୍ର ରାଉତଙ୍କ ଦ୍ୱାରା ସମ୍ପାଦିତ ଜିଲ୍ଲାର ସର୍ବପ୍ରଥମ ବ୍ୟଙ୍ଗ ପତ୍ରିକା ଆଜି ଅପରାହ୍ନରେ ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସାମନାରେ ଥିବା ଉତ୍କଳ ଘଣ୍ଟ ଯଦୁମଣିଙ୍କ ପ୍ରତିମୂତ୍ତିୀ ସାମନାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ନୟାଗଡ଼ ଜିଲ୍ଲାରୁ ପ୍ରକାଶିତ ହେଲା ସମାଲୋଚନା ଧର୍ମୀ ତଥା ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ । ଉନ୍ମୋଚନ ପୂର୍ବରୁ ପ୍ରଥମେ ପତ୍ରିକାକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଉନ୍ମୋଚନ କାର୍ଯ୍ୟକ୍ରମରକୁ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ନାଟ୍ୟକାର ଡ.ବିଜୟ ଚୌଧୁରୀ, ବରିଷ୍ଠ ଅଧିବକ୍ତା ମନୋରଂଜନ ମହାପାତ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ କୁମାର ନାୟକ, କବି ନିର୍ମଳ ଶୂରଦେଓ, କୈଳାସ ବାଣ୍ଠ, ପ୍ରଶାନ୍ତ ଦାଶ, ସମାଜସେବୀ ମନୋଜ ସାହୁ,…
Read Moreପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତବାସୀ
ନୂଆଗାଁ,(ନୟାଗଡ଼ ଦର୍ପଣ): ହାଇସ୍କୁଲକୁ ଉନ୍ନୀତ ହୋଇଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏହି ଅବସରରେ କାପ୍ତାପଲ୍ଲୀ ପଞ୍ଚାୟତବାସୀ ସାଂସଦ ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିପାଇଁ ବିଦ୍ୟାଳୟ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ପଞ୍ଚାୟତବାସୀ ବିଧାୟକଙ୍କୁ ବିରାଟ ପୁଷ୍ପମାଳ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅନୁଷ୍ଠାନିକ ଭାବେ ନବମ ଶ୍ରେଣୀରେ ନାମ ଲେଖାଇବା ପରେ ପାଠପଢ଼ାର ଶୁଭାରମ୍ଭ ହୋଇଥିଲା । ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ‘5-ଟି’ ଯୋଜନାରେ ସାମିଲ କରିବା ସହ ବିଦ୍ୟାଳୟରେ ଶିକ୍ଷକ ସମସ୍ୟାର ଶୂଘ୍ର ସମାଧାନ ପାଇଁ ବିଧାୟକ ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମରେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକ, ବ୍ଲକ ଅଧ୍ୟକ୍ଷାଙ୍କ…
Read Moreନୟାଗଡ଼ ଜିଲ୍ଲାରେ ବନ୍ୟା ପାଇଁ ୩୦ଟି ସ୍କୁଲକୁ ଛୁଟି ଘୋଷଣା
ନୟାଗଡ଼,(ନୟାଗଡ଼ ଦର୍ପଣ): ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୩୦ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଭାପୁର ବ୍ଲକର ୧୨ଟି ସ୍କୁଲ, ଗଣିଆ ବ୍ଲକର ୯ଟି ସ୍କୁଲ ଓ ଖଣ୍ଡପଡ଼ା ବ୍ଲକର ୯ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଭାପୁର ବ୍ଲକର ଫତେଗଡ଼, କରବର, ସାଶନ, ପଦ୍ମାବତୀ, କେନ୍ଦୁପଲ୍ଲୀ ପଞ୍ଚାୟତର ସ୍କୁଲ ଗୁଡିକ ଛୁଟି କରାଯାଇଛି । ସେହିପରି ଗଣିଆ ବ୍ଳକର କିଶୋର ପ୍ରସାଦ, ବେଲପଡ଼ା, ରାସଙ୍ଗ, ଛାମୁଣ୍ଡିଆ ପଞ୍ଚାୟତ ଗୁଡ଼ିକର ସ୍କୁଲ ଗୁଡ଼ିକୁ ଛୁଟି କରାଯାଇଛି। ସେହିପରି ଭାବେ ଖଣ୍ଡପଡ଼ା ବ୍ଲକର ବେଣାଗାଡ଼ିଆ, ସିଧାମୁଳା, କଣ୍ଟିଲୋ, କୁମ୍ଭାରପଡ଼ା ଓ ଶିଖରପୁର ପଞ୍ଚାୟତର ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
Read Moreନୟାଗଡ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଜ୍ୟସ୍ତ, ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଜିଲ୍ଲା କଂଗ୍ରେସ
ଜିଲ୍ଲା ଶିକ୍ଷା ଅଧିକାରୀ ଅସଦ ଉପାୟରେ ଲୁଟିଲେଣି ୬୦ଲକ୍ଷରୁ ଉର୍ଦ୍ଧ୍ବ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଜ୍ୟସ୍ତ। ଜିଲ୍ଲାର ଉପାନ୍ତ ଅଞ୍ଚଳ ଦଶପଲ୍ଲା, ଗଣିଆ, ରଣପୁର, ଭାପୁର, ଓଡଗାଁ ଅଞ୍ଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟମାନଙ୍କରେ ଶିକ୍ଷକ ଅଭାବକୁ ପୂରଣ କରାଯାଇ ପାରୁନଥିବା ବେଳେ ପୁଣି ସେଠାରୁ ୫୦ହଜାର ଟଙ୍କା ଆଦାୟ କରାଯାଇ ଶିକ୍ଷକମାନଙ୍କୁ ନୟାଗଡ ସହରର ଆଖପାଖ ଅଞ୍ଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନରେ ଅଣାଯାଉଛି ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ। ଏହି ମର୍ମରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଲିଖିତ ଚିଠିରେ ଦର୍ଶାଯାଇଛି, ଆବଶ୍ୟକ ଶିକ୍ଷକ ପଦବୀ ନଥିବା ନୟାଗଡ ସହରର ୧୦ କିଲୋମିଟର ପରିଧି ମଧ୍ୟରେ ଥିବା ଉଚ୍ଚ ବିଦ୍ୟାଳୟରେ ଅଧିକ ଶିକ୍ଷକ ନିଯୁକ୍ତି ଦିଆଯାଉଛି । ଜିଲ୍ଲାର ଅଶିଟି ଘରୋଇ…
Read More୬ଟି ପୁରସ୍କାର ପାଇ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କଲେ ଛାତ୍ରଛାତ୍ରୀ
ନୟାଗଡ଼(ନୟାଗଡ଼ ଦର୍ପଣ): ଓଡ଼ିଶା ସାହିତ୍ୟ ଏକାଡେମୀର ୬୫ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ କେବଳ ନୟାଗଡ଼ ଜିଲ୍ଲାର ପ୍ରତିଯୋଗୀମାନେ ମୋଟ ୨୪ଟି ପୁରସ୍କାର ମଧ୍ୟରୁ ୬ଟି ପୁରସ୍କାର ପାଇ ଏକ ବିରଳ କୃତିତ୍ୱ ହାସଲ କରି ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିବା ସହିତ ଜିଲ୍ଲାପାଇଁ ଆଣିଛନ୍ତି ଅନେକ ଗର୍ବ ଓ ଗୌରବ । ବରିଷ୍ଠ ବିଭାଗରେ ୪ଟି ଏବଂ କନିଷ୍ଠ ବିଭାଗରେ ୪ଟି ଏହିପରି ମୋଟ ୮ଟି ବିଷୟରେ ହୋଇଥିବା ଏହି ପ୍ରତିଯୋଗୀତାରେ ଜିଲ୍ଲାରୁ ବରିଷ୍ଠ ବିଭାଗରେ ୪ଟି ଏବଂ କନିଷ୍ଠ ବିଭାଗରେ ୨ଟି ପୁରସ୍କାର ଜିତିଛନ୍ତି । ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି ଏବଂ ସାଧାରଣ ଜ୍ଞାନ ବିଷୟରେ ହୋଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋପୀନାଥ ଉଚ୍ଚ ବିଦ୍ୟାଳୟର ଛାତ୍ର ତପନ ସ୍ୱାଇଁ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ…
Read Moreସ୍ୱତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ। ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀର ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ଅଛି। ଓଡ଼ିଶାରେ ୬୪୦୦୦ରୁ ଅଧିକ ବିଦ୍ୟାଳୟ ଅଛି ଏବଂ ପ୍ରାୟ ୮୨୦୦୦ ବିଶେଷ ଆବଶ୍ୟକ ରଖୁଥିବା ପିଲା ଏହି ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି ଯାହାର କି ସମ୍ପୂର୍ଣ ଅଭାବ ରହିଛି ଏବଂ ଆଜି ପର୍ଯ୍ୟନ୍ତ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ ରେ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ…
Read More