ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଏନ୍.ଏସି ଅନ୍ତର୍ଗତ ୟୁଜିଏମଇ ସ୍କୁଲର ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ୱର ପଣ୍ଡା ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କୁ ବିଦ୍ୟାଳୟ ପରିସରରେ ମାଡ଼ ମାରିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ବ୍ଲକ ଛାତ୍ର କଂଗ୍ରେସ ତତ୍ପରତା ଦେଖାଇବା ସହ ଉକ୍ତ ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିଛି। ଆଜି ବ୍ଲକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଶୋଇ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ଦାବିରେ ବ୍ଲକ ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଭାଗ୍ୟଲତା ପାଣିଗ୍ରାହୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କଂଗ୍ରେସର ଅଭିଯୋଗ ଅନୁଯାୟୀ ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ମାଡ଼ମାରିବା ଘଟଣା ଦୀର୍ଘ ୩ ଦିନରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି ସମ୍ପୃକ୍ତ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇଥିବାରୁ ଶ୍ରୀଯୁକ୍ତ ବିଶୋଇ କ୍ଷୋଭ ପ୍ରକାଶ କରିଛନ୍ତି। ବ୍ଲକ ଶିକ୍ଷାଧିକାରୀ ଏହାକୁ ଗୁରୁତର ଭାବେ ନେଇ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସମ୍ପୃକ୍ତ ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ୱର ପଣ୍ଡାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସ ଧାରଣା ଦେବ ବୋଲି କହିଛନ୍ତି।
Related posts
-
ଡଃ.ସୁରେଶ ବରାଡଙ୍କ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ବାଚସ୍ପତିଙ୍କ କରକମଳରେ ଉନ୍ମୋଚିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ... -
ବ୍ଲକ ସ୍ତରୀୟ ଗୀତାଆବୃତ୍ତି ପ୍ରତିଯୋଗିତା ଆୟୋଜିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶା ଆନୁକୁଲ୍ୟରେ ଗୀତା ସୁଗୀତା କର୍ତବ୍ୟା କାର୍ଯକ୍ରମ ମାଧ୍ୟମରେ ଓଡ଼ଗାଁ ବ୍ଲକ ସ୍ତରୀୟ ଗୀତା... -
ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡି
Comments Off on ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡିନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ବିଜେଡି ମଇଦାନକୁ ଓହ୍ଲାଇବ। ଜନସାଧାରଣଙ୍କୁ...