ରଣପୁର,(ନୟାଗଡ଼ ଦର୍ପଣ): କଳାହାଣ୍ଡିର ମହାଲିଙ୍ଗ ମହାବିଦ୍ୟାଳୟର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା କାଣ୍ଡ ବିରୋଧରେ ଆଜି ବାମପନ୍ଥୀ ଦଳମାନଙ୍କର ଡାକରାରେ ରାଜ୍ୟବ୍ୟାପୀ ପ୍ରତିବାଦ ପରିପ୍ରେକ୍ଷୀରେ ରଣପୁର ଠାରେ ସି ପି ଆଇ (ଏମ) ତରଫରୁ ରଣପୁରର ଉପର ବଜ଼ାର ଓ ପଞ୍ଚୁଦୋଳ ପଡ଼ିଆଠାରେ ଦୁଇଟି ସ୍ଥାନରେ ସାଥି ସୁରେଶ ସ୍ବାଇଁଙ୍କ ନେତୃତ୍ୱରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଏଭଳି ଅଭାଵନୀୟ ଘଟଣାରେ ରାଜ୍ୟ ସରକାରଙ୍କ ବିରୋଧରେ ବକ୍ତାମାନେ ପ୍ରବଳ ବର୍ଷିଥିଲେ। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା ସହିତ,ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ଵାବଧାନରେ SIT ତଦନ୍ତ ଏବଂ ମୃତ ମମିତା ମେହର ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ। ଏହି ପଥପ୍ରାନ୍ତ ପ୍ରତିବାଦସଭାରେ ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡାଦୁଃଶାସନ ଜେନା, ସବ୍ୟସାଚୀ ସେନାପତି, ସୁଶୀଲ…
Read MoreCategory: ରଣପୁର ବ୍ଲକ
ନୟାଗଡ଼ ସହରରୁ ପୁଣି ଜବରଦଖଲ ଉଚ୍ଛେଦ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରୁ ପୁଣି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ନୟାଗଡ଼ ସହରରେ ରାସ୍ତା ପାର୍ଶ୍ବରେ ଜବରଦଖଲ କରି ବ୍ୟବସାୟ କରୁଥିବା ଦୋକାନ ଉପରେ ଆଜି ପଡ଼ିଛି ଜେସିବି ପାହାର । ପୌର ପରିଷଦ ପକ୍ଷରୁ ଜେସିବି ଲଗାଇ ଦୋକାନ ସାମ୍ନାରୁ ଜବର ଦଖଲ ଜବରଦଖଲ ଉଚ୍ଛେଦ କରାଯାଇଛି । ଏଥିସହିତ ଉଠାଦୋକାନ ଗୁଡ଼ିକ ମଧ୍ୟ ହଟା ଯାଇଛି । ପୌର ପରିଷଦ କାର୍ଯ୍ୟାଳୟ ଠାରୁ ନୟାଗଡ଼ କଲେଜ ରାସ୍ତା ପର୍ଯ୍ୟନ୍ତ ଜବରଦଖଲ ମୁକ୍ତି ଅଭିଯାନ ଆରମ୍ଭ କରାଯାଇଛି । ପୌର ପରିଷଦ କର୍ମଚାରୀ ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ରହି ଜବରଦଖଲ ମୁକ୍ତ କରୁଥିବା ଦେଖିବାକୁ ମିଳିଛି ।
Read Moreସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହେଲେ ବହୁ ସାମାଜିକ ସଂଗଠନ
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ବିନୋଦପଡା ସ୍ଥିତ ଦକ୍ଷିଣକାଳୀ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ବସବାସ କରୁଥିବା ଶୈବ ସମ୍ପ୍ରଦାୟ ସମେତ ଜିଲ୍ଲାର ଜନ ସାଧାରଣଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, ଧାର୍ମିକଚେତନା, ସାମାଜିକ ତଥା ଆର୍ଥିକ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ଜିଲ୍ଲାର ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ଏବଂ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ନେହୁର ଯୁବ କେନ୍ଦ୍ର ସଂଗଠନ ରଣପୁର ଶାଖାର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧୁନା ଏନ.ୱାଇ.କେ.ଏସ(NYKS)ପକ୍ଷରୁ ଦେଶବ୍ୟାପୀ ଚାଲିଥିବା କ୍ଲିନ ଇଣ୍ଡିଆ ବା ସ୍ଵଛ ଭାରତ କାର୍ଯ୍ୟକ୍ରମ ଆଧାରରେ ଆଜି ଉକ୍ତ ମନ୍ଦିର ପରିସରରୁ ଅଦରକାରୀ ଆବର୍ଜନା ପରିଷ୍କାର କରାଯାଇ ସେଗୁଡିକୁ…
Read Moreପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶରଣକୁଳ ଅଡିଟୋରିୟମ ଗୃହରେ ସମସ୍ତ ପୁରାତନ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଓ ଶପଥପାଠ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଉପସ୍ଥିତ ଥିଲେ। ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷକ ଏମ. ଦିନବନ୍ଧୁ ମହାପାତ୍ର, ରାମକୃଷ୍ଣ ପରିଡ଼ା ଅତିଥି ଭାବେ ଯୋଗଦେଇଥିବା ବେଳେ ଆଠଟି ବ୍ଳକର ସମସ୍ତ ବର୍ଗର ଶିକ୍ଷକ ପ୍ରତିନିଧି ଏବଂ ଓଡ଼ଗାଁ ବ୍ଳକର ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘର ସଭାପତି ନରେଶ ପାଣିଗ୍ରାହୀ, ସମନ୍ୱୟ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନାୟକ, ଏକ୍ସ କ୍ୟାଡ଼ର ସଭାପତି ଜୟକୃଷ୍ଣ ପ୍ରଧାନ, ସମ୍ପାଦକ ଜଗନ୍ନାଥ ବାରିକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟୋତିରଞ୍ଜନ ଦାଶ ଏବଂ ସମ୍ପାଦକ ଭକ୍ତରଞ୍ଜନ ମିଶ୍ର…
Read Moreଦେଶବ୍ୟାପୀ ବନ୍ୟଜନ୍ତୁ ସପ୍ତାହ ଅବସରରେ ବନ୍ୟଜନ୍ତୁ ଶିକାର ରୋକିବାକୁ ସଂକଳ୍ପ ନେଲେ ଛାତ୍ରଛାତ୍ରୀ
ଓଡଗାଁ,(ନୟାଗଡ ଦର୍ପଣ): ଅକ୍ଟୋବର ୨ ରୁ ୮ ତାରିଖ ଦେଶବ୍ୟାପୀ ବନ୍ୟଜନ୍ତୁ ସପ୍ତାହ ପାଳିତ ହୋଇଆସୁଛି। ଏହି ଅବସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡସ ହେଲ୍ପ ଗ୍ରୁପ ତରଫରୁ ବନ୍ୟଜନ୍ତୁ ସଂରକ୍ଷଣ ସଚେତନତା ଶିବିର ବଡ଼ଗୋରଡ଼ା କୁବେର ଲୋକନାଥ ଉଚ୍ଚ ବିଦ୍ୟାଳୟ ପରିସରେ ଅନୁଷ୍ଠିତ ହୋଇଯାଇଛି। କାର୍ୟ୍ୟକ୍ରମରେ ପଞ୍ଚରିଡ଼ା ବନାଞ୍ଚଳ ଅଧିକାରୀଣି ଅର୍ଚ୍ଚନା ଗମାଙ୍ଗୋ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ । ବନ୍ୟଜନ୍ତୁ ଶିକାର ଦିଗରେ ସଭିଙ୍କ ସହଯୋଗିତା ଆବଶ୍ୟକ ବୋଲି ମତ ଦେଇଥିଲେ । ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରାପ୍ତ ବନ୍ୟଜନ୍ତୁ ସଂରକ୍ଷକ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ଅନୁଭୁତି ବାଣ୍ଟିଥିଲେ । ଅନ୍ୟତମ ଅତିଥି ଭାବେ ପ୍ରକୃତି ପ୍ରେମୀ ସତ୍ୟବାଦୀ ସ୍ବାଇଁ ଜଙ୍ଗଲ, ପଶୁପକ୍ଷୀଙ୍କ ଭୁମିକା ଉପରେ…
Read Moreମରିଯିବୁ ସିନା ହେଲେ ପ୍ରତଦିନ ଜଗତ କଲ୍ୟାଣ ପାଇଁ ଶିବଲିଙ୍ଗରେ ଜଳ ଢାଳୁଥିବୁ
ଶୈବ ପରିବାରରେ ଜନ୍ମନେଇଛୁ, ସମାଜ ସେବା କରୁଚୁ କରିବୁ ରାଜସୁନାଖଳା(ନୟାଗଡ଼ ଦର୍ପଣ): “ପେଟ ପଛେ ପୋଡିଯାଉ। ଛଟପଟ ହୋଇ ମରିଯିବୁ ସିନା ହେଲେ ପ୍ରତଦିନ ଜଗତ କଲ୍ୟାଣ ପାଇଁ ଶିବଲିଙ୍ଗରେ ଜଳ ଢାଳୁଥିଲୁ, ଢାଳୁଛୁ, ସେମିତି ଢାଳୁଥିବୁ ମଧ୍ୟ।ନ ମିଳୁ ସହାୟତା। ହେବୁ ପଛେ ପାତର ଅନ୍ତରର ଶିକାର କିନ୍ତୁ ସମାଜର ସେବା କରୁଥିବୁ ବଞ୍ଚିଥିବ ପର୍ଯ୍ୟନ୍ତ”। ଏହା କୌଣସି ଯାତ୍ରା କି ସିନେମାର ସଂଳାପ ନୁହେଁ। ବରଂ ମନରେ କୋହକୁ ଚାପିରଖି ସମାଜ ସେବା କରିବାକୁ ଆଗେଇ ଆସି ଏଭଳି କହିଛନ୍ତି ସାମାଜିକ ଗଣ ମାଧ୍ୟମ ଆଗରେ ନୟାଗଡ଼ ଜିଲ୍ଲା ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘର ମୁଖପାତ୍ର ତଥା ଶୈବବିପ୍ର ପ୍ରଦୀପ କୁମାର ରଣା।ପ୍ରକାଶ ଥାଉକି,ବୈଷୟିକ କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ଧରି ଶୈବପୀଠ ଗୁଡିକ ବନ୍ଦ ରହିବାରୁ ଏହି ସେବାୟତମାନେ ନାହିଁ ନଥିବା…
Read Moreମାଛ ଚାଷ ତାଲିମ ଶିବିର ଉଦଘାଟିତ
ନୟାଗଡ,(୨୮/୦୯): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତ ତାଲିମ ପ୍ରତିଷ୍ଠାନ, ନୟାଗଡ ତରଫରୁ ଜିଲ୍ଲାର ୨୫ ଜଣ ତାଲିମାର୍ଥୀଙ୍କୁ ନେଇ ୧୦ଦିନ ଧରି ହେବାକୁ ଥିବା ମାଛ ଚାଷ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୁବକ ଓ ମହିଳା ତାଲିମାର୍ଥୀ ଯୋଗଦାନ କରିଥିଲେ । ତାଲିମର ଉଦଘାଟନ ଦିବସରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଡ. ସୁରେନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମାର୍ଥୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନତି ଭିତ୍ତିକ ଯୋଜନା ବିଷୟରେ ଅବଗତ କରାଇଥିଲେ । ଜିଲ୍ଲାରେ ମାଛ ଚାଷକୁ ଏକ ବ୍ୟବସାୟ ଭିତିକ ଚାଷ ହିସାବରେ ଅପଣାଇ ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ ଚାଷ କଲେ ଉତ୍ପାଦନ ହାରକୁ ବହୁଳମାତ୍ରାରେ ବୃଦ୍ଧି କରାଯାଇ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଜିଲ୍ଲାରୁ ବେରୋଜଗାରୀ ସମସ୍ୟା ଦୂର ହୋଇପାରିବ…
Read More‘ଆଶ୍ରୟ’ରେ ପାଳନ କଲେ ଯମଜ ସନ୍ତାନଙ୍କ ପ୍ରଥମ ଜନ୍ମବାର୍ଷିକୀ
ଓଡ଼ଗାଁ,(୨୮/୦୯): ବାହାଡ଼ାଝୋଲା ମାଣିକପାଟଣା ଗ୍ରାମର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଓ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ମହାପାତ୍ରଙ୍କ ଯମଜ ସନ୍ତାନଙ୍କ ପ୍ରଥମ ଜନ୍ମବାର୍ଷିକୀ ଶରଣକୁଳ ବାଉଁଶିଆ ସ୍ଥିତ ଆଶ୍ରୟ ଦିବ୍ୟାଙ୍ଗ ସେବାଗ୍ରାମରେ ପାଳନ କରିଛନ୍ତି । ପ୍ରଶାନ୍ତଙ୍କ ପିତା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ସୁଲେଖକ କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଥିବା କାରଣରୁ ଏହି ଦମ୍ପତି ନିରାଡ଼ମ୍ବର ସହକାରେ ସେମାନଙ୍କ ସନ୍ତାନଙ୍କ ପ୍ରଥମ ଜନ୍ମବାର୍ଷିକୀ ଆଶ୍ରୟ ଦିବ୍ୟାଙ୍ଗ ସେବାଗ୍ରାମରେ ଶିକ୍ଷାର୍ଥୀଙ୍କ ସହିତ ଅତିବାହିତ କରିଥିବା ବେଳେ ୩୫ ଜଣଙ୍କୁ ବହି, ଖାତା, କଲମ, ଡ୍ରଇଂ ସିଟ୍, ରଙ୍ଗ ତୁଳୀ ଓ ବିସ୍କୁଟ୍ ପ୍ରଦାନ କରିଛନ୍ତି । ଆଶ୍ରୟର ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ଉପସ୍ଥିତିରେ ସମସ୍ତଙ୍କୁ ପାଠ୍ୟ ଉପକରଣ ଦିଆଯାଇଥିବା ସୂଚନା ମିଳିଛି ।
Read Moreଆସନ୍ତାକାଲି ବନ୍ଦ ରହିବ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ
ନୟାଗଡ଼,(୨୬/୦୯): ଆଜି ମଧ୍ୟରାତ୍ରରେ ବାତ୍ୟା ‘ଗୁଲାବ’ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୧ଟି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ସ୍ଥିତି ନେଇ ଆଜି ନୂଆଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ଅବସରରେ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଦେଇଥିଲେ ଏହି ନିର୍ଦ୍ଦେଶ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମଙ୍ଗଳବାର ଦିନ ସ୍ଥିତିକୁ…
Read Moreରଣପୁରରେ ଜଳ ଜୀବନ ମିଶନର ଏକ ମଣ୍ଡଳ ସ୍ତରୀୟ କର୍ମଶାଳା
ରଣପୁର, (୨୪/୦୯): ନୟାଗଡ଼ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଜଳ ଜୀବନ ମିଶନର ଏକ ମଣ୍ଡଳ ସ୍ତରୀୟ କର୍ମଶାଳା ରଣପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ତଥା ଓଡିଶା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାନ, ସି.ଇ.ଡି ଏବଂ ସହଭାଗୀ ଏନ.ଜି.ଓ ସି.ଇ.ଇ.ଆର୍.ଏ ଙ୍କ ମିଳିତ ସହଯୋଗରେ ରେ ଅନୁଷ୍ଠିତ ହୋଇଯାଇଅଛି । ରଣପୁର ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀମତୀ ଋତୁପର୍ଣ୍ଣା ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସି.ଇ.ଇ ଆର୍.ଏ ତରଫରୁ ସଦସ୍ୟ ଶ୍ରୀ ସତ୍ୟଜ୍ୟୋତି ମହାନ୍ତି ସ୍ୱାଗତ ଭାଷଣ ଦେବା ସହ କର୍ମଶାଳା ର ଉଦ୍ଦେଶ୍ୟ ବିଷୟ ରେ ଆଲୋଚନା କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ବିରଞ୍ଚୀ ନାରାୟଣ ତ୍ରିପାଠୀ ଜଳ ଜୀବନ ମିଶନର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ…
Read More