ନାଟକ farewellର ଦର୍ଶକୀୟ ଅଭିମତ

ଦୁର୍ନୀତି ବିରୁଦ୍ଧରେ ଏକ ବଳିଷ୍ଠ ସ୍ୱର ହେଉଛି ନାଟକ farewell. ନାଟକଟି ଚିଫ ଇଞ୍ଜିନିୟର ଏବମ ତାଙ୍କ ଅଫିସର ବଡବାବୁ ଙ୍କର ଦୁର୍ନୀତିର ଫର୍ଦ ସବୁ ସହ ଗତିଶୀଳ। ଶେଷରେ ବାହାରକୁ ଖୁବ ସୁନ୍ଦର ଦିଶୁଥିବା farewellର ଅନ୍ତରାଳେ ଦୁର୍ନୀତିଗ୍ରସ୍ତ ଚରିତ୍ରଗୁଡିକୁ ଯଥୋଚିତ ଦଣ୍ଡବିଧାନ କରିଛନ୍ତି ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର। ୧ ଘଣ୍ଟା ୪୫ ମିନିଟର ନାଟକଟି ଦର୍ଶକଙ୍କୁ ଶେଷ ପର୍ଯ୍ଯନ୍ତ ବାନ୍ଧି ରଖିଥିଲା। ନାଟକ farewellରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ– ବୁଟିଆ… ଗୋକୁଳ ଷଡ଼ଙ୍ଗୀ, ସେବତୀ… ଝୁମା, ନୀଳିମା… ଅଙ୍କିତା, ନୀଳମାଧଵ… ରିଙ୍କୁ, ଭାଗିରଥୀ… ବୀରୁ, ରଘୁଆ… ସରୋଜ, ବିଶିଆ… ବୁଲବୁଲ, ନଟବର… ଛାଟିକି, ନବଘନ… ସତ୍ୟ, ଶତ୍ରୁଜିତ… ରଞ୍ଜନ, ସତୁରା… ସୂର୍ଯ୍ୟମଣି, ଜିଲ୍ଲାପାଳ… ବାପି, ଏସ.ପି… ଖାଲିକ, ଝାଡୁଦାର… ଗଣେଶ, ଇନ୍ସପେକ୍ଟର… ବିଶ୍ୱଜିତ, କନେଷ୍ଟେବଳ… ଶୁଭବିଷ୍ଣୁ। ସହଯୋଗ କରିଥିଲେ- ସ୍ବଦେଶ ରଥ,…

Read More

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ଅବସରରେ ସମ୍ବର୍ଦ୍ଧନା ଉତ୍ସବ

ନୟାଗଡ଼,(ନୟାଗଡ ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ଉଭୟ ଓଡିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ବକ୍ତୃତା, ଦେଶାତ୍ମବୋଧକ କବିତା ଆବୃତି ଏବଂ ସାହିତ୍ୟ ସଂପର୍କ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଠର ଜଣ ଛାତ୍ର ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ସଫଳ ହୋଇଥିବା ତିନି ଜଣ ଛାତ୍ରଛାତ୍ରୀ ତଥା ବିଚାରକ ମାନଙ୍କୁ ଯଥାକ୍ରମେ ପୁରସ୍କାର ଏବଂ ସମ୍ବର୍ଦ୍ଧିତ କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଟଙ୍କଧର ଭୋଇଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଡ.ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଛାତ୍ର ଛାତ୍ରୀ ମାନେ ଏ ଜାତିର ସଂପଦ’ ସେମାନଙ୍କର ଯତ୍ନ ନେଲେ…

Read More

ବିଶ୍ବସ୍ତରୀୟ ଟାଇକୋଣ୍ଡ ଭର୍ଚୁଆଲ ପ୍ରତିଯୋଗିତାରେ ନୟାଗଡ଼କୁ ପଦକ

ନୟାଗଡ଼,(ନୟାଗଡ ଦର୍ପଣ): ଚଳିତ ଡିସେମ୍ବର ମାସ ୨୨ ତାରିଖରୁ ୨୭ ତାରିଖ ମଧ୍ୟରେ ପ୍ରଥମ ବିଶ୍ବସ୍ତରୀୟ ଆନ୍ତର୍ଜାତୀୟ ଟାଇକୋଣ୍ଡ ଭର୍ଚୁଆଲ ପୁମସେଇ ପ୍ରତିଯୋଗିତା ୨୦୨୧ ଉଦଯାପିତ। ଏହାକୁ ଥାଇଲାଣ୍ଡ ସ୍ଥିତ ହିରୋଜ୍ ଟାଇକୋଣ୍ଡ ସଂଗଠନ ଓ ଓଡ଼ିଶା ଟାଇକୋଣ୍ଡ ସଂଘ, ପୂରୀ ମିଳିତ ଭାବରେ ପଚିଚାଳନା କରିଥିଲେ, ଏହାକୁ ପରିଚାଳନା କରିବା ପାଇଁ ଥାଇଲାଣ୍ଡ ସ୍ଥିତ ଜି ଏମ ଏସି ସିଷ୍ଟମ ର ସହାୟତା ନିଆଯାଇଥିଲା । ଏଥିରେ ବିଶ୍ୱର ୧୪ ଟି ଦେଶର ପ୍ରାୟ ୯୯୬ ଜଣ ପ୍ରତିଯୋଗୀ ଉଭୟ ପୁମସେଇ (ପ୍ରୟୋଗ) ଓ ଦୃତ ଗୋଡ ଦ୍ବାରା ପ୍ରହାର ରେ ଭାଗ ନେଇଛନ୍ତି । ସେହି ଦେଶ ଗୁଡିକ ହେଲା ଆମେରିକା,ଗ୍ରୀସ୍, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାଜାକିସ୍ଥାନ, ସ୍ଲୋଭାକିଆ, ବାହାରିନ, ଥାଇଲାଣ୍ଡ, ସିଙ୍ଗାପୁର , ହଙ୍କକଙ୍ଗ , ମାଲେସିଆ, ଫିଲପିନସ୍, ଇଣ୍ଡୋନେସିଆ ଏବଂ ଭାରତ ।…

Read More

ବୋଦାପଡ଼ାରୁ ୩୨୦ପ୍ୟାକେଟ ଦେଶୀ ମଦ ଜବତ, ଜଣେ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ପୋଲିସ ଦ୍ୱାରା ୩୨୦ ପ୍ୟାକେଟ ଦେଶୀ ମଦ ଜବତ, ଜଣେ ଗିରଫ। ସୂଚନା ଅନୁସାରେ ନୟାଗଡ଼ ଥାନା ଅଞ୍ଚଳର ବୋଦାପଡ଼ା ଗ୍ରାମ କେନାଲ ରୋଡର ଶତ୍ରୁଘ୍ନ ପରିଡା (୫୦ ବର୍ଷ)ଙ୍କ ଦେଶୀ ମଦ ବିକ୍ରି କରୁଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ଉବେଳେ ଶତ୍ରୁଘ୍ନ ନିକଟରୁ ୧୦୦ଏମ.ଏଲ ଵାଲା ୩୨୦ପ୍ୟାକେଟ ଅର୍ଥାତ ୩୨ଲିଟର ଦେଶୀ ମଦ ଜବତ କରିବା ସହ ଶତ୍ରୁଘ୍ନକୁ ଗିରଫ କରାଯାଇଛି। ସଦର ପୋଲିସ ୧୯୪/୨୧U/S-52(a) ଅବକାରୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି।

Read More

ଅନୁଷ୍ଠିତ ହେଲା ରାଜ୍ୟ କାର୍ଯ୍ୟକାରିଣୀ ର ଜନ କଲ୍ୟାଣ ସମାବେଶ।

ଯୋଗଦାନ କଲେ ରାଜ୍ୟର ପ୍ରମୁଖ ପାଞ୍ଚଟି ଜିଲ୍ଲାର କାର୍ଯ୍ୟକର୍ତ୍ତା ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ, ଓଡିଶା ରାଜ୍ୟ କାର୍ୟ୍ଯକାରିଣୀ ପକ୍ଷରୁ ଏକ ଜନକଲ୍ୟାଣ ସମାବେଶ ତାର ମୁଖ୍ୟାଳୟ ଜଟଣୀ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ପାଞ୍ଚଟି ଜିଲ୍ଲା ଯଥାକ୍ରମେ ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ ଏବଂ ନୟାଗଡ଼ର ଜିଲ୍ଲାର ଜିଲ୍ଲା ସ୍ତରୀୟ ସଭାପତି, ସମ୍ପାଦକ, ମୁଖପାତ୍ର ଏବଂ ପରିଚାଳକ ମାନେ ଯୋଗଦାନ କରିଥିଲେ। ରାଜ୍ୟ କାର୍ୟ୍ଯକାରିଣୀର ଅଧ୍ୟକ୍ଷ ପରମ ଶୈବ ଲଳିତ କୁମାର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସନାତନ ହିନ୍ଦୁ ଧର୍ମର ସୁରକ୍ଷା ସହ ଶୈବ ସମ୍ପ୍ରଦାୟର ଉନ୍ନତି ଏବଂ ଶୈବବିପ୍ର ମାନଙ୍କୁ କିପରି ସଂସ୍କାରିତ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ ସଂଗଠନ ପକ୍ଷରୁ ଆଗାମୀ ୨୦୨୨ ବର୍ଷରେ ବିଭିନ୍ନ ଜନ…

Read More

ଟାଉନ ପୋଲିସ ଦ୍ୱାରା ସେକ୍ସ ରାକେଟ ଠାବ, ଦୁଇ ଯୁବକ ଗିରଫ, ମହିଳା ଉଦ୍ଧାର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ପୁରୁଣା ଜେଲ ସମ୍ମୁଖରେ ଥିବା ନିର୍ମଳା ଗେଷ୍ଟ ହାଉସରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୟାଗଡ଼ ଟାଉନ ପୋଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଗେଷ୍ଟ ହଉସରୁ ଜଣେ ଯୁବତୀଙ୍କ ସହିତ ଦୁଇ ଯୁବକଙ୍କୁ ଗିରଫ କରିବା ସହ ବିଭିନ୍ନ ଆପତ୍ତିଜନକ ଜିନିଷ ମିଳିଥିବା ଜଣାପଡିଛି। ନୟାଗଡ଼ ଅଞ୍ଚଳର ଯୁବତୀ ଜଣଙ୍କ ହୋଇଥିବା ବେଳେ ଗ୍ରାହକ ହେଲେ ନୟାଗଡ଼ ଦେଉଳପଲ୍ଲୀ ଅଞ୍ଚଳର ରାକେଶ କୁମାର ପ୍ରଧାନ(୨୭ବର୍ଷ) ଏବଂ ଅନ୍ୟ ଜଣେ ହେଲେ ଗେଷ୍ଟ ହାଉସ ମ୍ୟାନେଜର ନୟାଗଡ଼ ରାମେଶ୍ୱର ସାହିର ଦୀପକ କୁମାର ମହାପାତ୍ର। ଦୁହିଁଙ୍କୁ ନୟାଗଡ଼ ଟାଉନ ପୋଲିସ ଗିରଫ କରିଥିବା ବେଳେ ସମ୍ପୃକ୍ତ ଯୁବତୀଙ୍କୁ ଏକ ସର୍ଟ ଷ୍ଟେ ହୋମରେ ରଖିଛି। ରାକେଶ ଠାରୁ ୨୮୦୦ଟଙ୍କା, ଏକ ମୋବାଇଲ ଫୋନ…

Read More

ମଞ୍ଚସ୍ଥ ହେଲା ନାଟକ ‘ବାଞ୍ଛାର ବଗିଚା’

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟାନୁଷ୍ଠାନ ମଞ୍ଚାୟନ ତରଫରୁ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ନାଟକ ‘ବାଞ୍ଛାର ବଗିଚା’ ମଞ୍ଚସ୍ଥ ହୋଇଯାଇଛି । ଏହି ନାଟ୍ୟ ଉତ୍ସବ ୩ଦିନ ଧରି ଚାଲିବା ସହ ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପ୍ରଭାତ ମହାରଣା, ମଞ୍ଚାୟନ ସଭାପତି ଯାମିନିକାନ୍ତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିବାବେଳେ ଅଧ୍ୟାପକ ଗଣେଶ୍ୱର ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଉଦ୍ଘାଟନୀ ସଂଧ୍ୟାରେ ଶତାବ୍ଦୀର କଳାକାର ଭୁବନେଶ୍ୱର ତରଫରୁ ଦର୍ପନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ତଥା ସର୍ବଭାରତୀୟ ସ୍ତରରେ ଏବଂ ୧୬୩ଥର ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିବା ନାଟକ ‘ବାଞ୍ଛାର ବଗିଚା’ ମଞ୍ଚସ୍ଥ…

Read More

ଆଞ୍ଚଳିକ ସ୍ତରୀୟ ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିଙ୍ଗ ବାଦ୍ୟରେ ଦୁଲୁକିଲା ମଞ୍ଚ ସମ୍ବଲପୁରୀ ଢାପ ନୃତ୍ୟରେ ଝୁମିଲେ ଦର୍ଶକ ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ପ୍ରାଚୁର୍ଯ୍ୟମୟ ପାରମ୍ପରିକ ଲୋକକଳା ଓ ସଂସ୍କୃତି ଆମର ପରିଚୟ। କେବଳ ମନୋରଞ୍ଜନର ମାଧ୍ୟମ ହିସାବରେ ନୁହେଁ ବରଂ ଲୋକକଳା ଆମ ସାମାଜିକ ଜୀବନ ସହ ଅଙ୍ଗାଙ୍ଗୀ ଭାବେ କାହିଁ କୋଉ ଅମଳରୁ ଜଡ଼ିତ। ଆମର ଅନନ୍ୟ ପର୍ବପର୍ବାଣୀ ସହ କୃଷି ଓ କୃଷକଙ୍କ ମହତ୍ତ୍ୱକୁ ମଧ୍ୟ ଅନେକ ଲୋକକଳା ନିଜ ଭିତରେ ଧାରଣ କରିଛନ୍ତି। ଲୋକକଳାକୁ ଆହୁରି ଅଧିକ ରୁଦ୍ଧିମନ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୧, ଏପ୍ରିଲ ୨୦୧୧ରେ ରାଜ୍ୟ ଲୋକକଳା ସଂଘର ଶୁଭାରମ୍ଭ ହୋଇଥିଲା। ଦୀର୍ଘ ଏକ ଦଶନ୍ଧି ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଏହି ସଂଘ ଲୋକକଳାର ପ୍ରଚାର ପ୍ରସାର ସହ ଏଥିସହ…

Read More

ଆଞ୍ଚଳିକ ସ୍ତରୀୟ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଆରାଧ୍ୟ ଦେବୀ ମା ଦକ୍ଷିଣକାଳୀଙ୍କ ପଡ଼ିଆରେ ଆଞ୍ଚଳିକ ସ୍ତରୀୟ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଡା. ପୋମା ଟୁଡୁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ ବାସୁଦେବ ବିଶୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Read More

ସୁଲେଇଙ୍କ ପାଇଁ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟିଲା “ଅନନ୍ୟା ଫାଉଣ୍ଡେସନ”

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଘଡୁଆଳ ଗ୍ରାମର ସୁଲେଇ ପାତ୍ରଙ୍କ ପାଇଁ ପାଖାପାଖି ଦୁଇ ମାସ ସମୟ ହେବ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନିୟମିତ ନିୟନ୍ତ୍ରିତ ପୌଷ୍ଟିକ ଖାଦ୍ୟର ବନ୍ଦୋବସ୍ତ କରାଯାଉଛି। ଏବେ ଶୀତର ପ୍ରକୋପ ବଢ଼ି ଯାଇଥିବା ହେତୁ ସୁଲେଇ ପାତ୍ର ରହୁଥିବା ଘର ଶୀତୋପଯୋଗୀ ହୋଇ ନଥିବାରୁ ଚିନ୍ତାର ବିଷୟ ପାଲଟିଛି। ତେଣୁ ଆଜି ଅନନ୍ୟା ଫାଉଣ୍ଡେସନର ଏକ ପ୍ରତିନିଧି ଦଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟି ଏହାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଥାଉକି, ସୁଲେଇ ପାତ୍ରଙ୍କ ତିନି ପୁଅ ରୋଜଗାରକ୍ଷମ ହୋଇଥିବା ସତ୍ତ୍ୱେ କେହି ନିଜ ମା’କୁ ପଚାରୁ ନାହାନ୍ତି। ବୟସର ଅପରାହ୍ନରେ ନିଜେ ସୁଲେଇ ରୋଷେଇ କରି ଖାଇବା…

Read More