ରଣପୁର,(ନୟାଗଡ଼ ଦର୍ପଣ) : ରଣପୁର ମହାବିଦ୍ୟାଳୟର ୧୯୯୨ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ନେହମୟ ବନ୍ଧୁମିଳନ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪୩ ବର୍ଷର ବ୍ୟବଧାନ ପରେ ଆୟୋଜିତ ଏହି ମିଳନ ଉତ୍ସବ ଶିକ୍ଷା, ସ୍ମୃତି ଓ ଗୁରୁଭକ୍ତିର ଅମୂଲ୍ୟ ଦୃଶ୍ୟ ସୃଷ୍ଟି କରିଥିଲା।ଏହି ଅବସରରେ ତତ୍କାଳୀନ ଅଧ୍ୟାପକମାନଙ୍କୁ ସମ୍ମାନ ଓ କୃତଜ୍ଞତାର ପ୍ରତୀକ ସ୍ୱରୂପ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମଟି ମନୋଜ ବିଶ୍ୱାଳ, ଭଗବାନ ପରିଡା ଓ ବିଳାସିନୀ ବାହିନୀପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ପ୍ରାୟ ୪୦ ଜଣ ପୁରାତନ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇ ପୁରୁଣା ଦିନର ସ୍ମୃତି, କଲେଜ ଜୀବନର ଅନୁଭୂତି ଓ ଗୁରୁ–ଶିଷ୍ୟ ସମ୍ପର୍କର ମାଧୁର୍ୟକୁ ସ୍ମରଣ କରି ସ୍ମୃତି ରୋମନ୍ଥନ କରିଥିଲେ। ଆନନ୍ଦ, ଆତ୍ମୀୟତା…
Read MoreCategory: ରଣପୁର ବ୍ଲକ
ଜାନୁୟାରୀ ୫ରୁ ୯ପର୍ଯ୍ୟନ୍ତ ପାଞ୍ଚ ଦିନିଆ ମହା ଆୟୋଜନ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁରର ସାଂସ୍କୃତିକ ପରମ୍ପରାକୁ ଆଉ ଏକ ମାଇଲସ୍ଟୋନ୍ ଯୋଗାଇବାକୁ ଯାଉଛି ଆସନ୍ତା ‘ଅର୍ଜୁନ–୨୦୨୬’ ରଣପୁର ମହୋତ୍ସବ। ଆସନ୍ତା ଜାନୁୟାରୀ ୦୫ରୁ ୦୯ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି ମହାମେଳା ଆୟୋଜିତ ହେବ ବୋଲି ମହୋତ୍ସବ କମିଟି ସୂଚନା ଦେଇଛି।ସୋମବାର ସ୍ଥାନୀୟ ମା ମଣିନାଗ କଲ୍ୟାଣୀ ମଣ୍ଡପରେ ଏହି ମହୋତ୍ସବକୁ ସଫଳ କରିବା ନିମିତ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକଟି କମିଟିର ସଭାପତି, ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ସମ୍ପାଦକ ସ୍ୱରାଜ ମହାନ୍ତିଙ୍କ ସହଯୋଗରେ କମିଟି ସଦସ୍ୟ, ସାମ୍ବାଦିକ, ଆଇନଜୀବୀ, ବୁଦ୍ଧିଜୀବୀ ଓ ଆଗ୍ରହୀ ଜନସାଧାରଣ ଉପସ୍ଥିତ ରହି ମହୋତ୍ସବର ସମସ୍ତ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବକୁ ଏ ବର୍ଷ ଆହୁରି ଆକର୍ଷଣୀୟ,…
Read Moreବ୍ରହ୍ମ ଚେତନା ପରିଷଦ ପକ୍ଷରୁ “ଧରିତ୍ରୀ ମାତା ପାଇଁ ରବିବାର” କାର୍ଯ୍ୟକ୍ରମ ଓ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ
ରଣପୁର, (ନୟାଗଡ଼ ଦର୍ପଣ): ଓଡିଶାର ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମ ଚେତନା ପରିଷଦ ଆନୁକୂଲ୍ୟରେ ଧରିତ୍ରୀ ମାତାକୁ ଆସନ୍ନ ବିପଦରୁ ସୁରକ୍ଷା ଦେବା ନିମନ୍ତେ ‘ଧରିତ୍ରୀ ମାତା ପାଇଁ ରବିବାର’ ନାମରେ ଏକ ସମୟ ଉପଯୋଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପାଗଡ଼ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନବାଡି ଚତୁପାର୍ଶ୍ଵରେ ଆମ୍ବ, ବଉଳ, ଵେଲ, ନିମ୍ବ ଆଦି ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯିବା ସହିତ ନିକଟସ୍ଥ ପୁଷ୍କରିଣୀରୁ ବିଲାତି ଦଳ ସଫା କରାଯାଇଥିଲା। ପରେ ଆଖ ପାଖ ଗ୍ରାମର ପରିବେଶ ପ୍ରେମୀଙ୍କୁ ନେଇ ଏକ ଜନସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଷଦର ସମ୍ପାଦକ କବି ସୁକାନ୍ତ ଚନ୍ଦ୍ର ନନ୍ଦ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ନିଜ ନିଜ…
Read Moreଦ୍ଵିତୀୟ ଦିବସରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତା,
ମ୍ୟାଚ୍କୁ ନେଇ ଖେଳପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ
ରଣପୁର,(ନୟାଗଡ଼ ଦର୍ପଣ) : ରଣପୁରରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ଖେଳଗୁଡିକ ଉତ୍ସାହପୂର୍ଣ୍ଣ ଓ କଠିନ ପ୍ରତିସ୍ପର୍ଧାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ମ୍ୟାଚଗୁଡିକରେ ବିଭିନ୍ନ ଜିଲ୍ଲାର ଦଳମାନେ ଦକ୍ଷତା, ସମନ୍ୱୟ ଓ ଖେଳମନୋଭାବର ପ୍ରଦର୍ଶନ କରିଥିଲେ। ବାଳକ ଓ ବାଳିକା ବିଭାଗରେ ହୋଇଥିବା ଲିଗ୍, କ୍ୱାର୍ଟର ଓ ସେମିଫାଇନାଲ ମ୍ୟାଚଗୁଡିକ ଦର୍ଶକମାନଙ୍କୁ ଭାରି ଆକର୍ଷିତ କରିଥିଲା। କେତେକ ମ୍ୟାଚ ଶେଷ ମୁହୂର୍ତ୍ତରେ ପଏଣ୍ଟ ତଫାତରେ ନିଷ୍ପତ୍ତି ହେବାରୁ ରୋମାଞ୍ଚ ଚରମକୁ ପହଞ୍ଚିଥିଲା। ପ୍ରଥମ ଦିନ ହୋଇଥିବା ଲିଗ ମ୍ୟାଚ୍ଗୁଡ଼ିକରେ ବିଭିନ୍ନ ଜିଲ୍ଲା ଦଳ ଅଂଶଗ୍ରହଣ କରି ଉତ୍କୃଷ୍ଟ କ୍ରୀଡାଦକ୍ଷତା ପ୍ରଦର୍ଶନ କରିଥିଲେ। ବାଳିକା ବିଭାଗରେ ଭଦ୍ରକକୁ ୧୧–୦୩ ଗୋଲ୍ରେ ପରାସ୍ତ କରି କେନ୍ଦ୍ରାପଡ଼ା ବିଜୟୀ ହୋଇଥିବାବେଳେ କେଉଁଝରକୁ ୧୬–୦୭ ଗୋଲ୍ରେ ହରାଇ ନୟାଗଡ଼ ଦଳ ଜିତ ହାସଲ କରିଥିଲା। ଢେଙ୍କାନାଳ ୧୦–୦୭…
Read Moreଡିସେମ୍ବର ୮ରୁ୧୨ତାରିଖ ରାଜସୁନାଖଳା ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ
ଉଦଘାଟନ କରିବେ ବାଚସ୍ପତି। ଉଦଯାପନୀ ଉତ୍ସବରେ ଯୋଗଦେଇପାରନ୍ତି ରାଜ୍ୟପାଳ ରଣପୁର, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୫ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସମ୍ପାଦକ ତଥା ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ଆବାହକତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ମହୋତ୍ସବ କମିଟିର ସଭାପତି ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ରାଜସୁନାଖଳା ମହୋତ୍ସବ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବ। ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ଵାଚସ୍ପତି ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳ ଯୋଗଦେବାର ସମ୍ଭାବନା ଥିବା ଜଣାପଡିଛି। ବିଗତ କିଛି ବର୍ଷ ଧରି ରାଜସୁନାଖଳା ମହୋତ୍ସବକୁ…
Read Moreଡିସେମ୍ବର ୮ରୁ ୧୨ ରାଜସୁନାଖଳା ମହୋତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
ରଣପୁର, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୫ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ରାଜସୁନାଖଳା ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ସମସ୍ତ ସଦସ୍ୟଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାଜସୁନାଖଳା ମହୋତ୍ସବ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବ। ତେଣୁ ପ୍ରତ୍ୟେକ ବର୍ଷ ଠାରୁ ଚଳିତ ବ୍ୟାପକ ଭାବେ କରିବାକୁ ନିଷ୍ପତି ହୋଇଛି। ସ୍ଥାନୀୟ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଆସନ୍ତା ଡିସେମ୍ବର ୮ରୁ ୧୨ତାରିଖ ପର୍ଯ୍ୟନ୍ତ ସିଟି ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ନୂଆ ରୂପରେ, ନୂଆ ଢଙ୍ଗରେ ଏବଂ ସିନେ ଉତ୍ସବ ଶୈଳୀରେ ଆୟୋଜନ…
Read Moreଚମ୍ପାଗଡ ଗ୍ରାମପଞ୍ଚାୟତରେ ଅଙ୍ଗନବାଡି କର୍ମୀ ସସ୍ମିତା ଛୁଆଳସିଂହଙ୍କ ମନରେଗା ଆଇନ ଏବଂ ସରକାରୀ କର୍ମଚାରୀ ଆଚରଣ ଆଇନକୁ ଖୋଲାଖୋଲି ଉଲଙ୍ଘନ
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଚମ୍ପାଗଡ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ସସ୍ମିତା ଛୁଆଳସିଂହ ପ୍ରଧାନ ମନରେଗା ଆଇନ ଏବଂ ସରକାରୀ କର୍ମଚାରୀ ଆଚରଣ ଆଇନର ଖୋଲାଖୋଲି ଉଲଙ୍ଘନ କରିଥିବା ଅଭିଯୋଗ ହୋଇଅଛି ।ସସ୍ମିତା ଛୁଆଳସିଂହ @ ପ୍ରଧାନ ଚମ୍ପାଗଡ-୨ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରିଆସୁଛନ୍ତି ।ପ୍ରଥମତଃ ଛୁଆଳସିଂହ ଜଣେ ସରକାରୀ କର୍ମଚାରୀ ଥିବା ସତ୍ତ୍ୱେ ସେ ବେଆଇନ୍ ଭାବେ ନିଜ ନାମରେ ଏକ ଜବକାର୍ଡ ରଖିଛନ୍ତି, ଯାହାର ନଂ – OR-22-008-029-004/19676, ସେ ଜଣେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରି ସରକାରଙ୍କ ଠାରୁ ମାସିକ ବେତନ ପାଉଥିଲେ ମଧ୍ୟ MGNREGAର ବିଭିନ୍ନ କାର୍ଯ୍ୟରେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଛନ୍ତି ଏବଂ ତାଙ୍କ ସ୍ଵାମୀ ଦେବରାଜ ଛୁଆଳସିଂହ ଜଣେ ପ୍ରବାସୀ ଶ୍ରମିକ…
Read Moreରାଷ୍ଟ୍ରୀୟ ଏକତା ପଦଯାତ୍ରା ଉପଲକ୍ଷେ ଜିଲ୍ଲାସ୍ତରୀୟ କମିଟିର ପ୍ରସ୍ତୁତି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ ପଦଯାତ୍ରା ଆୟୋଜନ ସଂପର୍କରେ ଏକ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀ ସାଂସଦ ଡା.ସମ୍ବିତ୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ (୩୧ ଅକ୍ଟୋବର ରୁ ୨୫ନଭେମ୍ବର ପର୍ଯ୍ୟନ୍ତ) ସମଗ୍ର ଦେଶରେ “ଏକତା ମାର୍ଚ୍ଚ” ଅନୁଷ୍ଠିତ ହେବ । ଏହି ଜିଲ୍ଲାସ୍ତରୀୟ ପଦଯାତ୍ରା ଆସନ୍ତା ତା.୧୮.୧୧.୨୦୨୫ରିଖ ଦିନ ରଣପୁର ପଞ୍ଚୁଦୋଳ ପଡ଼ିଆସ୍ଥିତ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ ହେବ । ପ୍ରାରମ୍ଭରେ ସ୍ୱାଗତ ଭାଷଣ,ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପଦଯାତ୍ରା ଶୁଭାରମ୍ଭ କରାଯିବ ଏବଂ ପଦଯାତ୍ରାର ସ୍ଲୋଗାନ ରହିବ “ଏକ ଭାରତ, ଆତ୍ମ ନିର୍ଭର…
Read Moreଶୁକ୍ର ବେହେରା ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା
ରଣପୁର, (ନୟାଗଡ଼ ଦର୍ପଣ): ଶୁକ୍ର ବେହେରା ଡିଗ୍ରୀ କଲେଜ ପରିସରରେ ପ୍ରାକ୍ତନ ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାନ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ସଂଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଶତାଧିକ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଂଚଳର ମାନ୍ୟଗଣ୍ୟ ବୁଦ୍ଧିଜିବି ତଥା ରଣପୁର ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ସୁବାଷ ଚନ୍ଦ୍ର ରଥ, ଡଃ. ନିରୋଜ ମିଶ୍ର, ରଣପୁର କଲେଜର ଅଧ୍ୟକ୍ଷ ପ୍ରସାନ୍ତ କୁମାର ମିଶ୍ର, ଅଧ୍ୟାପକ ଭାଗ୍ୟଧର ସ୍ୱାଇଁ, ସହୀଦ ରଘୁବିବାକର କଲେଜର ଅଧ୍ୟକ୍ଷ ପବିତ୍ର ସେଠି, ନୟାଗଡ କଲେଜର ଅଧ୍ୟାପକ ସଂଗ୍ରାମ କେଶରୀ ଜୟସିଂ ଓ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ଅଂଚଳ ବାସୀଙ୍କ ତରଫରୁ ପୂର୍ବତନ ସଭାପତି ସନାତନ ଦଳବେହେରା ଓ ଅଭିମନ୍ୟୁ ବେହେରା, ପୂର୍ବତନ ସଭ୍ୟ ପାଣ୍ଡବ ସେଠୀ, ଶଙ୍କର୍ଷଣ…
Read Moreରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୭ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୭ ମସିହାର ୧୦ମ ଶ୍ରେଣୀ ବ୍ୟାଚ ଶିକ୍ଷାର୍ଥୀମାନଙ୍କ ବନ୍ଧୁ ମିଳନ ଅତ୍ୟନ୍ତ ଆନନ୍ଦମୟ ପରିବେଶରେ ମା ମଣିନାଗଙ୍କ ପରିସରରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ହୋଇଥିବା ପୂର୍ବତନ ଶିକ୍ଷାର୍ଥୀମାନେ ଦୀର୍ଘ ଦିନ ପରେ ଏକାଠି ହୋଇ ବିଗତ ଶିକ୍ଷାଦିନର ସ୍ମୃତିକୁ ତାଜା କରିଥିଲେ। ସେମାନେ ସେମାନଙ୍କ ଶିକ୍ଷକମାନଙ୍କ ପ୍ରତି ଆଭାର ପ୍ରକାଶ କରି, ବିଦ୍ୟାଳୟର ଉନ୍ନତି ନେଇ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ମୃତି ଆଲୋଚନା କରିବା ସହ ସମୁହ ଛବି ଉତ୍ତୋଳନ କରାଯାଇଥିଲା। ବନ୍ଧୁ ମିଳନର ଅନ୍ତରେ ସମସ୍ତେ ପୁନର୍ମିଳନ ଅନୁଷ୍ଠାନକୁ ପ୍ରତିବର୍ଷ କରିବା ପାଇଁ ସମ୍ମତି ଜଣାଇଲେ । ଆଗାମୀ ଦିନରେ ସମସ୍ତ ବନ୍ଧୁଙ୍କୁ ଏଥିରେ ସାମିଲ କରିବା ପାଇଁ ସ୍ଥିର କରାଯାଇଛି। ଏହି ଅବସର ମାଧ୍ୟମରେ ପୁରୁଣା…
Read More