ପୂଜ୍ୟ ପୂଜା କମିଟି ତରଫରୁ ଦାସିଆ ଅଜାଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ କଚେରୀ ବଜାର ସ୍ଥିତ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଠାରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଓଡ଼ିଶା ରାଜ୍ଯରେ ପାଠାଗାର ଆନ୍ଦୋଳନର ମୁଖ୍ଯ ବିନ୍ଧାଣୀ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରପରିଷଦର ଅଧ୍ଯକ୍ଷା ନିରୁପମା ଖଟେଇ ଓ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗଦେଇ ସ୍ବର୍ଗତ ଦାଶରଥି ପଟ୍ଟନାୟକ ଙ୍କ ସ୍ମ୍ରୁତି ଚାରଣ କରିଥିଲେ। ପୂଜ୍ୟପୂଜା କମିଟି ର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ଦାସିଆ ଅଜା ହେଉଛନ୍ତି ଦଶ ପଇସାର ରାଜା ବୋଲି କହିଥିଲାବେଳେ ପୂଜ୍ୟପୂଜା କମିଟିର ସଂପାଦକ…

Read More

ନୟାଗଡ଼ ପୋଲିସକୁ ବଡ଼ ସଫଳତା, ୫୧ଟି ମୋଟର ସାଇକେଲ ଜବତ, ୫ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପାଲଟିଛି ମୋଟର ସାଇକେଲ ସୋରୁମ। ବିଭିନ୍ନ କମ୍ପାନୀର ଏତେ ପରିମାଣରେ ମୋଟର ସାଇକେଲ ଦେଖି ଆପଣ ଭାବୁଥିବେ ଥାନା ପରିସରରେ ଚାଲିଛି ମୋଟର ସାଇକେଲ ମେଳା। କିନ୍ତୁ ନାଇଁ ଆଜ୍ଞା ଏ ହେଉଛି ସବୁ ଲୁଟେରାଙ୍କ ଦ୍ୱାରା ଚୋରି ହୋଇଥିବା ମୋଟର ସାଇକେଲ। ରାଜ୍ୟର ବିଭିନ୍ନ ସ୍ଥାନରୁ ନିର୍ଜନ ସ୍ଥାନରୁ ଲୋକଙ୍କୁ ଟାର୍ଗେଟ କରି ବହୁ ନାମୀଦାମୀ ଗାଡ଼ିଗୁଡିକୁ ଚୋରି କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ନିୟୋଜିତ କରୁଥିଲେ ଏହି କୁଖ୍ୟାତ ଡ଼କାୟତ ଗ୍ୟାଙ୍ଗ। ପୋଲିସ ତରଫରୁ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ଶେଷରେ ଧରାପଡିଥିଲେ ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ ଲୁଟେରା ଯଥା କଟକ ଜିଲ୍ଲା ନିଆଳି ଥାନା, ମଝିଆଖଣ୍ଡର ବୁଲୁ ଓରଫ ଅନିଲ ସାହୁ(୩୬), ପୁରୀ ଜିଲ୍ଲା କୃଷ୍ଣପ୍ରସାଦ…

Read More

କାଗଜ ବ୍ୟାଗ୍, ଲଫାପା ଓ ଫାଇଲ୍ ତିଆରି ତାଲିମ ଉଦ୍‌ଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ, ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ନୟାଗଡର ମିଳିତ ପ୍ରୟାସରେ ନୟାଗଡ ଆର.ସେ.ଟି ଇତିହାସରେ ପ୍ରଥମ ଥର ଏକ ନୂତନ ଧନ୍ଦାମୁଳକ ତାଲିମ ଚଳିତ ମାସ ୦୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆର.ସେ.ଟି ଠାରେ ଆୟୋଜିତ କରାଯାଇଥିଲା । ଉକ୍ତ ତାଲିମ୍ ଶିବିର ଶୁଚିତ୍ରା ଦାସଙ୍କ ତତ୍ତ୍ଵାବଧାନରେ ଜିଲ୍ଲାର ୩୦ଜଣ ତାଲିମାର୍ଥୀଙ୍କୁ ପେପର ବ୍ୟାଗ୍, ଲଫାପା ଓ ଫାଇଲ ତାଲିମ୍ ପ୍ରଦାନ କରାଯାଇଥିଲା । ଆର.ସେ.ଟି ନିର୍ଦ୍ଦେଶକ ମନୋଜ କୁମାର ସ୍ୱାଇଁ ଏହି ତାଲିମ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ଏବଂ ପ୍ରଶିକ୍ଷକ ଅମିତ ରଞ୍ଜନ ସାହୁ ପ୍ରଶିକ୍ଷଣ ପରିଚାଳକ ଭାବେ ଦାୟୀତ୍ଵ ତୁଲାଇଥିଲେ । ତାଲିମର ଉଦ୍‌ଯାପନ ଦିବସରେ ଏ.ଡି.ବି ଶାଖା ପରିଚାଳକ ନୟାଗଡ, ଶିବରାମ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ…

Read More

ନୟାଗଡ଼ରେ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ସ୍ଥିତ ତ୍ରିନାଥ ହୋଟେଲ ସମ୍ମିଳନୀ କକ୍ଷରେ ନୟାଗଡ଼ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ ଜିଲ୍ଲା ସଭାପତି ମାନସ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାର ପ୍ରତି ବ୍ଲକରୁ ବହୁସକ୍ରୀୟ ସଦସ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବର ମଧ୍ୟ ଆୟୋଜନ ହୋଇଥିଲା। ବହୁ ଯୁବକ ଓ ଆମ ଆଦମୀ ପାର୍ଟିକୁ ଭଲପାଉଥିବା ଅନେକ ନବାଗତ କର୍ମୀ ମଧ୍ୟ ଯୋଗଦେଇଥିଲେ। ବୈଠକରେ ଆପ୍-ରାଜ୍ୟସଭାପତି ନିଶିକାନ୍ତ ମହାପାତ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ସଭାରେ ଜିଲ୍ଲାରେ ପାର୍ଟିର କ୍ଷୀପ୍ର ପ୍ରସାରପାଇଁ ଅନୁକୂଳ ପୃଷ୍ଠଭୂମି ରହିଛି ବୋଲି କହିଥିଲେ। ଭ୍ରଷ୍ଟାଚାର ମୁକ୍ତ ବିକଳ୍ପ ରାଜନୀତିକୁ ପସନ୍ଦ କରୁଥିବା ଅନେକ ଲୋକ ଆମ ସହିତ ଯୋଡି ହେଉଛନ୍ତି ବୋଲି ସେ କହିଥିଲେ। ସାଙ୍ଗଠନିକ ବିସ୍ତାର ଓ ଦୃଢତା ପାଇଁ ଏ ଜିଲ୍ଲା ସମ୍ମିଳନୀ…

Read More

ସାମ୍ବାଦିକ କିଶୋର ମହାପାତ୍ରଙ୍କ ଉଦ୍ଦେଶ୍ଯରେ ସାମ୍ବାଦିକ ଭବନରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ସାମ୍ବାଦିକ କିଶୋର ମହାପାତ୍ରଙ୍କ ଉଦ୍ଦେଶ୍ଯରେ ନୟାଗଡ ସାମ୍ବାଦିକ ଭବନରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅମର ଆତ୍ମାର ସଦଗତି ଉଦ୍ଦେଶ୍ଯରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଭବନର ସଭାପତି ବୈଦ୍ଯଭୂଷଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ନିଶିକାନ୍ତ ରଥ, ରାମକୃଷ୍ଣ ରଥ, ରଜତ ପଟ୍ଟନାୟକ, ଲୋକନାଥ ମିଶ୍ର, ପ୍ରଶାନ୍ତ ଜେନା, ଅନୱର ଅଲ୍ଲି, ଚନ୍ଦ୍ର ବିଜୟୀ ମିଶ୍ର, ପ୍ରଭାତ ମହାପାତ୍ର, ନବକିଶୋର ମିଶ୍ର, ଯଯାତି କେଶରୀ ମହାପାତ୍ର, ବିଭୁତି ଭୂଷଣ ସ୍ୱାଇଁ, ବିଶ୍ୱଜିତ ନାୟକ, ନିହାର ପଟ୍ଟନାୟକ, ବିଶ୍ୱନାଥ ନାୟକ, ଜୟନ୍ତ ମିଶ୍ର, ମାନସ କୁମାର, ଜିତୁନ ମହାପାତ୍ର ପ୍ରମୁଖ ଯୋଗଦେଇ କିଶୋରଙ୍କ ସ୍ମୃତିଚାରଣ କରିଥିଲେ । କିଶୋରଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସାମ୍ବାଦିକଙ୍କ ପାଇଁ ରହିଥିବା ସମସ୍ତ ଆର୍ଥିକ ସାହାଯ୍ଯ ଯୋଗାଇଦେବାପାଇଁ ଜିଲ୍ଲା…

Read More

କେସି କ୍ଲବଠାରେ ରାଜ୍ୟସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ଠାରେ ଅବସ୍ଥିତ କେସି କ୍ଲବ ପରିସରରେ ରାଜ୍ୟସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ-୨୦୨୨ ଶନିବାର ପୁର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶା ବ୍ରିଜ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ କେସି କ୍ଲବର ମିଳିତ ସହଯୋଗରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବ୍ରିଜ ଆସୋସିଏସନର ସଭାପତି ସୁରେନ୍ଦ୍ରନାଥ କର,କ୍ଲବର ସଭାପତି ଭାଗିରଥି ଦାସ,ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ, ଓବିଏର ସମ୍ପାଦକ ତାପସ ରଞ୍ଜନ ବିଶ୍ୱାଳ ଉପସଭାପତି ଅଭିରାମ ରାଉତ, ଦୟାନିଧି ଲେଙ୍କା ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ କ୍ଲବର ବରିଷ୍ଠ ସଦସ୍ୟ ତଥା ଗଣମାଧ୍ୟମ ମୁଖ୍ୟ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୬୦ରୁ ଉର୍ଦ୍ଧ୍ୱ…

Read More

ରୋଟାରୀ କ୍ଲବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନରେ ବିଶ୍ବ ସାକ୍ଷରତା ଦିବସ ପାଳିତ ହୋଇ )ଯାଇଛି। ରୋଟାରୀ କ୍ଲବର ସଭାପତି ପ୍ରବୀର କୁମାର ପ୍ରୁଷ୍ଟିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ଯୋଗଦେଇ ଥିବାବେଳେ ମୁଖ୍ଯବକ୍ତା ଭାବେ କ୍ଲବର ଲିଟେର୍ସି ଚେୟାରମ୍ୟାନ ବସିରନ ବିବି ଯୋଗଦେଇ ଶିକ୍ଷକମାନେ ସମାଜର ମାଇଲ୍ ଖୁଣ୍ଟ ତଥା ସମାଜ ପରିବର୍ତ୍ତନର ଶ୍ରେଷ୍ଠ ବିନ୍ଧାଣି ବୋଲି କହିଥିଲେ। ଏହି ଅବସରରେ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ବରିଷ୍ଠ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର, ସରସ୍ୱତୀ ଶିଶୁବିଦ୍ଯାମନ୍ଦିରର ସେବାବ୍ରତୀ ଆଚାର୍ଯ୍ୟା ଶ୍ରାବଣୀ ନାଥ, ପଞ୍ଚାୟତ ଉଚ୍ଚ ବିଦ୍ଯାଳୟ ଘୋଳାହାଣ୍ଡିରେ କାର୍ଯ୍ଯରତ ଶିକ୍ଷକ ବାଲାରସେନ ପାତ୍ର, ସରକାରୀ ଜନଶକ୍ତି ଉଚ୍ଚ ବିଦ୍ଯାଳୟ ଦେଓଙ୍ଗାର ପ୍ରଧାନ ଶିକ୍ଷକ ସତ୍ଯ ନାରାୟଣ ଆଚାର୍ଯ୍ୟ,…

Read More

ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଅନୁମତି ଦିଆଯାଉ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରତିମୂର୍ତ୍ତି କମିଟି ଆବାହକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ନୟାଗଡ଼ର ଦୁଇଟି ମହାବିଦ୍ୟାଳୟ ଯଥା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠାତାମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ଚିଠି ମାଧ୍ୟମରେ ଜଣାଇଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ୬୫ ବର୍ଷ ତଳେ ବଣ ପାହାଡ଼ ଘେରା ଅନୁନ୍ନତ ନୟାଗଡ଼ରେ ଉଚ୍ଚଶିକ୍ଷାର ପ୍ରଚାର ଏବଂ ପ୍ରସାର ପାଇଁ ଦୀପ ପ୍ରଜ୍ଜ୍ୱଳନ ସଦୃଶ ନୟାଗଡ଼ କଲେଜ ନିର୍ମାଣ ପାଇଁ ଯେଉଁ କେତେଜଣ ବୁଦ୍ଧିଜୀବୀ ସ୍ଵପ୍ନ ଦେଖିଥିଲେ ସେମାନଙ୍କ ମଧ୍ୟରୁ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସମ୍ପାଦକ ସ୍ଵର୍ଗତଃ ଅକ୍ରୁର ମହାପାତ୍ର ଏବଂ ଅଧ୍ୟକ୍ଷ ସ୍ଵର୍ଗତଃ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଅନ୍ୟତମ। ନୟାଗଡ଼ କଲେଜ ତା’ର ରୌପ୍ୟ ଜୟନ୍ତୀ, ସୁବର୍ଣ୍ଣ ଜୟନ୍ତୀ ପାଳନ କରି ସରରିଥିବା ବେଳେ ବର୍ତ୍ତମାନ…

Read More

ଶ୍ରମ ଅଧିକାରୀ ସଜାଡ଼ି ପାରିଲେନି ଶ୍ରମ କାର୍ଯ୍ୟାଳୟ, କାର୍ଯ୍ୟରୁ ନିଲମ୍ବନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କାର୍ଯ୍ୟରୁନିଲମ୍ବିତ କଲେ ରାଜ୍ୟ ଶ୍ରମ ଆୟୁକ୍ତ ଡ଼ଃ. ଏନ୍ ତିରୁମାଲା ନାୟକ । ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ପାରିମିତା ମିଶ୍ର କାର୍ଯ୍ୟରେ ଅବହେଳା କରୁଥିବା ନେଇବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଅଧିକାରିଣୀ ନିଜ କାର୍ଯ୍ୟ ଶୈଳୀରେ ସୁଧାର ଆଣିନଥିଲେ । ଯାହାଫଳରେ ରାଜ୍ୟ ଶ୍ରମ ଆୟୁକ୍ତ ଡ଼ ଏନ୍ ତିରୁମାଲା ନାୟକ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ପାରିମିତା ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ନେଇ ସୂଚନା ଦେଇଛନ୍ତି । କୋଭିଡ୍ ପରିଚାଳନାରେ ଅବହେଳା କରି ଦୁଇ ବର୍ଷ ତଳେ ପାରିମିତା ମିଶ୍ର ନିଲମ୍ବିତ ହୋଇଥିଲେ। ବିଭିନ୍ନ ସମୟରେ କାର୍ଯ୍ୟରେ ଅବହେଳା କରୁଥିବା ନେଇ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ଅଭିଯୋଗ କରିଥିଲେ । ଏନେଇ ଦୁଇ ଦିନ ତଳେ ଟୁଇଟରରେ ଅଭିଯୋଗ ଦେଖି ତତକ୍ଷଣାତ୍‌…

Read More

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସଫଳତା, ଶୁଭମିତା ରାଜ୍ୟରେ ତୃତୀୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରୀ ଶୁଭମିତା ନାୟକ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୨ରେ ଉଦ୍ଭିଦ ବିଜ୍ଞାନରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି ନିଜ ବିଭାଗ ତଥା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି। ଭବିଷ୍ୟତରେ ଶୁଭମିତା ଉଦ୍ଭିଦ ବିଜ୍ଞାନରେ ଗବେଷଣା କରି ଜଣେ ଭଲ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି। ଶୁଭମିତାଙ୍କ ଏହି ସଫଳତା ପାଇଁ ଉଦ୍ଭିଦ ବିଜ୍ଞାନ ବିଭାଗରେ ଖୁସିର ଲହରୀ ଖେଳିଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଶୁଭମିତାଙ୍କ ସହ ଉଦ୍ଭିଦ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Read More