ଦଶପଲ୍ଲାରେ ଦୂର ହେବ ଟ୍ରାଫିକ ସମସ୍ୟା, ବାଇପାସ୍‌ ପାଇଁ ୧୬୧.୧ କୋଟି ଟଙ୍କା ମଞ୍ଜୁର

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ସହର ଦେଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିଥିବା ବେଳେ ଦଶପଲ୍ଲାସହର ଠାରେ ଖୁବଶୀଘ୍ର ଜାତୀୟ ରାଜପଥ ବିଭାଗ ପକ୍ଷରୁ ୫.୩୩ କିମି ଲମ୍ବର ଏକ ବାଇପାସ୍‌ ରାସ୍ତା ନିର୍ମାଣ ହେବ। ମୁଖ୍ୟତଃ ଏହି ରାଜପଥଟିପୂର୍ବ ଓ ପଶ୍ଚିମ ଓଡିଶା ମଧ୍ୟରେ ଯୋଗାଯୋଗ କରୁଥିବା ବେଳେ ଦୈନିକ ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲା ସହ ଭୁବନେଶ୍ଵର,କଟକ, ପୁରୀ ଭଳି ବଡବଡ ସହରକୁ ହଜାର ହଜାର ସଂଖ୍ୟାରେ ଯାନବାହନ ଯାତାୟାତ କରୁଛି। ଫଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଅସମ୍ଭାଳପରିସ୍ଥିତି ସୃଷ୍ଟି କରୁଛି। ଏହାକୁ ଲକ୍ଷ୍ୟରଖି ବାଇପାସ୍‌ ରାସ୍ତା ପରିକଳ୍ପନା କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅନୁମୋଦନମିଳିସାରିଛି। ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଜନଶୁଣାଣି ଶିବିରରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ…

Read More

ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ ଦାବିରେ ସାଂସଦଙ୍କୁ ସ୍ମାରକପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଦୀର୍ଘ ୩୧ ବର୍ଷ ତଳେ କୋଇଲା ନଗରୀ ତାଳଚେର ଓ ବନ୍ଦର ସହର ଗୋପାଳପୁର ମଧ୍ୟରେ ରେଳପଥ ନିର୍ମାଣ ପାଇଁ ୧୯୯୧ ମସିହାରେ ପ୍ରଥମ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ତୃତୀୟ ଥର ସର୍ଭେ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇ ରେଲୱେ ବୋର୍ଡ ଲୋକେସନ ସର୍ଭେ କରିବା ସହ ଡି.ସି.ପି.ଆଇ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଇଷ୍ଟକୋଷ୍ଟ ରେଲୱେଙ୍କୁ ନିର୍ଦ୍ଦେଶ ଦେଇ ସାରିଲେଣି। ୨୯୩ କି.ମି. ଦର୍ଘ୍ୟ ବିଶିଷ୍ଟ ଉକ୍ତ ରେଳପଥ ଯୋଗୁଁ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼ ଏବଂ ଗଞ୍ଜାମ ଭଳି ପାଞ୍ଚୋଟି ଜିଲ୍ଲାର ସାମାଜିକ,ଅର୍ଥନୈତିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ଘଟିବ ଏବଂ ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଖଣ୍ଡପଡ଼ା,ନୟାଗଡ଼ ଏବଂ ଶରଣକୁଳ ଦେଇ ଉକ୍ତ ରେଳପଥ ଗଞ୍ଚାମ ଜିଲ୍ଲାକୁ…

Read More

ବ୍ୟାଙ୍କ ପ୍ରତିନିଧ୍ଵ ସଖି ତାଲିମ ଉଦ୍‌ଯାପନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତ ତାଲିମ ପ୍ରତିଷ୍ଠାନ ଏବଂ ମିଶନ ଶକ୍ତି ନୟାଗଡ଼ର ମିଳିତ ଆନୁକୂଲ୍ୟରେ ୪୨ଜଣ ବ୍ୟାଙ୍କ ପ୍ରତିନିଧି ସଖି ତାଲିମାର୍ଥୀଙ୍କୁ ଦୁଇଟି ପର୍ଯ୍ୟାୟରେ ତାଲିମର ଉଦ୍‌ଯାପନୀ ଉତ୍ସବ RSETର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଦୃଢ଼ୀଭୁତ କରିବା ନିମନ୍ତେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଶିକ୍ଷିତା ମହିଳାମାନଙ୍କୁ ବ୍ୟାଙ୍କ ସଖି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଗ୍ରାମାଂଚଳର ପ୍ରତି ପଂଚାୟତରେ ଜଣେ ଜଣେ ବ୍ୟାଙ୍କ ପ୍ରତିନିଧ୍ଵ ଉପସ୍ଥିତ ରହି ଘରେ ଘରେ ବ୍ୟାଙ୍କ ସେବା ପହଁଚାଇବାରେ ସକ୍ଷମ ହୋଇପାରିଛନ୍ତି । ମହିଳାମାନେ ନିଜର ଅର୍ଥକୁ ସଠିକ୍ ରୂପେ ସୁରକ୍ଷିତ ରଖି ପରିବାରର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟରେ ବିନିଯୋଗ କରି ବାହ୍ୟ ଋଣରୁ ଋଣମୁକ୍ତ ହୋଇପାରିଛନ୍ତି । ତାଲିମର…

Read More

ଗାନ୍ଧୀଙ୍କ ମୁଖ୍ୟ ଉଦ୍ଦେଶ୍ୟ କଣ ଥିଲା ପଢନ୍ତୁ କଣ କହିଲେ ବିଧାୟକ ଡ଼ଃ. ଅରୁଣ

‘ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା – ସେବେ ଓ ଏବେ’ ଆଲୋଚନା ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଇତିହାସ ଓ ଦର୍ଶନ ବିଭାଗ ଦ୍ଵାରା ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା – ସେବେ ଓ ଏବେ’ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ନୟାଗଡ଼ ବିଧାୟକ ତଥା ଗାନ୍ଧୀ କଥା ପ୍ରବକ୍ତା ଡ. ଅରୁଣ କୁମାର ସାହୁ, ପ୍ରଫେସର ଅଭିରାମ ବିଶ୍ଵାଳ, ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଦର୍ଶନ ବିଭାଗ ମୁଖ୍ୟ ପ୍ରମୋଦ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ତ୍ରିପାଠୀ ଆଲୋଚନା ଅବସରରେ ସ୍କୁଲ ବେଳରେ ଗାନ୍ଧୀ ଜୟନ୍ତୀ ପାଳନରୁ ଆଜିକାର ଗାନ୍ଧୀଙ୍କ…

Read More

ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସର୍କିଟ ହାଉସ ନିକଟସ୍ଥ ଭାରତ ବିକାଶ ପରିଷଦ ନବଗଡ ଶାଖା ଶ୍ରୀକମଳାଦେବୀ ନ୍ଯାସ ଭବନରେ ଶାଖା ଅଧ୍ଯକ୍ଷ ହରେକୃଷ୍ଣ ସାହୁ ଓ ସଚିବ ଅନାଦି ଚରଣ ମହାନ୍ତିଙ୍କ ନେତୃତ୍ବରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସକାଳ ୦୯ଟା ସମୟରେ ଆୟୋଜିତ ରକ୍ତ ଦାନ ଶିବିରରେ ମୋଟ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଶିବିରକୁ ବ୍ଳଡ ବ୍ଯାଙ୍କ,ନୟାଗଡର ଡାକ୍ତର ଅଜୟ କୁମାର ବାହିନୀପତି, ସରେଜ କୁମାର ସାହୁ, ଅଭିମନ୍ୟୁ ସାହୁ,ପଞ୍ଚୁ ଦଳେଇ ପରିଚାଳନା କରିଥିଲାବେଳେ ଶାଖାର ବରିଷ୍ଠ ସଦସ୍ଯ ଅରୁଣ କୁମାର ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ବିଦ୍ୟାଧର ଆଚାର୍ଯ୍ଯ, ନବୀନ କୁମାର ସାହୁ, ଉଦୟ ନାଥ ନାୟକ, ଶ୍ରୀଯୁକ୍ତ ଘନଶ୍ୟାମ ସାହୁ, ଶ୍ରୀଯୁକ୍ତ ବସନ୍ତ କୁମାର ମିଶ୍ର, ଦାମୋଦର ସାହୁ, ଗଣେଶ୍ଵର ଓଝା, ତାପସ ରଞ୍ଜନ ପାଢୀ, ଦିଲ୍ଲୀପ କୁମାର…

Read More

ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ବାର୍ଷିକଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ୨୮ତମ ବାର୍ଷିକଉତ୍ସବ ଉପଲକ୍ଷେ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ୱରେ ଦେଉଳି ଗ୍ରାମରେ ଥିବା କୃଷି ଉଦ୍ୟାନ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ପ୍ରାରମ୍ଭରେ ପରିଷଦର ସମ୍ପାଦକ ସଭିଙ୍କୁ ସ୍ବାଗତକରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l କରୋନା ସଙ୍କଟ ଯୋଗୁଁ ଗତ ଦୁଇବର୍ଷ ହେଲା ବାର୍ଷିକଉତ୍ସବ ଆୟୋଜିତ ହୋଇନଥିବା ଏବଂ କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ପୁରା ହେଇସାରିଥିବା ବେଳେ ନୂତନ କମିଟି ଗଠନ ଉପଲକ୍ଷେ ସାମ୍ବିଧାନିକ ବୈଠକ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲେ l ସମ୍ପାଦକଙ୍କ ପ୍ରସ୍ତାବ ଅନୁଯାୟୀ ଆଗାମୀ ନଭେମ୍ବର ୨0 ତାରିଖ ରବିବାର ଦିନ ବାର୍ଷିକ ଉତ୍ସବ ପାଇଁ ଦିନ ଧାର୍ଯ୍ୟ କରାଯିବା ସହିତ ଡିସେମ୍ବର ୧୧ ତାରିଖରେ ସାମ୍ବିଧାନିକ ବୈଠକ ଡକାଯାଇ ପରିଷଦର ନୂତନ କର୍ମକର୍ତ୍ତା…

Read More

ଜିଲ୍ଲା ସ୍ତରୀୟ ସ୍ବୟଂ ସହାୟକ ଗୋଷ୍ଠୀ ମେଳା ଅନୁଷ୍ଠିତ, ୫୪୩ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୨୩.୨୮କୋଟି ଟଙ୍କାର ଋଣ ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ନୟାଗଡ଼ ଡି.ଆର.ଡି.ଏ. ସ୍ଥିତ “ସୃଜନ” ପ୍ରେକ୍ଷାଳୟଠାରେ ଜିଲ୍ଲା ସ୍ତରୀୟ ସ୍ବୟଂ ସହାୟକ ଗୋଷ୍ଠୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମହା ପ୍ରବନ୍ଧକ, ପୋନାବଲମ ଏମ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଡା. ପୋମା ଟୁଡୁ, ଡି.ଆର.ଡି.ଏ.ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ ଅଂଶ ଗ୍ରହଣ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୋନ-୧ ର ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ଝା ଏବଂ ଖୋର୍ଦ୍ଧା-ନୟାଗଡ଼ ଅଞ୍ଚଳର ଆଞ୍ଚଳିକ ମହା ପ୍ରବନ୍ଧକ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଆୟୋଜନରେ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବହୁ…

Read More

ଡିସେମ୍ବର ୮ରୁ ୧୧ର ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉଦଯାପନ ଉତ୍ସବ ଅନୁଷ୍ଠିତ ପାଇଁ ଏକ କାର୍ୟ୍ୟକାରୀ କମିଟି ବୈଠକ ଶନିବାର ପୂର୍ବାହ୍ନରେ ମହାବିଦ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ର ବିଧାୟକ ଡ.ଅରୁଣ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ପ୍ରଧାନ, ନୟାଗଡ଼ ପୌରପରିଷଦର କାଉନସିଲର ଏବଂ ମହାବିଦ୍ୟାଳୟର ଆଲୁମିନି ଉପସ୍ଥିତ ଥିଲେ । ଏହି ବୈଠକରେ ଆବାହକ ବିଶ୍ୱନାଥ ମହାପାତ୍ର ହୀରକ ଜୟନ୍ତୀ ପ୍ରସ୍ତୁତ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସର୍ବସମ୍ମତି କ୍ରମେ ଡିସେମ୍ବର ୮ ତାରିଖରୁ ୧୧ ତାରିଖ ୪ ଦିନ ବ୍ୟାପି ଏହି ଉତ୍ସବ ପାଳନ କରାଯିବା ପାଇଁ ସ୍ଥିର କରାଗଲା । ଏହି ଉତ୍ସବରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ, ମହିଳାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ଏବଂ ଆଲୁମିନି…

Read More

ନୟାଗଡ଼ ରୋଟାରୀ କ୍ଲବ୍ ପରିସରରେ ସ୍ବାସ୍ଥ୍ଯ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡସ୍ଥ ରୋଟାରୀ କ୍ଲବ୍ ଭବନ ପରିସରରେ ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର ଓ ରୋଟାରୀ କ୍ଲବ୍ ନୟାଗଡ଼ ମିଳିତ ଆନୁକୂଲ୍ୟରେ ମାଗଣା ହ୍ରୁତପିଣ୍ଡ ଓ ମଧୁମେହ ରୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ରୋଟାରିଆନ ସନଓ୍ବାରମଲ ଅଗ୍ରଓ୍ୱାଲ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆପୋଲୋ ହସ୍ପିଟାଲର ବରିଷ୍ଠ ହ୍ରୁଦରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟବ୍ରତ ସାହୁ, ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ ଓ ଡାକ୍ତର ପ୍ରତ୍ଯୁଷ ନାଗ ରୋଗୀମାନଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥିବା ବେଳେ ଆପୋଲୋ ହସ୍ପିଟାଲର ଟେକେନସିଆନ୍ ଶିବପ୍ରସାଦ ବେହେରା, ମାନସ ରଂଜନ ନାୟକ ଓ ଦିବ୍ଯଜ୍ଯୋତି ତ୍ରିପାଠୀ ରୋଗୀମାନଙ୍କର ଫାସ୍ଟିଙ୍ଗ୍ ବ୍ଳଡ୍ ସୁଗାର ସହିତ ଇସିଜି ପରୀକ୍ଷା କରିଥିଲେ। ରୋଟାରୀ କ୍ଲବ୍ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ଓ ସଂପାଦକ ବାସୁଦେବ ସାହୁଙ୍କ ପ୍ରତ୍ଯେକ୍ଷ ସଂଯୋଜନାରେ ଅନୁଷ୍ଠିତ…

Read More

ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ମେଗା ସ୍ବାସ୍ଥ୍ୟ ମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ତା. ୦୧.୧୦.୨୦୨୨ରିଖ ଦିନ ପାଳନଉପରେ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ସେମାନଙ୍କ ସ୍ଵାସ୍ଥ୍ୟ ସମସ୍ୟାର ସମାଧାନ ନିମନ୍ତେ ଏକ ମେଗା ସ୍ବାସ୍ଥ୍ୟ ଶିବିର କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦିପତି କଅଁର ଏବଂ ଡା. ନୌସଦ୍ ଅଲ୍ଲୀ ଖାଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କରି କାଡ଼ିଓଲୋଜିଷ୍ଟ, ଅର୍ଥୋପେଡିକ୍, ମେଡିସିନ୍, ଚକ୍ଷୁ, ଚର୍ମ, ବହୁମୂତ୍ର, ରୁମାଟୋଲୋଜିଷ୍ଟ, ଗାୟନୋକଲୋଜିଷ୍ଟ୍, ଗଳା ନାସା କର୍ଣ୍ଣ ବିଭାଗର ଡାକ୍ତରମାନଙ୍କୁ ଆମନ୍ତ୍ରଣ କରି ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା । ଗ୍ରାମାଂଚଳରେ…

Read More