ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ଜିଲ୍ଲା ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି , ମିଶନ ବାତ୍ସଲ୍ୟ ତଥା ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ତଥା ଶିଶୁ ଙ୍କ ପାଇଁ ଦିନଟିଏ କାର୍ଯକ୍ରମ ନୟାଗଡ ବ୍ଲକ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯକ୍ରମ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ପରିଚାଳନା କରଯାଇଥିଲା, ଯେଉଁଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଏସ.କେ .ଇନ୍ନୟତ ତୁଲ୍ଲା ସମସ୍ତ ପ୍ରସ୍ତାବ ଉପସ୍ଥାପନା କରିଥିଲେ। ଜିଲ୍ଲାରେ ବାଲ୍ୟ ବିବାହ କୁ ରୋକିବା ନିମନ୍ତେ ଏକ ସ୍ଵତନ୍ତ୍ର ଅଭିଯାନ “ଅଲିଭା –କ୍ୟାମ୍ପେନ ଏଗେଂଷ୍ଟ ଚାଇଲ୍ଡ ମ୍ୟାରେଜ”ମୁଖ୍ୟ ଅତିଥି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ଙ୍କ ଦ୍ଵାରା ଉଦ୍ଘାଟନ କରଯାଇଥିଲା। ନୟାଗଡ ଜିଲ୍ଲାରେ ଶିଶୁ ଙ୍କ ନିମନ୍ତେ ସମସ୍ତ କାର୍ଯକ୍ରମ ଏହି ଅଭିଯାନ ଅନ୍ତର୍ଗତ ରହିବା।ବିଶେଷ ଭାବରେ ବାଲ୍ୟ ବିବାହ ନିରାକରଣ ପାଇଁ ଏହି ଅଭିଯାନ ର ଶୁଭାରମ୍ଭ କରାଗଲା। ସମ୍ମାନ୍ନନୀୟ ଅତିଥି ରୂପେ ଉପ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଯୋଗଦାନ ଦେଇଥିଲେ।ଏତଦବ୍ୟତୀତ ଜିଲ୍ଲାରେ ବାଲ୍ୟ ବିଭାହ ଉପରେ ସଚେତନତା ବଢାଇବା ପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନ ରେ ଯଥା ଶୀଘ୍ର ସୂଚନା ଫଳକ ଲଗାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ଏବଂ ଏହା ଉପରେ ରୋକ ଲଗାଇବା ପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଏକ ସ୍ଵତନ୍ତ୍ର ବିବାହ ପଞ୍ଜୀକରଣ ନୟାଗଡଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ନୟାଗଡ ର ସମସ୍ତ ଧାର୍ମିକ ଅନୁଷ୍ଠାନ ଯଥା ମନ୍ଦିର, ମସଜିଦ ଏବଂ ଚର୍ଚ କୁ ଯୋଗାଇ ଦିଆଯିବ। ସମସ୍ତ ସରକାରୀ ଉଚ ବିଦ୍ୟାଳୟ ଓ ଜୁନିୟର କଲେଜ ଗୁଡିକୁ ଏହି କାର୍ଯକ୍ରମ ରେ ଅନ୍ତର୍ଭୁକ୍ତ କରାଯାଇଛି।ବାଲ୍ୟ ବିବାହ କୁ ରୋକ ଲଗାଇବା ଦିଗରେ ନୟାଗଡ ଜିଲ୍ଲା ପ୍ରଶାସନ ର ଏହା ଅଭିନବ ପ୍ରୟାସ ଅଟେ।ଜିଲ୍ଲାରେ ପୁଅ ମାନଙ୍କ ତୁଳନାରେ ଝିଅ ମାନଙ୍କ ଅନୁପାତ କୁ ବୃଦ୍ଧି କରାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିସ୍ଛାଲୟ ରେ ସମସ୍ତ ଆଶା କର୍ମୀଓ ଏ.ନ. ଏମ କର୍ମୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ ଗୃହରେ ନିସ୍ପତି ନିଆଗଲା । ତଥା ଯଥା ଶୀଘ୍ର ଗାଁ କଲ୍ୟାଣ ସମିତି କୁ ଗ୍ରାମ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା ଭାବରେ ଗଠନ କରାଯିବା ପାଇଁ ଜିଲ୍ଲା ମୁଖ୍ୟ ଚିକିସ୍ଛା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ଶିଶୁ ମିତ୍ର ପଞ୍ଚାଯତ ଗଠନ ନିମନ୍ତେ ସମସ୍ତ ସରପଞ୍ଚଙ୍କୁ ନିର୍ଦେଶ ଦେବା ପାଇଁ ଆଲୋଚନା କରାଯାଇଥିଲା। ଏହି ବୈଠକ ରେ, ଏ.ଡି.ଏମ.ଓ( ଫ୍ୟାମିଲି ୱେଲଫେୟାର), ଶ୍ରୀସୁଭାଷ ନାୟକ , ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମମତା ରାଣୀ ପାତ୍ର,, ଜିଲ୍ଲା ଶିଶୁ ମଙ୍ଗଳ ସମିତି ମେମ୍ବର, , ସମସ୍ତ ସି ଡି ପି ଓ ତଥା ସି ଏମ ପି ଓ, ଚାଇଲ୍ଡ ଲାଇନ କର୍ମକର୍ତା, ଆକ୍ସନଏଡ ର ଜିଲ୍ଲା ସଞ୍ଜୋଜିକା ଇପ୍ସିତା ଅଗ୍ରୱାଲ ଆଦି ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପ୍ରୋଟେକଶନ ଅଫିସର- ଇଂଷ୍ଟିଟ୍ୟୁସନାଲ କେୟାର ଶ୍ରୀ ସତ୍ୟ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Related posts
-
ବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ... -
ବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି... -
ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ...