ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ ଦାବିରେ ସାଂସଦଙ୍କୁ ସ୍ମାରକପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଦୀର୍ଘ ୩୧ ବର୍ଷ ତଳେ କୋଇଲା ନଗରୀ ତାଳଚେର ଓ ବନ୍ଦର ସହର ଗୋପାଳପୁର ମଧ୍ୟରେ ରେଳପଥ ନିର୍ମାଣ ପାଇଁ ୧୯୯୧ ମସିହାରେ ପ୍ରଥମ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ତୃତୀୟ ଥର ସର୍ଭେ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇ ରେଲୱେ ବୋର୍ଡ ଲୋକେସନ ସର୍ଭେ କରିବା ସହ ଡି.ସି.ପି.ଆଇ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଇଷ୍ଟକୋଷ୍ଟ ରେଲୱେଙ୍କୁ ନିର୍ଦ୍ଦେଶ ଦେଇ ସାରିଲେଣି। ୨୯୩ କି.ମି. ଦର୍ଘ୍ୟ ବିଶିଷ୍ଟ ଉକ୍ତ ରେଳପଥ ଯୋଗୁଁ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼ ଏବଂ ଗଞ୍ଜାମ ଭଳି ପାଞ୍ଚୋଟି ଜିଲ୍ଲାର ସାମାଜିକ,ଅର୍ଥନୈତିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ଘଟିବ ଏବଂ ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଖଣ୍ଡପଡ଼ା,ନୟାଗଡ଼ ଏବଂ ଶରଣକୁଳ ଦେଇ ଉକ୍ତ ରେଳପଥ ଗଞ୍ଚାମ ଜିଲ୍ଲାକୁ ସଂଯୋଗ କରିବ। କେନ୍ଦ୍ର ସରକାରଙ୍କ ବଜେଟରେ ଆର୍ଥିକ ଅନୁଦାନର ଚୁଡାନ୍ତ ରୁପରେଖ ଏଯାବତ ନିର୍ଣ୍ଣୟ ହୋଇପାରିଲା ନାହିଁ । ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ର ଏକକିତା ନକଲ ସ୍ଥାନୀୟ ସର୍କିଟ ହାଉସଠାରେ ସାଂସଦ ଭତ୍ତୁହରି ମହତାବ ଏବଂ ଖଣ୍ଡପଡ଼ାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କୁ ସାକ୍ଷାତ କରି ତାଳଚେର ଗୋପାଳପୁର ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଦାନ କରାଯାଇଛି। କ୍ରିୟାନୁଷ୍ଠାନ କମିଟିର ଆବାହକ ପ୍ରମୋଦ ପଟ୍ଟନାୟକ, ବିଶ୍ବନାଥ ମହାପାତ୍ର, ଏସ.ଏ.ମନାନ,ଜିଲ୍ଲା ପରିଷଦ ରାମେଶ୍ବର ଶତପଥ୍ ଏବଂ ଜିଲ୍ଲା ପରିଷଦ ସଭାପତି ଇଁ.ଦେବାଶିଷ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ। ଭତ୍ତୁହରି ମହତାବ ଦାବୀ ପ୍ରତି ସମର୍ଥନ ଜଣାଇଥିଲେ ।

Related posts