ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତ ତାଲିମ ପ୍ରତିଷ୍ଠାନ ଏବଂ ମିଶନ ଶକ୍ତି ନୟାଗଡ଼ର ମିଳିତ ଆନୁକୂଲ୍ୟରେ ୪୨ଜଣ ବ୍ୟାଙ୍କ ପ୍ରତିନିଧି ସଖି ତାଲିମାର୍ଥୀଙ୍କୁ ଦୁଇଟି ପର୍ଯ୍ୟାୟରେ ତାଲିମର ଉଦ୍ଯାପନୀ ଉତ୍ସବ RSETର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଦୃଢ଼ୀଭୁତ କରିବା ନିମନ୍ତେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଶିକ୍ଷିତା ମହିଳାମାନଙ୍କୁ ବ୍ୟାଙ୍କ ସଖି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଗ୍ରାମାଂଚଳର ପ୍ରତି ପଂଚାୟତରେ ଜଣେ ଜଣେ ବ୍ୟାଙ୍କ ପ୍ରତିନିଧ୍ଵ ଉପସ୍ଥିତ ରହି ଘରେ ଘରେ ବ୍ୟାଙ୍କ ସେବା ପହଁଚାଇବାରେ ସକ୍ଷମ ହୋଇପାରିଛନ୍ତି । ମହିଳାମାନେ ନିଜର ଅର୍ଥକୁ ସଠିକ୍ ରୂପେ ସୁରକ୍ଷିତ ରଖି ପରିବାରର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟରେ ବିନିଯୋଗ କରି ବାହ୍ୟ ଋଣରୁ ଋଣମୁକ୍ତ ହୋଇପାରିଛନ୍ତି । ତାଲିମର ଉଦ୍ଯାପନୀ ଦିବସରେ ନାବାର୍ଡର ଜିଲ୍ଲା ଅଧିକାରିଣୀ ଶ୍ରୀମତୀ ତୃପ୍ତି ତାପସୀ ଉପସ୍ଥିତ ରହି ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ନିଜ ପରିବାରର ସଦସ୍ୟମାନଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇ ପାରିବେ ବୋଲି କହିଥିଲେ । ଅନ୍ୟତମ ଅତିଥି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ କହିଥିଲେ ଯେ,
ମହିଳାମାନେ ପରିବାରର ଆର୍ଥିକ ପରିଚାଳନାରେ ସହଭାଗିତାର ଭୂମିକା ନେଲେ ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିଯିବ । ତାଲିମାର୍ଥୀମାନଙ୍କ ଉଦ୍ଦେଶ୍ୟରେ କହିଲେ ବ୍ୟାଙ୍କ ଏବଂ ଜନସାଧାରଣଙ୍କ ମଧ୍ୟରେ ସେମାନେ ହେଉଛନ୍ତି ସେତୁ । ଆପଣମାନେ ଏପରି କାର୍ଯ୍ୟ କରିବେ ଯେପରି ବ୍ୟାଙ୍କ ଏବଂ ଜନସାଧାରଣଙ୍କର ବିଶ୍ଵାସ ତୁମ୍ଭମାନଙ୍କ ଉପରେ ଶତ ପ୍ରତିଶତ ରହିବ । ଏହି ବୈଠକରେ ଅନ୍ୟତମ ଅତିଥ୍ ଭାବେ ଆର୍ଥିକ ଅନ୍ତର୍ଭୁକ୍ତ ପରାମର୍ଶଦାତା ଶ୍ରୀ ଅଶୋକ କୁମାର ସାହୁ କହିଲେ ଯେ, ମହିଳାମାନେ ସ୍ଵାବଲମ୍ବୀ ହୋଇପାରିବାର ପ୍ରୟାସ RSETI ମାଧ୍ୟମରେ ସମ୍ଭବ ହୋଇପାରିଛି ।
ବ୍ୟାଙ୍କ ପ୍ରତିନିଧ୍ଵ ସଖି ତାଲିମ ଉଦ୍ଯାପନ
