ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ୧୯୯୪ (PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ ଚାଲୁଥିବା ସମୁଦାୟ ୧୧ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍‌ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପରେ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୭ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ କାର୍ଯ୍ୟକ୍ଷମ ଥିଲାବେଳେ ଅବଶିଷ୍ଟ ୪ଗୋଟି ବନ୍ଦ ଅଛି । ଜିଲ୍ଲାରେ ନୂତନ ୩ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍ ଖୋଲାଯିବା ପାଇଁ ଅନୁମତି ପ୍ରଦାନ ନିମନ୍ତେ ନିଷ୍ପତି ନିଆଯାଇଛି । ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ଏବଂ ଟେକ୍ନୋଲୋଜିର ଅପବ୍ୟବହାର କରିବା ଦ୍ଵାରା ଲିଙ୍ଗ ଅନୁପାତ ହ୍ରାସ ହେବା, ସାମାଜିକ ବ୍ୟବସ୍ଥାକୁ ବିକୃତ କରିବାର ଏକ ପ୍ରମୁଖ କାରଣ । ତେଣୁ…

Read More

ବିଶ୍ୱ ସଙ୍ଗୀତ ଦିବସ ଅବସରରେ ଗଠିତ ହେଲା ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତ ଧାରା’

ନୟାଗଡ଼,(ନୟାଗଡ଼ ଦର୍ପଣ): ଜୁନ ୨୧ ବିଶ୍ୱ ସଙ୍ଗୀତ ଦିବସ ଅବସରରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସଙ୍ଗୀତାନୁଷ୍ଠାନ ମାନଙ୍କୁ ନେଇ ଗଠିତ ହେଲା ‘ସଙ୍ଗୀତଧାରା’ । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭୂ ମାନଙ୍କୁ ଲୋକ ଲୋଚନକୁ ଆଣି ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ ସହିତ ସେମାନଙ୍କୁ ଉତ୍ସାହିତ କରିବା ସଙ୍ଗୀତଧାରାର ମୁଖ୍ୟ ଲକ୍ଷ୍ୟ ରଖାଯାଇଛି। ବିଧିବଦ୍ଧ ଭାବେ ଗଠିତ ହୋଇଥିବା ସଙ୍ଗୀତ ଧାରାର ମୁଖ୍ୟ ପୃଷ୍ଠପୋଷକ ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ରହିଥିବା ବେଳେ ଉପଦେଷ୍ଟା ଭାବେ ସଙ୍ଗୀତ ଗୁରୁ ରଜନୀକାନ୍ତ ମହାପାତ୍ର ଏବଂ ଲକ୍ଷ୍ମୀଧର ମହାପାତ୍ର ରହିଛନ୍ତି। ସେହିପରି ସଭାପତି ଭାବେ ଡ. ବିଜୟ ଚୌଧୁରୀ, ଉପସଭାପତି ଡ. ନିର୍ମଳ ଶୁରଦେଓ, ସମ୍ପାଦକ ପ୍ରଶାନ୍ତ ଦାଶ, ସହ ସମ୍ପାଦକ ବିଜୟାନନ୍ଦ ମହାପାତ୍ର, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଏବଂ ଗଣମାଧ୍ୟମ ସଂଯୋଜକ ଭାବେ…

Read More

ଗୋଛା ମାଳରେ ଆଦିବାସୀ ମେଳି

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଦିବାସୀ ଅଧିକାର ମଞ୍ଚର ଆହ୍ୱାନରେ ଓଡଗାଁ ବ୍ଲକ ଗୋଛା ମାଳରେ ଆଦିବାସୀ ନେତା ଦୁତିକୃଷ୍ଣ ପ୍ରଧାନଙ୍କ ସଭାପତିତ୍ୱରେ ମେଳି ସଭା ଅନୁଷ୍ଠିତ ହୋଇଯାଇଛି ତା୧୯.୦୬.୨୩ରେ ! ଆଦିବାସୀ ଅଧିକାର ସଂଗ୍ରାମର ନେତୃତ୍ୱ ନେଉଥିବା ବରିଷ୍ଠ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର ଏହି ସଭାରେ କ୍ଷୋଭ ପ୍ରକାଶକରି କହିଥିଲେ ଯେ ବିକାଶ ଯୋଜନା ଆଳରେ ଆଦିବାସୀମାନଂକୁ ସେମାନଙ୍କ ପ୍ରକୃତିଦତ୍ତ ଅଧିକାର ଉପରେ ଆଘାତ ପୂର୍ଵକ ବଞ୍ଚିତ କରାଯାଉଛି!ବନ ଉନ୍ନୟନ ନିଗମ ଓଡଗାଁ ବ୍ଲକର ସହସ୍ରାଧିକ ହେକଟର ପତିତ ଅନାବାଦୀ ଜମି ଆଦିବାସୀମାନଙ୍କ ଭୋଗ ଦଖଲରୁ ଛଡାଇଆଣି କାଜୁ ରୋପଣ କରିଛନ୍ତି ଏବଂ ଗ୍ରାମବାସୀଙ୍କ ଅଗୋଚରରେ କାଜୁ ମାଫିଆ ମାନଙ୍କୁ ଶାଗମାଛ ଦରରେ ଟେକିଦେଇ ପ୍ରଚୁର କିଳାପୋତେଇ ଅର୍ଜନ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି!କୌଣସି ପରିସ୍ଥିତିରେ ବି ବାହାର କାଜୁ ମାଫିଆମାନଙ୍କୁ ଆଦିବାସୀ ମାଳରେ…

Read More

ସେବାଉତ୍ସବ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଜୁଲାଇ ୧ ତାରିଖରୁ ଜୁଲାଇ ୧୫ ତାରିଖ ଯାଏଁ ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ହେବ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ l ଏନେଇ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସହର ସ୍ଥିତ ହୋଟେଲ ନୀଳମାଧବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଯୁବପିଢ଼ିଙ୍କୁ ସେବା ଧର୍ମରେ ବ୍ରତୀ କରିବା ସହ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇବା ପାଇଁ ବିଗତ ୬ ବର୍ଷ ଧରି ଜିଲ୍ଲାରେ ଜିଲ୍ଲାବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏହି କ୍ରମରେ ସପ୍ତମ ଥର ପାଇଁ ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଜୁଲାଇ ୧୫ ତାରିଖ ଯାଏଁ ଏହି ସେବା ଉତ୍ସବ ଅନୁଷ୍ଠିତ ହେବ l ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅଭାବ ଅନାଟନ ଭିତରେ ରହିଥିବା ଅସହାୟ…

Read More

ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଉପରେ ବୈଠକ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ମଂଚାସୀନ ଯୁଗ୍ମ ସ୍ଵତନ୍ତ୍ର ରିଲିଫ୍ କମିଶନର ଶ୍ରୀମତୀ ଲିପିକା ଦାସଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିଲିପ କୁମାର ଜେନା ଏବଂ ସମ୍ମୁଖରେ ଉପସ୍ଥିତ ଥିବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଲାଇନ ବିଭାଗର ଅଧିକାରୀମାନଙ୍କୁ ସ୍ବାଗତ ଜଣାଇବା ସହ ଟେବୁଲ ଟପ୍ ବୈଠକ ଉପରେ ସୂଚନା ପ୍ରଦାନ କରି କହିଲେ ଯେ, ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶା ସମଗ୍ର ଦେଶରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ଆନ୍ତବିଭାଗୀୟ ସମନ୍ଵୟ ରକ୍ଷା କରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ…

Read More

ସମର୍ପଣ ବୃଦ୍ଧାଶ୍ରମରେ ନିଆରା ବାହାଘର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ବାଳାଶ୍ରମର କନ୍ଯା ଆୟୂଷ୍ମତୀ ଜିନାର ବିବାହ ଉତ୍ସବ ଯୁବକ ଆୟୂଷ୍ମାନ୍ ଜିତେନ୍ଦ୍ରଙ୍କ ସହିତ ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ, ମହାନଦୀ ବନ୍ଯପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥି ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ସତ୍ଯ ରଂଜନ ଦାସଙ୍କ ସମେତ ବହୁ ମାନ୍ଯଗଣ ବ୍ଯକ୍ତି ଯୋଗଦେଇ ବରକନ୍ଯାଙ୍କୁ ଆଶୀର୍ବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶୈଳବାଳା ଦାସ, ରୋଟାରିଆନ୍ ରାଧେଶ୍ଯାମ ମୋହତା, ସମାଜସେବୀ ଅରୁଣ କୁମାର ମହାନ୍ତି, ସମର୍ପଣ ସଂପାଦକ ଶ୍ରୀଧର…

Read More

ଆଦିବାସୀ ମନ୍ତ୍ରୀଙ୍କୁ ଭେଟିଲା ଆଦିବାସୀ ଅଧିକାର ମଞ୍ଚ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଓଡଗାଁ ବ୍ଲକ ଆଦିବାସୀ ଅଧିକାର ମଞ୍ଚର କର୍ମକର୍ତାମାନେ କାଜୁ ଜମିକୁ ବେଆଇନ ନିଲାମ ପ୍ରତିବାଦରେ ଭୁବନେଶ୍ୱରଠାରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ଆନ୍ଦୋଳନର ପ୍ରମୁଖ ନେତା ବିଶ୍ୱନାଥମହାପାତ୍ର, ପବିତ୍ର ଇନ୍ଦ୍ରଜିତ, ନକୁଳ ପ୍ରଧାନ, ଭଗବାନ ପ୍ରଧାନ, ଜଗବନ୍ଧୁ ଜାନି, ଭ୍ରମର ଜାନି, ଦୁତିକୃଷ୍ଣ ପ୍ରଧାନ, କମସନ ପ୍ରଧାନ, ପ୍ରକାଶ ଜାନି ମନ୍ତ୍ରୀଙ୍କ ବାସଭବନରେ ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ବନ ଉନ୍ନୟନ ନିଗମ କିଭଳି ଶୋଷଣ ପାଇଁ ରାସ୍ତା ଖୋଲୁଛି, ତାହା ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଓ ମନ୍ତ୍ରୀ ନିଶ୍ଚିତଭାବେ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି! ସ୍ଥାନୀୟ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କୁ ପ୍ରତିନିଧିମାନେ ଭେଟି ସମସ୍ୟା ଉପରେ ଆଲୋଚନା କରଛନ୍ତି ଏବଂ ବିଧାୟକ ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦେଶକଙ୍କୁ ନିଗମର…

Read More

ନୟାଗଡ଼ରେ ବିଶ୍ୱ ଶିଶୁଶ୍ରମିକ ବିରୋଧୀ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜ଼ିଲ୍ଲା ଆଇନ ସେବା ପରାଧିକରଣ ଆନୁକୂଲ୍ୟରେ, ଘଡୁଆଳ ସ୍ଥିତ ତପସ୍ୟା ଠାରେ – ‘ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ” ପାଳିତ ହୋଇଛି। ପ୍ରାଧିକାରଣ କର୍ମଚାରି ପବନ କୁମାର ବେହେରା ଅତିଥି ପରିଚୟ ଏବଂ ଦିବସର ତାପଯ୍ୟ ବର୍ଣ୍ଣନା କରିଥିଲେ। ସଦସ୍ୟ ମହମଦ ଓମାର ମଲ୍ଲିକ ଶିଶୁ ଶ୍ରମିକ ବିରୋଧୀ ଦିବସର କାରଣ, ନିରାକାରଣ, ସମସ୍ୟା ସମାଧାନ ସୁବିଧା ବିଷୟରେ ବକ୍ତବ୍ୟ ରଖିଥିଲେ। ସଦସ୍ୟା କ୍ଷଣପ୍ରଭା କର ଶ୍ରମିକ ନିରୋଧୀ ପରିବାର ସମାଜ ବିଷୟରେ ଉପାଦୟ ତଥ୍ୟ ଦେବା ସହିତ, ଗୀତ ମାଧ୍ୟମରେ ଭାବନକୁ ପ୍ରକାଶ କରିଥିଲେ। ତପସ୍ୟାର ତତ୍ୱାବଧାରକ ଚନ୍ଦ୍ରଶେଖର ବେହେରା ଶିଶୁମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ଦର୍ଶାଇଥିଲେ। ପ୍ରଦୀପ କୁମାର ସାହୁ, ମୈତ୍ରୀ ଅନୁଷ୍ଠାନର ସମ୍ପାଦକ ବିଶ୍ୱ ଶିଶୁ ଶ୍ରମିକ ବିଷୟ ଉପରେ ଆଲୋଚନା କରିଥିଲେ। ଜୁନ ମାସ…

Read More

ନୟାଗଡ଼ ବ୍ଳକ ବାଲୁଗାଁରେ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀରେ ଅରୁଣଙ୍କ ମନ୍ତ୍ର

ମହିଳା ଆଗକୁ ଆସିଲେ କେବଳ ପ୍ରଗତୀ ଓ ବିକାଶ ସୁନିଶ୍ଚିତ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ବରେ ନୟାଗଡ଼ ସଦର ବ୍ଲକ ବାଲୁଗାଁଠାରେ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର‌୍ୟ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ କୁମାର ସାହୁ, ବିଜୁ ଯୁବ ଜନତା ଦଳ ସଭାପତି ଦୁର‌୍ୟ୍ୟୋଧନ ବେହେରା, ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ସମିତି ସଭ୍ୟା କବିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ, ମାଟିର ମଣିଷ…

Read More

ହରିପୁରରେ ଉଭୟ ଗୋଷ୍ଠୀଙ୍କୁ ଉଷୁକାଇ ହିଂସା କରାଉଥିବା ନେତାନେତ୍ରୀଙ୍କୁ ଗିରଫ କଲେ ବନ୍ଦ ହେବ ରାଜନୈତିକ ହିଂସା: କଂଗ୍ରେସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେଡି ବିଜେପି ନେତାନେତ୍ରୀଙ୍କ ପ୍ରରୋଚନାରେ ରାଜନୈତିକ ବିଦ୍ବେଷ ଭାବ ସୃଷ୍ଟି କରି ହିଂସା କରାଉଥିବା ନୟାଗଡ଼ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏମିତି ପ୍ରାୟୋଜିତ ହିଂସା କରାଯାଇ ଶାନ୍ତି ପ୍ରିୟ ନୟାଗଡ଼କୁ ଜାଣିଶୁଣି ଆଗାମୀ ନିର୍ବାଚନ ପୂର୍ବରୁ ଅଶାନ୍ତ କରାଇ ନିରୀହ ଗ୍ରାମବାସୀଙ୍କୁ ମିଥ୍ୟା ଅଭିଯୁକ୍ତ ଭାବେ ଜେଲରେ ରଖାଯାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବି ରଣଜିତ ଦାଶ ବିଜେଡି ବିଜେପିକୁ ଟାର୍ଗେଟ କରିଛନ୍ତି। ଏହି ଉଭୟ ଦଳ ରାଜନୈତିକ ଫାଇଦା ପାଇଁ ନୟାଗଡ଼ରେ ହିଂସା ଭିଆଇ ଆମ ଗାଁ’ ଗାଁ’ରେ ଘୃଣା ଅସହିଷ୍ଣୁତା ମଞ୍ଜି ବୁଣୁଥିବା କଂଗ୍ରେସ ଅଭିଯୋଗ କରିଛି। ତେଣୁ ବିଜେଡି ବିଜେପି ଦଳର ନେତାନେତ୍ରୀଙ୍କୁ ହିଂସା ଉଷୁକାଇବା ଅଭିଯୋଗରେ ଗିରଫ କରାଗଲେ ନୟାଗଡ଼ରେ ରାଜନୈତିକ ହିଂସା ବନ୍ଦ ହୋଇପାରିବ ବୋଲି କଂଗ୍ରେସ ନେତା ରଣଜିତ…

Read More