ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୫ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ ୨୦୨୩ର ତୃତୀୟ ଦିବସରେ ଆଜି ଭାପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାପୁର ବ୍ଲକର କେନ୍ଦୁପଲ୍ଲୀ, ରାକମା, ଭାପୁର ପଞ୍ଚାୟତର ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ସମିତ ସଦସ୍ୟ ଗୁଲସନ କୁମାର ଦାସ, ଶ୍ରୀମାନ ଅଭିଜିତ କର,ରାଜଲକ୍ଷ୍ମୀ ମହାନ୍ତି, ପରମେଶ୍ୱର ସାହୁ,ପରମେଶ୍ୱର ସାହୁ, ରଂଜନ ବେହେରା,ଲିଙ୍କନ ସାହୁ, ଶ୍ରୀମାନ ଅଭିଜିତ, ଏସ ଓଁକାର,ମଳୟ ରଂଜନ ରାୟ, ଯୁଧିଷ୍ଠିର ବେହେରା,କରଣ ବଡ଼ଟିଆ ପ୍ରମୁଖ ସାମିଲ ହୋଇଥିଲେ। ଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇଥିଲା।
ଭାପୁରରେ ସେବା ଉତ୍ସବ, ଶହେ ଅଭାବୀଙ୍କୁ ବସ୍ତ୍ରଦାନ
