ମାଟିର ସ୍ୱର ଚତୁର୍ଥ ସଂଖ୍ୟା ଲୋକାର୍ପିତ, ମାଟିର ମଣିଷ ପ୍ରଫେସର ରାଧାମୋହନ ପଣ୍ଡା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ଠାରେ ମାଟିର ସ୍ୱର ଚତୁର୍ଥ ସଂଖ୍ୟା ଲୋକାର୍ପିତ । ଗ୍ରାମୀଣ ଯୁବା ପ୍ରତିଭା ଅରୁଣ ଡ଼ାକୁଆଙ୍କ କର କମଳରେ ପରିବେଶବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ଉଦେଶ୍ୟରେ ସମର୍ପିତ ମାଟିର ସ୍ୱର ଇ – ପତ୍ରିକାର ଚତୁର୍ଥ ସଂଖ୍ୟା ଆଭାସି ସଭା ମାଧ୍ୟମରେ ୩୦ତାରିଖ ଶନିବାର ଦିନ ଲୋକାର୍ପଣ ହୋଇଯାଇଛି। ଶ୍ରୀକାନ୍ତ ଘଡ଼ାଇ, ଅରୁଣ ଡାକୁଆ, ସସ୍ମିତା ଦାଶ ଓ ପ୍ରଫୁଲ୍ଲ କୁମାର ମାଝି ଇତ୍ୟାଦି ରାଧାମୋହନଙ୍କ ସ୍ମୃତି ଚାରଣ ପୂର୍ବକ ନିଜସ୍ଵ ଶ୍ରଦ୍ଧାଂଜଳି କବିତା ପାଠ କରିଥିଲେ। ପ୍ରାକ୍ତନ ମହିଳା କମିଶନ ଅଧ୍ୟକ୍ଷା ଓ ବିଶିଷ୍ଟ ସମାଜସେବୀ ଲୋପାମୁଦ୍ରା ମହାନ୍ତି, ବିଶିଷ୍ଟ ସାହିତ୍ୟିକା ଡ଼.ବାସନ୍ତୀ ମହାନ୍ତି, ପଦ୍ମଶ୍ରୀ ସାବରମତୀ, ପ୍ରାକ୍ତନ ପ୍ରଧ୍ୟାପିକା ଡ଼.ଲକ୍ଷ୍ମୀପ୍ରିୟା ଦେଇ, ନାଟ୍ୟକର ପ୍ରଶାନ୍ତ ପଟ୍ଟନାୟକ, ସମାଜସେବୀ ପ୍ରଫୁଲ୍ଲ କୁମାର ମିଶ୍ର, ସ୍ପଷ୍ଟବାଦୀ ତଥା କବି ସାନ୍ତୁନୁ ବିଶୋଇ, ଦାଶରଥି ସେନାପତି, କବି ସନ୍ତୋଷ କୁମାର ସାହୁ, ବରିଷ୍ଠ ସମାଜସେବୀ ଓ ଅଭିନେତା ନିରଞ୍ଜନ ନାୟକ, କବି ଵିନୋଦ ବିହାରୀ ମହାରଣା, ଶିକ୍ଷକ ବନମାଳୀ ସାହୁ, କବି ରୋହିତ ଜେନା, ସମାଜସେବୀ ରତିକାନ୍ତ ରଣା, ଯୁବ ପ୍ରତିଭା ସଂଗ୍ରାମ କେଶରୀ ସାହୁ ଇତ୍ୟାଦି ରାଧାମୋହନଙ୍କ ଜୀବନ ଆଦର୍ଶ ଓ ତାଙ୍କର ମାଟି ପ୍ରତି ଥିବା ସମ୍ମାନ, ଗାଁ ପ୍ରତି ଥିବା ମମତା, ସାମାଜିକ ସେବା, ସମର୍ପଣ, ପ୍ରକୃତିର ସୁରକ୍ଷା, ଜୈବିକ ଚାଷ ତଥା ଜଙ୍ଗଲ ସୁରକ୍ଷା ଇତ୍ୟାଦି ବିଷୟରେ ନିଜ ନିଜର ଅନୁଭବ ବଣ୍ଟନ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ବିଚାରକୁ ସମସ୍ତେ ଅନୁସରଣ କରିବା ପାଇଁ ନିବେଦନ କରିଥିଲେ। ଏ ଶ୍ରଦ୍ଧାଂଜଳି ସଭା ଓ କବିତା ଉନ୍ମୋଚନ
ଉତ୍ସବକୁ ପ୍ରଭାତ ସାହୁ ସଂଯୋଜନା କରିଥିବା ବେଳେ ଢେଙ୍କାନାଳର କବୀ ଶ୍ରୀମତୀ ସସ୍ମିତା ଦାଶ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related posts