ଶୁଣୁ ନାହାନ୍ତି ସରକାର, ୧୫ରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ତଥା ସେମାନ୍‌ଙ୍କ ବିଭିନ୍ନ ଦାବି ଗୁଡ଼ିକ ପ୍ରତି ଅବହେଳା କରୁଥିବା ପ୍ରତିବାଦରେ ଚଳିତ ମାସ ୧୫ ତାରିଖରୁ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାମେ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆଜି ପୂର୍ବାହ୍ନରେ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ପ୍ରାଥମିକ ଶିକ୍ଷକଭବନରେ ଅନୁଷ୍ଠିତ ହୋଇଥିଲା । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ,୬ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା,କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ଆଦି ୩ଦଫା ଦାବି ନେଇ ଶିକ୍ଷକମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିବା ବେଳେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି…

Read More

ମହିଳା ଦିବସରେ ଭୃଣହତ୍ୟା ଏବଂ ବାଲ୍ୟବିବାହ ରୋକାଯିବା ଉପରେ ଗୁରୁତ୍ବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରୀୟ ମହିଳା ଦିବସ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୧୯୧୪ ମସିହାରେ ଇଂଲଣ୍ଡର ମହିଳାମାନେ ଭୋଟ ଦେବାର ଅଧିକାର ପାଇଁ ମହିଳା ସମାବେଶ କରିଥିଲେ ବୋଲି ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ । ନୟାଗଡ଼ ଜିଲ୍ଲାରେ ଭୃଣହତ୍ୟା ଏବଂ ବାଲ୍ୟବିବାହ ରୋକାଯିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏହା ସହିତ ଜିଲ୍ଲାପାଳ ଅଙ୍ଗନବାଡ଼ି କର୍ମୀମାନେ ତୃଣମୂଳ ସ୍ତରରେ ଏହାକୁ କିଛି ମାତ୍ରାରେ ରୋକିବାରେ ସଫଳ ହୋଇଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଜିଲ୍ଲା ପରିଷଦର ସଭାପତି ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜରେ ନାରୀ ଜାଗରଣ ଉପରେ ବାଖ୍ୟା କରି କହିଥିଲେ ଯେ, ସମୟାନୁକ୍ରମେ ମହିଳାମାନେ ସଚେତନ ହେଲେଣି । ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର…

Read More

କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ମା’ ବାସବି କନ୍ୟକାପରମେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅଞ୍ଚଳ କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ମା’ ବାସବି କନ୍ୟକାପରମେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ସମାଜ ଧର୍ମଶାଳାଠାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ୩ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ଶୁଭ ଅଙ୍କୁରାରୋପଣ ସହିତ ଗର୍ଭାଧାନ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା । ଦ୍ୱିତୀୟ ଦିବସରେ ତୀର୍ଥ ବାହାନ ଓ କଳସ ଯାତ୍ରା, ହୋମ ଯଜ୍ଞଏବଂ ଦେବତା ମହାସ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୃତୀୟଦିବସରେ ସୂର୍ଯ୍ୟାର୍ଚ୍ଚନା, ବିଗ୍ରହ ପ୍ରତିଷ୍ଠା, ସିଂହାସନ ଆରୋହଣ ଓ ପୂର୍ଣ୍ଣାହୁତିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ସମାଜ ପକ୍ଷରୁ ବହୁ ଶ୍ରଦ୍ଧାଳୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନୟାଗଡ଼ ଅଞ୍ଚଳକଳିଙ୍ଗ ବୈଶ୍ୟ ସମାଜ ସଭାପତି ଇସେଟି ସୁବାଷ ଚନ୍ଦ୍ର ପାତ୍ର, ସମ୍ପାଦକକୋଟିନ ପ୍ରଦୀପ…

Read More

ଓଡ଼ଗାଁରେ ମଡେଲ ସିଭିଲ କୋର୍ଟ କମ୍ପ୍ଲେକ୍ସ ଆଡିସନାଲ ଡିଷ୍ଟ୍ରିଟ ଓ ସେସନ୍ ଜଜକୋର୍ଟ ଉଦଘାଟିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସମଗ୍ର ରାଜ୍ୟରେ ନ୍ୟାୟପାଳିକା ଭିତ୍ତିଭୂମିର କାର୍ଯ୍ୟ ତ୍ବରାନ୍ବିତ ହୋଇଥିବା ବେଳେ ଓଡ଼ଗାଁରେ ନିର୍ମାଣ ହୋଇଥିବା ମଡେଲ ସିଭିଲ କୋର୍ଟ କମ୍ପ୍ଲେକ୍ସ ଆଡିସନାଲ ଡିଷ୍ଟ୍ରିଟ ଓ ସେସନ୍ ଜଜକୋଟ ଉଦଘାଟିତ ହୋଇଯାଇଛି। ଜଷ୍ଟିସ ଭି. ନରସିଂଘ ଜେ ହାଇକୋର୍ଟ ଓଡ଼ିଆ (ପ୍ରଶାସନିକ ଜଜ, ନୟାଗଡ଼ ଜିଲ୍ଲା) ଙ୍କ ଉପସ୍ଥିତିରେ ଓଡିଶା ହାଇକୋର୍ଟ ବରିଷ୍ଠ ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ (ଅଧ୍ୟକ୍ଷ ବିଲଡିଙ୍ଗ କମିଟି, ଓଡିଶା ହାଇକୋର୍ଟ) ସେସନ୍ କୋର୍ଟକୁ ଉଦଘାଟିତ କରିଥିଲେ । ଏତଦ୍ ବ୍ୟତୀତ ଅତିରିକ୍ତ ଜିଲ୍ଲା ସେସନ୍ ଜଜଙ୍କ ପାଇଁ ବି-୧ ଟାଇପ, ବରିଷ୍ଠ ସିଭିଲ ଜଜଙ୍କ ପାଇଁ ସି-ଟାଇପ କ୍ବାଟର ଏବଂ ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ୮ ଏଫ ଟାଇପ ଷ୍ଟାଫ୍ କ୍ବାଟର ନିର୍ମାଣ ପାଇଁ ସିଭିଲ କୋର୍ଟ ଓଡ଼ଗାଁ ପରିସର ଭିତରେ ଭିତ୍ତିପ୍ରସ୍ତର ପକାଇ ଥିଲେ। ଓଡ଼ଗାଁ…

Read More

ପ୍ରକୃତି କୋଳରେ ବରକନ୍ୟାକୁ ଦେଖି ଆଚମ୍ବିତ ହେଲେ ବିଧାୟକ ଡ଼ଃ. ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବୁଢାବୁଢିଆଣୀ ଡ୍ୟାମ୍ ଠାରୁ ପ୍ରାୟ ୫ କି.ମି ଦୁର ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ଗ୍ରାମର କାନଖାଇ ପାହାଡ଼ରୁ ଧାର ଧାର ବୋହି ବହି ଚାଲିଛି ବରକନ୍ୟା ଝରଣା । ପ୍ରାକୃତିକ ଶୋଭରାଜିରେ ଭରପୁର ଏହି ସୌନ୍ଦର୍ଯ୍ୟମୟ ସ୍ଥାନଟି ଜିଲ୍ଲାରେ ଲୁକ୍କାୟିତ ଅବସ୍ଥାରେ ଥିବାବେଳେ ଏହି ଝରଣା ନିକଟକୁ ଆଜି ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଜିଲ୍ଲା ପ୍ରଶାସନକୁ ସାଙ୍ଗରେ ଧରି ଏହି ବର-କନ୍ୟା ଝରଣା ପରିଦର୍ଶନ କରିଛନ୍ତି। ପ୍ରକୃତି କୋଳରେ ଏମିତି ଏକ ବିରଳ ଚୀରସ୍ରୋତା ଝରଣା ରହିଥିବା କଥାକୁ ସେ ସହଜରେ ବିଶ୍ୱାସ କରି ପାରିନଥିଲେ। ପ୍ରଥମେ ଏଠାକାର ପରିବେଶ ଦେଖି ସେ ଆଚମ୍ବିତ ହେବା ସହ ଏହା ଏକ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇବାକୁ ହକ୍ ବୋଲି କହିଥିଲେ। ବିଧାୟକ ଡ଼ଃ. ସାହୁ ଝରଣାକୁ…

Read More

ନୟାଗଡ଼ରେ ବାଲ୍ୟ ବିବାହ ପ୍ରତିରୋଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଳାପାଳଙ୍କ ସଦଭାବନା ଗୃହରେ ବାଲ୍ୟବିବାହ ପ୍ରତିରୋଧ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ନୟାଗଡରେ ବାଲ୍ୟବିବାହ ବଢୁଥିବାରୁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଉଦବେଗ ପ୍ରକାଶ କରିଥିଲେ ଏବଂ ଏଥିପାଇଁ ଆଇନ ଅନୁଯାଇ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ସମସ୍ତ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ସଚେତନା ଶିବିରରେ ପ୍ରତେକ ବ୍ଲକରେ ଥିବା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀମାନେ ଯୋଗଦେବା ସହ ସମସ୍ତ ସୁପର ଭାଇଜର, ପୁଲିସ ଥାନାରେ ନିଯୋଜିତ ଥିବା ସମସ୍ତ ମହିଳା ଶିଶୁ ଡେସ୍କ ଅଧିକାରୀ, ଡି.ଏସ.ପି ସୁଷମା ପ୍ରଧାନଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜାତି ମୁଖିଆମାନଙ୍କୁ ଆମନ୍ତ୍ରିତ କରାଯାଇ ସେମାନଙ୍କୁ ବାଲ୍ୟ ବିବାହ ବିରୋଧରେ ସ୍ଵର ଉତ୍ତୋଳନ…

Read More

‘ସାଧକ ଶତକ’ ପୁସ୍ତକ ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ସୁନାମଧନ୍ୟ ଓ ଶ୍ରେଷ୍ଠ ସାଧକମାନଙ୍କ ଜୀବନବ୍ୟାପୀ କୃତିକୁ ନେଇ ପ୍ରକାଶ ପାଇବାକୁ ଯାଉଥିବା ‘ସାଧକ ଶତକ’ ପୁସ୍ତକ ଆଗାମୀ ପବିତ୍ର ଶ୍ରୀଗୁଣ୍ଡିଚା ଦିନ ଲୋକାର୍ପଣ ହେବ ବୋଲି ଗତ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଦୋଳବେଦୀ ଠାରେ ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପ୍ରାୟୋଜିତ ପ୍ରସ୍ତୁତି ବୈଠକରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରକାଶିତ ହେବାକୁ ଥିବା ‘ସାଧକ ଶତକ’ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏହା ପରେ ଉପସ୍ଥିତ ଥିବା ଅନ୍ୟାନ୍ୟ ସହିତ୍ୟିକ ଏବଂ ବୁଦ୍ଧିଜୀବୀ ମାନେ ସେମାନଙ୍କ ମତ ବ୍ୟକ୍ତ କରିଥିଲେ। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ୮ଟି ବ୍ଲକ ଏବଂ ପୌରାଞ୍ଚଳରେ ରହୁଥିବା ଦିବଂଗତ ଏବଂ କାର୍ଯ୍ୟରତ ସହିତ୍ୟିକ, ସାରସ୍ୱତ ସାଧକ, ସଂଗ୍ରାମୀ, କ୍ରୀଡ଼ା, ସଙ୍ଗୀତ ବିଜ୍ଞାନ ପ୍ରଭୃତି…

Read More

ଉଦଯାପିତ ହେଲା ପ୍ରଥମ ରାଜ୍ୟସ୍ତରୀୟ ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ପ୍ରଥମ ରାଜ୍ୟ ସ୍ତରୀୟ ସଚେତନତାମୂଳକ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ‘ଚମକ’ ୨୦୨୩ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଓ ସମ୍ମାନିତି ଅତିଥ୍‌ ଭାବେ ନୟାଗଡ ଏସ୍‌ପି ଅଲେଖଚନ୍ଦ୍ର ପହି, ନାଲ୍‌କୋର ଉପମହାପ୍ରବନ୍ଧକ ବିଦୀପ୍ତଚନ୍ଦ୍ର ରାୟ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ବ୍ଲକ ଉପାଧ୍ୟକ୍ଷା ଅନୁପମା ବେହେରା, ତ୍ରିନାଥ ସାହୁ, ପଞ୍ଚାନନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କ୍ଷୁଦ୍ରଚଳଚିତ୍ର ମହୋତ୍ସବ ‘ଚମକ’ର ସଭାପତି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏହି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ମହୋତ୍ସବରେ ଭାଗ ନେଇଥିବା ସମସ୍ତ ୧୫ଟି ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର…

Read More

ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼ ଉନ୍ନତୀ ସାଥିରେ କୌଣସି ବୁଝାମଣା ହେବ ନାହିଁବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେବା ସମୟ ଆସିଯାଇଛି ନୟାଗଡ଼ : ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଦଳୀୟ କାର‌୍ୟ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବିଜୁ ଜନତା ଦଳର ସଂଗଠନକୁ ମଜବୁତ୍ କରାଯିବା ଉପରେ ଆଲୋଚନା ହୋଇଥିଲା। ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ ପାଇଁ ବୈଠକରେ ଆଲୋଚନା କରାଯାଇଛି। ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ, ନୟାଗଡ଼ ଉନ୍ନତୀ ସାଥିରେ କୌଣସି ବୁଝାମଣା କରାଯାଇ ପାରିବ ନାହିଁ । ଯାହା ଇତିହାସ ତାକୁ ମନେ ପକାଇବା, ଆଲୋଚନା କରିବା, ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଥିଲେ। ନିର୍ବାଚିତ ପ୍ରତିନିଧି ଓ…

Read More

ସମ୍ବାଦ ଓ ସାହିତ୍ୟ ପତ୍ରିକା ‘କୁସୁମାଞ୍ଜଳି’ର ଦ୍ୱିତୀୟ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରୁ ପ୍ରକାଶ ପାଉଥିବା ମାସିକ ସମ୍ବାଦ ଓ ସାହିତ୍ୟ ପତ୍ରିକା ‘କୁସୁମାଞ୍ଜଳି’ର ଦ୍ୱିତୀୟ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ ସ୍ଥାନୀୟ କୃଷ୍ଣଚନ୍ଦ୍ର କ୍ଲବ ସଭାଗୃହରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଗୋଲକ ବିହାରୀ ନାୟକଙ୍କ ପୌରହିତ୍ୟିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବାବେଳେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଭାପତି ତଥା ନାଟ୍ୟକାର ଓ ନାଟ୍ୟନିର୍ଦ୍ଦେଶକ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସୁସଂଯୋଜକ ତଥା ସୁଵକ୍ତା ମନୋଜ କୁମାର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ କବି ଗଜେନ୍ଦ୍ର ମହାରଣାଙ୍କୁ ‘କବି ପ୍ରତିଭା ସମ୍ମାନ’ରେ ସମର୍ଦ୍ଧିତ କରାଯାଇଥିଲା।…

Read More