ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୧୬୭ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୨୨ଗୋଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୬ ଗୋଟିର ଶୁଣାଣି କରାଯାଇ ସମୁଦାୟ ୪୯ଟି କେସର ତତ୍କାଳ ସମାଧାନ କରାଯାଇଥିଲା
। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୩୪ଜଣ ଏବଂ ଜିଲ୍ଲା ରେଡ୍କ୍ରସ ସଂସ୍ଥାରୁ ୫ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ଅନୁଦାନ ଅନୁମୋଦନ କରାଯାଇଥିଲା ।ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭିନ୍ନକ୍ଷମ ବ୍ୟକ୍ତି ଶ୍ରୀ ରଣଜିତ୍ କୁମାର ବରାଡ଼, ସା/ପୋ-ହରିହରପୁର, ବ୍ଳକ -ଓଡ଼ଗାଁ ହାସ୍ୟମୟୀ ଜେନାଙ୍କୁ , ଶ୍ରୀ ଜିତେନ୍ଦ୍ର କୁମାର ମାର୍ଥା, ସା/ପୋ-ଗୋଡ଼ିପଡ଼ା, ଓଡ଼ଗାଁ ମାଳତୀ ପଲେଇଙ୍କୁ ଶ୍ରୀ ଜଗବନ୍ଧୁ ମାଟି, ସା- ଗୋପିନାଥପୁର, ପୋ-ର୍ଦୁରା, ନୂଆଗାଁ ସସ୍ମିତା ପଣ୍ଡିତ୍ଙ୍କୁ , ନିରୁପମା ନାୟକ, ସା/ପୋ-
ସିମିଳିସାହି, ଦଶପଲ୍ଲା ଶ୍ରୀ ଅଭିମନ୍ୟୁ ପ୍ରଧାନଙ୍କୁ, ଲିପୁ ବେହେରା, ସା-ଛାଡ଼ମୂଳ, ପୋ-ଛାମୁଣ୍ଡିଆ, ଗଣିଆ ଲିଲି ବେହୋରଙ୍କୁ ବିବାହ କରି ପ୍ରତ୍ୟେକ ଦମ୍ପତିଙ୍କୁ ଟ.୨୫୦୦୦୦/-ଲେଖାଏଁ ସର୍ବମୋଟ ଟ.୧୨,୫୦,୦୦୦/- ପ୍ରୋତ୍ସାହନ ରାଶି ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ପହି, ମୁଖ୍ୟ ଉନ୍ନୟନ ଅଧିକାରୀ- ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁବାଷ ଚନ୍ଦ୍ର ରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧ୍ୟାକାରୀ ଆଦିପତି କହଁର, ତହସିଲଦାର ନୟାଗଡ଼, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୟାଗଡ଼ , ଡେପୁଟୀ କଲେକ୍ଟର ଆୟୁଶୀ ମହାପାତ୍ର , ଜିଲ୍ଲାସ୍ତରୀୟ ପଦାଧ୍ୟାକାରୀ, ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ ।

