ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ଦେଖିବାକୁ ମିଳିଛି। ସକାଳ ୬ଟା ୧୫ ମିନିଟ ସମୟରେ ଦଶପଲ୍ଲାରୁ ନୟାଗଡ଼ ଅଭିମୁଖେ ଆସୁଥିବା ଟ୍ରେନରେ ଦୁର୍ଘଟଣା ଘଟି ଡିହଗାଁ ମଧ୍ୟଭାଗ ମଧୁପୁର ନିକଟରେ ଏକ ଯୁବକଙ୍କ ମୁଣ୍ଡ ସମ୍ପୂର୍ଣ ଶରୀରରୁ ଛିଡି ଯାଇଥିବା ଜଣାପଡିଛି। ଆତ୍ମହତ୍ୟା କରିବା ପୂର୍ବରୁ ଯୁବକ ଜଣଙ୍କ ନିଜର ଆଧାରକାର୍ଡ଼ ଟି ପକେଟରେ ରଖିଥିଲେ। ଯୁବକଙ୍କ ଘର ବାଣିଗୋଛା ଥାନା ନୂଆଗାଁ ପଞ୍ଚାୟତ କୁଟିବାରି ଅଞ୍ଚଳର ବୋଲି ଜଣାପଡ଼ିଛି।
Read MoreCategory: ଦଶପଲ୍ଲା ବ୍ଲକ
ଜଗବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଯୋଗ ଓ ସନ୍ତରଣ ପ୍ରତିଯୋଗିତା ସମ୍ବଲପୁରର ଲେଡି ଲୁଇସ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅକ୍ଟୋବର ୨ତାରିଖ ଠାରୁ ୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ୧୭ବର୍ଷରୁ କମ ବାଳକ ବିଭାଗରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ଚିନ୍ତାମଣି ବିଦ୍ୟାପୀଠ ସମ୍ପଡା, ନବମ ଶ୍ରେଣୀର ଛାତ୍ର ଜଗବନ୍ଧୁ ସାମନ୍ତରା ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି। ଆସନ୍ତା ୧୮ତାରିଖରୁ ମହାରାଷ୍ଟ୍ରରେ ହେବାକୁଥିବା ଜାତୀୟ ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସେ ଜାତୀୟ ସ୍ତରରେ ଜଣେ କୃତି ପ୍ରତିଯୋଗୀ । ପୂର୍ବରୁ ସେ ୧୪ବର୍ଷରୁ କମ ବୟସ୍କ ଦଳରେ ଅଂଶ ଗ୍ରହଣ କରି ଜାତୀୟ ସ୍ତରରେ ଦିଲ୍ଲୀ, ଭୋପାଳ ଓ ରାଜସ୍ଥାନର ଜୟପୁର ଠାରେ ଅଂଶ ଗ୍ରହଣ କରିସାରିଛନ୍ତି। ଚିନ୍ତାମଣି ବିଦ୍ୟାପୀଠର ଯୋଗ ଶିକ୍ଷକ ପରମାନନ୍ଦ ପରିଡ଼ାଙ୍କ ଠାରୁ ନିୟମିତ ଯୋଗ ଶିକ୍ଷା…
Read Moreରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଜେଲ ଅଧିକାରୀଙ୍କ ପରଲୋକ, ବିଭିନ୍ନ ମହଲରେ ଗଭୀର ଶୋକ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କାର ପ୍ରାପ୍ତ ଜେଲ ବିଭାଗ ଅବସର ପ୍ରାପ୍ତ ଡ଼ିଆଇଜି ଗୋଲକ ବିହାରୀ ମହାନ୍ତିଙ୍କ ମଙ୍ଗଳବାର ଦିନ ସକାଳୁ ଭୁବନେଶ୍ବରରେ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ଦଶପଲ୍ଲାର ସମଗ୍ର ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଜଣେ ଜଣାଶୁଣା ଆଧ୍ୟାତ୍ମିକ ରୂପେ ଜଗନ୍ନାଥ ସଂସ୍କୃତିର ପ୍ରଚାରକ, ସତ୍ୟ ସାଇ ବାବା ଓ ଶ୍ରୀ ମା ଅରବିନ୍ଦଙ୍କ ପରମ ଭକ୍ତ ଭାବରେ ପରିଚିତ ଥିଲେ। ବିଜୁ ପଟ୍ଟନାୟକ ମୁକ୍ତ ଆକାଶ ଜେଲ, ବଲାଙ୍ଗୀର କେନ୍ଦ୍ରିୟ ଜେଲ, ଚୌଦ୍ବାର ସର୍କଲ ଜେଲ୍, ବାରିପଦା ଜେଲରେ ସଂସ୍କାର ଆଣି ସୁଖ୍ୟାତି ଲାଭ କରିଥିଲେ। ତାଙ୍କର ପରଲୋକ ଖବର ଶୁଣି ଶେଷ ଦର୍ଶନ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନରେ ସମବେତ ହୋଇଥିଲେ। ଦଶପଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ…
Read Moreବିଭିନ୍ନ ବ୍ଲକରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ନିର୍ଦ୍ଦେଶରେ ଆଜି ବିଭିନ୍ନ ବ୍ଲକରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଶାଖା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଭିନ୍ନ ବ୍ଲକକୁ ଯାଇ ଅନେକ ବିଷୟରେ ଆଲୋଚନା କରିଛନ୍ତି । ଭାପୁର ବ୍ଲକରେ ଭାପୁର ପ୍ରେସ କ୍ଲବ ଶିଶିର କୁମାର ସାହୁ, ରଞ୍ଜନ କୁମାର ମହାପାତ୍ରଙ୍କ ସହ ଅନେକ ସାମ୍ବାଦିକ ଉପସ୍ଥିତ ରହି ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଆଲୋଚନା କରିଥିଲେ । ସେହିଭଳି ଭାବେ ଭାପୁର ଆଞ୍ଚଳିକ ସାମ୍ବାଦିକ ସଂଘ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ପଟ୍ଟନାୟକ, ସଂଗ୍ରାମ ପଟ୍ଟନାୟକଙ୍କ ସମେତ ଅନେକ ପ୍ରତିନିଧି ଉପସ୍ଥିତ ରହି ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ସାମ୍ବାଦିକତା ଆରମ୍ଭରୁ ଆମେ ଉତ୍କଳ ସାମ୍ବାଦିକ…
Read Moreଗଛରେ ପିଟି ହୋଇ ଦୁଇ ମୃତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ବସ୍ ଖରାପ ଥିବା ଖବର ପାଇ ଏକ ବାଇକ୍ ଯୋଗେ ଯାଉଥିଲେ। ହେଲେ ବାଟରେ ଛକି ବସିଥିଲା ଯମ। ଏକ ଗଛରେ ପିଟି ହୋଇ ଘଟଣାସ୍ଥରେ ଆଖି ବୁଜିଛନ୍ତି ଲକ୍ଷ୍ମୀ ବସ୍ ମ୍ୟାନେଜର ଓ ସୁପରଭାଇଜର। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନସ୍ଥ ଦଶପଲ୍ଲା ଘୁଗୁଡ଼ିପଡ଼ା ରାସ୍ତାର ନଛିପୁରସ୍ଥିତ ଏକ ରାଇସମିଲ୍ ନିକଟରେ ଅପରାହ୍ଣରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତିମାନେ ହେଲେ ଓଡ଼ଗାଁ ଥାନା ଅଧୀନସ୍ଥ ଦଲକ ଗ୍ରାମର ମ୍ୟାନେଜର ସୂର୍ଯ୍ୟକାନ୍ତ ବେହେରା (୨୭) ଏବଂ ମଧ୍ୟଖଣ୍ତ ଗ୍ରାମର ସୁପରଭାଇଜର ଜ୍ଞାନ ରଞ୍ଜନ ସାହୁ(୨୫)। ଖବରପାଇ ପୁଲିସ ପହଞ୍ଚି ଉଭୟ ମୃତଦେହକୁ ଜବତ କରିଛି।
Read Moreବିଜେପି ନେତା ରାଘବଙ୍କ ନାଁ’ରେ ନୂଆଗାଁ ଥାନାରେ ଅଭିଯୋଗ କଲେ ସମିତି ସଭ୍ୟା
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଝୋଲା ପଞ୍ଚାୟତର ସମିତି ସଭ୍ୟା ମିତା ଅଧିକାରିଙ୍କୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ବିଜେପିର ବିଧାୟକ ପାର୍ଥି ହୋଇଥିବା ରାଘବ ମଲ୍ଲିକ ଓ ତାଙ୍କ ସହଯୋଗୀମାନେ ଅସଦାଚରଣ କରିବା ସହ ଜୀବନରୁ ମାରିଦେବା ଧମକକୁ ନେଇ ନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନା ଥାଉକି ଗତ ତା ୧୨/୯/୨୦୨୪ ରିଖ ଗୁରୁବାର ଦିନ ୧.୩୦ ମିନିଟ୍ ସମୟରେ ବିଜେପି ନେତା ରାଘବ ମଲ୍ଲିକ କିଛି ଗୁଣ୍ଡା ଶ୍ରେଣୀର ଅସାମାଜିକ ଲୋକଙ୍କୁ ଆଣି ନୂଆଗାଁ ପରିସରରେ ଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଧସେଇ ପସି ଥିଲେ। ଅଧ୍ୟକ୍ଷାଙ୍କୁ ନାନା ପ୍ରକାର କଟୁ କଥା କହିବା ସହ ଅସମ୍ମାନ କରୁଥିବା ସମୟରେ ପାଖରେ ବସିଥିବା ବାହାଡ଼ାଝୋଲା ସମିତି ସଭ୍ୟା ମିତା ଅଧିକାରୀ ଏହାର ପ୍ରତିବାଦ…
Read Moreକନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ମହାନତା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିହଗାଁ ପଂଚାୟତ ମଧୁପୁର ଗ୍ରାମର ଶ୍ରୀକାନ୍ତ ପ୍ରଧାନ ନାମକ ଜୈନିକ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଅହମଦାବାଦରୁ ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ନିଜ ଜନ୍ମମାଟି ତଥା ମଧୁପୁର ଗ୍ରାମକୁ ଅଣାଯାଇଛି । ଶ୍ରୀକାନ୍ତଙ୍କ ମରଶରୀର ଗାଁ’ରେ ପହଞ୍ଚିବା ପରେ ମଧୁପୁର ଗ୍ରାମରେ ଦୁଃଖର ବାତାବରଣ ଖେଳିଯାଇଥିଲା । ସୂଚନାଯୋଗ୍ୟ ଯେ ଶ୍ରୀକାନ୍ତ ଗୁଜୁରାଟରେ ରହି କାମ କରୁଥିଲେ। ଅହମଦାବାଦ ଠାରେ ତାଙ୍କର ଦୁର୍ଘଟଣା ଘଟିଥିଲା। ପରେ ଡାକ୍ତରଖାନାରେ ଚିକିତ୍ସିତ ସମୟରେ ମୃତ୍ୟୁ ଘଟିଥିଲା। ପାଖରେ ଆଉ ଅର୍ଥ ନଥିବାରୁ ଶ୍ରୀକାନ୍ତଙ୍କ ମରଶରୀରକୁ ଡାକ୍ତରଖାନା କର୍ମଚାରୀ ନିଜ ଗ୍ରାମକୁ ପଠାଉନଥିଲେ। ଏହି ଦୁଃଖଦ ଖବର ପାଇ କନ୍ଧମାଳ ସାଂସଦ ତଥା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆ ଅଞ୍ଚଳର ପୁଅ ସୁକାନ୍ତ ପାଣିଗ୍ରାହୀ ଏହି ବିଷୟରେ…
Read Moreବିଧାୟକ ନୁହଁ ଭାଇଟିଏ ହୋଇ ସୁଖ, ଦୁଃଖରେ ରହିବି: ଦଶପଲ୍ଲା ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଥିବା କ୍ଳବ୍ ଦ୍ଵାରା ଜ୍ଞାନଦାତା, ଶକ୍ତିଦାତା, ସୁଖ ଶାନ୍ତି ପ୍ରଦାୟକ, ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ରପୂଜ୍ୟଙ୍କ ପୂଜା ଉତ୍ସବ ଉପଲକ୍ଷେ ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମପଞ୍ଚାୟତ ଖାଲମଡା ଗ୍ରାମ ସତ୍ୟନାରାୟଣ ଯୁବକ ସଂଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଗ୍ରପୂଜ୍ୟଙ୍କ ଆଶ୍ରୀବାଦ ନେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପୂଜା ଉତ୍ସବ ପାଳନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ଦ୍ବାରା କିପରି ଭାଇଚାରା ସୃଷ୍ଟି ହୁଏ ଏବଂ ବିକାଶ ଧାରାକୁ ଆଗେଇ ନେବାପାଇଁ ମୋତେ ଦ୍ଵିତୀୟ ଥର ଆଶୀର୍ବାଦ…
Read Moreରୋଟାରୀ କ୍ଳବ ଦ୍ୱାରା ପ୍ରଦତ୍ତ “ରାଷ୍ଟ୍ର ନିର୍ମାତା ସମ୍ମାନ” ପାଇଲେ ଆଦର୍ଶ ଶିକ୍ଷକ ଶରତ ଚନ୍ଦ୍ର ବେହେରା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ପବିତ୍ର ଗୁରୁ ଦିବସରେ ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବର ସଭାପତି ଶ୍ରୀକାନ୍ତ କୁମାର ଖଟେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଶିକ୍ଷକମାନେ ଆଗାମୀ ଭବିଷ୍ଯତ ଶିଶୁମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକମାନେ ହେଉଛନ୍ତି ସମାଜର ଆଲୋକ ବର୍ତ୍ତିକା ବୋଲି କହିଥିଲେ। ମୁଖ୍ଯ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। ରୋଟାରୀ କ୍ଳବର ସଂପାଦକ ଅବିନାଶ ସାହୁ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ…
Read Moreନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ସୁପରିଚାଳନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜନ କଲ୍ୟାଣକାରୀ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖୁବ ସୁନ୍ଦର ଭାବରେ ଯୋଜନାର ସୁପରିଚାଳନା କରାଯାଉଛି । ସମସ୍ତ ହିତାଧିକାରୀମାନଙ୍କ ପାଖରେ ଏହି ଯୋଜନାର ଫର୍ମ ପ୍ରାୟତଃ ପହଁଚିସାରିଲାଣି । ଏହି ଜିଲ୍ଲାର ୮ଟି ବ୍ଲକ ଯଥା-ଭାପୁରକୁ ୪୬୭୭୫, ନୟାଗଡ଼କୁ ୭୪୩୦୨, ରଣପୁରକୁ ୭୪୩୨୭, ଓଡ଼ଗାଁକୁ ୮୧୬୨୩, ନୂଆଗାଁକୁ ୪୪୬୨୦, ଦଶପଲ୍ଲାକୁ ୪୫୬୧୦, ଗଣିଆକୁ ୧୭୪୨୮ ଏବଂ ଖଣ୍ଡପଡ଼ାକୁ ୫୧୩୧୫ ସର୍ବମୋଟ ୪୩୬୦୦୦ଫର୍ମ ଯୋଗାଇ ଦିଆଯାଇଛି । ଏହି ଫର୍ମ ମଧ୍ୟରୁ ୮ ବ୍ଲକର ୮ ସିଡିପିଓଙ୍କୁ ୩୧୫୧୫୭,ଜିଲ୍ଲାର ୪୬୩ଟି ସହଜ ଜନସେବା କେନ୍ଦ୍ରକୁ ୮୯୯୦, ଜିଲ୍ଲାର ୩୪୬ଟି ମୋ ସେବା କେନ୍ଦ୍ରକୁ ୭୪୭୦, ବିଡିଓମାନଙ୍କ ପାଖରେ ୩୩୫୦,ଏନଏସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ୩୬୦୦,ପଂଚାୟତିରାଜର ନିର୍ବାଚିତ ପ୍ରତିନିଧିମାନଙ୍କୁ ୮୫୦…
Read More